Posted inଖେଳ

ରାହୁଲଙ୍କୁ ଦଣ୍ଡ ଦେଲା ଆଇସିସି

ଲଣ୍ଡନ,୫।୯: ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବାରୁ ଭାରତୀୟ ଓପନର୍‌ କେ.ଏଲ ରାହୁଲଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦ୍ୱାରା ତାଙ୍କ ମ୍ୟାଚ ଶୁଳ୍କର ୧୫ ପ୍ରତିଶତ ଜରିମାନା କରାଯାଇଛି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଇନିଂସର ୩୪ ତମ ଓଭରରେ ଏହି ଘଟଣା ଘଟିଛି। ସେତେବେଳେ ରୋହିତ ଶର୍ମା ଏବଂ କେ.ଏଲ ରାହୁଲ ପ୍ରଥମ ଉଇକେଟ ପାଇଁ ୮୩ରନ ଯୋଡିଥିଲେ। ଏହି ସହଭାଗୀତା ଦୃଢ ମନେ ହେଉଥିଲା। ତା’ପରେ ଏହାକୁ ଜେମ୍ସ ଆଣ୍ଡରସନ ଭାଙ୍ଗିଥିଲେ। ରାହୁଲ ଜନି ବେୟାରଷ୍ଟୋ ବଲ୍‌ରେ ଉଇକେଟ ପଛରେ ଧରାପଡିଥିଲେ ହେଁ ତାଙ୍କୁ ଅମ୍ପାୟାର ଆଉଟ୍‌ ଦେଇ ନ ଥିଲେ। ଇଂଲଣ୍ଡ ଡିଆର୍‌ଏସ୍‌ ନେଇଥିଲା ଏବଂ ତୃତୀୟ ଅମ୍ପାୟାର ରାହୁଲଙ୍କୁ ଆଉଟ ହୋଇଥିଲେ। ଏହି ନିଷ୍ପତ୍ତି ନେଇ ବିବାଦ ଲାଗି ରହିଥିଲା। ତୃତୀୟ ଅମ୍ପାୟାରଙ୍କ ଏହି ନିଷ୍ପତ୍ତିରେ କେ.ଏଲ ରାହୁଲ ଅସନ୍ତୁଷ୍ଟ ଥିଲେ। ଆଇସିସି ବିବୃତ୍ତି ଅନୁଯାୟୀ ରାହୁଲ ଆଚରଣ ସଂହିତା ସ୍ତର -୧ କୁ ଉଲ୍ଲଂଘନ କରିଛନ୍ତି। ତୃତୀୟ ଅମ୍ପାୟାରଙ୍କ ଏହି ନିଷ୍ପତ୍ତି ପୂର୍ବରୁ ପୂର୍ବତନ ଭାରତୀୟ ଓପନର୍‌ ସୁନୀଲ ଗାଭାସ୍କର ମଧ୍ୟ କ୍ରୋଧିତ ହୋଇଥିଲେ। ସେ ସେତେବେଳେ କମେଣ୍ଟ୍ରି କରୁଥିଲେ। ଯେତେବେଳେ ଇଂଲଣ୍ଡ ଅଧିନାୟକ ଜୋ ରୁଟ ଡିଆର୍‌ଏସ୍‌ ନେଇଥିଲେ। ଏହାପରେ ସ୍ନିକୋ ମିଟରରେ ବଲ୍‌ ବ୍ୟାଟ୍‌ରେ ବାଜିଥିବାର ଦେଖାଯାଇଥିଲା। ତୃତୀୟ ଅମ୍ପାୟାର ତାଙ୍କୁ ତୁରନ୍ତ ଆଉଟ୍‌ ଘୋଷଣା କରିଥିଲେ।
ଆଇସିସି ଅନୁଯାୟୀ, ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ ଆଇସିସି ଆଚରଣ ବିଧି ଧାରା ୨.୮ ଉଲ୍ଲଂଘନ କରି ରାହୁଲ ଦୋଷୀ ସାବ୍ୟସ୍ତ ହୋଇଥିଲେ, ଯାହା ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ଦେଖାଇବା ସହ କାର୍ଯ୍ୟ କରିଥାଏ। ଏହା ବ୍ୟତୀତ ରାହୁଲଙ୍କ ଶୃଙ୍ଖଳାଗତ ରେକର୍ଡରେ ଗୋଟିଏ ଡେରିମିଟ ପଏଣ୍ଟ ମଧ୍ୟ ଯୋଡା ଯାଇଛି, ଗତ ୨୪ ମାସ ମଧ୍ୟରେ ପ୍ରଥମ ଉଲ୍ଲଂଘନ। ନିଜ ଭୁଲକୁ ସ୍ବୀକାର କରି ରାହୁଲ ମ୍ୟାଚ ରେଫରି କ୍ରିସ ବ୍ରଡଙ୍କ ଦ୍ୱାରା ପ୍ରସ୍ତାବିତ ପେନାଲ୍ଟି ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri