ବିରୋଧ ପରେ ନାମଲେଖା ଫି’ କମିଲା

କେନ୍ଦ୍ରାପଡ଼ା ଅଫିସ, ୨୭ା୮: କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ ନାମଲେଖା ଫି’ ବୃଦ୍ଧିକୁ ନେଇ ଗତ ସପ୍ତାହ ଧରି ଜନଅସନ୍ତୋଷ ଓ ବିରୋଧ ଲାଗି ରହିଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ଅମୃତ ଋତୁରାଜ ଓ ମହାବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟଙ୍କ ଗୁରୁବାର ବୈଠକ ହୋଇଥିଲା। ଫଳରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ନାମଲେଖା ଫ’ କମିଥିବା ଜିଲାପାଳଙ୍କୁ ଶୁକ୍ରବାର ଏକ ଚିଠି (ନଂ. ୨୦୮୧) କରିଛନ୍ତି। ଏହି ଚିିଠିରେ ଅଧ୍ୟକ୍ଷ ବେହେରା ଦର୍ଶାଇଛନ୍ତି ଯେ, ଗତବର୍ଷ ନାମଲେଖା ଫି’ରୁ ମାତ୍ର ୧୫ ପ୍ରତିଶତ ଟଙ୍କା ବୃଦ୍ଧି କରାଯାଉଛି। ଗତବର୍ଷ ଯୁକ୍ତ ୨ କଳା ବିଭାଗରେ ନାମଲେଖା ଫି’ ୨୩୦୫ ଟଙ୍କା ଥିବାବେଳେ ଚଳିତବର୍ଷ ୩୪୫ ଟଙ୍କା ବଢ଼ାଯାଇ ୨୬୫୦ ଟଙ୍କା ହୋଇଛି। ସେହିପରି ଯୁକ୍ତ ୨ ବିଜ୍ଞାନରେ ୩୩୦୫ ଟଙ୍କାରୁ ୩୮୦୦ ଟଙ୍କା, ଯୁକ୍ତ ୨ ବାଣିଜ୍ୟରେ ୨୩୦୫ ଟଙ୍କାରୁ ୨୬୫୦ ଟଙ୍କା, ଯୁକ୍ତ ୩ କଳାରେ ୩୭୦୦ରୁ ୫୫୫ ଟଙ୍କା ବୃଦ୍ଧି କରାଯାଇ ୪୨୫୫ ଟଙ୍କା, ଯୁକ୍ତ ୩ ବିଜ୍ଞାନରେ ୪୭୦୦ରୁ ୫୪୦୫ ଟଙ୍କା ଓ ଯୁକ୍ତ ୩ ବାଣିଜ୍ୟରେ ୪୦୦୦ ଟଙ୍କାରୁ ୪୬୦୦ ଟଙ୍କା ବୃଦ୍ଧି କରାଯାଇଛି। ଏହି ସଂଶୋଧନ ପରିଚାଳନା କମିଟିର ସଦସ୍ୟଙ୍କ ସମ୍ମତି ଥିବା ବେଳେ ଦସ୍ତଖତ ଅପେକ୍ଷାରେ ଅଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ଚଳିତବର୍ଷର ନାମଲେଖା ଫି ପୂର୍ବ ବର୍ଷଠାରୁ ପ୍ରାୟ ୫୫ ପ୍ରତିଶତ ଅଧିକ ଥିବାରୁ ଛାତ୍ରନେତା ରାଜେଶ ପଣ୍ଡା, ପରମାନନ୍ଦ ମହାରଣା, ସତ୍ୟନାରାୟଣ ସେନାପତିଙ୍କ ସମେତ ବହୁ ବୁଦ୍ଧିଜୀବୀ ବିରୋଧ କରିଥିଲେ। ଏହାକୁ ନେଇ ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ପ୍ରତିବାଦ ପତ୍ର ଅଧ୍ୟକ୍ଷ ଓ ଜିଲା ପ୍ରଶାସନକୁ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୃତକ, ଆହତଙ୍କ ପରିବାରକୁ ମିଳୁନି ସହାୟତା

ଛତ୍ରପୁର,୫/୯(ଡି.ଏନ୍‌.ଏ.):ରାଜ୍ୟରେ ସର୍ବାଧିକ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲାରେ ଘଟୁଛି। ଏପରିକି ଅଜଣା ଗାଡି ଧକ୍କାରେ ପ୍ରତିବର୍ଷ ବହୁ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ଅଜଣା ଗାଡି...

ରାଜନୀତିରୁ ଊର୍ଦ୍ଧ୍ୱରେ ରହି କାର୍ଯ୍ୟ କରିବାକୁ ନିଷ୍ପତ୍ତି

ଭଞ୍ଜନଗର,୨୪।୨(ଡି.ଏନ.ଏ.)-ଗୋପାଳପୁର ଭାୟା ଭଞ୍ଜନଗର ସମ୍ବଲପୁର ରେଳ ପ୍ରକଳ୍ପ ବଜେଟରେ ଟୋକନ ମନି ବ୍ୟବସ୍ଥା ହୋଇଛି । ପ୍ରକଳ୍ପ ଆରମ୍ଭ କରିବା ନିମନ୍ତେ ଏବେ ବି ଅନେକ...

ମାଟ୍ରିକ ପରୀକ୍ଷା ଫଳ: କେନ୍ଦ୍ରାପଡା ଜିଲାରେ କେତେଜଣ ହୋଇଛନ୍ତି କୃତକାର୍ଯ୍ୟ ଜାଣନ୍ତୁ

କେନ୍ଦ୍ରାପଡା ଅଫିସ, ୨୯ା୭-ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। କେନ୍ଦ୍ରାପଡା ଜିଲାରେ ଚଳିତ ବର୍ଷ ପାସ...

ଦୋକନ୍ଦା ମେଳନ ପଡ଼ିଆକୁ ସ୍ଥାନାନ୍ତର ହେଲା କଣାସ ହାଟ

କଣାସ,୩।୨୦(ସ୍ବ.ପ୍ର.)- ସାରା ଦେଶରେ ଲକଡାଉନ ଜାରି ରହିଥିବା ବେଳେ ଲୋକମାନଙ୍କୁ ଘରେ ରହିବାକୁ ସଚେତନ କରାଯାଉଛି। କିନ୍ତୁ କେତେକ ଅସାମାଜିକ ଲୋକ ଏହାକୁ ବେଖାତିର କରି...

ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ : କଲ୍ୟାଣମଣ୍ଡପକୁ ସ୍ଥାନାନ୍ତରଣର ବିରୋଧ

ବ୍ରହ୍ମପୁର ଅଫିସ,୧୮ା୭-ବ୍ରହ୍ମପୁର ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ ବ୍ରହ୍ମପୁର ଉପକଣ୍ଠ ତଥା କନିଷିସ୍ଥିତ ଏକ ଘରୋଇ କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର କରାଯିବା ଘୋଷଣା ପରେ ବିଭିନ୍ନ ସଂଗଠନ...

ପକ୍କାରାସ୍ତା ନିର୍ମାଣ ପାଇଁ ବିଧାୟକଙ୍କ ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି,୩ା୯(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକର ଦୁର୍ଗମ ଗ୍ରାମ ତଜଡ଼ବାଡ଼ିରେ ଶୁକ୍ରବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପହଞ୍ଚି ଲୋକଙ୍କ ଦୁର୍ଦ୍ଦଶା ଅନୁଭବ କରିବା ସହ...

ଭୁଶୁଡ଼ିଲା ସୁରକ୍ଷା ପାଚେରି

ପଦ୍ମପୁର, ୨୫ା୫(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତରେ ଦେଢ଼ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟରେ ନିର୍ମିତ ଓଭରହେଡ଼ ପାଣି ଟାଙ୍କିର ସୁରକ୍ଷା ପାଚେରି...

ପୋଲିସ କବ୍‌ଜାରେ ୭ ଡକାୟତ

ସୋନପୁର,୧୪।୯(ନି.ପ୍ର.): ସୁବର୍ଣ୍ଣପୁର ଜିଲା ତରଭା ଥାନା ଅଇଁଳାପାଲି ଛକରେ ଗତ ଅଗଷ୍ଟ ୨୫ ତାରିଖରେ ଡକାୟତି ହୋଇଥିଲା। ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ନିକଟରୁ ଡକାୟତ ଦଳ...

Advertisement
Archives

Model This Week