ଆମେରିକାରୁ ଫେରି ପାହାଡ଼କୁ ସବୁଜ ସୁନ୍ଦର କଲେ ଏହି ଯୁବ ଇଞ୍ଜିନିୟର

ଭୋପାଳ,୨୬।୨: ମଧ୍ୟପ୍ରଦେଶର ଖାର୍ଗୋନ ଜିଲାର ଦୀପକ ଗୋଏଲ ନାମକ ଜଣେ ଯୁବ ଇଞ୍ଜିନିୟର ଆମେରିକାରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଥିଲେ। ବର୍ତ୍ତମାନ ସେ ଆମେରିକାରୁ ଫେରି ତାଙ୍କ ସ୍ତ୍ରୀ ଶିଳ୍ପାଙ୍କ ସହ ମିଶି ଏକ ପାହାଡ଼କୁ ସବୁଜ ସୁନ୍ଦର କରିବାରେ ସକ୍ଷମ ହୋଇପାରିଛନ୍ତି।

ଗୋୟଲ ଦମ୍ପତି ପ୍ରାୟ ଏକ ଦଶନ୍ଧି ପୂର୍ବରୁ ଆମେରିକାରୁ ଘରକୁ ଫେରି ଖାର୍ଗୋନର ସୁନ୍ଦରଲ ଗ୍ରାମରେ ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ସୁନ୍ଦରଲର ପାହାଡ଼ ଉପରେ ବାଉଁଶର ‘ସବୁଜ ଭୂମି’ କରିବା ପାଇଁ ଦିନରାତି କଠିନ ପରିଶ୍ରମ କରିଥିଲେ। ଫଳସ୍ବରୂପ, ବର୍ତ୍ତମାନ ବାଉଁଶ ରୋପଣ ଏବଂ ବାଉଁଶ ଭିତ୍ତିକ ଶିଳ୍ପ ମାଧ୍ୟମରେ କେବଳ ସେମାନଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହୋଇପାରି ନାହାନ୍ତି ବରଂ ବାଉଁଶ ରୋପଣ ଯତ୍ନ ପାଇଁ ୩୦ ପରିବାରକୁ ଯୋଡ଼ିବା ବ୍ୟତୀତ, ଦୁଇ ୟୁନିଟରେ ୭୦ ଜଣ ମହିଳା ଧୂପକାଠି ତିଆରି କରି ରୋଜଗାରକ୍ଷମ ହୋଇଛନ୍ତି। ଏଥିସହିତ ବାଉଁଶ ଉଦ୍ୟୋଗରେ ମଧ୍ୟ କିଛି ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି।

ଇଞ୍ଜିନିୟର ଦୀପକ କହିଛନ୍ତି, ତାଙ୍କ ସ୍ତ୍ରୀ ଶିଳ୍ପାଙ୍କ ସହ ରାଜ୍ୟକୁ ଫେରିବାବେଳେ ସେ ବାଉଁଶ ଚାଷ କରିବାକୁ ଚିନ୍ତା କରି ନ ଥିଲେ। ପ୍ରଥମେ ଏଠାକୁ ଆସି ଫଳ ଉଦ୍ୟାନର କାର୍ଯ୍ୟ କରିବାକୁ ଚାହୁଁଥିଲେ। ପରେ ସେ ବାଉଁଶ ପ୍ରଜାତି ବ୍ୟବହାର କରି ନିଜ ଅଞ୍ଚଳର ଚିତ୍ର ଏବଂ ଭାଗ୍ୟ ବଦଳାଇବାରେ ସମର୍ଥ ହୋଇପାରିଥିବା କହିଛନ୍ତି। ଯାହା ତାଙ୍କୁ ବର୍ତ୍ତମାନ ବହୁତ ଖୁସି ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri