Posted inଫୁରସତ

ଧର୍ମ – ଅଧର୍ମର ବାକ୍‌ ଯୁଦ୍ଧ; ଜିତିଲା କିଏ

ସବୁ ଯୁଗରେ ଭଲ – ମନ୍ଦ, ପାପ – ପୁଣ୍ୟ, ଉଚିତ – ଅନୁଚିତ, ଧର୍ମ – ଅଧର୍ମ ଆଦି ଦୁଇ ଦୁଇଟିର କଥା ରହିଛି l ସମୟ ସମୟରେ ଏ ଦୁହିଁଙ୍କ ଭିତରେ ଦ୍ୱନ୍ଦ୍ୱ ମଧ୍ୟ ଉପୁଜେ l ଧର୍ମବିରୋଧୀ କହୁଥିବ ମୁଁ ଯାହା କରୁଛି ଠିକ୍‌ – ଧାର୍ମିକ ଲୋକ କହୁଥିବ, ଭାଇ ! ମୋ ରାସ୍ତାଟି ସବୁବେଳେ ଠିକ୍‌ ଥାଏ l ଏମିତି ପରସ୍ପର ଆରୋପ ଆଉ ପ୍ରତ୍ୟାରୋପ ଭିତରେ କାହା କଥା ରହେ ବା କିଏ ଜିତେ – ଏହା ସେ ସମୟର ପରିବେଶ ଆଉ ପରିସ୍ଥିତିକୁ ନେଇ ନିର୍ଣ୍ଣୟ ହୋଇଥାଏ l ଦେବତା ଆଉ ଦାନବମାନଙ୍କ ଭିତରେ ଅନେକ ସମୟରେ ଯୁଦ୍ଧ ହେବାର କଥା ପୁରାଣରେ ଉଲ୍ଲେଖ ଅଛି l ଆପଣ ଦେଖିବେ ପ୍ରତ୍ୟେକ ଯୁଦ୍ଧରେ ଦେବତାମାନେ ହିଁ ପ୍ରଥମେ ପରାଜିତ ହୁଅନ୍ତି l ପରାଜୟର ଆତ୍ମଗ୍ଳାନିରେ ସେମାନେ ବ୍ରହ୍ମା, ବିଷ୍ଣୁ ବା ଶିବଙ୍କ ଶରଣ ପଶନ୍ତି l ସେଠୁ କିଛି ଅତିରିକ୍ତ ଆଶ୍ୱାସନା, ବଳ ବା ବର ପ୍ରାପ୍ତ ହୋଇସାରିବା ପରେ ହିଁ ସେମାନେ ଶକ୍ତିବାନ୍‌ ହୋଇଉଠନ୍ତି l ତା’ ପରେ ଦାନବମାନଙ୍କୁ ସେମାନେ ଅକ୍ଳେଶରେ ପରାଜିତ କରିପାରନ୍ତି l

