ଶେଷ ହେଲା ଶ୍ରୀଜୀଉଙ୍କ ଅଧରପଣା

ପୁରୀ ଅଫିସ,୨୨।୭: ବିଶ୍ୱବାସୀଙ୍କୁ ବୁଧବାର ତିନି ଠାକୁର ସୁନାବେଶ ଦର୍ଶନ ଦେଇଥିଲେ। ଗୁରୁବାର ରଥ ଉପରେ ଶେଷ ହୋଇଛି ଶ୍ରୀଜୀଉଙ୍କ ଅଧରପଣା ନୀତି। ବାହୁଡ଼ା ଓ ସୁନାବେଶ ଭଳି ଅଧରପଣା ନୀତି ବିନା ଭକ୍ତରେ ସମ୍ପନ୍ନ ହୋଇଛି।

ସିଂହଦ୍ବାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ମୁହଁରେ ତୁଣ୍ଡି ବାନ୍ଧି ପାଣି ଆଣିଥିଲେ। ପାଣି ଛଣାହୋଇ ପିତ୍ତଳ ହଣ୍ଡାରେ ରଖାଯିବା ପରେ ସୁପକାର ବା ସୁଆରମାନେ ପଣା ପ୍ରସ୍ତୁତ କରିଥିଲେ। ପଣାରେ ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣ କରାଯାଇଥିଲା। ପରେ ସେବାୟତମାନେ ଶ୍ରୀବିଗ୍ରହଙ୍କ ଠାରେ ୩ଟି ଲେଖାଏଁ ତୁମ୍ବାକୃତି ମାଟିପାତ୍ରରେ ଅଧରପଣା ଲାଗି କରିଥିଲେ। ପରେ ରଥାରୁଢ ଦିଅଁଙ୍କୁ ଅଧରପଣା ଭୋଗ ଲାଗି କରାଯାଇଥିଲା। ଭୋଗ ଲାଗି ପରେ ରଥ ଉପରେ ନୀତି ଅନୁଯାୟୀ ଅଧରପଣା ହାଣ୍ଡି ଭଙ୍ଗା ଯାଇଥିଲା।

ରଥ ପାଶର୍‌ବ ଦେବାଦେବୀଙ୍କ ସମେତ ଚଣ୍ଡୀ, ଚାମୁଣ୍ଡାମାନେ ଘୂରି ବୁଲୁଥିବାରୁ ଅଧରହାଣ୍ଡି ଭଙ୍ଗାଯାଇ ସେମାନଙ୍କୁ ପଣା ଉତ୍ସର୍ଗ କରିବାର ଏହି ପରାମ୍ପରା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧୀ ପାର୍କରେ ଦୁଇଦିନିଆ ପୁଷ୍ପ ପ୍ରଦର୍ଶନୀ ଆରମ୍ଭ, ଆକର୍ଷଣୀୟ ଫୁଲର ସମ୍ଭାର

ପୁରୀ ଅଫିସ, ୧୯ା୧: ଭଳିକି ଭଳି ଫୁଲର ସମ୍ଭାରରେ ବେଶ୍‌ ଆକର୍ଷଣୀୟ ଲାଗୁଛି ଗାନ୍ଧୀ ପାର୍କ। ପାର୍କକୁ ଯେଉଁମାନେ ବୁଲି ଆସିଥିଲେ ସେମାନେ ରଙ୍ଗ ବେରଙ୍ଗର...

୪ଜଣଙ୍କୁ ବଞ୍ଚାଇଥିବା ଟ୍ରାଫିକ୍‌ କନ୍‌ଷ୍ଟେବଳ ପୁରସ୍କୃତ

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ୪ଜଣଙ୍କ ଜୀବନ ବଞ୍ଚାଇଥିବା ଜଣେ ଟ୍ରାଫିକ କନ୍‌ଷ୍ଟେବଳଙ୍କୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପୁରସ୍କୃତ କରିଛନ୍ତି। କନ୍‌ଷ୍ଟେବଳ ଜଣକ ହେଲେ ଲଳିତ ମୋହନ ରାଉତ।...

କୋଲ୍‌ ଇଣ୍ଡିଆର ପ୍ରଥମ ଇଣ୍ଡଷ୍ଟ୍ରିଆଲ ରିଲେଶନ୍ସ କନ୍‌କ୍ଲେଭ-୨୦୨୨

ଭୁବନେଶ୍ୱର,୧୬।୧୨:କୋଲ୍‌ ଇଣ୍ଡିଆ ଲିମିଟେଡ୍‌ର ପ୍ରଥମ ଇଣ୍ଡଷ୍ଟ୍ରିଆଲ ରିଲେଶନ୍ସ(ଆଇଆର୍‌) କନ୍‌କ୍ଲେଭ-୨୦୨୨ ଗୁରୁବାର ସ୍ଥାନୀୟ ଜୟଦେବବିହାରସ୍ଥିତ ଏକ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ‘ବ୍ୟବସାୟ ସକ୍ଷମ...

ଏସବୁ ଜିଲାରୁ ଭୁବନେଶ୍ୱର ଆସିଲେ ୧୪ ଦିନ କ୍ୱାରାଣ୍ଟାଇନ

ଭୁବନେଶ୍ୱର,୨୬।୬(ବ୍ୟୁରୋ)-ଏଣିକି ଗଞ୍ଜାମ, କଟକ, ବାଲେଶ୍ୱର, ଗଜପତି, ଯାଜପୁର ଜିଲାରୁ ଭୁବନେଶ୍ୱର ବସ୍ତି ଅଞ୍ଚଳକୁ ଆସିଲେ ୧୪ ଦିନ ସରାକରୀ କ୍ୱାରାଣ୍ଟାଇନ ରହିବାକୁ ପଡ଼ିବ। କରୋନା ସଂକ୍ରମଣକୁ...

ରାଜ୍ୟରେ ଆଉ ୧୪୫ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜ୍ୟରେ ଆଉ ୧୪୫ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଆଇଏଲ୍‌ଏସ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ୨୪୯ଟି ସାମ୍ପଲର ଜିନମ୍‌...

ମନ୍ଦିର ଖୋଲା ନ ଯିବା ନେଇ ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର,୨୦ା୮(ବ୍ୟୁରୋ): କରୋନା ମହାମାରୀ ଏବଂ ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନ ବନ୍ଦ ରଖିବା ପାଇଁ କଟକଣା ଜାରି କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କେନ୍ଦ୍ର...

‘ଦୋକାନ ସାମ୍ନାରେ ୨ ଡଷ୍ଟବିନ୍‌ ନ ରଖିଲେ କାର୍ଯ୍ୟାନୁଷ୍ଠାନ’

ପୁରୀ ଅଫିସ,୨୬ା୧୨: ପୁରୀ ସହରର ବ୍ୟବସାୟୀ ଓ ଦୋକାନୀମାନେ ନିଜ ଦୋକାନ ସମ୍ମୁଖରେ ଦୁଇଟି ଲେଖାଏ ଡଷ୍ଟବିନ୍‌ ରଖିବେ। ଗୋଟିକରେ ଓଦା ଏବଂ ଅନ୍ୟଟିରେ ଶୁଖିଲା...

ସପ୍ତମ ଶ୍ରେଣୀ ଭୂଗୋଳ ପ୍ରଶ୍ନପତ୍ର ଲିକ୍‌ ଘଟଣା: ଲିକ୍‌ ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ ଛାତ୍ରୀଛାତ୍ର

ଗୋପ, ୩୧।୧୦(ଡି.ଏନ୍‌.ଏ.)-ଗୋପ ଶିକ୍ଷାବିଭାଗ ଅଞ୍ଚଳରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ୩ଦିନ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରି ନାହିଁ। ଏ ସମ୍ପର୍କରେ ଶିକ୍ଷାବିଭାଗ ଅଧିକାରୀମାନେ ନିରବ...

Advertisement
Archives

Model This Week