Posted inଫୁରସତ

ଧର୍ମ – ଅଧର୍ମର ବାକ୍‌ ଯୁଦ୍ଧ; ଜିତିଲା କିଏ

ସବୁ ଯୁଗରେ ଭଲ – ମନ୍ଦ, ପାପ – ପୁଣ୍ୟ, ଉଚିତ – ଅନୁଚିତ, ଧର୍ମ – ଅଧର୍ମ ଆଦି ଦୁଇ ଦୁଇଟିର କଥା ରହିଛି l ସମୟ ସମୟରେ ଏ ଦୁହିଁଙ୍କ ଭିତରେ ଦ୍ୱନ୍ଦ୍ୱ ମଧ୍ୟ ଉପୁଜେ l ଧର୍ମବିରୋଧୀ କହୁଥିବ ମୁଁ ଯାହା କରୁଛି ଠିକ୍‌ – ଧାର୍ମିକ ଲୋକ କହୁଥିବ, ଭାଇ ! ମୋ ରାସ୍ତାଟି ସବୁବେଳେ ଠିକ୍‌ ଥାଏ l ଏମିତି ପରସ୍ପର ଆରୋପ ଆଉ ପ୍ରତ୍ୟାରୋପ ଭିତରେ କାହା କଥା ରହେ ବା କିଏ ଜିତେ – ଏହା ସେ ସମୟର ପରିବେଶ ଆଉ ପରିସ୍ଥିତିକୁ ନେଇ ନିର୍ଣ୍ଣୟ ହୋଇଥାଏ l ଦେବତା ଆଉ ଦାନବମାନଙ୍କ ଭିତରେ ଅନେକ ସମୟରେ ଯୁଦ୍ଧ ହେବାର କଥା ପୁରାଣରେ ଉଲ୍ଲେଖ ଅଛି l ଆପଣ ଦେଖିବେ ପ୍ରତ୍ୟେକ ଯୁଦ୍ଧରେ ଦେବତାମାନେ ହିଁ ପ୍ରଥମେ ପରାଜିତ ହୁଅନ୍ତି l ପରାଜୟର ଆତ୍ମଗ୍ଳାନିରେ ସେମାନେ ବ୍ରହ୍ମା, ବିଷ୍ଣୁ ବା ଶିବଙ୍କ ଶରଣ ପଶନ୍ତି l ସେଠୁ କିଛି ଅତିରିକ୍ତ ଆଶ୍ୱାସନା, ବଳ ବା ବର ପ୍ରାପ୍ତ ହୋଇସାରିବା ପରେ ହିଁ ସେମାନେ ଶକ୍ତିବାନ୍‌ ହୋଇଉଠନ୍ତି l ତା’ ପରେ ଦାନବମାନଙ୍କୁ ସେମାନେ ଅକ୍ଳେଶରେ ପରାଜିତ କରିପାରନ୍ତି l

ପାଠକେ ! ଏହା ତ ହେଲା ଶାସ୍ତ୍ର ପୁରାଣର କଥା l ହେଲେ ଏବେ କାହିଁକି ଏଗୁଡ଼ିକୁ ଆମେ ପଢ଼ିବା ବା ଆଲୋଚନା କରିବା? କଥା ହେଉଛି ଯେଉଁ ସିଦ୍ଧାନ୍ତଗୁଡ଼ିକ ହଜାର ହଜାର ବର୍ଷର, ଯେଉଁ ନିୟମକୁ ସ୍ବୟଂ ଜଗନ୍ନାଥ ମାନନ୍ତି – ସେଗୁଡ଼ିକୁ ବି ଏ ମଣିଷଗୁଡ଼ାକ ଫୁତ୍କାରରେ ଉଡ଼ାଇ ଦିଅନ୍ତି l ଏ ଧରଣର ଲୋକମାନେ ସବୁଠି ବୈଜ୍ଞାନିକ ଦର୍ଶନ ଖୋଜି ବୁଲନ୍ତି l ଏମାନଙ୍କୁ ସାଧାରଣ କଥାଟିଏ ଜଣା ନ ଥାଏ ଯେ ବିଜ୍ଞାନର ଶେଷ ଯେଉଁଠି, ଆଧ୍ୟାତ୍ମିକତାର ଆରମ୍ଭ ସେଇଠୁ l ଆଧ୍ୟାତ୍ମିକ ଭାବନାର ଗଭୀରତାକୁ ବିଜ୍ଞାନର ବାଡ଼ି ସବୁବେଳେ ମାପ କରିପାରିବ ନାହିଁ l ଚାଉଳ ବା ଭାତ କିଛିଦିନ ରହି ସାରିବା ପରେ ପୋକ ଲାଗି ଯାଉଛି କିନ୍ତୁ ବର୍ଷ ବର୍ଷ ଧରି ମହାପ୍ରଭୁଙ୍କ ନିର୍ମାଲ୍ୟ ଅକ୍ଷୁଣ୍ଣ ରହିପାରୁଛି l ବିଶ୍ୱର ସମସ୍ତ ବର ଗଛରେ ଓହଳ ଥିବା ବେଳେ ଶ୍ରୀମନ୍ଦିର ଭିତରେ ଥିବା କଳ୍ପବଟରେ ଓହଳ ନାହିଁ l କାହିଁକି? ଏଠି କେଉଁ ବିଜ୍ଞାନ କାମ କରୁଛି? ବର୍ଷକ ଆଗରୁ ପରାଗ ଏବଂ ଗ୍ରହଣ ହେବା କଥା ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ଅଛି l ସମାଜରେ ଅନେକ ଅନୀତି, ଦୁର୍ନୀତି, କୁସଂସ୍କାର ଆଦି ଥିବା ବେଳେ ତା’ ବିରୋଧରେ ସ୍ବର ଉତ୍ତୋଳନ ନ କରି ଯାହା ମଣିଷକୁ ଏକପ୍ରକାର ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ, ସେ ନିୟମ ବିରୋଧରେ ମତ ଦେବା ମୋ ମତରେ ମୂର୍ଖାମିର ପରିଚୟ ମାତ୍ର l ତଥାପି ଏମାନଙ୍କର ଏପରି ଚିନ୍ତାଧାରା ବିରୋଧରେ କାଁ ଭାଁ କେଉଁଠି ସ୍ବର ଉତ୍ତୋଳନ ହେଉଥିଲେ ବି ଅବଶିଷ୍ଟ ବୃହତ୍ତର ସମାଜ ନିଜ ଉଦାର ଗୁଣରେ ନିରବ ରହି ଏ ମଣିଷମାନଙ୍କୁ ଆଉ ଟିକେ ଆଗକୁ ବାଟ ଛାଡ଼ିଦେଇ ଶେଷ ଫଳାଫଳର ଅପେକ୍ଷାରେ ଥିବାର ମନେହୁଏ l

ଦିନକର କଥା l ଧର୍ମ ଓ ଅଧର୍ମ ଦୁଇଜଣ ଯାକ ନିଜ ନିଜ ରଥରେ ବସି ସଂସାର ବୁଲିବାକୁ ବାହାରିଗଲେ l କିଛିଦିନ ପରେ ଦୁହେଁ ଗୋଟିଏ ରାସ୍ତାରେ ପରସ୍ପରକୁ ସାମନା ସାମନି କଲେ l ରାସ୍ତାଟି ଖୁବ୍‌ ସଂକୀର୍ଣ୍ଣ ଥିଲା l ଏକାଥରକେ କେବଳ ଗୋଟିଏ ରଥ ହିଁ ସେ ରାସ୍ତାରେ ଯାଇ ପାରିବ l ସେପଟୁ ଅଧର୍ମର ରଥ ଆସୁଛି l ଏପଟୁ ଧର୍ମର ରଥ ଯାଉଛି l ଏଇଠି ସୃଷ୍ଟି ହେଲା ସମସ୍ୟା l କେହି କାହାକୁ ବାଟ ଛାଡ଼ିବାକୁ ନାରାଜ l

କିଛି ସମୟ ପାଇଁ ଧର୍ମ -ଅଧର୍ମ ଦୁହେଁ ପରସ୍ପରକୁ ତିର୍ଯ୍ୟକ ଚାହାଣିରେ ଚାହିଁଲେ l ଧର୍ମ ପ୍ରଥମେ ମୁହଁ ଖୋଲି ଅଧର୍ମକୁ ବୁଝାଇ କହିଲେ – ଭାଇ ଅଧର୍ମ ! ତୁ ଭଲକି ଜାଣିଛୁ ମୁଁ କିଏ l ମୋ ରାସ୍ତାଟି ସବୁବେଳେ ଠିକ୍‌ ଥାଏ l
ମୁଁ କେବେ ବି ଭୁଲ୍‌ ରାସ୍ତାରେ ଯାଏନା l ତେଣୁ ମୋତେ ରାସ୍ତା ଛାଡ଼ିଦେ l ମୁଁ ଜ୍ଞାନୀ, ବିଦ୍ୱାନଙ୍କ ଦ୍ୱାରା ବନ୍ଦିତ l ମୁଁ ଫଳ ଦାୟକ ଏବଂ ପୁଣ୍ୟ ପ୍ରଦାୟକ l

ଲୋକମାନେ ମୋତେ ମାନ୍ୟତା ପ୍ରଦାନ କରନ୍ତି l ମୋର ସାନ୍ନିଧ୍ୟ ପାଇବା ପାଇଁ ସମସ୍ତେ ବ୍ୟାକୁଳ ଥା’ନ୍ତି l ଦେବତାମାନଙ୍କ ଦ୍ୱାରା ବି ମୁଁ ପ୍ରଶଂସିତ l ତେଣୁ ମୋତେ ରାସ୍ତା ଛାଡ଼ିଦେବା ହିଁ ତୁମର ପରମ କର୍ତ୍ତବ୍ୟ l

ଧର୍ମ ମୁହଁରୁ ଏତକ ଶୁଣିବା କ୍ଷଣି ଅଧର୍ମ କହିଲା – ତୁ ’ ଧର୍ମ ହେଲେ ବି ମୋ ନାଁ ହେଉଛି ଅଧର୍ମ l ମୁଁ ନିର୍ଭୟ ଆଉ ବଳବାନ୍‌ l କଥାରେ ଅଛି, ଜୋର ଯାର ମୁଲକ ତା’ର l କାହାକୁ ଦୟା ଦେଖାଇବା ମୋ ଜାତକରେ ନାହିଁ l ମୁଁ ଯାହା ଚାହେଁ ତାହା କରେ l ମୋ ଇଚ୍ଛା ହିଁ ସମ୍ବିଧାନ l ତେଣୁ ତୁ ପହିଲେ ବାଟ ଛାଡ଼ l

ଧର୍ମ ଆଉ ଟିକେ ବୁଝାଇ କହିଲା, ଦେଖ ଭାଇ ! ସଂସାରରେ ଆଗ ଧର୍ମ ହିଁ ସୃଷ୍ଟି ହୋଇଥିଲା ବା ଧର୍ମରୁ ଜଗତ ସୃଷ୍ଟି ହୋଇଛି l ତା’ ପରେ ତୁମର ସୃଷ୍ଟି ହୋଇଛି l ସେଇ ନ୍ୟାୟରେ ମୁଁ ତୁମର ଜ୍ୟେଷ୍ଠ ଭ୍ରାତା ସଦୃଶ ହେବି l ଧର୍ମ ହିଁ ସନାତନ l ସେଇ ମାନ୍ୟତାରେ ତୁମେ ମୋତେ ଆଗ ରାସ୍ତା ଛାଡିଦିଅ l ଏ ସବୁ କଥା ଅଧର୍ମ ଉପରେ କିଛି ପ୍ରଭାବ ପକାଇବା ପରି ଜଣାପଡ଼ିଲାନିl

ସେ ବିରକ୍ତ ହୋଇ କହିଲା – ଏସବୁ କଥାର କିଛି ଗୁରୁତ୍ୱ ନାହିଁ l ଆସ, ମୋ ସହିତ ଯୁଦ୍ଧ କର l ଯୁଦ୍ଧରେ ଯେ ହାରିବ ସେ ହିଁ ଅନ୍ୟକୁ ବାଟ ଛାଡିବ l

ଏଥିରେ ହତାଶ ନ ହୋଇ ଧର୍ମ ପୁଣି ବୁଝାଇବାକୁ ଚେଷ୍ଟା କଲେ – ହେ ଅଧର୍ମ ! ମୋର ସ୍ବରୂପ ସ୍ବର୍ଗ, ମର୍ତ୍ତ୍ୟ ଓ ପାତାଳ ସବୁ ଆଡ଼େ ବ୍ୟାପ୍ତ l ଅନନ୍ତ ଗୁଣରେ ମୁଁ ବିଭୂଷିତ l ମୋର ଶକ୍ତି ମଧ୍ୟ ଅସୀମ l ତେଣୁ ଯୁଦ୍ଧରେ ମୋତେ ତୁମେ ହରାଇ ପାରିବ ବୋଲି କିପରି ଚିନ୍ତା କରିପାରୁଛ?

ଅଧର୍ମ ନିଜର ଯୁକ୍ତିକୁ ଶାଣିତ କରିବାକୁ ଯାଇ ଲୁହା ଏବଂ ସୁନା ଉଦାହରଣ ଦେଇ କହିଲା ଶୁଣ, ଉତ୍ତପ୍ତ ତରଳ ଲୁହାରେ ସୁନାକୁ ପକାଇଲେ ସୁନା ତରଳି ଯାଏ କିନ୍ତୁ ଉତ୍ତପ୍ତ ତରଳ ସୁନାରେ ଲୁହା ଖଣ୍ଡେ ପକାଇଲେ ତା’ର କିଛି କ୍ଷତି ହୁଏନା l ତେଣୁ ଆଜି ଅଧର୍ମ ଧର୍ମ କୁ ପରାଜିତ କରିବ ହିଁ କରିବ l

ଏବେ ସହଜ ଭାବରେ ଧର୍ମ କହିଲେ, ଯାହାର ଯୁଦ୍ଧ କରିବାର ଇଚ୍ଛା ଅଛି, ତା’ ପାଇଁ ଜ୍ୟେଷ୍ଠ କ’ଣ, ଗୁରୁଗୁରୁଜନ କ’ଣ ଏହାର କିଛି ଅର୍ଥ ନାହିଁ l ତେଣୁ ଅପ୍ରିୟ ହେବା ଅପେକ୍ଷା ମୁଁ ତୁମକୁ ବାଟ ଛାଡିଦେଉଛି ଏବଂ ତୁମର ସବୁ କଥାକୁ ମଧ୍ୟ କ୍ଷମା କରିଦେଉଛି l ତୁମେ ଏଣିକି ଯାଇ ପାର l

ଶେଷକୁ ଧର୍ମ ରାସ୍ତା ଛାଡ଼ିଦେଲେ l -ତେଲେଙ୍ଗାପେଣ୍ଠ, କଟକ
ମୋ: ୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?