ଲୋକଲୋଚନକୁ ଆସିବ ଲୁପ୍ତପ୍ରାୟ ସଂସ୍କୃତି

ଢେଙ୍କାନାଳ ଅଫିସ, ୨୨।୨: ଢେଙ୍କାନାଳ ଜିଲାର ଲୁପ୍ତପ୍ରାୟ ଆଦିବାସୀ ସଂସ୍କୃତି, ପରମ୍ପରାକୁ ପୁନର୍ଜୀବିତ କରାଇବାକୁ ଆରମ୍ଭ ହୋଇଛି ପ୍ରୟାସ। ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ରବିବାର ସ୍ଥାନୀୟ ବଳରାମ ମନ୍ଦିର ନିକଟରେ ଜିଲା ପ୍ରଶାସନ ପକ୍ଷରୁ ଲୋକାର୍ପିତ ହୋଇଛି ‘ଜନଜାତି ଶିକ୍ଷା ସାଧନ କେନ୍ଦ୍ର ଓ ସଂଗ୍ରହାଳୟ’। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରି କହିଲେ, ଜିଲାର ଜନଜାତି ସମ୍ପ୍ରଦାୟର ସଂସ୍କୃତି, ପରମ୍ପରା ଲୋପ ପାଇବାରେ ଲାଗିଛି। ସମୟ ଆସିଛି ଏହାକୁ ଆମେ ସମସ୍ତେ ବଞ୍ଚାଇ ରଖିବା। ଏହି ସଂଗ୍ରହାଳୟ ମାଧ୍ୟମରେ ଆଦିବାସୀ ପରମ୍ପରା ଓ ସଂସ୍କୃତିକୁ ଜୀବନ୍ତରୂପ ଦିଆଯାଇଛି। ଏହାଦ୍ୱାରା ଗବେଷଣାର ଦିଗ ଉନ୍ମୁକ୍ତ ହେବ। ଛାତ୍ରୀଛାତ୍ର, ଗବେଷକ ଏବଂ ଜନସାଧାରଣ ଅନେକ ବିଷୟରେ ଜାଣିବାକୁ ପାଇବେ ବୋଲି ଜିଲାପାଳ ଆଶାବ୍ୟକ୍ତ କରିଛନ୍ତି।


ସମ୍ମାନିତ ଅତିଥି ଜିଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ସଚ୍ଚିଦାନନ୍ଦ ସାହୁ କହିଲେ, ଆଦିବାସୀଙ୍କ ଭାଷା, ସଂସ୍କୃତି ଲୋକଲୋଚନକୁ ଆଣିବାକୁ ଏହା ଏକ ବଳିଷ୍ଠ ପଦକ୍ଷେପ। ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର କହିଲେ, ଆଗାମୀ ଦିନରେ ସଂଗ୍ରହାଳୟକୁ ଆହୁରି ଆକର୍ଷଣୀୟ କରାଯିବ। ଜିଲା ଶିକ୍ଷା ଅଧିକାରୀ ନିବେଦିତା ପାଣି କହିଲେ, ଜନଜାତିଙ୍କ ଜୀବନଶୈଳୀ, ଭାଷା, ପ୍ରଥା, ପରମ୍ପରା, ପର୍ବପର୍ବାଣି, ନୃତ୍ୟଗୀତ ମାଧ୍ୟମରେ ଜାଣିବାକୁ ସମସ୍ତଙ୍କ ମନରେ ଊଣା ଅଧିକେ ଆଗ୍ରହ ରହିଛି। ଜନଜାତି ଶିକ୍ଷା ସାଧନ କେନ୍ଦ୍ର ଏବଂ ସଂଗ୍ରହାଳୟ ଏଥିରେ ସହାୟତା କରିବ। ଏଠାରେ ଜନଜାତି ସମ୍ପ୍ରଦାୟ ଦ୍ୱାରା ବ୍ୟବହୃତ ଶିକାର ଉପକରଣ, ଗୃହୋପକରଣ, ମାଛଧରା ଉପକରଣ, ବାଦ୍ୟ, ଅଳଙ୍କାର, ସେମାନେ ସଂଗ୍ରହ କରୁଥିବା ଜଙ୍ଗଲଜାତ ଦ୍ରବ୍ୟ, ଡୋକ୍ରା ସାମଗ୍ରୀ, ବିଭିନ୍ନ ଜନଜାତିର ଭାଷା ଉପରେ ପର୍ଯ୍ୟବସିତ ପୁସ୍ତକ ସ୍ଥାନ ପାଇବ ବୋଲି ଜିଲା ଶିକ୍ଷାଧିକାରୀ ସୂଚନା ଦେଇଥିଲେ।
ଏହି ଅବସରରେ ଜନଜାତି ଗୋଷ୍ଠୀଙ୍କଠାରୁ ସେମାନଙ୍କ ମାତୃଭାଷାରେ ସଂଗୃହୀତ ତଥା କୋମଳମତି ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ପତ୍ରିକା ‘ସୃଜନୀ’ ଉନ୍ମୋଚିତ ହୋଇଥିଲା। ସ୍କୁଲରେ ସଂଗ୍ରହାଳୟ କରି ଶିକ୍ଷା ବିଭାଗ ପାଇଁ ପ୍ରେରଣା ସାଜିଥିବା ହିନ୍ଦୋଳ ବ୍ଲକ ପାଟଲା ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଧନେଶ୍ୱର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମନୋହର ଶତପଥୀ, ଯତୀନ୍ଦ୍ର ପ୍ରସାଦ କର, ସୁବାଶିଷ ସାହୁଙ୍କ ସମେତ ଶିକ୍ଷା ବିଭାଗର ଅଧିକାରୀ, କର୍ମଚାରୀ, ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

ରେଙ୍ଗାଳି ବାମ ବନ୍ଧ କେନାଲ ଡିଭିଜନ ଅଫିସ ସିଲ

କାମାକ୍ଷାନଗର,୨୭।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର  ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ  ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା  ବକେୟା…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri