ପାକିସ୍ତାନକୁ ଭାରତର ଚେତାବନୀ: ଏପରି ନ କଲେ ଡଟ୍‌ ଡଟ୍‌ ଡଟ୍‌…

ନୂଆଦିଲ୍ଲୀ,୧୪।୧: ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦେଶ ପିଓକେକୁ ବ୍ୟବହାର କରି ଆତଙ୍କବାଦ ବୃଦ୍ଧି ଲାଗି ଚେଷ୍ଟା କରାଯାଉଛି। ସେଠାରେ ଆତଙ୍କବାଦୀଙ୍କ ପାଇଁ ତାଲିମ ଶିବିର ଚାଲିଛି। ସୀମା ସଂଲଗ୍ନ ଅଞ୍ଚଳରେ ଲଞ୍ଚ ପ୍ୟାଡ୍‌ ନିର୍ମାଣ କରାଯାଇଛି। ଏ ବିଷୟରେ ନିଶ୍ଚିତ ସୂଚନା ମିଳିଛି। ଭାରତ ସରକାର ସବୁକିଛି ଜାଣୁଛନ୍ତି। ପାକିସ୍ତାନକୁ ଏହି ରୋଗକୁ ମୂଳୋତ୍ପାଟନ କରିବାକୁ ପଡିବ ନଚେତ୍‌ ଡଟ୍‌ ଡଟ୍‌ ଡଟ୍‌ ବୋଲି ସେ କହିଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଜମ୍ମୁ ଓ କାଶ୍ମୀରରେ ପହଞ୍ଚିଛନ୍ତି। ସେ ଅଖନୁର ସେକ୍ଟରର ଟାଣ୍ଡା ଆର୍ଟିଲାରୀ ବ୍ରିଗେଡରେ ୯ମ ସଶସ୍ତ୍ର ବାହିନୀ ପୂର୍ବତନ ସୈନିକ ଦିବସ ରାଲିକୁ ସମ୍ବୋଧିତ କରିଥିଲେ। ଏହି ସମୟରେ, ସେ ଜମ୍ମୁ-କାଶ୍ମୀର ଏବଂ ଦିଲ୍ଲୀର ଲୋକଙ୍କ ମଧ୍ୟରେ ଦୂରତା ହ୍ରାସ କରିବା ପାଇଁ କେନ୍ଦ୍ର ଶାସିତ ପ୍ରଦେଶ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଭାଜପା ସରକାର ଦିଲ୍ଲୀ ଏବଂ ଜମ୍ମୁ-କଶ୍ମୀର ସହିତ ସମାନ ବ୍ୟବହାର କରେ। ପୂର୍ବ ସରକାରମାନେ କଶ୍ମୀର ପ୍ରତି ଭିନ୍ନ ଭାବରେ ବ୍ୟବହାର କରିଥିଲେ। ଏହାର ପରିଣାମ ସ୍ବରୂପ ଏହି ଅଞ୍ଚଳର ଆମର ଭାଇ ଭଉଣୀମାନେ ଦିଲ୍ଲୀ ସହିତ ଯେପରି ଯୋଡ଼ି ହେବା କଥା, ସେପରି ହୋଇ ପାରିଲେ ନାହିଁ। ମୁଁ ଅତୀତକୁ ଯିବାକୁ ଚାହୁଁନାହିଁ କାରଣ ଆମ ସରକାରଙ୍କ ସବୁଠାରୁ ବଡ଼ ସଫଳତା ହେଉଛି ଯେ ଆମେ କାଶ୍ମୀରର ହୃଦୟ ଏବଂ ଦେଶର ଅନ୍ୟ ସମସ୍ତ ଅଞ୍ଚଳ ମଧ୍ୟରେ ଦୂରତା ହ୍ରାସ କରିବା ପାଇଁ କାମ କରୁଛୁ। ଏବେ ବି ଥିବା ଛୋଟ ବ୍ୟବଧାନକୁ ପୂରଣ କରିବା ପାଇଁ ସଠିକ ପଦକ୍ଷେପ ନେବା ପାଇଁ ମୁଁ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କୁ ଅଭିନନ୍ଦନ ଜଣାଉଛି। ଏହି ସମୟରେ ରାଜନାଥ ସିଂହ ପାକିସ୍ତାନୀ ନେତା ଅନୱରୁଲ ହକ୍‌ଙ୍କ ଭାରତ ବିରୋଧରେ ଦେଇଥିବା ମନ୍ତବ୍ୟର ମଧ୍ୟ ସମାଲୋଚନା କରିଥିଲେ। ପିଓକେ ବିନା ଜାମ୍ମୁ ଓ କଶ୍ମୀର ଅସମ୍ପୂର୍ଣ୍ଣ ବୋଲି ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?