ଲୋକଲୋଚନକୁ ଆସିବ ଲୁପ୍ତପ୍ରାୟ ସଂସ୍କୃତି

ଢେଙ୍କାନାଳ ଅଫିସ, ୨୨।୨: ଢେଙ୍କାନାଳ ଜିଲାର ଲୁପ୍ତପ୍ରାୟ ଆଦିବାସୀ ସଂସ୍କୃତି, ପରମ୍ପରାକୁ ପୁନର୍ଜୀବିତ କରାଇବାକୁ ଆରମ୍ଭ ହୋଇଛି ପ୍ରୟାସ। ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ରବିବାର ସ୍ଥାନୀୟ ବଳରାମ ମନ୍ଦିର ନିକଟରେ ଜିଲା ପ୍ରଶାସନ ପକ୍ଷରୁ ଲୋକାର୍ପିତ ହୋଇଛି ‘ଜନଜାତି ଶିକ୍ଷା ସାଧନ କେନ୍ଦ୍ର ଓ ସଂଗ୍ରହାଳୟ’। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରି କହିଲେ, ଜିଲାର ଜନଜାତି ସମ୍ପ୍ରଦାୟର ସଂସ୍କୃତି, ପରମ୍ପରା ଲୋପ ପାଇବାରେ ଲାଗିଛି। ସମୟ ଆସିଛି ଏହାକୁ ଆମେ ସମସ୍ତେ ବଞ୍ଚାଇ ରଖିବା। ଏହି ସଂଗ୍ରହାଳୟ ମାଧ୍ୟମରେ ଆଦିବାସୀ ପରମ୍ପରା ଓ ସଂସ୍କୃତିକୁ ଜୀବନ୍ତରୂପ ଦିଆଯାଇଛି। ଏହାଦ୍ୱାରା ଗବେଷଣାର ଦିଗ ଉନ୍ମୁକ୍ତ ହେବ। ଛାତ୍ରୀଛାତ୍ର, ଗବେଷକ ଏବଂ ଜନସାଧାରଣ ଅନେକ ବିଷୟରେ ଜାଣିବାକୁ ପାଇବେ ବୋଲି ଜିଲାପାଳ ଆଶାବ୍ୟକ୍ତ କରିଛନ୍ତି।


ସମ୍ମାନିତ ଅତିଥି ଜିଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ସଚ୍ଚିଦାନନ୍ଦ ସାହୁ କହିଲେ, ଆଦିବାସୀଙ୍କ ଭାଷା, ସଂସ୍କୃତି ଲୋକଲୋଚନକୁ ଆଣିବାକୁ ଏହା ଏକ ବଳିଷ୍ଠ ପଦକ୍ଷେପ। ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର କହିଲେ, ଆଗାମୀ ଦିନରେ ସଂଗ୍ରହାଳୟକୁ ଆହୁରି ଆକର୍ଷଣୀୟ କରାଯିବ। ଜିଲା ଶିକ୍ଷା ଅଧିକାରୀ ନିବେଦିତା ପାଣି କହିଲେ, ଜନଜାତିଙ୍କ ଜୀବନଶୈଳୀ, ଭାଷା, ପ୍ରଥା, ପରମ୍ପରା, ପର୍ବପର୍ବାଣି, ନୃତ୍ୟଗୀତ ମାଧ୍ୟମରେ ଜାଣିବାକୁ ସମସ୍ତଙ୍କ ମନରେ ଊଣା ଅଧିକେ ଆଗ୍ରହ ରହିଛି। ଜନଜାତି ଶିକ୍ଷା ସାଧନ କେନ୍ଦ୍ର ଏବଂ ସଂଗ୍ରହାଳୟ ଏଥିରେ ସହାୟତା କରିବ। ଏଠାରେ ଜନଜାତି ସମ୍ପ୍ରଦାୟ ଦ୍ୱାରା ବ୍ୟବହୃତ ଶିକାର ଉପକରଣ, ଗୃହୋପକରଣ, ମାଛଧରା ଉପକରଣ, ବାଦ୍ୟ, ଅଳଙ୍କାର, ସେମାନେ ସଂଗ୍ରହ କରୁଥିବା ଜଙ୍ଗଲଜାତ ଦ୍ରବ୍ୟ, ଡୋକ୍ରା ସାମଗ୍ରୀ, ବିଭିନ୍ନ ଜନଜାତିର ଭାଷା ଉପରେ ପର୍ଯ୍ୟବସିତ ପୁସ୍ତକ ସ୍ଥାନ ପାଇବ ବୋଲି ଜିଲା ଶିକ୍ଷାଧିକାରୀ ସୂଚନା ଦେଇଥିଲେ।
ଏହି ଅବସରରେ ଜନଜାତି ଗୋଷ୍ଠୀଙ୍କଠାରୁ ସେମାନଙ୍କ ମାତୃଭାଷାରେ ସଂଗୃହୀତ ତଥା କୋମଳମତି ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ପତ୍ରିକା ‘ସୃଜନୀ’ ଉନ୍ମୋଚିତ ହୋଇଥିଲା। ସ୍କୁଲରେ ସଂଗ୍ରହାଳୟ କରି ଶିକ୍ଷା ବିଭାଗ ପାଇଁ ପ୍ରେରଣା ସାଜିଥିବା ହିନ୍ଦୋଳ ବ୍ଲକ ପାଟଲା ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଧନେଶ୍ୱର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମନୋହର ଶତପଥୀ, ଯତୀନ୍ଦ୍ର ପ୍ରସାଦ କର, ସୁବାଶିଷ ସାହୁଙ୍କ ସମେତ ଶିକ୍ଷା ବିଭାଗର ଅଧିକାରୀ, କର୍ମଚାରୀ, ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri