ପରଲୋକରେ ହରପ୍ରସାଦ ପରିଛା ପଟନାୟକ

ଭୁବନେଶ୍ୱର, ୧୭।୨(ବ୍ୟୁରୋ):ବିଶିଷ୍ଟ କବି, ସମାଲୋଚକ, ସମ୍ପାଦକ ତଥା ଶିକ୍ଷାବିତ୍‌ ଡ. ହରପ୍ରସାଦ ପରିଛା ପଟନାୟକଙ୍କ ବୁଧବାର ପରଲୋକ ଘଟିଛି। ଦେଢ଼ ମାସେ ତଳେ ତାଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିଲା। ଏହାପରେ ସେ ପାରାଲିସିସ୍‌ରେ ଆକ୍ରାନ୍ତ ହୋଇଥିବାବେଳେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଧୀରେ ଧୀରେ ଅଚଳ ହୋଇପଡ଼ିଥିଲା। ସେବେଠାରୁ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। କିଛିଦିନ ହେବ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିବାବେଳେ ବୁଧବାର ଅପରାହ୍ନ ୩ଟା ୪୫ରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ୬୯ ବର୍ଷ ହୋଇଥିଲା। ଡ. ପରିଛାଙ୍କ ମୃତ୍ୟୁରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି। ରାଜ୍ୟପାଳ କହିଛନ୍ତି, ଓଡ଼ିଆ ସାହିତ୍ୟରେ ହରପ୍ରସାଦ ନିଜର କୃତି ଓ କୀର୍ତ୍ତି ପାଇଁ ଚିର ଅମର ରହିବେ। ଏଥିସହ ରାଜ୍ୟପାଳ ଶୋକସନ୍ତପ୍ତ ପରିବାର ଓ ଆତ୍ମୀୟସ୍ବଜନଙ୍କୁ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ବିଶିଷ୍ଟ ସାରସ୍ବତ ସାଧକ ହରପ୍ରସାଦ ପରିଛା ପଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସାହିତି୍ୟକ, ଅନୁବାଦକ, ଶିକ୍ଷାବିତ ତଥା ସମ୍ପାଦକ ଭାବେ ବିଭିନ୍ନ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।
‘ଏକା ଏକା ସନ୍ନ୍ୟାସୀ’, ‘ଅଥୟ ସୂର୍ଯ୍ୟ’, ‘ଜୀବନଜଂଘା’, ‘ଆୟୁଷ୍ମାନ ସମୟ’, ‘ସବୁ ଅନ୍ଧାର ଆଜି ରାତିରେ’, ‘ଅରଣ୍ୟରେ ଯେତେ ଦିନ’, ‘ନଷ୍ଟ ହୋଇଯିବାର ମୋହ’, ‘ମନେ ଅଛି ମନେ ନାହିଁ’ ଭଳି ଏକାଧିକ କବିତା ସଂକଳନର ସେ ରଚୟିତା ଥିଲେ। ଏହା ବ୍ୟତୀତ ଅନୁବାଦ, ଗବେଷଣା ଓ ସମ୍ପାଦନା କ୍ଷେତ୍ରରେ ତାଙ୍କର ଦକ୍ଷତା ରହିଥିଲା। ସେ ଇଂଲିଶ ଦୈନିକ ‘ସନ୍‌ଟାଇମସ୍‌’ ‘ପ୍ରୋବିଟାସ୍‌’ ଓ ‘ଭର୍ଟେକ୍ସ’ ସମେତ ଓଡ଼ିଆର ‘ଆବର୍ତ୍ତ’ ଇତ୍ୟାଦି ପତ୍ରିକାର ସମ୍ପାଦନା କରିଥିଲେ। ଗ୍ରୀକ୍‌ କବିତା ସହ ବିଶିଷ୍ଟ କବି, ଗାଳ୍ପିକଙ୍କ ଗଳ୍ପ ଓ କବିତାର ଚମତ୍କାର ଅନୁବାଦ କରିଥିଲେ। ‘ନଷ୍ଟ ହୋଇଯିବାର ମୋହ’ କବିତା ସଙ୍କଳନ ପାଇଁ ତାଙ୍କୁ ୨୦୧୨ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହିତ ଗଙ୍ଗାଧର ରଥ ଫାଉଣ୍ଡେଶନ, ସାରଳା ସାହିତ୍ୟ ସଂସଦ ଓ ଉତ୍କଳ ସାହିତ୍ୟ ସମାଜ ପରି ବହୁ ଅନୁଷ୍ଠାନ ଦ୍ୱାରା ନିଜ ସାରସ୍ବତ ସାଧନା ପାଇଁ ସେ ସମ୍ମାନିତ ହୋଇଥିଲେ।
୧୯୫୩ ଅକ୍ଟୋବର ୧୯ରେ ଜନ୍ମିତ ହରପ୍ରସାଦଙ୍କ ଘର ଗଞ୍ଜାମ ଜିଲା ଖଲ୍ଲିକୋଟ ବିକ୍ରମପୁର ଗ୍ରାମରେ। ରେଭେନ୍‌ଶାରୁ ଇଂଲିଶରେ ସ୍ନାତକୋତ୍ତର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ପିଏଚ୍‌.ଡି ଲାଭ କରିଥିଲେ। ୧୯୭୫ରେ ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରୁ ସେ ଇଂଲିଶ ଭାଷା ସାହିତ୍ୟ ବିଭାଗରେ ଅଧ୍ୟାପକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପରେ ସେ ରାଜ୍ୟର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ୩୦ବର୍ଷ ଧରି ଅଧ୍ୟାପନା କରିଥିଲେ। ସେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଏବଂ ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ୨୦୧୧ରେ ଚାକିରିରୁ ଅବସର ନେବା ପରେ ଦୈନିକ ଖବରକାଗଜ ‘ସର୍ବସାଧାରଣ’ର ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ।
ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ ଜ୍ୟୋତ୍ସ୍ନାମଞ୍ଜରୀ ପଟ୍ଟନାୟକ, ବଡ଼ପୁଅ ଶ୍ୱେତପଦ୍ମ, ସାନପୁଅ ଶ୍ୱେତସ୍ବପ୍ନ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ପୁଅ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ସାହିତ୍ୟ, ଶିକ୍ଷା ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଡ. ପରିଛାଙ୍କ ମୃତ୍ୟୁରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ପ୍ରଫେସର ବିଜୟାନନ୍ଦ ସିଂହ, ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷୀକେଶ ମଲ୍ଲିକ, ସମ୍ପାଦକ ପ୍ରବୋଧ ରାଉତ, ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡ. ପ୍ରସନ୍ନ କୁମାର ମହାନ୍ତିଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?