କରୋନାରେ ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକଙ୍କ ପରଲୋକ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଆଲବମ୍‌ ଓ ଓଡ଼ିଆ ଜଗତର ବେଶ୍‌ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ହୋଇଥିଲା। କଟକ ଏସ୍‌ସିବିି ସ୍ଥିତ କୋଭିଡ ହସ୍ପିଟାଲରେ ଗୁରୁବାର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଶାନ୍ତିରାଜ କରୋନାରେ ଆକ୍ରାନ୍ତ ହୋଇଥିଲେ। ହୋମ୍‌ ଆଇସୋଲେଶନ୍‌ରେ ଥିବା ବେଳେ ଗୁରୁବାର ସକାଳେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ଏସ୍‌ସିବି କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ବିୟୋଗରେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଶୋକରଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ସିନେମା ଜଗତ ଓ ଆଲବମ୍‌ ପାଇଁ ଏକ ଅପୂରଣୀୟ କ୍ଷତି। ସୁଚନା ମୁତାବକ ଶାନ୍ତିରାଜ ନିଜ ଫିଲ୍ମ କ୍ୟାରିୟରରେ ଅନେକ ସୁପରହିଟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତନ୍ମଧ୍ୟରୁ ଧନରେ ରଖିବୁ ଶପଥ ମୋର, ବାଇଶି ପାହାଚେ ଖେଳିବ ମୀନ, ତୋର ମୋର ଯୋଡି ସୁନ୍ଦର, ଫେରିଆ ଭଳି ଆଦି ୨୦ରୁ ଊର୍ଦ୍ଧ୍ୱ ସିନେମା ଏବଂ ୨ ହଜାରରୁ ଉର୍ଦ୍ଧ୍ୱ ଆଲବମ ଗୀତରେ ସେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ଫେରିଆ ପାଇଁ ଶାନ୍ତିରାଜଙ୍କୁ ରାଜ୍ୟ ଚଳଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢ଼ାଇଲା କଳାହାଣ୍ଡି ଶିକ୍ଷା ବିଭାଗ

ଭବାନୀପାଟଣା,୧୮।୪ (ସ୍ବ.ପ୍ର.): କୋଭିଡ-୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢ଼ାଇଛି କଳାହାଣ୍ଡି ଜିଲା ଶିକ୍ଷା ବିଭାଗ। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ...

‘ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ’କୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ରାଜଧାନୀରେ ଟିକାକରଣକୁ ସୁଗମ କରିବା ପାଇଁ ଗତ ୮ ତାରିଖରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ‘ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ୍‌’ ବା...

ଆସନ୍ତା ୨୬ରୁ ଖୋଲିବ ସ୍କୁଲ: ଆରମ୍ଭ ହେବ ଦଶମ, ଦ୍ୱାଦଶ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ଯୋଗୁ ସମସ୍ତ ସ୍କୁଲରେ ପାଠପଢ଼ା ଏକପ୍ରକାର ବନ୍ଦ ହୋଇଯାଇଛି। କରୋନାରୁ ବର୍ତ୍ତିବା ପାଇଁ ପିଲାମାନଙ୍କୁ ଅନ୍‌ଲାଇନ୍‌ ଯୋଗେ ପାଠ ପଢ଼ାଯାଉଛି।...

ଚାଷୀଙ୍କ ସାମାଜିକ, ଅର୍ଥନୈତିକ ଉନ୍ନତି ଚିନ୍ତା: ନବରଙ୍ଗପୁର ଜିଲାରୁ ଆରମ୍ଭ ହେଲା ନୂଆ ଯୋଜନା

ଭୁବନେଶ୍ୱର,୨୯।୮(ବ୍ୟୁରୋ): ସାରା ରାଜ୍ୟରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରୁ ଭିଡିଓ...

ଓଆରଏଚଡିସି ଦୁର୍ନୀତି ମାମଲା: ବିନୋଦ କୁମାରଙ୍କୁ ଅନ୍ତରୀଣ ଜାମିନ

କଟକ ଅଫିସ,୨୭।୧୦: ଓଆରଏଚଡିସି ଦୁର୍ନୀତି ମାମଲାରେ ପୂର୍ବତନ ଆଇଏଏସ୍‌ଅଧିକାରୀ ବିନୋଦ କୁମାରଙ୍କୁ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ଗୃହ ନିର୍ମାଣ ଏବଂ...

ଅଗ୍ନି ବିଭାଗ ପକ୍ଷରୁ ଚାଲିଛି ଯାଞ୍ଚ

କଟକ ଅଫିସ,୨୭ା୫ : ସୁରଟ ଅଗ୍ନିକାଣ୍ଡ ପରେ ଅଗ୍ନିବିଭାଗ ପକ୍ଷରୁ କଟକରେ ଯାଞ୍ଚ ଆରମ୍ଭ ହୋଇଛି। ସୋମବାର ପୂର୍ବାହ୍ନରେ ସହରର ଉପରୋକ୍ତ କୋଚିଂ ସେଣ୍ଟରରେ ଅଗ୍ନିଶମ...

ଲକ୍‌ଡାଉନ ନୁହେଁ, ଗୋଷ୍ଠୀ ସଂକ୍ରମଣରୁ ମୁକ୍ତି ଜରୁରୀ

ମୁମ୍ବାଇ,୨୬।୪(ପିଟି): କରୋନା ମହାମାରୀକୁ ପ୍ରତିହତ କରିବାକୁ ସାରା ଦେଶରେ ମେ’୩ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ସବୁ ବନ୍ଦ ରହିଥିବାରୁ ଦେଶର ଅର୍ଥନୈତିକ ସ୍ଥିତି ମଧ୍ୟ...

ଦିଗାମ୍ବରପୁର ଛକରେ ବେଆଇନ ଚିପ୍ସ, ମୋରମ ୟାର୍ଡ

କଳିଙ୍ଗନଗର,୬ା୨(ଡି.ଏନ.ଏ.): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଶାସନ ନିକଟ ଦିଗାମ୍ବରପୁର ଛକଠାରେ ପ୍ରାୟ ୧୦ ଏକର ଜମିରେ ବିପୁଳ ପରିମାଣର ଚିପ୍ସ ଓ ମୋରମ ପାହାଡ଼...

Advertisement
Archives

Model This Week