ପାଠକେ ! ଏହା ତ ହେଲା ଶାସ୍ତ୍ର ପୁରାଣର କଥା l ହେଲେ ଏବେ କାହିଁକି ଏଗୁଡ଼ିକୁ ଆମେ ପଢ଼ିବା ବା ଆଲୋଚନା କରିବା? କଥା ହେଉଛି ଯେଉଁ ସିଦ୍ଧାନ୍ତଗୁଡ଼ିକ ହଜାର ହଜାର ବର୍ଷର, ଯେଉଁ ନିୟମକୁ ସ୍ବୟଂ ଜଗନ୍ନାଥ ମାନନ୍ତି – ସେଗୁଡ଼ିକୁ ବି ଏ ମଣିଷଗୁଡ଼ାକ ଫୁତ୍କାରରେ ଉଡ଼ାଇ ଦିଅନ୍ତି l ଏ ଧରଣର ଲୋକମାନେ ସବୁଠି ବୈଜ୍ଞାନିକ ଦର୍ଶନ ଖୋଜି ବୁଲନ୍ତି l ଏମାନଙ୍କୁ ସାଧାରଣ କଥାଟିଏ ଜଣା ନ ଥାଏ ଯେ ବିଜ୍ଞାନର ଶେଷ ଯେଉଁଠି, ଆଧ୍ୟାତ୍ମିକତାର ଆରମ୍ଭ ସେଇଠୁ l ଆଧ୍ୟାତ୍ମିକ ଭାବନାର ଗଭୀରତାକୁ ବିଜ୍ଞାନର ବାଡ଼ି ସବୁବେଳେ ମାପ କରିପାରିବ ନାହିଁ l ଚାଉଳ ବା ଭାତ କିଛିଦିନ ରହି ସାରିବା ପରେ ପୋକ ଲାଗି ଯାଉଛି କିନ୍ତୁ ବର୍ଷ ବର୍ଷ ଧରି ମହାପ୍ରଭୁଙ୍କ ନିର୍ମାଲ୍ୟ ଅକ୍ଷୁଣ୍ଣ ରହିପାରୁଛି l ବିଶ୍ୱର ସମସ୍ତ ବର ଗଛରେ ଓହଳ ଥିବା ବେଳେ ଶ୍ରୀମନ୍ଦିର ଭିତରେ ଥିବା କଳ୍ପବଟରେ ଓହଳ ନାହିଁ l କାହିଁକି? ଏଠି କେଉଁ ବିଜ୍ଞାନ କାମ କରୁଛି? ବର୍ଷକ ଆଗରୁ ପରାଗ ଏବଂ ଗ୍ରହଣ ହେବା କଥା ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ଅଛି l ସମାଜରେ ଅନେକ ଅନୀତି, ଦୁର୍ନୀତି, କୁସଂସ୍କାର ଆଦି ଥିବା ବେଳେ ତା’ ବିରୋଧରେ ସ୍ବର ଉତ୍ତୋଳନ ନ କରି ଯାହା ମଣିଷକୁ ଏକପ୍ରକାର ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ, ସେ ନିୟମ ବିରୋଧରେ ମତ ଦେବା ମୋ ମତରେ ମୂର୍ଖାମିର ପରିଚୟ ମାତ୍ର l ତଥାପି ଏମାନଙ୍କର ଏପରି ଚିନ୍ତାଧାରା ବିରୋଧରେ କାଁ ଭାଁ କେଉଁଠି ସ୍ବର ଉତ୍ତୋଳନ ହେଉଥିଲେ ବି ଅବଶିଷ୍ଟ ବୃହତ୍ତର ସମାଜ ନିଜ ଉଦାର ଗୁଣରେ ନିରବ ରହି ଏ ମଣିଷମାନଙ୍କୁ ଆଉ ଟିକେ ଆଗକୁ ବାଟ ଛାଡ଼ିଦେଇ ଶେଷ ଫଳାଫଳର ଅପେକ୍ଷାରେ ଥିବାର ମନେହୁଏ l

ଦିନକର କଥା l ଧର୍ମ ଓ ଅଧର୍ମ ଦୁଇଜଣ ଯାକ ନିଜ ନିଜ ରଥରେ ବସି ସଂସାର ବୁଲିବାକୁ ବାହାରିଗଲେ l କିଛିଦିନ ପରେ ଦୁହେଁ ଗୋଟିଏ ରାସ୍ତାରେ ପରସ୍ପରକୁ ସାମନା ସାମନି କଲେ l ରାସ୍ତାଟି ଖୁବ୍‌ ସଂକୀର୍ଣ୍ଣ ଥିଲା l ଏକାଥରକେ କେବଳ ଗୋଟିଏ ରଥ ହିଁ ସେ ରାସ୍ତାରେ ଯାଇ ପାରିବ l ସେପଟୁ ଅଧର୍ମର ରଥ ଆସୁଛି l ଏପଟୁ ଧର୍ମର ରଥ ଯାଉଛି l ଏଇଠି ସୃଷ୍ଟି ହେଲା ସମସ୍ୟା l କେହି କାହାକୁ ବାଟ ଛାଡ଼ିବାକୁ ନାରାଜ l

