‘ଆମ ଓଡିଶା, ଆମ ଗାଁ ବିକାଶ’ ଉପରେ ଗୁରୁତ୍ୱ: ବିଭାଗୀୟ କର୍ମଚାରୀଙ୍କୁ ତାଗିଦ

ଥୁଆମୂଳ ରାମପୁର,୨୬।୨(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ସଭାଗୃହ ଠାରେ ଦ୍ବିମାସିକ ପଞ୍ଚାୟତ ସମିତି ବୈଠକ ବ୍ଳକ ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁଚରଣ ମୁଦୁଲି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏମ୍‌ପି ବ୍ଳକ ପ୍ରତିନିଧି ପବିତ୍ର ନାଏକ, ଉପାଧ୍ୟକ୍ଷା ଜୟନ୍ତୀ ମାଝୀ, ବ୍ଳକ ଶିକ୍ଷା ଅଧିକାରୀ ପ୍ରଭାତୀ ନଳିନୀ ଠାକୁର, ଜୋନ ନଂ ୧ ଜିଲ୍ଲା ପରିଷଦ ସଦସ୍ୟ ଟୁନି ଖୋସଲା, ସ୍ଥାନୀୟ ସରପଞ୍ଚ ବିଜୟା ମାଝୀ, ଜଳ ଓ ପରିମଳ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମନ୍ମଥ ମୁର୍ମୁ, କନିଷ୍ଠ ଯନ୍ତ୍ରୀ ସାଗରିକା ଗୌଡ଼, ଯନ୍ତ୍ରୀ ମଳୟ ଶତପଥୀ, ଯନ୍ତ୍ରୀ ସତ୍ୟନାରାୟଣ ବେହେରା, ଯନ୍ତ୍ରୀ ପ୍ରତାପ ସାହୁ, ଯନ୍ତ୍ରୀ ସେମ୍ଭୁ ପ୍ରସାଦ କେଙ୍ଗୁଆ,ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ଅମିତ୍ ନାୟକ, ଅତିରିକ୍ତ ତହସିଲଦାର ପ୍ରମୁଖ ଯୋଗଦେଇଥିଲେ। ଏଥିରେ ଅଳ୍ପ କିଛି ବିଦ୍ୟୁତ ବିଭାଗର ଅଧିକାରୀ ଓ କର୍ମଚାରୀ, ସମସ୍ତ ସରପଞ୍ଚ, ସମସ୍ତ ସମିତି ସଭ୍ୟାସଭ୍ୟ ଓ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ, ଜେଇ, ସମେତ ରୋଜଗାର ସେବକ, ଏଡିଓ ଉପସ୍ଥିତ ରହିଥିଲେ।
ଉକ୍ତ ବୈଠକରେ ରାଜ୍ୟ ସରକାରଙ୍କ ଆମ ଓଡିଶା ଆମ ଗାଁ ବିକାଶ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ତେବେ ଏଥିରେ ବ୍ଳକର ଜଙ୍ଗଲ ବିଭାଗ ଓ ଓ୍ବାଟରସେଟ ବିଭାଗରେ ଅଧିକ ଅନିୟମିତ ହେଉଥିବା ଘଟଣାକୁ ନେଇ ବିଭାଗୀୟ କର୍ମଚାରୀମାନଙ୍କୁ ଏମ୍‌ପିଙ୍କ ପ୍ରତିନିଧି ତାଗିତ୍‌ କରିଥିଲେ। ଓଡିଶା ସରକାରଙ୍କ ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ଯାହାକି ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ସଫଳତା ଶୀର୍ଷରେ ପହଞ୍ଚିବା ପାଇଁ ହେଲେ ବିଭିନ୍ନ ବିଭାଗର କର୍ମଚାରୀମାନେ ନିଜ ନିଜ କର୍ତ୍ତବ୍ୟକୁ ଉଚିତ୍‌ ଭାବରେ ସମ୍ପାଦନ କରିବାକୁ ପଡିବ। ଲୋକଙ୍କ ପାଖକୁ ସରକାରଙ୍କ ବିଭାଗ ଯୋଜନା ଠିକ ସମୟରେ ପହଞ୍ଚିବାର ଆବଶ୍ୟକତା ରହିଛି। ଯେମିତି କି ସରାକାରୀ ଯୋଜନା ଲୋକଙ୍କ ପାଖକୁ ଠିକ ଭାବରେ ପହଞ୍ଚିଲେ ସେମାନେ ଉପକୃତ ହେଲେ ହିଁ ସରକାରଙ୍କ ଏହି ଉଦ୍ଦେଶ୍ୟ ନିଶ୍ଚୟ ପୂରଣ ହେବ। କର୍ଲାପାଟ ସରପଞ୍ଚ ବିଶ୍ବନାଥ ମାଝୀ ବ୍ଳକରେ ଥିବା କିଛି ବିଭାଗରେ କର୍ମଚାରୀମାନଙ୍କ ମନମୁତାବକ କାର୍ଯ୍ୟ କରୁଛନ୍ତି, ଏହାଛଡା ସ୍ଥାନୀୟ ଜନପ୍ରତିନିଧି ମାନଙ୍କୁ ଖାତିର କରୁ ନ ଥିବା ଘଟଣା ବୈଠକରେ ଶ୍ରୀ ମାଝୀ ପ୍ରକାଶ କରିଥିଲେ।
ସେ ଆହୁରି ମଧ୍ୟ କହିଥିଲେ ଯେ, କିଛି ବିଭାଗର କର୍ମଚାରୀମାନେ ସମିତି ବୈଠକ ଭଳି ଦିନରେ ଅନୁପସ୍ଥିତ ରହିବା ଏହା ଏକ ସମ୍ବେଦନଶୀଳ ବିଷୟ ପାଲଟିଛି। ଏଥିରୁ ସହଜରେ ଅନୁମାନ କରାଯାଇପାରେ ଯେ, ବ୍ଳକର ହିତାଧିକାରୀଙ୍କୁ କେଉଁଭଳି ଭାବରେ କର୍ମଚାରୀମାନେ ସେବା ଯୋଗାଇବାରେ ସହାୟକ ହେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବୈଠକକୁ ଅତିରିକ୍ତ ଜିପିଓ ତ୍ରିଲୋଚନ ନାୟକ ପରିଚାଳନା କରିଥିବା ବେଳେ ବ୍ଳକର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଚିତା ବାଘ ଛାଲ, ଅଫୁଟା ବୋମା,ଅସ୍ତ୍ରଶସ୍ତ୍ର ଜବତ: ତିନି ଗିରଫ

ପାତ୍ରପୁର, ୧୬।୫ (ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଚିତା ବାଘ ଛାଲ ସହ ଅଫୁଟା ବୋମା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri