ଜନଜାତି ଅଞ୍ଚଳରେ ଛାତ୍ରୀଛାତ୍ରଙ୍କ ବିକାଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୧୨ା୨(ବ୍ୟୁରୋ): ‘ମୋ ସ୍କୁଲ୍‌’ ଅଭିଯାନର ୯ମ ପରିଚାଳନା ପରିଷଦ ବୈଠକ ଶୁକ୍ରବାର ଭର୍ଚୁଆଲରେ ଅନୁଷ୍ଠିତ ହୋଇଯାଇଛି। ମୋ ସ୍କୁଲ୍‌ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଯୋଗଦେଇ କହିଥିଲେ, ‘ମୋ ସ୍କୁଲ୍‌’ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ବ୍ୟାପକତା, ନିରପେକ୍ଷତା ଓ ସ୍ବଚ୍ଛତାକୁ ବଜାୟ ରଖିବା ପାଇଁ ସ୍କୁଲ୍‌ସ୍ତରରେ ମନିଟରିଂକୁ ପ୍ରାଥମିକତା ଦିଆଯାଉଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଯୋଗଦେଇ ପ୍ରକଳ୍ପ କାର୍ଯ୍ୟର ତଦାରଖ ସହ ଜନଜାତି ଅଞ୍ଚଳରେ ଥିବା ସ୍କୁଲ୍‌ ଓ ଛାତ୍ରୀଛାତ୍ରଙ୍କ ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକଙ୍କ ଦକ୍ଷତା ବିକାଶ, ଶିକ୍ଷା କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କ ଅଭିବୃଦ୍ଧି, ଶିକ୍ଷା ଉପକରଣ ଆଦି ପ୍ରସ୍ତୁତ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ନିୟୋଜିତ କରିବାକୁ ନିଷ୍ପତ୍ତି ହୋଇଥିଲା। ସେହିଭଳି ମୋ ସ୍କୁଲ୍‌ ଅଭିଯାନରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପ୍ରତି ଜିଲାର ୩ଜଣ ଲେଖାଏ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ପୁରସ୍କୃତ କରାଯିବ। ସ୍କୁଲ୍‌ସ୍ତରରେ ପୁରାତନ ଛାତ୍ରୀଛାତ୍ରଙ୍କୁ ନେଇ କମିଟି ଗଠନ କରାଯିବ। ଏହି କମିଟି ସ୍କୁଲ୍‌ରେ କ୍ରୀଡ଼ା, ବିଜ୍ଞାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବ। ଏଥିସହ ପୁରାତନ ଛାତ୍ରୀଛାତ୍ର ସଂଘ ସ୍କୁଲ୍‌ ଓ ନିକଟ ଅଞ୍ଚଳରେ ବୃକ୍ଷରୋପଣ, କିଚେନ୍‌ ଗାର୍ଡେନ୍‌ ଏବଂ ଅନ୍ୟାନ୍ୟ ଗୋଷ୍ଠୀ ସହଭାଗିତାଭିତ୍ତିକ କାର୍ଯ୍ୟକ୍ରମ କରିବ। କୌଣସି କାରଣରୁ ସ୍କୁଲ୍‌ ବନ୍ଦ ହେଲେ ପିଲାଙ୍କ ପାଠପଢ଼ାରେ ଯେପରି ବ୍ୟାଘାତ ସୃଷ୍ଟି ନ ହେବ, ସେଥିପାଇଁ ୟୁନିସେଫ୍‌ ଓ ପୁରାତନ ଛାତ୍ରୀଛାତ୍ରଙ୍କ ସହଭାଗିତାରେ ଆସନ୍ତା ୨ବର୍ଷ ପାଇଁ ମୋ ସ୍କୁଲ୍‌ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ। ପ୍ରଥମେ ପ୍ରାଥମିକ ବିଦ୍ୟାଳୟକୁ ଓ ପରେ ମାଧ୍ୟମିକ ବିଦ୍ୟାଳୟକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ସ୍ଥିର ହୋଇଛି।
ବୈଠକରେ ମୋ ସ୍କୁଲ୍‌ ସଦସ୍ୟ ସଚିବ ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ମୋ ସ୍କୁଲ୍‌ ଅଭିଯାନର ମୁଖ୍ୟ ପରିଳନା ଅଧିକାରୀ ଅମରଜିତ ଜେନା, ଭାରପ୍ରାପ୍ତ ଅଧିକାରୀ ପ୍ରବୀର କୁମାର ଖିଲାର, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ନିର୍ଦ୍ଦେଶିକା ପୁନମ ଗୁହା ତାପସ କୁମାରଙ୍କ ସମେତ ଢେଙ୍କାନାଳ ଜିଲାପାଳ ଓ ଖୋର୍ଦ୍ଧା ପିଡିଡିଆର୍‌ଡିଏ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୃଷି ଋଣ ପ୍ରଦାନରେ ବ୍ୟାଙ୍କ ତତ୍ପରତା ପ୍ରକାଶ କରନ୍ତୁ: ମନ୍ତ୍ରୀ

ଭୁବନେଶ୍ୱର, ୧୧।୨(ବ୍ୟୁରୋ): ଓଡ଼ିଶାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଋଣ ପ୍ରଦାନ ଦିଗରେ ଜାତୀୟକରଣ ବ୍ୟବସାୟିକ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କ ଅଧିକ ତତ୍ପରତା ପ୍ରକାଶ...