କିଛି ସମୟ ପାଇଁ ଧର୍ମ -ଅଧର୍ମ ଦୁହେଁ ପରସ୍ପରକୁ ତିର୍ଯ୍ୟକ ଚାହାଣିରେ ଚାହିଁଲେ l ଧର୍ମ ପ୍ରଥମେ ମୁହଁ ଖୋଲି ଅଧର୍ମକୁ ବୁଝାଇ କହିଲେ – ଭାଇ ଅଧର୍ମ ! ତୁ ଭଲକି ଜାଣିଛୁ ମୁଁ କିଏ l ମୋ ରାସ୍ତାଟି ସବୁବେଳେ ଠିକ୍‌ ଥାଏ l
ମୁଁ କେବେ ବି ଭୁଲ୍‌ ରାସ୍ତାରେ ଯାଏନା l ତେଣୁ ମୋତେ ରାସ୍ତା ଛାଡ଼ିଦେ l ମୁଁ ଜ୍ଞାନୀ, ବିଦ୍ୱାନଙ୍କ ଦ୍ୱାରା ବନ୍ଦିତ l ମୁଁ ଫଳ ଦାୟକ ଏବଂ ପୁଣ୍ୟ ପ୍ରଦାୟକ l

ଲୋକମାନେ ମୋତେ ମାନ୍ୟତା ପ୍ରଦାନ କରନ୍ତି l ମୋର ସାନ୍ନିଧ୍ୟ ପାଇବା ପାଇଁ ସମସ୍ତେ ବ୍ୟାକୁଳ ଥା’ନ୍ତି l ଦେବତାମାନଙ୍କ ଦ୍ୱାରା ବି ମୁଁ ପ୍ରଶଂସିତ l ତେଣୁ ମୋତେ ରାସ୍ତା ଛାଡ଼ିଦେବା ହିଁ ତୁମର ପରମ କର୍ତ୍ତବ୍ୟ l

ଧର୍ମ ମୁହଁରୁ ଏତକ ଶୁଣିବା କ୍ଷଣି ଅଧର୍ମ କହିଲା – ତୁ ’ ଧର୍ମ ହେଲେ ବି ମୋ ନାଁ ହେଉଛି ଅଧର୍ମ l ମୁଁ ନିର୍ଭୟ ଆଉ ବଳବାନ୍‌ l କଥାରେ ଅଛି, ଜୋର ଯାର ମୁଲକ ତା’ର l କାହାକୁ ଦୟା ଦେଖାଇବା ମୋ ଜାତକରେ ନାହିଁ l ମୁଁ ଯାହା ଚାହେଁ ତାହା କରେ l ମୋ ଇଚ୍ଛା ହିଁ ସମ୍ବିଧାନ l ତେଣୁ ତୁ ପହିଲେ ବାଟ ଛାଡ଼ l

ଧର୍ମ ଆଉ ଟିକେ ବୁଝାଇ କହିଲା, ଦେଖ ଭାଇ ! ସଂସାରରେ ଆଗ ଧର୍ମ ହିଁ ସୃଷ୍ଟି ହୋଇଥିଲା ବା ଧର୍ମରୁ ଜଗତ ସୃଷ୍ଟି ହୋଇଛି l ତା’ ପରେ ତୁମର ସୃଷ୍ଟି ହୋଇଛି l ସେଇ ନ୍ୟାୟରେ ମୁଁ ତୁମର ଜ୍ୟେଷ୍ଠ ଭ୍ରାତା ସଦୃଶ ହେବି l ଧର୍ମ ହିଁ ସନାତନ l ସେଇ ମାନ୍ୟତାରେ ତୁମେ ମୋତେ ଆଗ ରାସ୍ତା ଛାଡିଦିଅ l ଏ ସବୁ କଥା ଅଧର୍ମ ଉପରେ କିଛି ପ୍ରଭାବ ପକାଇବା ପରି ଜଣାପଡ଼ିଲାନିl

ସେ ବିରକ୍ତ ହୋଇ କହିଲା – ