ଏଲନ ମସ୍କଙ୍କ ଚାଞ୍ଚଲ୍ୟକର ମନ୍ତବ୍ୟ: ୟୁକ୍ରେନ ବିପକ୍ଷ ଯୁଦ୍ଧରେ ପଛକୁ ହଟିଲେ ପୁଟିନଙ୍କୁ କରାଯିବ ହତ୍ୟା

କାଲିଫର୍ନିଆ,୧୪।୨: ରୁଷିଆ-ୟୁକ୍ରେନ ଯୁଦ୍ଧର ବର୍ତ୍ତମାନ ପ୍ରାୟ ଦୁଇ ବର୍ଷ ବିତିଗଲାଣି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟରେ ହୋଇଥିବା ଏକ ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ସ୍ପଷ୍ଟ ଭାବରେ କହିଛନ୍ତି, ରୁଷିଆ ୟୁକ୍ରେନ ଯୁଦ୍ଧରୁ ଆଉ ପଛକୁ ଫେରିପାରିବ ନାହିଁ। ନିକଟରେ ଟେସଲା ଏବଂ ସ୍ପେସ ଏକ୍ସ ପରି କମ୍ପାନୀର ମାଲିକ ଏଲନ ମସ୍କ ମଧ୍ୟ ଆମେରିକାର ସିନେଟରଙ୍କ ସାମ୍ନାରେ ସମାନ କଥା କହିଛନ୍ତି। ଭ୍ଲାଦିମିର ପୁଟିନ ୟୁକ୍ରେନରେ ଯୁଦ୍ଧ ହାରିବାର କୌଣସି ସମ୍ଭାବନା ନାହିଁ। ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ସ୍ପେସରେ ଏହି ଦାବି କରିଛନ୍ତି। ତାଙ୍କ ସହ କିଛି ସିନେଟର ମଧ୍ୟ ଏଥିରେ ସାମିଲ ହୋଇଥିଲେ, ଯେଉଁମାନେ ରୁଷିଆ ବିରୋଧରେ ୟୁକ୍ରେନକୁ ଆର୍ଥିକ ସହାୟତା ଯୋଗାଇଦେବା ନିଷ୍ପତ୍ତି ଠିକ ନା ଭୁଲ ତାହା ଉପରେ ଆଲୋଚନା କରୁଥିଲେ।
ଏହି ଆଲୋଚନାରେ ଭାଗ ନେଇଥିବା ସିନେଟରମାନେ ବିବେକ ରାମସ୍ବାମୀ ଏବଂ କ୍ରାଫ୍ଟ ଭେଞ୍ଚର୍ସ ସହ-ପ୍ରତିଷ୍ଠାତା ଡେଭିଡ ସାକ୍ସଙ୍କ ବ୍ୟତୀତ ୱିସକନ୍ସିନର ରୋନ ଜନସନ, ଓହିଓର ଜେଡି ଭାନ୍ସ, ଉଟାହର ମାଇକ ଲି ସାମିଲ ଥିଲେ।
ମସ୍କ କହିଛନ୍ତି, ୟୁକ୍ରେନରେ ଯୁଦ୍ଧ ଜାରି ରଖିବା ପାଇଁ ପୁଟିନ ବହୁତ ଚାପରେ ଅଛନ୍ତି। ଯଦି ଯୁଦ୍ଧରେ ସେ ପଛକୁ ହଟନ୍ତି ତେବେ ତାଙ୍କୁ ହତ୍ୟା କରାଯାଇପାରେ। ଅନେକ ଲୋକ ତାଙ୍କୁ ପୁଟିନଙ୍କ ସମର୍ଥନରେ ବିବୃତ୍ତି ଦେଉଛନ୍ତି ବୋଲି ଭାବନ୍ତି, କିନ୍ତୁ ତାହା ନୁହେଁ। ରୁଷିଆକୁ ପଛକୁ ଠେଲିବା ପାଇଁ ତାଙ୍କ କମ୍ପାନୀ ଯେତିକି କରିଛି, ଅନ୍ୟ କୌଣସି କମ୍ପାନୀ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଏହି ଆମେରିକୀୟ ଲେକ୍ସ ଫ୍ରିଡମ୍ୟାନ, ଯିଏ ମୋଦିଙ୍କ ସହ କଲେ ୩ଘଣ୍ଟାର ଇଣ୍ଟରଭ୍ୟୁ

ନୂଆଦିଲ୍ଲୀ,୧୬।୩: ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଲମ୍ବା ଇଣ୍ଟରଭ୍ୟୁ କରିଛନ୍ତି। ତିନି ଘଣ୍ଟା ଧରି ସେ ମୋଦିଙ୍କ ସହ...

