୮୯ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ବନ୍ଦ

ଭୁବନେଶ୍ୱର,୨୪ା୭(ଅନୁରାଧା ମହାରଣା): ସିଟ୍‌ ତୁଳନାରେ ଯୁକ୍ତ୨ ନାମଲେଖା ହାର କମ୍‌ ଥିବା ବା ଆଦୌ ହୋଇ ନ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏଚ୍‌ଏସ୍‌ଏସ୍‌୍‌) ଉପରେ ପଦକ୍ଷେପ ଆରମ୍ଭ ହୋଇଛି। ରାଜ୍ୟର ୮୯ଟି ଏଚ୍‌ଏସ୍‌ଏସ୍‌ରେ ଆଉ ନାମଲେଖା ହେବ ନାହିଁ। ସେହିପରି ୩୨୫ଟି ଏଚ୍‌ଏସ୍‌ଏସ୍‌ରେ ୫୦ ପ୍ରତିଶତ୍‌ ସିଟ୍‌ ହ୍ରାସ ହେବ ଓ ୨୫୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ବର୍ଦ୍ଧିତ ସିଟ୍‌ ପ୍ରତ୍ୟାହାର କରିନିଆଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗଠିତ ଉଚ୍ଚସ୍ତରୀୟ କମିଟି ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାଦ୍ୱାରା ରାଜ୍ୟରେ ପ୍ରାୟ ୩୬ ହଜାର ୩୨ଟି ସିଟ୍‌ ହ୍ରାସ କରାଯାଇ ନାମଲେଖା ହାର ଅପେକ୍ଷାକୃତ ଅଧିକ ରହିଥିବା ଓ ଆବଶ୍ୟକତା ଥିବା ଏଚ୍‌ଏସ୍‌ଏସ୍‌ଗୁଡ଼ିକୁ ଉକ୍ତ ସିଟ୍‌ ଆବଣ୍ଟନ କରାଯିବ ବୋଲି କୁହାଯାଇଛି।
ତେବେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ୨୦୨୧-୨୨ ଓ ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟର ୮୯ଟି ଏଚ୍‌ଏସ୍‌ଏସ୍‌ରେ ଜଣେ ମଧ୍ୟ ଛାତ୍ରୀଛାତ୍ର ନାମ ଲେଖାଇନାହାନ୍ତି। ତେଣୁ ଉକ୍ତ ଏଚଏସ୍‌ଏସ୍‌ଗୁଡ଼ିକରେ ନାମଲେଖା ନେଇ ନିର୍ଦ୍ଦେଶାଳୟ ପକ୍ଷରୁ କଟକଣା ଜାରି କରାଯାଇଛି। ଓଇ ଆକ୍ଟ, ୧୯୬୯ ରୁଲ୍‌-୬-ବି(ଜେ)ଅନୁସାରେ ଚଳିତ ଶିକ୍ଷାବର୍ଷଠାରୁ ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକରେ ଥିବା ୬୮୦୪ ସିଟ୍‌ରେ ନାମଲେଖା ହେବନାହିଁ। ସେହିପରି ୨୦୨୧-୨୨ ଶିକ୍ଷାବର୍ଷରେ ବିଭିନ୍ନ ଏଚ୍‌ଏସ୍‌ଏସ୍‌ରେ ବୃଦ୍ଧି କରାଯାଇଥିବା ସିଟ୍‌ ମଧ୍ୟ ବିଭାଗ ପକ୍ଷରୁ ପ୍ରତ୍ୟାହାର କରିନିଆଯିବ। କାରଣ ୨୦୨୦-୨୧ ଶିକ୍ଷାବର୍ଷରେ ମାଟ୍ରିକ ପାସ୍‌ହାରକୁ ଦୃଷ୍ଟିରେ ରଖି ୮୭୨ ଏଚ୍‌ଏସ୍‌ଏସ୍‌ରେ ପ୍ରାୟ ୫୬ ହଜାର ସିଟ୍‌ ବୃଦ୍ଧି କରାଯାଇଥିଲା। ପର ଶିକ୍ଷାବର୍ଷରେ ମାଟ୍ରିକ୍‌ ପାସ୍‌ହାର କମିଛି। ତେଣୁ ଚଳିତବର୍ଷଠାରୁ ୨୫୩ ଏଚ୍‌ଏସ୍‌ଏସ୍‌ରେ ବର୍ଦ୍ଧିତ ୧୩ ହଜାର ୮୨୧ ସିଟ୍‌ ପ୍ରତ୍ୟାହୀର କରାଯିବାକୁ ନିଷ୍ପତ୍ତି ହୋଇଛି। ଅନ୍ୟପଟେ ଗତ ୨ ଶିକ୍ଷାବର୍ଷରେ ୩୨୫ଟି ଏଚ୍‌ଏସ୍‌ଏସ୍‌ରେ ଥିବା ୩୦,୮୧୪ ସିଟ୍‌ର ଏକ ଚତୁର୍ଥାଂଶ ସିଟ୍‌ରେ ନାମଲେଖା ହୋଇପାରିନାହିଁ। ତେଣୁ ଉକ୍ତ ଏଚ୍‌ଏସ୍‌ଏସଗୁଡ଼ିକରୁ ସିଟ୍‌ ସଂଖ୍ୟା ୫୦ ପ୍ରତିଶତ କମାଇବା ପାଇଁ ନିଷ୍ପତ୍ତି ହୋଇଛି। ଏହିକ୍ରମରେ ଉକ୍ତ ଶିକ୍ଷାନୁଷ୍ଠାନରେ ସିଟ୍‌ ସଂଖ୍ୟା ୧୫ ହଜାର ୪୦୭କୁ ହ୍ରାସ ପାଇବ।
ରାଜ୍ୟର ସମସ୍ତ ଜିଲାରୁ ବିଭିନ୍ନ ଏଚ୍‌ଏସ୍‌ଏସ୍‌ ଏହି ତାଲିକାରେ ରହିଛି। ଏହିକ୍ରମରେ ଭୁବନେଶ୍ୱରର ଏକାଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ଭୁବନେଶ୍ୱର ବ୍ଲକର ପ୍ରାୟ ୯ଟି ଏଚ୍‌ଏସ୍‌ଏସ୍‌ରେ ଜଣେ ମଧ୍ୟ ବିଦ୍ୟାର୍ଥୀ ନାମ ଲେଖାଇନାହାନ୍ତି। ସେହିପରି ୨୦୨୦-୨୧ ଶିକ୍ଷା ବର୍ଷରେ ବୃଦ୍ଧି କରାଯାଇଥିବା ସିଟ୍‌ରେ କେହି ନାମ ଲେଖାଇ ନ ଥିବାରୁ ଭୁବନେଶ୍ୱରର ୧୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ସିଟ୍‌ ପ୍ରତ୍ୟାହାର କରିନିଆଯିବ। ସେହିପରି ୩୩ଟି ଏଚ୍‌ଏସ୍‌ଏସ୍‌ କଳା, ବିଜ୍ଞାନ ଓ ବାଣିଜ୍ୟରେ ଏକ ଚତୁର୍ଥାଂଶ ନାମଲେଖା ହୋଇପାରି ନ ଥିବାରୁ ଉକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ୫୦ ପ୍ରତିଶତ ସିଟ୍‌ ହ୍ରାସ କରାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?