ମାଓବାଦୀ ପ୍ରବଣ ଜିଲାରୁ ମୁକ୍ତହେଲା ଅନୁଗୋଳ: ଏସ୍‌ଆର୍‌ଇ ପ୍ରତ୍ୟାହାର ନେଇ ଏସ୍‌ପିଙ୍କ ସୂଚନା

ଅନୁଗୋଳ ଅଫିସ, ୧୦।୭: ଅନୁଗୋଳରେ ଗତ ୫ ବର୍ଷରେ ୯ଥର ମାଓବାଦୀ କାର୍ଯ୍ୟକଳାପ ଦେଖାଦେଇଛି। ସେଥିମଧ୍ୟରୁ ୬ଥର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ...

ଭୁବନେଶ୍ୱରରେ ଆଉ ୭ ଫ୍ଲାଏଓଭର ନିର୍ମାଣ ହେବ

ଭୁବନେଶ୍ୱର,୨୬ା୯(ଅନିଲ ଦାସ):ଭୁବନେଶ୍ୱରରେ ଆଉ ୭ଟି ଫ୍ଲାଏଓଭର ନିର୍ମାଣ ହେବ। ରାଜଭବନ ଛକରୁ ବାରଙ୍ଗ ମଧ୍ୟରେ ଏହି ସମସ୍ତ ଫ୍ଲାଏ ଓଭର ନିର୍ମାଣ ହେବ। ପାଓ୍ବାର ହାଉସ...

ଅବଢ଼ା ଯୋଜନା ପାଇଁ ଖର୍ଚ୍ଚ ହେବ ୩୨୦୮ କୋଟି

ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ଅବଢ଼ା ଯୋଜନା ପାଇଁ ରାଜ୍ୟ ସରକାର ବୃହତ୍‌ ବ୍ୟୟବରାଦ କରିଛନ୍ତି। ଆସନ୍ତା ୩ ବର୍ଷ ପାଇଁ ସରକାର ଏହି ଯୋଜନା ସକାଶେ ୩୨୦୮ କୋଟି...

ଜୀବନଚର୍ଯ୍ୟାରେ ଘଣ୍ଟା ଅପରିହାର୍ଯ୍ୟ

ବର୍ତ୍ତମାନ ସମୟରେ ସମୟ ବହୁତ ମୂଲ୍ୟବାନ୍‌ ହୋଇପଡ଼ିଛି। ଏପରିକି ବ୍ୟସ୍ତବହୁଳ ଜୀବନରେ ସମୟକୁ ସଦୁପଯୋଗ କରିବା ସବୁସ୍ତରର ବ୍ୟକ୍ତିମାନଙ୍କ ପାଇଁ ଉଦ୍ଦିଷ୍ଟ ଥାଏ। ବିଶେଷକରି ସମୟ...

ବରୀ ନିର୍ବାଚନମଣ୍ଡଳୀରୁ ଯୋଗଦେବେ ୩୦୦୦କର୍ମୀ

ରସୁଲପୁର,୨୯।୨(ଡିଏନଏ): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମଦିବସ ୫ମାର୍ଚ୍ଚକୁ ପଞ୍ଚାୟତିରାଜ ଦିବସଭାବେ ପାଳନ କରାଯାଉଥିବାବେଳେ ଚଳିତବର୍ଷ ମଧ୍ୟ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସ୍ତରୀୟ...

ରାଜଧାନୀରୁ ୨ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

କଟକ ରୋଡ଼,୧୦।୯(ଡି.ଏନ୍‌.ଏ): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ମଙ୍ଗଳବାର ରାଜଧାନୀ କିଟ୍‌ ଛକରେ ଚଢ଼ାଉକରି ଜଣେ ବ୍ରାଉନ୍‌ସୁଗାର ବ୍ୟବବସାୟୀଙ୍କୁ ଗିରଫ କରିଛି। ସେ ହେଲେ...

ଖଣି ଦୁର୍ନୀତି: ଘେରିଲେ ବିରୋଧୀ

ଭୁବନେଶ୍ୱର,୬।୧୦(ବ୍ୟୁରୋ): ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ ବିରୋଧୀ ପୁଣି ସରକାରଙ୍କୁ ଘେରିଛନ୍ତି। ଖଣି ମାଫିଆ ଓ ଅଫିସର ଲକ୍ଷେ କୋଟି ଟଙ୍କା ଲୁଟି ନେଇଛନ୍ତି। ସରକାର...

Advertisement
Archives

Model This Week