ଭାରତର ବଡ଼ ଶତ୍ରୁ, ଆତଙ୍କୀ ଅବୁ କତାଲଙ୍କୁ ପାକିସ୍ତାନରେ ହତ୍ୟା

ଇସଲାମବାଦ,୧୬।୩: ଭାରତର ମୋଷ୍ଟ ଓ୍ବାର୍ଟେଡ ଆତଙ୍କବାଦୀ ଅବୁ କତାରକୁ ହତ୍ୟା କରାଯାଇଛି। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଆତଙ୍କବାଦୀ ଅବୁ କତାଲଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଛି। ଅବୁ...

ବଡ଼ ଯୁଦ୍ଧ ଘୋଷଣା କଲେ ଟ୍ରମ୍ପ, ଏୟାରଷ୍ଟ୍ରାଇକ୍‌ରେ ୧୯ଜଣ ମୃତ

ଓ୍ବାଶିଂଟନ୍‌,୧୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରେଡ୍‌ ସି ଜାହାଜ ଉପରେ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ୟେମେନର ଇରାନ ସମର୍ଥିତ ହୁଥି ବିଦ୍ରୋହୀଙ୍କ ବିରୋଧରେ...

ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦେଲେ ଜବାବ! ବ୍ଲାକ ବେଲ୍ଟରେ ମାର୍ଶାଲ ଆର୍ଟ କରୁଥିବା ନଜର ଆସିଲେ ପୁଟନ, ଦେଖନ୍ତୁ ଭିଡିଓ

ମସ୍କୋ,୧୫।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ, ପୁଟିନ କରାଟେ କଳା ପ୍ରଦର୍ଶନ...

ବାହାର ଦେଶକୁ ଓ୍ବାଶିଂଟନର ଅଳିଆ ଦେଖାଇବାକୁ ଚାହୁଁ ନାହାଁନ୍ତି ଟ୍ରମ୍ପ, ନେଲେ ଏମିତି ପଦକ୍ଷେପ

ଓ୍ବାଶିଂଟନ,୧୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ୱାଶିଂଟନ ଡିସିର ସଫାସୁତୁରା ଉପରେ ବିଶେଷ ଧ୍ୟାନ ଦେଇଛନ୍ତି। ସେ ଡେମୋକ୍ରାଟିକ ମେୟର ମୁରିଏଲ ବାଉଜରଙ୍କୁ ସହରର...

ପାକିସ୍ତାନ ଆକାଶରେ ହେଲା ଚୋରି! ହଜିଗଲା ବିମାନର ଚକ

ଇସଲାମାବାଦ,୧୫।୩: ପାକିସ୍ତାନରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଯେ କେହି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ଘଟଣା ହେଲା ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର...

୪୧ଦେଶ ଉପରେ ପ୍ରତିବନ୍ଧକ ଲଗେଇଲେ ଟ୍ରମ୍ପ, ଲିଷ୍ଟରେ ଅଛି କି ଭାରତ ନାଁ?

ଓ୍ବାଶିଂଟନ୍‌,୧୫।୩: ଆମେରିକାର ଟ୍ରମ୍ପ ପ୍ରଶାସନ ଖୁବ ଶୀଘ୍ର 41ଟି ଦେଶ ବିରୋଧରେ କଠୋର କଟକଣା ଲାଗୁ କରିବାକୁ ବିଚାର କରୁଛି। ନ୍ୟୁଜ ଏଜେନ୍ସି ରଏଟର୍ସର ଏକ...

ୟୁକ୍ରେନ ପାଇଁ ପୁଟିନଙ୍କୁ ଅନୁରୋଧ କଲେ ଟ୍ରମ୍ପ, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୧୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ପ୍ରକାଶ କରିଛନ୍ତି ଯେ ସେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri