ଲେକ୍‌ ଜୋନ୍‌-୧ ବିକାଶରେ ଜବରଦଖଲ ବାଧକ

ଭୁବନେଶ୍ୱର, ୬।୪ (ବ୍ୟୁରୋ): ଭୁବନେଶ୍ବର ଦେଇ ବହି ଯାଇଥିବା ପ୍ରାକୃତିକ ନାଳ ବା ମୁଖ୍ୟ ନାଳଗୁଡ଼ିକର ରୂପନ୍ତରଣ କରାଯିବ। ଏହି ପରିପ୍ରେକ୍ଷୀରେ ଲେକ୍‌ ଜୋନ୍‌-୧ରେ ବିକାଶମୂଳକ କାର୍ଯ୍ୟ ପାଇଁ ମୁକ୍ତା ଯୋଜନାରେ ପ୍ରକ୍ରିୟା ଜାରି ରହିଛି। ୧୬ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି। ନିକୋପାର୍କ ଦେଇ ଯାଇଥିବା ୧୦ ନମ୍ବର ମୁଖ୍ୟ ନାଳ ଅଧୀନରେ ଲେକ୍‌ ଜୋନ୍‌ ପ୍ରକଳ୍ପ ୧ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ୧ କୋଟି ୮୫ ଲକ୍ଷ ଖର୍ଚ୍ଚ ହେବ। ସେହିପରି କାମ କିପରି ହେବ ସେ ନେଇ ବିଏମ୍‌ସିର ବରିଷ୍ଠ ପଦାଧିକାରୀ ବୈଠକ କରିବା ସହ ଏସଏଚ୍‌ଜି ମହିଳାଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଇଛନ୍ତି। ମାତ୍ର ଏତେ ପରେ ବି ଜବରଦଖଲ ହଟି ପାରୁ ନ ଥିବାରୁ ଲେକ୍‌ ଜୋନ-୧ର ବିକାଶ କାର୍ଯ୍ୟ ଧିମା ପଡି ଯାଇଛି। ସହରବାସୀଙ୍କୁ ସୁରମ୍ୟ ହ୍ରଦ ଓ ଅନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେବାକୁ ଯେଉଁ ଯୋଜନା ହୋଇଥିଲା ସେଥିରେ ଜବରଦଖଲ ବାଧକ ସାଜିଛି। ଜବରଦଖଲକାରୀଙ୍କୁ ଉଠାଇବା ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମସି) ମୁଖ୍ୟ ଯନ୍ତ୍ରୀ ମିଳିତ ଉଚ୍ଛେଦକାରୀ ଦଳ ‘ଟିମ ପ୍ରାଇଡ୍‌’କୁ ଚିଠି ଲେଖି ଏନେଇ ଅବଗତ କରାଇଥିଲେ। ମାତ୍ର ଉଚ୍ଛେଦ ଲାଗି ପୋଲିସ ଫୋର୍ସ ମିଳିପାରୁ ନ ଥିବାରୁ ଜବରଦଖଲ ହଟାଇବା କାଠିକର ପାଠ ହୋଇଛି। ଫଳରେ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଏବେ ବିଏମ୍‌ସି ଲାଗି ବଡ଼ ଚ୍ୟାଲେଞ୍ଜ ହୋଇଛି।
ବିଏମସି ମୁଖ୍ୟଯନ୍ତ୍ରୀଙ୍କ ଚିଠି ଅନୁଯାୟୀ, ଫେବୃୟାରୀରେ ନିକୋ ପାର୍କ ଅଞ୍ଚଳରେ ଥରେ ଟିମ୍‌ ପ୍ରାଇଡ୍‌ ଉଚ୍ଛେଦ କରିଥିଲା। ମାତ୍ର ସମୟ ଅଭାବରୁ ସମସ୍ତ ଜବରଦଖଲ ଉଚ୍ଛେଦ ହୋଇପାରି ନ ଥିଲା। ପରେ ଫେବୃୟାରୀ ୧୦ରେ ମୁଖ୍ୟଯନ୍ତ୍ରୀ ଓ ୧୭ ତାରିଖରେ ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନ୍‌ର ଜୋନାଲ ଡେପୁଟି କମିଶନର ଉକ୍ତ ଜମିରୁ ଉଚ୍ଛେଦ ଲାଗି ଚିଠି କରିଥିଲେ। ଏହାପରେ ବିଡିଏ ପକ୍ଷରୁ ମାର୍ଚ୍ଚ ୩୦ ଓ ୩୧ ତାରିଖ ଦିନ ଉଚ୍ଛେଦ କରିବାକୁ ଯୋଜନା କରାଯାଇଥିଲା। ହେଲେ ଉଚ୍ଛେଦ ସମୟରେ ବହୁ ବିରୋଧ ଓ ପ୍ରତିବାଦ ହେଉ ଥିବାରୁ ଟିମ୍‌ ପ୍ରାଇଡ୍‌ ପୋଲିସ ଫୋର୍ସ ବିନା ଉଚ୍ଛେଦ କରିବାକୁ ମନା କରି ଦେଇଛି। କିନ୍ତୁ ବିଧାନସଭା ପାଇଁ ଆବଶ୍ୟକ ସଂଖ୍ୟକ ରିଜର୍ଭ ପୋଲିସ ଫୋର୍ସ ମିଳୁ ନ ଥିବାରୁ ଉଚ୍ଛେଦକୁ ଏପ୍ରିଲ ୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ଇତି ମଧ୍ୟରେ ବିଧାନସଭା ସରିଯାଇଥିଲେ ବି ରିଜର୍ଭ ପୋଲିସ ଫୋର୍ସ ସହ ମହିଳା ପୋଲିସ ଫୋର୍ସ ମିଳୁ ନ ଥିବାରୁ ପୁଣି ଥରେ ଉଚ୍ଛେଦକୁ ଘୁଞ୍ଚାଯାଇଛି। ବିଡିଏ ଏନ୍‌ଫୋର୍ସମେଣ୍ଟର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଧାନସଭା ପାଇଁ ପୋଲିସ ଫୋର୍ସ ମିଳି ନ ଥିବାରୁ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଛି। ସେହିପରି ଜବରଦଖଲ ହୋଇଥିବା ସ୍ଥାନରେ ଜେସିବି ଗାଡ଼ି ପଶି ପାରୁନି। ସେଠାରେ ଜେସିବି କୋକ୍‌ଲେନ୍‌ ଗାଡ଼ି ଆବଶ୍ୟକ। ଏ ନେଇ ଏଜେନ୍ସିକୁ ଗାଡ଼ି ଦେବାକୁ ଚିଠି କରାଯାଇଛି। ଖୁବ୍‌ଶୀଘ୍ର ପୁନର୍ବାର ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?