ଶକ୍ତି ଓ ଜଳବାୟୁ ସୂଚକାଙ୍କ: ର଼୍ୟାଙ୍କ ୨୨ରେ ଓଡ଼ିଶା

ନୂଆଦିଲ୍ଲୀ,୧୨ା୪:ନୀତି ଆୟୋଗ ପକ୍ଷରୁ ସୋମବାର ରାଜ୍ୟ ଶକ୍ତି ଓ ଜଳବାୟୁ ସୂଚକାଙ୍କ- ରାଉଣ୍ଡ ୧ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। ସାମଗ୍ରିକ ର଼୍ୟାଙ୍କିଙ୍ଗ୍‌ ତାଲିକାରେ ଓଡ଼ିଶା ୨୨ ନମ୍ବର ସ୍ଥାନରେ ରହିଛି। ସେହିପରି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି। ସେଥିମଧ୍ୟରୁ ୨୦ଟି ବଡ଼ ରାଜ୍ୟ, ୮ଟି ଛୋଟ ରାଜ୍ୟ ଏବଂ ୭ଟି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୩ ପୃଥକ୍‌ ର଼୍ୟାଙ୍କିଙ୍ଗ୍‌ ତାଲିକା ପ୍ରକାଶ ପାଇଛି। ବଡ଼ ରାଜ୍ୟଗୁଡ଼ିକର ର଼୍ୟାଙ୍କିଙ୍ଗ୍‌ ତାଲିକାରେ ଓଡ଼ିଶା ୩୭.୧ ସ୍କୋର ସହ ୧୬ ନମ୍ବର ସ୍ଥାନରେ ଥିବାବେଳେ ଗୁଜରାଟ ୫୦.୧ ସ୍କୋର ସହ ଶୀର୍ଷରେ ରହିଛି। ଗୁଜରାଟ ପଛକୁ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ କେରଳ(୪୯.୧) ଏବଂ ପଞ୍ଜାବ (୪୮.୬) ରହିଛି। ସେହିପରି ତାଲିକାରେ ତଳ ସ୍ଥାନ ତଥା ୨୦, ୧୯, ୧୮ ଓ ୧୭ ନମ୍ବରରେ ଯଥାକ୍ରମେ ଛତିଶଗଡ଼(୩୧.୭), ମଧ୍ୟପ୍ରଦେଶ(୩୨.୬), ଝାଡ଼ଖଣ୍ଡ (୩୫.୨) ଓ ରାଜସ୍ଥାନ (୩୫.୪) ରହିଛି। ସାମଗ୍ରିକ ର଼୍ୟାଙ୍କିଙ୍ଗ କ୍ଷେତ୍ରରେ ଗୁଜରାଟ ୫ ନମ୍ବର ସ୍ଥାନରେ ରହିଥିବାବେଳେ ଚଣ୍ଡୀଗଡ଼ ଶୀର୍ଷରେ ରହିଛି।
ରାଜ୍ୟ ଶକ୍ତି ଓ ଜଳବାୟୁ ସୂଚକାଙ୍କ ୬ଟି ମାପଦଣ୍ଡ ଉପରେ ଆଧାରିତ। ସେଗୁଡ଼ିକ ହେଲା ୧- ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡ଼ିକର (ଡିସ୍‌କମ୍‌) ପ୍ରଦର୍ଶନ, ୨- ଶକ୍ତି ପାଇବାର ସହଜସାଧ୍ୟ ବ୍ୟବସ୍ଥା, ସୁଲଭତା ଏବଂ ନିର୍ଭରଯୋଗ୍ୟତା, ୩- ସ୍ବଚ୍ଛ ଶକ୍ତି ବା ଅକ୍ଷୟ ଶକ୍ତି କ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ, ୪- ଶକ୍ତି ଦକ୍ଷତା, ୫- ପରିବେଶଗତ ନିରନ୍ତରତା ଏବଂ ୬- ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ନୂଆ ପଦକ୍ଷେପ। ଏହି ୬ଟି ମାପଦଣ୍ଡ ମୋଟ ୨୭ଟି ବିଷୟ ଉପରେ ଆଧାରିତ ହୋଇଛି।
ଉପରୋକ୍ତ ୬ଟି ମାପଦଣ୍ଡ ମଧ୍ୟରୁ ବିଦ୍ୟୁତ୍‌ ବିତରଣ କମ୍ପାନୀର ପ୍ରଦର୍ଶନ ୯ ବିଷୟକୁ ନେଇ ଆକଳନ କରାଯାଇଥିବାବେଳେ ଏ କ୍ଷେତ୍ରରେ ଓଡ଼ିଶା ମୋଟ ୫୯ ସ୍କୋର ପାଇ ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ୧୦ମ ସ୍ଥାନରେ ରହିଛି। ପଞ୍ଜାବ(୭୭.୧) ଏହି କ୍ଷେତ୍ରରେ ଶୀର୍ଷରେ ରହିଛି। କିନ୍ତୁ ଓଡ଼ିଶା ଦ୍ୱିତୀୟ ମାପଦଣ୍ଡ ଅର୍ଥାତ୍‌ ଶକ୍ତି ପାଇବାର ସହଜସାଧ୍ୟ ବ୍ୟବସ୍ଥା, ସୁଲଭତା ଏବଂ ନିର୍ଭରଯୋଗ୍ୟତା କ୍ଷେତ୍ରରେ ୫୭.୪ ସ୍କୋର ହାସଲ କରି ତୃତୀୟ ସ୍ଥାନରେ ରହିଛି। ଏହି ମାପଦଣ୍ଡର ଶୀର୍ଷରେ ରହିଛି କେରଳ (୬୭.୩)। ୩ୟ ମାପଦଣ୍ଡ କ୍ଷେତ୍ରରେ ହରିୟାଣା ୪୨.୯ ସ୍କୋର ସହ ଶୀର୍ଷରେ ରହିଥିବାବେଳେ ଓଡ଼ିଶା ୪.୮ ସ୍କୋର ସହ ୧୭ ନମ୍ବର ସ୍ଥାନରେ ରହିଛି। ୪ର୍ଥ ମାପଦଣ୍ଡରେ ଓଡ଼ିଶା(୨୧.୮)ର ସ୍ଥାନ ୧୫ରେ ରହିଥିବାବେଳେ ତାମିଲନାଡ଼ୁ (୮୫.୪) ଶୀର୍ଷରେ ରହିଛି। ପରିବେଶଗତ ନିରନ୍ତରତା ଭଳି ଗୁରୁତ୍ୱପୂର୍ଣ୍ଣ ମାପଦଣ୍ଡ(୫) କ୍ଷେତ୍ରରେ ଓଡ଼ିଶା ୨୨.୬ ସ୍କୋର ସହ ୧୮ ନମ୍ବର ସ୍ଥାନରେ ରହିଛି। ଏ କ୍ଷେତ୍ରରେ ସର୍ବାଗ୍ରେ ରହିଛି ହିମାଚଳ ପ୍ରଦେଶ(୫୨.୧)। ସେହିପରି ୬ଷ୍ଠ ମାପଦଣ୍ଡ ତଥା ନୂଆ ପଦକ୍ଷେପ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଭଲ ନାହିଁ। ବୈଦ୍ୟୁତିକ ଯାନ (ଇଭି) ଅନ୍ତଃପ୍ରବେଶ, ଇଭି ପାଇଁ ଚାର୍ଜିଂ ଭିତ୍ତିଭୂମି ଉପଲବ୍ଧତା ଓ ଗ୍ରାହକଙ୍କ ତୁଳନାରେ ସ୍ମାର୍ଟମିଟର ବ୍ୟବସ୍ଥା ଭଳି ୩ଟି ବିଷୟକୁ ନେଇ ଏହି ମାପଦଣ୍ଡ ଆଧାରିତ। କିନ୍ତୁ ଏ କ୍ଷେତ୍ରରେ ମାତ୍ର ୦.୯ ସ୍କୋର ସହ ଓଡ଼ିଶା ୧୮ ନମ୍ବର ସ୍ଥାନରେ ରହିଥିବାବଳେ ୩୮.୧ ସ୍କୋର ସହ ହିମାଚଳ ପ୍ରଦେଶ ଶୀର୍ଷରେ ରହିଛି।
ଛୋଟ ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ତାଲିକାରେ ଗୋଆ(୫୧.୪) ଶୀର୍ଷରେ ଏବଂ ଅରୁଣାଚଳ ପ୍ରଦେଶ(୨୭) ସବା ତଳେ ଥିବାବେଳେ କେନ୍ଦ୍ରଶାସିତ ଅଞ୍ଚଳ ର଼୍ୟାଙ୍କିଙ୍ଗ୍‌ ତାଲିକାରେ ଚଣ୍ଡୀଗଡ଼ (୫୫.୭) ଶୀର୍ଷରେ ଏବଂ ଲାକ୍ଷାଦ୍ୱୀପ (୨୬.୯) ତଳସ୍ଥାନରେ ରହିଛି। ସେହିପରି ବଡ଼ ରାଜ୍ୟଗୁଡ଼ିକର ର଼୍ୟାଙ୍କିଙ୍ଗ୍‌ ତାଲିକାର ୪ରୁ ୧୫ ନମ୍ବର ଯାଏ ହରିୟାଣା (୪୭.୯), ଉତ୍ତରାଖଣ୍ଡ (୪୬.୫), ମହାରାଷ୍ଟ୍ର (୪୬), ହିମାଚଳ ପ୍ରଦେଶ (୪୫.୪), କର୍ନାଟକ (୪୩.୮), ତାମିଲନାଡ଼ୁ (୪୩.୪), ଆସାମ (୪୨.୬), ତେଲଙ୍ଗାନା (୪୧.୯), ଆନ୍ଧ୍ରପ୍ରଦେଶ (୪୧.୬), ଉତ୍ତରପ୍ରଦେଶ (୪୧), ପଶ୍ଚିମବଙ୍ଗ (୩୮.୯) ଓ ବିହାର(୩୮.୩) ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri