ସରିଲା ୧୩ ଦିନିଆ ଦଣ୍ଡଯାତ୍ରା

ବାଲିଗୁଡା,୧୩ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ମାସ ୧ ତାରିଖଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ଶନିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ାର ମେରୁ ଯାତ୍ରା ସ୍ଥାନୀୟ ମା’ ଦକ୍ଷିଣ କାଳୀ ମନ୍ଦିର ପରିସରରେ ହୋଇଥିବା ବେଳେ ବାଟାଗୁଡ଼ା, ବାରଖମା, ମୋହନଗିରି, କତେରୀଭଟ୍ଟା, ରେବିଙ୍ଗିଆ, ଡାକା, ବାଲିଗାଡା, ଦାଉଙ୍ଗିଆ, ଓ କିଲୁପଡ଼ା ଭଳି ବିଭିନ୍ନ ଅଞ୍ଚଳର ପ୍ରତ୍ୟେକ କାଳୀ ମନ୍ଦିରରେ ହଜାର ହଜାର ମାନସିକଧାରୀଙ୍କ ଉପସ୍ଥିତିରେ ଏହି ମେରୁଯାତ୍ରା ଅନୁଷ୍ଠିତ ହୋଇଥିଲା। ଧୂଳିଦଣ୍ଡ ସମାପ୍ତ ପରେ ଜଳଘାଟରେ କାଳୀଙ୍କ ପୂଜା ହୋଇଥିଲା। ଭୁକ୍ତା ଓ ଗୁହାରିଆମାନଙ୍କର ମାନସିକ ପୂରଣ ହୋଇଥିବାରୁ ସେମାନେ ମା’ଙ୍କୁ ଦାନ ଦେଇଥିଲେ। ମାନସିକଧାରୀମାନେ ନିଜର ମାନସିକ ପୂରଣ କରିବା ପାଇଁ ଜଳ ଲାଗି କରିବା ପରେ ପୂଜା କାର୍ଯ୍ୟ ସମାପ୍ତ ହୋଇଥିଲା। ଏହା ପରେ ମେରୁ ଯଜ୍ଞସ୍ଥଳରେ ଦଣ୍ଡଯାତ୍ରାର ପୂଜକଙ୍କୁ ମେରୁ ଖୁଣ୍ଟରେ ଝୁଲେଇ ଦେଇ ଯଥାରୀତି ସହକାରେ ପୂଜାର୍ଚ୍ଚନା କରାଯାଇଥିଲା । ଶେଷରେ ମନ୍ଦିର କମିଟି ଆନୁକୂଲ୍ୟରେ ଭୋଗ ଏବଂ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ପରିସରରେ ପ୍ରବଳ ଗହଳିକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l

 


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟା ହେଲେ ରାଜପଥରେ ଗୋରୁପଲ, ବଢୁଛି ଦୁର୍ଘଟଣା

ଦାରିଙ୍ଗବାଡ଼ି,୧୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ଉପରେ ଗୋରୁପଲଙ୍କ ଉପଦ୍ରବ ବୃଦ୍ଧି ପାଇଛି। ପ୍ରକାଶ ଯେ, ରାଇପୁରଠାରୁ...

ଓଲଟିଲା ହିଟାଚି ବୋଝେଇ ଗାଡ଼ି

ବ୍ରାହ୍ମଣୀଗାଁ,୧୪ା୬ (ମନୋରଞ୍ଜନ ରଣା): ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କଡମ୍ବା ଛକ ନିକଟ ବାଡୁନୁ ଘାଟି ବୁଲାଣିରେ ଭାରସାମ୍ୟ ହରାଇ ହିଟାଚି...

ବିଦ୍ୟୁତ ତାର ଉପରେ ଗଛ ପକାଇଲେ ଦୁର୍ବୁତ୍ତ

ଦାରିଙ୍ଗବାଡି,୧୪ା୬ (ଅରୁଣ ସାହୁ): ଦାରଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ନୂତନ ସବଷ୍ଟେସନ ଶନିବାର କାର୍ଯ୍ୟ ଚାଲିଥିବାରୁ ଦିନବେଳେ ବିଦ୍ୟୁତ୍‌ କାଟି ଦିଆଯାଇଥିଲା। ଅପରାହ୍ନରେ ବିଦ୍ୟୁତ ସ୍ବାଭାବିକ ହେବାର...

ଲୋକାଭିମୁଖୀ ହେଉଛି ଗରିବ କଲ୍ୟାଣ ଯୋଜନା:ଜନସାଧାରଣଙ୍କ ବଢୁଛି ଆସ୍ଥା

ରାଇକିଆ,୧୪/୬(ପ୍ରଦୀପ ବେହେରା): ଦେଶରେ ମୋଦି ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟରେ ମୋହନ ସରକାରଙ୍କ ବର୍ଷେ ପୂର୍ତ୍ତୀ ହୋଇଛି । ଏହି ଅମୃତ କାଳରେ ଉତ୍ତମ...

ଦୃଷ୍ଟି ଆଢୁଆଳରେ ପର୍ଯ୍ୟଟନ କ୍ଷେତ୍ର: ମୁକୁଳା ପଡ଼ିଛି ଡୁଲୁରୀ ପାଇନବଣ, ରାଜସ୍ବ ହରାଉଛି ପ୍ରଶାସନ

ଦାରିଙ୍ଗବାଡ଼ି,୧୪ା୬(ଅରୁଣ ସାହୁ): ଦୈନିକ ଶହଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲୁଛନ୍ତି। ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଖରାଛୁଟିରେ ଛାତ୍ରୀଛାତ୍ର ପରିବାର ସହ ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ଏହି ପରିପ୍ରେକ୍ଷୀରେ...

ଲକ୍ଷପତି ଦିଦି ଝରଣାଙ୍କୁ ସାବାସ ଜଣାଉଛି ଦାରିଙ୍ଗବାଡ଼ି, ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ SHG ମହିଳାଙ୍କୁ ଦେଉଛନ୍ତି…

ଦାରିଙ୍ଗବାଡ଼ି,୧୩ା୬(ଅରୁଣ ସାହୁ): କନ୍ଧମାଳର ଝିଅ ତଥା ପ୍ରଥମ ଲକ୍ଷପତି ଦିଦି ଝରଣା ସାହୁ ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ କାର୍ଯ୍ୟ କରିବା ସହ ଏସ୍‌ଏଚ୍‌ଜିମାନଙ୍କୁ...

ଖତ ଖାଉଛି ଭ୍ରାମ୍ୟମାଣ ପ୍ରସବ ଯାନ: ଦୁର୍ଗମ ଅଞ୍ଚଳରେ ବଢୁଛି ଜନନୀ ଯନ୍ତ୍ରଣା

ଦାରିଙ୍ଗବାଡି, ୧୩।୬ (ଅରୁଣ ସାହୁ)- ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା। ବଢୁଛି ଶିଶୁ ଓ ପ୍ରସୂତିଙ୍କ ମୃତ୍ୟୁ ହାର। ନୀରବି ଯାଇଛି ଜିଲା ପ୍ରଶାସନ। ଏଭଳି...

ଖୁଣ୍ଟ ଅଛି, ଷ୍ଟିଟ ଲାଇଟ ନାହିଁ

ବ୍ରାହ୍ମଣୀଗାଁ,୧୨ା୬(ମନୋରଞ୍ଜନରଣା):ଷ୍ଟିଟ୍‌ ଲାଇଟି ଲଗା ଯାଉ ନ ଥିବାରୁ ବ୍ରହ୍ମଣୀଗାଁ ମୁଖ୍ୟ ବଜାର ଅନ୍ଧାର ହେଇଯାଉଛି। ପ୍ରାୟ ବର୍ଷେ ପରେ ହେବ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri