ଛାତ୍ରୀଛାତ୍ରଙ୍କ ଶୈକ୍ଷିକ ଉନ୍ନତି, ଶୃଙ୍ଖଳା ଉପରେ ଗୁରୁତ୍ୱ

କର୍ଲାମୁଣ୍ଡା,୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ସରସ୍ବତୀ ଶିଶୁମନ୍ଦିର ପରିସରରେ ଶିକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ମାର୍କଣ୍ଡ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସମ୍ପାଦକ କୁଞ୍ଜ ସାହୁ, ସଂକୁଳ ସଂଯୋଜକ ପ୍ରବୀଣ ବେହେରା ଓ ପ୍ରଧାନାଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା, ଛାତ୍ରୀଛାତ୍ରଙ୍କ ଶୈକ୍ଷିକ ଉନ୍ନତି, ଶୃଙ୍ଖଳା ତଥା ଆଗାମୀ ଦିନର ବିଭିନ୍ନ ଶିକ୍ଷାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଶିକ୍ଷୟିତ୍ରୀ/ଶିକ୍ଷକମାନେ ଶିକ୍ଷାଦାନ ପ୍ରଣାଳୀକୁ ଆହୁରି ସୁଦୃଢ଼ କରିବା ନେଇ ନିଜ ନିଜ ମତାମତ ଓ ପ୍ରସ୍ତାବ ରଖିଥିଲେ। ବୈଠକରେ ଆଚାର୍ଯ୍ୟା ଏବଂ ଶିକ୍ଷା ପରିଷଦର ସଦସ୍ୟମାନେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରସ୍ତାବିତ ନୂତନ ମଦ ଭାଟି ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ଭବାନୀପାଟଣା,୫।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅର୍ତଲ ପଞ୍ଚାୟତ କାନ୍ଦୁଲଝର ଗ୍ରାମରେ ଏକ ନୂତନ ମଦ ଭାଟି ଓ ଦୋକାନ ନିର୍ମାଣକୁ ନେଇ ଗ୍ରାମବାସୀଙ୍କ…

ଶାନ୍ତିପୁରକୁ ସ୍ବତନ୍ତ୍ର ୱାର୍ଡ ମାନ୍ୟତା ଦାବି ତେଜିଲା, ଜିଲାପାଳଙ୍କୁ ଜିଲାପରିଷଦ ଉପାଧ୍ୟକ୍ଷାଙ୍କ ଦାବିପତ୍ର ପ୍ରଦାନ

ଭବାନୀପାଟଣା,୫ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ପଞ୍ଚାୟତର ଶାନ୍ତିପୁର ରାଜସ୍ବ ଗ୍ରାମ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ୱାର୍ଡ ମାନ୍ୟତା ପାଇପାରିନାହିଁ।…

ମୁଣ୍ଡ କାଟି ଚାଷ ଜମିରେ ଫିଙ୍ଗିଦେଲେ ଦୁର୍ବୃତ୍ତ: କୋକସରାରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାରକୁ ନେଇ ଚାଞ୍ଚଲ୍ୟ

କୋକସରା,୫ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଲଡ଼ୁଗାଁ-ସୁପାଡ଼ ରାସ୍ତା ପାର୍ଶ୍ୱରେ ଥିବା ଏକ ଚାଷ ଜମିରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ବୀଭତ୍ସ…

ପୋଲିସ ASIଙ୍କ ବାଇକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ନ୍ୟାୟ ପାଇଁ SPଙ୍କ ଦ୍ୱାରସ୍ଥ ହେଲେ ପରିବାର

ଭବାନୀପାଟଣା,୫।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର କ୍ରସର ବିଜୁ ଏକ୍ସପ୍ରେସ ରାସ୍ତାରେ ଗତ ୩୧ ତାରିଖ ସନ୍ଧ୍ୟାରେ ବାଇକ ଧକ୍କାରେ ଜଣେ…

’ଅନ୍ତ୍ୟୋଦୟ ନଗର’ ପ୍ରକଳ୍ପର ସମୀକ୍ଷା କଲେ ଜିଲାପାଳ, ହିତାଧିକାରୀଙ୍କ ବିକାଶ ଉପରେ ସ୍ପେଶାଲ ଫୋକସ୍‌

ଗୋଲାମୁଣ୍ଡା,୪ା୧୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ପଞ୍ଚାୟତର ତୁର୍ଲାପଡା(ବାଗମୁଣ୍ଡା ) ଗ୍ରାମରେ ବୁଧବାର ‘ଅନ୍ତ୍ୟୋଦୟ ନଗର’ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଜିଲାପାଳ ପାଓ୍ବାର…

କଳାହାଣ୍ଡିରେ ଗୁରୁବାର ‘ବିକଶିତ ଭାରତ ଯୁବ ସଂସଦ’ କାର୍ଯ୍ୟକ୍ରମ: ବହୁସଂଖ୍ୟାରେ ଯୁବତୀଯୁବକ ଅଂଶଗ୍ରହଣ କରିବାକୁ ଆହ୍ବାନ

ଭବାନୀପାଟଣା,୪।୧୧(ଉତ୍ତମ କୁମାର ଦାଶ): ବିକଶିତ ଭାରତ ଯୁବ ନେତୃତ୍ୱ ବିକାଶ ଯୋଜନା (ଭିବିୱାଇଏଲଡି) ଆନୁକୁଲ୍ୟରେ ଆସନ୍ତାକାଲି ଅର୍ଥାତ୍‌ ନଭେମ୍ବର ୫ ତାରିଖ ଗୁରୁବାର ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ…

ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରାଙ୍କ ପରଲୋକ: ଝୁରୁଛି କଳାହାଣ୍ଡି

ଭବାନୀପାଟଣା,୪।୧୧(ଉତ୍ତମ କୁମାର ଦାଶ):କଳାହାଣ୍ଡିର ପୂର୍ବତନ ମନ୍ତ୍ରୀ ତଥା ସାଂସଦ ରାସ ବିହାରୀ ବେହେରାଙ୍କ ୮୮ ବର୍ଷ ବୟସରେ ମଙ୍ଗଳବାର ବିଳମ୍ବିତ ରାତିରେ ଭବାନୀପାଟଣାସ୍ଥିତ ବାସ ଭବନରେ ପରଲୋକ…

“ଆମ ଗାଁରେ ଆମ ସରକାର, ବିଦେଶୀ କମ୍ପାନୀ ନାହିଁ ଦରକାର”: ଖଣ୍ଡୁଆଲ ମାଳି ବଞ୍ଚାଇବାକୁ କୋରାପୁଟ-କଳାହାଣ୍ଡି ସୀମାନ୍ତରେ ବିଶାଳ ଗର୍ଜନ

ଥୁଆମୂଳ ରାମପୁର,୩।୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ କର୍ଲାପାଟ ଅଭୟାରଣ୍ୟ ଅଞ୍ଚଳର ଖଣ୍ଡୁଆଲ ମାଳିରେ ଖଣି ଖନନକୁ ବିରୋଧ କରି ଜନଆନ୍ଦୋଳନ ତୀବ୍ରରୁ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?