ବଢ଼ାନ୍ତୁ ସୌନ୍ଦର୍ଯ୍ୟ

ବିୟୁଟି ପାର୍ଲର ଯାଇ ମହିଳାମାନେ ନିଜ ନିଜର ବିୟୁଟି ଟ୍ରିଟ୍‌ମେଣ୍ଟ କରାଇଥାନ୍ତି। କିନ୍ତୁ ପାର୍ଲରକୁ ନ ଯାଇ ବିଭିନ୍ନ ଘରୋଇ ସାମଗ୍ରୀ ବ୍ୟବହାର କରି ଆପଣ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ। ଏଥିପାଇଁ କଣ କରିବେ ଜାଣି ରଖନ୍ତୁ…

ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି କରିବାକୁ ଚାହୁଁଥିଲେ ଆଳୁକୁ ବାଟି ତାର ରସ ବାହାର କରି ମୁହଁରେ ଲଗାନ୍ତୁ। କିଛି ସମୟ ରହିବା ପରେ ଟିସୁ ପେପରରେ ପୋଛି ତାପରେ ଧୋଇ ଦିଅନ୍ତୁ।
ମୁହଁରେ ଯଦି ବ୍ରଣ ସମସ୍ୟା ଥାଏ ଓ ତ୍ୱଚାରେ କୁଞ୍ଚନ ପଡ଼ି ଆସୁଥାଏ ତେବେ ତୁଳସୀ ପତ୍ରକୁ ବାଟି ମୁହଁରେ ଲଗାନ୍ତୁ। ଲଗାତର ଏହାର ବ୍ୟବହାର କରିବା ଫଳରେ ତ୍ୱଚାର ସମସ୍ତ ପ୍ରକାରର ଦାଗ ଦୂର ହେବା ସହ ଅନ୍ୟ ସମସ୍ୟା ବି ଦୂର ହେବ।
ପାଚିଲା ଅମୃତଭଣ୍ଡାକୁ ମୁହଁରେ ଲଗାଇ ଭଲଭାବରେ ଘଷନ୍ତୁ। ଲଗାତର କିଛି ସମୟ ଏପରି କରିବା ଫଳରେ ମୁହଁରେ ଥିବା ସମସ୍ତ ପ୍ରକାରର ମଇଳା ସଫା ହୋଇଥାଏ ଏବଂ ସମସ୍ତ ଦାଗ ମଧ୍ୟ କିଛିଦିନ ପରେ ଚାଲି ଯାଇଥାଏ। ଏପରି କରିବା ଫଳରେ ତ୍ୱଚା ଅଧିକ ଉଜ୍ଜ୍ୱଳ ଦେଖାଯାଏ ଓ କୋମଳ ମଧ୍ୟ ହୋଇଥାଏ।
ଚନ୍ଦନ ପାଉଡରକୁ ଗୋଲାପ ଜଳରେ ମିଶାଇ ଫେସ୍‌ ପ୍ୟାକ୍‌ ତିଆରି କରି ମୁହଁରେ ଲଗାନ୍ତୁ। ଶୁଖିଯିବା ପରେ ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଫଳରେ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଇବ।
ତ୍ୱଚାରେ ଯଦି ବୟସର ଛାପ ଦେଖାଗଲାଣି ତେବେ ଆଳୁର ପେଷ୍ଟ କରି ସେଥିରେ ଅଣ୍ଡାର ଧଳା ଅଂଶ ମିଶାଇ ପ୍ୟାକ୍‌ ତିଆରି କରି ମୁହଁ ଏବଂ ବେକରେ ଲଗାନ୍ତୁ।
ଆଳୁକୁ ବାଟି ସେଥିରେ ହଳଦୀ ମିଶାଇ ଲଗାଇଲେ ତ୍ୱଚାର ଉଜ୍ଜ୍ୱଳତା ବଢିବ।
ବ୍ରଣ ସମସ୍ୟାରୁ ମୁକ୍ତି ପାଇଁ ଆଳୁକୁ ବାଟି ସେଥିରେ ଅଳ୍ପ ମୁଲତାନୀ ମାଟି ଏବଂ ଗୋଲାପ ଜଳ ମିଶାଇ ଫେସ୍‌ ପ୍ୟାକ୍‌ କରି ଲଗାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri