ନିତି ଏଥିରୁ ଚାମୁଚେ, ବହୁ ରୋଗରୁ ରଖେ ଦୂରେଇ…

ପ୍ରତିଦିନ ଶରୀରର ସାଧାରଣ ପ୍ରକ୍ରିୟା ଜାରି ରଖିବା ଲାଗି ଫ୍ୟାଟ ଆବଶ୍ୟକ ହୋଇଥାଏ। ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଚାମୁଚେ ଗୁଆଘିଅ ସାମିଲ କଲେ ସୁଫଳ ମିଳିଥାଏ। ଏହା କର୍କଟ ଆଶଙ୍କା ଦୂର କରେ। ଗୁଆଘିଅ ଖାଇବା ଦ୍ୱାରା ହାର୍ଟ ସମସ୍ୟାରୁ ମୁକ୍ତି ମିଳେ। ଗୁଆଘିଅ ରକ୍ତରେ ଏଚ୍‌ଡିଏଲ ସ୍ତର ବୃଦ୍ଧି କରିଥାଏ। ଯାହାକି ହାର୍ଟ ଆଟାକ୍‌ ଆଶଙ୍କା କମ୍‌ କରେ। ଗୁଆଘିଅ କର୍କଟ ରୋଗ ସୃଷ୍ଟିକାରୀ କାର୍ସିନୋଜେନକୁ ପ୍ରତିରୋଧ କରିବା ଲାଗି ଏକ ପ୍ରକାର ଏନ୍‌ଜାଇମ୍‌ ତିଆରି କରିଥାଏ। ଅନ୍ୟପକ୍ଷରେ କାର୍ସିନୋଜେନକୁ କ୍ରିୟାଶୀଳ କରୁଥିବା ତତ୍ତ୍ୱକୁ ଗୁଆଘିଅ ହ୍ରାସ କରେ। ଏନ୍‌ଡିଆରଆଇର ଆନିମଲ ବାୟୋକେମିଷ୍ଟି ବିଭାଗର ଗବେଷକ ଲିଭର କ୍ୟାନସର ଉପରେ ଘିଅ ଓ ସୋୟାବିନର ପ୍ରଭାବ ସମ୍ପର୍କରେ ଗବେଷଣା କରିଥିଲେ। ମୂଷା ଶରୀରରେ ଏହାର ପ୍ରୟୋଗ ହୋଇଥିଲା। ସୋୟାବିନରେ କ୍ୟାନସର ପ୍ରତିରୋଧକ ଶକ୍ତି ରହିଛି। ଗବେଷକ ଲକ୍ଷ୍ୟ କରିଥିଲେ ମୂଷା ଶରୀରରେ ଗୁଆଘିଅ ସୋୟାବିନ୍‌ ତୁଳନାରେ ଅଧିକ ଭଲ କାମ କରିପାରୁଛି। ଅନ୍ୟପକ୍ଷରେ ଗୁଆଘିଅ ସେଲପୋଲିଫେରେସନ୍‌ ପାଇଁ ଦାୟୀ ଜିନ୍‌ ହ୍ରାସ କରିବା ସହ ସେଲ ଆପୋଟୋସିସକୁ ନିୟନ୍ତ୍ରଣ କରୁଥିବା ଜିନ୍‌ ବୃଦ୍ଧି କରିବାରେ ସହାୟକ ହେଉଛି। ଗୁଆଘିଅରେ ଥିବା କନ୍‌ଜୁଗେଟଡ୍‌ ଲିନୋଲିକ୍‌ ଏସିଡ୍‌(ସିଏଲଏ) ମଧ୍ୟ ଭେଜିଟେବୁଲ ଅଏଲ ଅପେକ୍ଷା ଅଧିକ ଉପକାରୀ। ଭେଜିଟେବୁଲ ଅଏଲରେ ଥିବା ଅନସାଚ୍ୟୁରେଟେଡ୍‌ ଫ୍ୟାଟି ଏସିଡ୍‌ କେତେକାଂଶରେ ଡିଏନ୍‌ଏକୁ କ୍ଷତି ପହଞ୍ଚାଏ। ମାତ୍ର ଗୁଆଘିଅ ଖାଇବା ଦ୍ୱାରା ଏହା ସୁରକ୍ଷିତ ରୁହେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri