ରାଜ୍ୟ ଉପରେ ଉଦ୍ୟୋଗ ବୋଝ

ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ରାଜସ୍ବ ବୃଦ୍ଧି ଆଶାରେ ରାଜ୍ୟ ସରକାର ଋଣ କରି ଉଦ୍ୟୋଗଗୁଡ଼ିକୁ ବିପୁଳ ଆର୍ଥିକ ସହାୟତା ଦେଉଛନ୍ତି। କିନ୍ତୁ ସରକାରୀ ଉଦ୍ୟୋଗ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁ ସେଗୁଡ଼ିକ ଡୁବିବାରେ ଲାଗିଛନ୍ତି। ଫଳରେ ରାଜକୋଷ ଉପରେ ବୋଝ ବଢ଼ୁଛି, ଯାହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସିଏଜି ।

ଭୁବନେଶ୍ୱର,୧୯।୯(ବ୍ୟୁରୋ): ସରକାରୀ ଉଦ୍ୟୋଗ ଓ କମ୍ପାନୀଗୁଡ଼ିକରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଲାଭାଂଶ ଆସିବ। ରାଜକୋଷରେ ରାଜସ୍ବ ବୃଦ୍ଧି ହେବ। ଏଭଳି ଚିନ୍ତା କରି ରାଜ୍ୟ ସରକାର ଋଣ କରି ଉଦ୍ୟୋଗଗୁଡ଼ିକୁ ହୃଷ୍ଟପୁଷ୍ଟ କରୁଛନ୍ତି। କିନ୍ତୁ କମ୍ପାନୀ ଏବଂ ଉଦ୍ୟୋଗ କର୍ତ୍ତୃପକ୍ଷଙ୍କ ପରିଚାଳନାଗତ ଅପାରଗତା ଯୋଗୁ ସେଗୁଡ଼ିକ ଫାଇଦା ଦେବା ବଦଳରେ ଧୀରେ ଧୀରେ ଡୁବି ଯାଉଛନ୍ତି। ସେହି କମ୍ପାନୀ ଓ ଉଦ୍ୟୋଗଗୁଡ଼ିକରେ ହୋଇଥିବା ପୁଞ୍ଜିନିବେଶ କ୍ରମଶଃ ରାଜକୋଷ ଉପରେ ବୋଝ ହୋଇଯାଉଛି। ରାଜ୍ୟ ସରକାର ୧୪୭ କମ୍ପାନୀ ଏବଂ ଉଦ୍ୟୋଗରେ ୨୦୧୫ରୁ ୨୦୨୦ ମଧ୍ୟରେ ୫୬୯୮ କୋଟି ପୁଞ୍ଜି ବିନିଯୋଗ କରିଛନ୍ତି। ସେଥିରୁ ୪୭୨୦ କୋଟି ଲାଭାଂଶ ରାଜ୍ୟ ତହବିଲକୁ ଫେରି ନାହିଁ । ଡୁବି ଯାଉଥିବା କମ୍ପାନୀକୁ ପୋଷି ସରକାର ରାଜକୋଷ ଉଜାଡ଼ି ଚାଲିଛନ୍ତି। ସରକାରଙ୍କ ଏଭଳି ପୁଞ୍ଜିନିବେଶକୁ ନେଇ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଚିନ୍ତାପ୍ରକଟ କରିଛନ୍ତି।
ନିକଟରେ ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟ ସରକାର ଭବିଷ୍ୟତରେ ଲାଭ ପାଇବା ଆଶାରେ କମ୍ପାନୀ ଓ ଉଦ୍ୟୋଗଗୁଡ଼ିକରେ ପୁଞ୍ଜି ନିବେଶ କରୁଛନ୍ତି। ୨୦୧୫ରୁ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ୫୬୯୮.୬୫ କୋଟି ଟଙ୍କା ପୁଞ୍ଜି ବିନିଯୋଗ କରାଯାଇଛି। ସରକାରୀ କମ୍ପାନୀଗୁଡ଼ିକରେ ୪୨୭୮ କୋଟି ଟଙ୍କା ବିନିଯୋଗ ହୋଇଥିବାବେଳେ ସମବାୟ ସମିତିରେ ୭୬୩.୫୭ କୋଟି, ନିଗମଗୁଡ଼ିକରେ ୬୫୪.୦୫ କୋଟି ଟଙ୍କା ବିନିଯୋଗ କରିଛନ୍ତି। ଏହି ବିନିଯୋଗର ଲାଭାଂଶ ବାବଦରେ ୪,୭୨୦.୮୪ କୋଟି ଟଙ୍କା ଅର୍ଥାତ୍‌ ୮୩ ପ୍ରତିଶତ ପୁଞ୍ଜି ରାଜକୋଷକୁ ଫେରିବା କଥା। ମାତ୍ର ୨୦୧୫-୧୬ରେ ୫୫୩.୩୬ କୋଟି ଟଙ୍କା ଫେରିଥିବାବେଳେ ୨୦୧୬-୧୭ରେ ୫୬୬.୦୪ କୋଟି, ୨୦୧୭-୧୮ରେ ୬୬.୨୨ କୋଟି, ୨୦୧୮-୧୯ରେ ୫୪୩.୯୪ କୋଟି ଏବଂ ୨୦୧୯-୨୦ରେ ଫେରିଛି ମାତ୍ର ୩୨୧.୩୮ କୋଟି ଟଙ୍କା। ରାଜ୍ୟ ସରକାର ପୁଞ୍ଜି ବିନିଯୋଗ କରିଥିବା ୧୪୭ଟି ସଂସ୍ଥାରୁ ୨୦୧୯-୨୦ରେ ମାତ୍ର ୧୦ଟି ସଂସ୍ଥା କିଛି ମାତ୍ରାରେ ଲାଭାଂଶ ଫେରାଇବାରେ ସଫଳ ହୋଇଛନ୍ତି। ସେଥିମଧ୍ୟରେ ୯ଟି ସରକାରୀ କମ୍ପାନୀ ଓ ଗୋଟିଏ ସମବାୟ ସମିତି ରହିଛି। ରାଜ୍ୟ ସରକାର ବିନିଯୋଗ କରିଥିବା ୫୬୯୮.୬୫ କୋଟି ଟଙ୍କାରୁ ୩,୦୭୫.୪୭ କୋଟି ଟଙ୍କା ୪ଟି ଶକ୍ତି କମ୍ପାନୀ ଓପିଜିସି, ଓପିଟିସିଏଲ୍‌, ଓଏଚ୍‌ପିସି ଏବଂ ଗ୍ରୀଡ୍‌କୋରେ ବିନିଯୋଗ କରାଯାଇଛି। ସେଥିରୁ କେବଳ ଓଏଚ୍‌ପିସି ୩୧.୫୮ କୋଟି ଟଙ୍କା ଲାଭାଂଶ ପ୍ରଦାନ କରିଥିବା ବେଳେ ଅନ୍ୟ କୌଣସି
କମ୍ପାନୀ
ଟଙ୍କାଟିଏ ବି ଲାଭ ରାଜକୋଷକୁ ଦେଇନାହାନ୍ତି। ଅନ୍ୟପକ୍ଷରେ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଭଳି ଲାଭଜନକ ସଂସ୍ଥା ମଧ୍ୟ ଲାଭାଂଶ ଦେବାରେ ଅସମର୍ଥ ହୋଇଛି। ଓଏମ୍‌ସି ୨୦୧୮-୧୯ରେ ୫୦୦ କୋଟି ଟଙ୍କା ଲାଭାଂଶ ଦେଇଥିବା ବେଳେ ୨୦୧୯-୨୦ରେ ୫୦ ପ୍ରତିଶତ କମାଇ ୨୫୦ କୋଟି ଟଙ୍କା ଲାଭ ଦେବାରେ ସକ୍ଷମ ହୋଇଛି। ଅର୍ଥାତ୍‌ ବର୍ଷକ ମଧ୍ୟରେ ଓଏମ୍‌ସି ଲାଭାଂଶ ୫୦ ପ୍ରତିଶତକୁ ଖସି ଯାଇଛି।
ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଥିବା ୧୪୭ ସଂସ୍ଥାରୁ ୭୨ଟି ବୁଡ଼ି ଯାଇଛନ୍ତି। ବଳକା ୭୫ଟି ସଂସ୍ଥାରୁ ୨୦୧୯-୨୦ରେ ୬୫ଟି ସଂସ୍ଥା ଟଙ୍କାଟିଏ ଲାଭ ସରକାରଙ୍କ୍‌ୁ ଦେଇପାରି ନ ଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଶକ୍ତିକ୍ଷେତ୍ର କମ୍ପାନୀଗୁଡ଼ିକରେ ରାଜ୍ୟ ସରକାର ପୁଞ୍ଜି ବିନିଯୋଗର ସିଂହଭାଗ ନିବେଶ କରିଥିଲେ ମଧ୍ୟ ସେଗୁଡ଼ିକ କ୍ଷତିରେ ଚାଲୁଛନ୍ତି। ଗୋଟିଏ ପଟେ ସରକାର ଶକ୍ତିକ୍ଷେତ୍ର କମ୍ପାନୀଗୁଡ଼ିକରେ ପୁଞ୍ଜିି ନିବେଶ କରୁଥିବା ବେଳେ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ବକେୟା ଭରଣା କରୁ ନ ଥିବାରୁ ଗ୍ରୀଡ୍‌କୋ, ଓପିଜିସି, ଓଏଚ୍‌ପିସି ଭଳି କମ୍ପାନୀ ଋଣଭାରରେ ବୁଡ଼ି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri