Posted inଖେଳ

ଶ୍ରୀଲଙ୍କାକୁ ୭ ଉଇକେଟରେ ହରାଇଲା ଇଂଲଣ୍ଡ

ଗାଲେ, ୧୯ା୧ (ଏପି)- ସପ୍ତମ ଉଇକେଟରେ ଜନ୍ନି ବେୟାରଷ୍ଟୋ ଓ ଡାନିଏଲ୍‌ ଲରେନ୍ସଙ୍କ ମଧ୍ୟରେ ଅପରାଜିତ ୫୨ରନର ପାର୍ଟନରଶିପ୍‌ ଯୋଗୁ ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୭ ଉଇକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହି ମ୍ୟାଚରେ ଶ୍ରୀଲଙ୍କା ଦ୍ୱାରା ଧାର୍ଯ୍ୟ ୭୪ରନର ବିଜୟ ଲକ୍ଷ୍ୟକୁ ଦଳ ବିନା ଦ୍ୱିଧାରେ ହାସଲ କରିନେଇଥିଲା।
ଇଂଲଣ୍ଡ ରବିବାର ଖେଳ ଶେଷ ସୁଦ୍ଧା ଏହାର ଦ୍ୱିତୀୟ ଇନିଂସରେ ୩ ଉଇକେଟ ହରାଇ ୩୮ ରନ କରିଥିଲା। ସୋମବାର ୫ମ ତଥା ଅନ୍ତିମ ଦିବସରେ ବିଜୟ ପାଇଁ ଭ୍ରମଣକାରୀ ଦଳ ଆଉ ମାତ୍ର ୩୬ ରନ ଆବଶ୍ୟକ କରୁଥିଲା। ପୂର୍ବଦିନରୁ ଅପରାଜିତ ରହିଥିବା ବେୟାରଷ୍ଟୋ ଓ ଲରେନ୍ସ ଦୃଢ ବ୍ୟାଟିଂ କରି ଦଳର ସ୍କୋରକୁ ୭୬/୩ରେ ପହଞ୍ଚାଇ ବିଜୟୀ କରାଇଥିଲେ। ବେୟାରଷ୍ଟୋ ୬୫ ବଲ୍‌ରୁ ୩୫ ରନ କରି ଅପରାଜିତ ରହିଥିଲେ। ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିବା ଲରେନ୍ସ ୨୧ରନ କରି ନଟଆଉଟ ରହିଥିଲେ। ସକାଳେ ଖେଳ ଆରମ୍ଭରେ ଶ୍ରୀଲଙ୍କା ପାଇଁ ଏକ ବ୍ରେକ୍‌ ଥ୍ରୁର ସୁଯୋଗ ଥିଲା। ତୃତୀୟ ଓଭରରେ ଅଫ୍‌ ସ୍ପିନର ଦିଲରୁଓ୍ବାନ ପେରେରାଙ୍କ ବଲ୍‌ରେ ହୁଏତ ବେୟାରଷ୍ଟୋ ଏଲ୍‌ବିଡବ୍ଲ୍ୟୁ ହୋଇପାରି ଥାନ୍ତେ,ହେଲେ କାମଚଳା ଅଧିନାୟକ ଦିନେଶ ଚାଣ୍ଡିମଲ ଟେଲିଭିଜନ ରେଫରାଲ ପାଇଁ ଅପିଲ କରି ନ ଥିଲେ। ଶ୍ରୀଲଙ୍କାରେ ଇଂଲଣ୍ଡର ଏହା ହେଉଛି କ୍ରମାଗତ ଚତୁର୍ଥ ଟେଷ୍ଟ ବିଜୟ। ଦଳ ପାଇଁ ନିଶ୍ଚୟ ଏହା ଏକ ବଡ଼ ସଫଳତା। ଆଉ ୪ ଦିନ ପରେ ଗାଲେଠାରେ ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଖେଳାଯିବ।
ସଂକ୍ଷିପ୍ତ ସ୍କୋର ବୋର୍ଡ
ଶ୍ରୀଲଙ୍କା ପ୍ରଥମ ଇନିଂସ: ୧୩୫
ଇଂଲଣ୍ଡ ପ୍ରଥମ ଇନିଂସ: ୪୨୧
ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ: ୩୫୯
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୭୬/୩ (ଜନ୍ନି ବେୟାରଷ୍ଟୋ-୩୫*, ଡାନିଏଲ ଲରେନ୍ସ-୨୧*, ଲସିଥ୍‌ ଏମ୍ବୁଲଡେନିୟା-୨/୨୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତାର ରାଜ ଖୋଲିଲେ କୋଚ, ଆପଣବି ଜାଣିଲେ…

ନୂଆଦିଲ୍ଲୀ,୧୪।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କୁ ମୋହିତ କରିଛନ୍ତି। କ୍ରିକେଟ ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟରମାନେ ସମସ୍ତେ ତାଙ୍କ ବିସ୍ଫୋରକ ବ୍ୟାଟିଂ…

ଇତିହାସ ରଚିଲେ ଶୁବମନ ଗିଲ, ଓ୍ବାନ ଡେ କ୍ରିକେଟରେ ଏତିକି ରନ୍‌ କରି ପଛରେ ପକାଇଲେ…

ନୂଆଦିଲ୍ଲୀ,୧୪।୬: ଧର୍ମଶାଳାରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ରେ ଭାରତର ଏକଦିବସୀୟ ଅଧିନାୟକ ଶୁବମନ ଗିଲ ଏକ ବଡ଼ ରେକର୍ଡ ସ୍ଥାପନ କରିଛନ୍ତି। ବର୍ଷା ପ୍ରଭାବିତ…

Video: ଟିମ ଇଣ୍ଡିଆର ଡ୍ରେସିଂ ରୁମ କ୍ରିକେଟ: ବର୍ଷା ମଧ୍ୟରେ ଖେଳାଳିମାନେ ଏମିତି କଲେ ଟାଇମ ପାସ, ଏବେ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୪।୬: ଶନିବାର ଭାରତୀୟ କ୍ରିକେଟ ଦଳ ଆଫଗାନିସ୍ତାନକୁ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି। ତଥାପି, ପ୍ରତି ଇନିଂସରେ ମ୍ୟାଚ…

କ୍ରିକେଟରଙ୍କୁ ମାଡ଼ ମାରିଲେ ପୋଲିସ, ଉତ୍ତେଜନା ପରେ ତିନି ପୋଲିସ କର୍ମଚାରୀ ନିଲମ୍ବିତ

ଢ଼ାକା,୧୪ା୬: ବାଂଲାଦେଶ କ୍ରିକେଟ୍ ବର୍ତ୍ତମାନ ଏକ ବିବାଦ ଯୋଗୁଁ ଚର୍ଚ୍ଚାରେ ରହିଛି । ବାଂଲାଦେଶୀ ସ୍ପିନର ନୟିମ ହାସନଙ୍କ ପ୍ରତି ଦୁର୍ବ୍ୟବହାର ଏବଂ ଆକ୍ରମଣ ହୋଇଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri