Posted inଜାତୀୟ

ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ଗୁରୁତ୍ୱାରୋପ କଲେ ଆଟର୍ନି ଜେନେରାଲ: ପୀଡ଼ିତାଙ୍କ ଦ୍ୱାରା ଅଭିଯୁକ୍ତଙ୍କ ହାତରେ ରାଖି ବନ୍ଧାଇବା ଏକ ଡ୍ରାମା

ନୂଆଦିଲ୍ଲୀ,୨।୧୧: ଯୌନ ହିଂସାର ଶିକାର ହୋଇଥିବା ପୀଡ଼ିତାଙ୍କ ଦ୍ୱାରା ଅଭିଯୁକ୍ତଙ୍କ ହାତରେ ରାଖି ବନ୍ଧାଇବା ଆଦେଶ ଦେବା ଏକ ଡ୍ରାମା ଭଳି। ତେଣୁ ଏଭଳି ମାମଲାର ବିଚାର ସମୟରେ ଜାମିନ ରାଶି ନିର୍ଦ୍ଧାରଣ କରିବା ନେଇ ତଥ୍ୟ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ସେହିପରି ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ଗୁରୁତ୍ୱାରୋପ କରାଯିବା ସମ୍ପର୍କରେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ସୁପ୍ରିମ୍‌କୋର୍ଟରେ କହିଛନ୍ତି। ପୀଡ଼ିତାଙ୍କ ଦ୍ୱାରା ଅଭିଯୁକ୍ତଙ୍କୁ ରାଖି ବନ୍ଧାଇ ଜାମିନ ଦିଆଯିବା ମାମଲାର ବିଚାର ସମୟରେ ବେଣୁଗୋପାଳ ବିଚାରପତି ଏ.ଏମ୍‌. ଖାନଓ୍ବିଲ୍‌କର, ଦିନେଶ ମାହେଶ୍ୱରୀ ଏବଂ ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କୁ ଏଭଳି କହିଛନ୍ତି। ଜୁଲାଇ ୩୦ରେ ମଧ୍ୟପ୍ରଦେଶ ହାଇକୋର୍ଟ ଏଭଳି ରାୟ ଦ୍ୱାରା ଅଭିଯୁକ୍ତଙ୍କୁ ଜାମିନ ନିର୍ଦ୍ଦେଶ ଜାରି କରିଥିଲେ l ତେବେ ଏହାକୁ ବିରୋଧ କରି ୯ଜଣ ମହିଳା ଅଧିବକ୍ତା ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ଏଭଳି ସର୍ତ୍ତ ଆଇନ ବ୍ୟବସ୍ଥାର ବିରୋଧୀ ବୋଲି ବେଣୁଗୋପାଳ କହିଛନ୍ତି। ଏଭଳି ସର୍ତ୍ତ ଉପରେ ରୋକ ଲଗାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏହାଦ୍ୱାରା ପୀଡ଼ିତାଙ୍କ ସମସ୍ୟା ବଢ଼ିଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

ବଦଳିଲା ଦେଶ ବିଭାଜନ ଇତିହାସ, ବାଦ୍‌ ପଡ଼ିଲେ ହିଟ୍‌ଲର

ନୂଆଦିଲ୍ଲୀ,୯ା୭ (ପି.ଟି.):ପୁରୁଣା ବହିରେ ଉଲ୍ଲେଖ ଥିଲା ଯେ ମହାତ୍ମା ଗାନ୍ଧୀ ଏବଂ କଂଗ୍ରେସ ନେତାମାନେ ବିଭାଜନକୁ ବିରୋଧ କରୁଥିଲେ ମଧ୍ୟ ଶେଷରେ ଏହାକୁ ଏକମାତ୍ର ବିକଳ୍ପ ଭାବେ…

ଫିଫା ବିଶ୍ୱକପ୍‌: ଆଜିଠୁ କ୍ୱାର୍ଟର ଫାଇନାଲ

ନ୍ୟୁୟର୍କ, ୯ା୭(ଏପି):ଚଳିତ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରଥମଥର ପାଇଁ ପ୍ରତିଯୋଗିତାରେ ୪୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ସେଥିରୁ ୮ଟି ଦଳ…

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri