ପ୍ରାର୍ଥୀଙ୍କ ପ୍ରଚାର ଶେଷ: ବୁଥ୍‌ ଅଭିମୁଖେ ପୋଲିଂ ଅଧିକାରୀ

କୋରାପୁଟ,୧୧ା୫(ଅମିତାଭ ବେହେରା): ଆସନ୍ତା ୧୩ ତାରିଖରେ ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଶନିବାର ଅପରାହ୍ନରେ ନିର୍ବାଚନ ନେଇ ସମସ୍ତ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟ ଶେଷ ହୋଇଥିବା ବେଳେ ଅନ୍ୟପକ୍ଷେ ନିର୍ବାଚନ ନେଇ ଜିଲାର ରହିଥିବା ମୋଟ୍‌ ୧୧୫୯ ବୁଥ୍‌ ନିମନ୍ତେ ପୋଲିଂ ଅଧିକାରୀ ସମସ୍ତ ପୋଲିଂ ସାମଗ୍ରୀ ନେଇ ଗାଡ଼ିରେ ଯାତ୍ରା କରିଛନ୍ତି। କୋରାପୁଟ ଲୋକ ସଭା କ୍ଷେତ୍ରରେ ରହିଥିବା ସମସ୍ତ ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଶନିବାର ଲାଣ୍ଡିଗୁଡ଼ାସ୍ଥିତ କୋରାପୁଟ ସରକାରୀ ମହାବିଦ୍ୟାଳୟଠାରେ କୋରାପୁଟ ଉପଖଣ୍ଡର କୋରାପୁଟର ୨୧୫ ବୁଥ୍‌, ଲକ୍ଷ୍ମୀପୁର ୨୨୫ଟି ଓ ପଟ୍ଟାଙ୍ଗି ନିର୍ବାଚନର ମଣ୍ଡଳୀର ୨୩୮ଟି ବୁଥ୍‌ରେ ନିୟୋଜିତ ପୋଲିଂ ଅଧିକାରୀମାନଙ୍କୁ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ କିଟ୍‌ ପ୍ରଦାନ କରାଯାଇଥିଲା। କୋରାପୁଟ ଜିଲାପାଳ କୀର୍ତ୍ତି ଭାସନ ଉପସ୍ଥିତ ରହି ଏହି କାର୍ଯ୍ୟ ତଦାରଖ କରୁଥିବା ଲକ୍ଷ୍ୟ ରଖାଯାଇଥିଲା। ଏଥି ନିମନ୍ତେ ଜିଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିବାରୁ ନିର୍ଦ୍ଧାରିତ ସମୟରେ ପୋଲିଂ ଅଫିସରମାନେ କିଟ୍‌ ଧରି ନିଜ ନିଜ ବୁଥ୍‌ ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି।

ରବିବାର ଜୟପୁର ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍‌ ସମେତ ଜିଲାରେ ହୋଇଥିବା ସମସ୍ତ ୧୧୭ ବୁଥ୍‌ର ପୋଲିଂ ଅଫିସର ନିଜ ନିଜ ବୁଥ୍‌କୁ କିଟ୍‌ ଧରି ଯିବେ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ସେହିପରି ଜିଲାର ସୀମାନ୍ତ କୋଟିଆ ପଞ୍ଚାୟତର ୯ଟି ବୁଥ୍‌ କରାଯାଇଥିବା ବେଳେ ସେଠାରେ ମତଦାନ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାଧୀନତା ଦିବସ ପାଇଁ ପ୍ରତିଯୋଗିତା

ଭଞ୍ଜନଗର, ୮।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଭଞ୍ଜନଗର ଜେଲ୍ ପଡ଼ିଆରେ…

ବଜାର ଆସି ଘରକୁ ଫେରୁଥିବା ବେଳେ ବାଟରେ ଘଟିଲା ବଜ୍ରପାତ, ଆଉ ତା’ ପରେ…

ଚିକିଟ,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡପଲଙ୍କ ଗ୍ରାମର ବିଜୟ ପ୍ରଧାନ (୪୫)ଙ୍କ ବ୍ରଜପାତରେ ମୃତ୍ୟୁ ଘଟିଛି।…

ଝରିପଦର ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ: ରୋଗୀ ସେବା ବିପର୍ଯ୍ୟସ୍ତ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ମା ଗର୍ଭରେ ଥିବା ଶିଶୁ ଠାରୁ ଆରମ୍ଭ କରି ବୁଢା ବୁଢ଼ୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା!

ଚେନ୍ନାଇ,୮।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସ. ଜୋସେଫ ବିଜୟ କେନ୍ଦ୍ରର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ତାମିଲନାଡୁ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ଆଲୋଚନା କରିବା…

ତିହାଡ଼ିପାଲି ଶିବ ମନ୍ଦିର ନିକଟ ପୋଲ ଉପରେ ଚାଲିଛି ପାଣି: ଯାତାୟାତ ବାଧାପ୍ରାପ୍ତ

ଜମନକିରା, ୮।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯୋଗୁଁ କୁଚିଣ୍ଡା-ଲାଡ-ଫାଶିମାଲ ଭାୟା ଧୁଡ଼ିପାଲି ପିଡବ୍ଲ୍ୟୁଡି ରାସ୍ତାରେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି। ତିହାଡ଼ିପାଲି…

କାର୍ଯ୍ୟସ୍ଥଳରେ ମହିଳାଙ୍କୁ ଯୌନ ଉତ୍ପୀଡନରୁ ସୁରକ୍ଷା, ପ୍ରତିକାର ଆଇନ

ଦିଗପହଣ୍ଡି, ୮|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଶକ୍ତିଶ୍ରୀ…

ହଷ୍ଟେଲ ଛାଡ଼ିଲେ ୧୪୦ ପିଲା, ବିଜେଡି-କଂଗ୍ରେସ ନେତା ବିଦ୍ୟାଳୟ ଗସ୍ତ କରି ସମସ୍ତ ଭିତ୍ତିଭୂମିର…

ଝରିଗାଁ,୮ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କ ନିମ୍ନମାନର ଖାଦ୍ୟ ଦେବା ସହ ଭିତ୍ତିଭୂମିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri