ଲୋପ ପାଇଯାଉଥିବା ବାଉଁଶର ଅଭିବୃଦ୍ଧି ଉପରେ ଗୁରୁତ୍ୱ

ମାଲକାନଗିର,୧୬।୧୦ (ଡି.ଏନ୍‌.ଏ.): ଅବକ୍ଷୟମୁଖୀ ବାଉଁଶ ଜଙ୍ଗଲର ପୁନରୁଦ୍ଧାର, ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟାରେ ବାଉଁଶ ଚାଷ, ବାଉଁଶର ଉପଯୁକ୍ତ ବ୍ୟବହାର ସହ ବିକ୍ରି ସମ୍ପର୍କରେ ଏକ କର୍ମଶାଳା ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ତଥା ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ ଯୋଗ ଦେଇଥିଲେ। ଏଥିରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ତ୍ରିନାଥ ମାଝୀ, ସହକାରୀ ଜିଲାପାଳ ତଥା ଜଙ୍ଗଲ ଜମି ଅଧିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମିତା ଚୌଧୁରୀ ଉପସ୍ଥିତ ଥିଲେ। ମାଲକାନଗିରି ଜିଲାର କାଲିମେଳା ଏବଂ ଚିତ୍ରକୋଣ୍ଡା ତହସିଲ ଅଞ୍ଚଳର ଜଙ୍ଗଲ ଜମି ଅଧିକାର କମିଟି ସଦସ୍ୟାସଦସ୍ୟଙ୍କ ସହ କଳାହାଣ୍ଡି ଜିଲାର ବନ ସଂରକ୍ଷଣ ସମିତି ଏବଂ ଜଙ୍ଗଲ ଜମି ଅଧିକାର କମିଟି କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ। ବିଶେଷ କରି ବନାଞ୍ଚଳରେ ବସବାସ କରୁଥିବା ଆଦିବାସୀ ଏବଂ ବନବାସୀମାନଙ୍କ ଅବଗତ ନିମନ୍ତେ କେନ୍ଦ୍ର ସରକାରଙ୍କ ୨୦୦୫ ଜଙ୍ଗଲ ଜମି ଅଧିକାର ଆଇନ ସମ୍ପର୍କରେ ଅଧିକାରୀମାନେ ଆଲୋଚନା କରି ମାଲକାନଗିରି ଜିଲାରେ କାଲିମେଳା ତହସିଲର ୨୪ଟି ସଙ୍ଗଠନ କିପରି ସେମାନଙ୍କର ଗୋଷ୍ଠୀଗତ ଜଙ୍ଗଲ ଜମି ଅଧିକାର ସ୍ବୀକୃତି ପାଇବେ, ସେସବୁ ଜମିରେ ବାଉଁଶ ଚାଷ, ବାଉଁଶ ରୋପଣ ଏବଂ ବାଉଁଶ କାଟି ବିକ୍ରି କରି ଲାଭବାନ ହେବେ ସେନେଇ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲାରେ ପୂର୍ବରୁ ଥିବା ବାଉଁଶ ଜଙ୍ଗଲ ଲୋପ ପାଇଯାଉଥିବା ବେଳେ ସେସବୁ ଜଙ୍ଗଲର କିପରି ଅଭିବୃଦ୍ଧି ହେବ ସେଥିପ୍ରତି ବିଭିନ୍ନ କମିଟି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା। ରାଜ୍ୟ ସରକାର ବାଉଁଶ ଉପରୁ ଶତ ପ୍ରତିଶତ ଶୁଳ୍କ ଛାଡ କରିଛନ୍ତି। ସ୍ଥାନୀୟ ଲୋକେ ବିନା ଶୁଳ୍କରେ ଏହି ବାଉଁଶ ବ୍ୟବହାର କରି ବାଉଁଶରେ ଗୃହପୋକରଣ ପ୍ରସ୍ତୁତ କରି ବଜାରରେ ବିକ୍ରି କରିପାରିବେ ା ଗୋଷ୍ଠୀଗତ ଭାବେ ବିଭିନ୍ନ କାଗଜକଳକୁ ବାଉଁଶ ବିକ୍ରି ଓ ଏହାର ପଦ୍ଧତି ନେଇ ଭିଡିଓ କନଫେରେନ୍ସ ମାଧ୍ୟମରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ କାଗଜକଳ କର୍ମକର୍ତ୍ତା ମାଲକାନଗିରି ଆସି ବିଭିନ୍ନ କମିଟି ସହ ବାଉଁଶ ଜଙ୍ଗଲର ଅଭିବୃଦ୍ଧି, ଗୋଷ୍ଠୀଗତ ଜମିରେ ବାଉଁଶ ରୋପଣ ଏବଂ ତାହାର ବିକ୍ରି ଉପରେ ତାଲିମ ଦେବେ। ରାଜସ୍ବ ଓ ବନ ବିଭାଗ ଗୋଷ୍ଠୀଗତ ଜଙ୍ଗଲ ଜମି ଅଧିକାର ନେଇ ଜଙ୍ଗଲ ଏବଂ ରାଜସ୍ବ ବିଭାଗର ଆଇନକୁ ଦୃଷ୍ଟିରେ ରଖି ଉପଯୁକ୍ତ କମିଟିକୁ ଗୋଷ୍ଠୀଗତ ଅଧିକାର ତୁରନ୍ତ ଦେଲେ ଜଙ୍ଗଲ ଅଭିବୃଦ୍ଧି ସହ ବାଉଁଶ ବୃଦ୍ଧି ଏବଂ ବ୍ୟବସାୟୀ କରଣରେ ଜିଲାବାସୀ ସୁଫଳ ପାଇବେ ବୋଲି ମତ ପ୍ରକାଶ ପାଇଥିଲା। କର୍ମଶାଳାରେ କାଲିମେଳା ତହସିଲଦାରଙ୍କ ସହ କାଲମେଳା ବନାଞ୍ଚଳ ଅଧିକାରୀ, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ, ଏମ୍‌.ଭି. ୭୯ ବନାଞ୍ଚଳ ଅଧିକାରୀଙ୍କ ସହ ହାଇଦ୍ରାବାଦରୁ ଆସିଥିବା କେ ସଂସ୍ଥାର କର୍ମକର୍ତ୍ତା ସତ୍ୟ ପ୍ରସନ୍ନ, ସୁଷମା କାଟାମୁରି ଉପସ୍ଥିତ ରହି ହିତାଧିକାରୀଙ୍କୁ ତାଲିମ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri