Posted inଜାତୀୟ

ଓମିକ୍ରନକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜରୁରୀକାଳୀନ ବୈଠକ

ନୂଆଦିଲ୍ଲୀ,୨୮।୧୧: ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା କରୋନାର ନୂଆ ଭିରିଏଣ୍ଟ୍‌ ଓମିକ୍ରନ୍‌କୁ ରବିବାର ଦିନ ଗୃହ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ସମୟରେ ଓମିକ୍ରନକୁ ଏଡାଇବା ପାଇଁ ସୁରକ୍ଷା ମାନ ବୃଦ୍ଧି କରିବା ନେଇ ଆଲୋଚନା ହୋଇଥିଲା। ବୈଠକ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ, ଅନ୍ତର୍ଜାତୀୟ ବାଣିଜି୍ୟକ ବିମାନ ଉଡ଼ାଣ ଆରମ୍ଭ ହେବାର ତାରିଖ ସମୀକ୍ଷା କରାଯିବ। ଏହାସହ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ସ୍କ୍ରିନିଂ ଏବଂ ମନିଟରିଂ ପାଇଁ ସରକାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (ଏସ୍‌ଓପି) ମଧ୍ୟ ସମୀକ୍ଷା କରିବେ। ଏହା ସହିତ, ବିପଦ ବର୍ଗର ଦେଶରୁ ଆସୁଥିବା ସେହି ବିଦେଶୀ ଯାତ୍ରୀମାନଙ୍କ ଉପରେ ଏକ ସ୍ବତନ୍ତ୍ର କଟକଣା ରଖାଯିବ। ଏଥି ସହିତ, ଓମିକ୍ରନ ପ୍ରକାରର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କିଛି ମାନକ ତାଲିକାଭୁକ୍ତ କରିଛନ୍ତି ଏବଂ ସେମାନଙ୍କୁ କଡାକଡି ପାଳନ କରିବାକୁ କୁହାଯାାଇଛି।
ଏହି ମାନକଗୁଡିକୁ ପ୍ରକାଶ କରି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ଉପରେ ନଜର ରଖିବା, ସ୍‌ନମୁନାଗୁଡିକର ସଠିକ ଏବଂ ଠିକ ସମୟରେ ପଠାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିପଦ ଥିବା ତଥା ଅନ୍ୟ ସମସ୍ତ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ନଜର ରଖିବା ପାଇଁ ଏକ ରୋଗ ନିରୀକ୍ଷଣ ନେଟୱାର୍କ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁୟାରୀ-ଫେବୃୟାରୀରେ ଭାରତରେ ହୋଇପାରେ ଓମିକ୍ରନ୍‌ ବିସ୍ଫୋରଣ !…

ନୂଆଦିଲ୍ଲୀ, ୧୫।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ପୃଥିବୀର ୭୭ ଦେଶରେ ଓମିକ୍ରନ ଯୋଗୁ ସଙ୍କଟ ସୃଷ୍ଟି...

ଅନାସ୍ଥା ଭାଙ୍ଗିଥିଲା ୩ ସରକାର

ନୂଆଦିଲ୍ଲୀ,୨୭ା୭: ଅତୀତରେ ଲୋକ ସଭାରେ ୨୭ ଥର ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ସେଗୁଡ଼ିକ ଗୃହରେ କାଟ୍‌ ଖାଇଥିଲା ଅଥବା ଅମୀମାଂସିତ ରହିଥିଲା। କିନ୍ତୁ ୩...

ଉତ୍ତର ପ୍ରଦେଶ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୫୮ ଆସନରେ ୬୦% ମତଦାନ

ଲକ୍ଷ୍ନୌ,୧୦ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି । ପ୍ରଥମ ପର୍ଯ୍ୟାୟରେ ୧୧ ଜିଲାର ୫୮ଟି...

ମଣିପୁରରେ ଅସ୍ତ୍ରଶସ୍ତ୍ର ପୁନରୁଦ୍ଧାର ସମ୍ପର୍କରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲେ ସରକାର

ଇମ୍ଫାଲ,୨୨।୯: ମଣିପୁର ସରକାର ରାଜ୍ୟରେ ଅସ୍ତ୍ରଶସ୍ତ୍ର ପୁନରୁଦ୍ଧାର ସ୍ଥିତି ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛନ୍ତି। ଏହି ରିପୋର୍ଟରେ ସମସ୍ତ ଅଞ୍ଚଳରୁ ଜବତ...

ପୋମ୍ପିଓଙ୍କୁ ଭେଟିଲେ ଜୟଶଙ୍କର: କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷ ଆବଶ୍ୟକତା ନାହିଁ

ବ୍ୟାଙ୍କ୍‌କ, ୨।୮: ଭାରତର ବୈଦେଶିକ ମନ୍ତ୍ରୀ ଏ.ସ. ଜୟଶଙ୍କର ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପୋମ୍ପିଓଙ୍କୁ ଭେଟିଛନ୍ତି। ଶୁକ୍ରବାର ସକାଳୁ ବ୍ୟାଙ୍କ୍‌କରେ ଉଭୟ ରାଷ୍ଟ୍ର ପ୍ରତିନିଧି...

ବିଜେଡି, ଏନ୍‌ସିପିକୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୧୮।୧୧: ସୋମବାର ଆରମ୍ଭ ହୋଇଛି ସଂସଦର ଶୀତ କାଳିନ ଅଧିବେଶନ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ କରାଯିବାର ଯୋଜନା ରହିଛି। ସେଥି ମଧ୍ୟରେ ଗୋଟିଏ...

କଂଗ୍ରେସର ପ୍ରଶ୍ନ: ଜେପିସି ତଦନ୍ତକୁ ଡର କାହିଁକି

ନୂଆଦିଲ୍ଲୀ,୧୫।୨: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀଗୁଡ଼ିକ ବିରୋଧରେ ଜାନୁୟାରୀ ୨୪ରେ ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ପକ୍ଷରୁ କରାଯାଇଥିତ୍ବା ପ୍ରଘଟକୁ ନେଇ ଜାତୀୟ ରାଜନୀତି...

ଗତ ସପ୍ତାହରେ ଉଦ୍ଧବଙ୍କ ଠାକ୍‌ରେ ପାଇଁ କାନ୍ଦୁଥିଲେ, ଆଜି ଦେଲେ ଧୋକା

ମୁମ୍ବାଇ,୪।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଫ୍ଲୋର ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟ୍‌କା ଲାଗିଥିଲା। ଉଦ୍ଧବ ସହ ଥିବା...

Advertisement
Archives

Model This Week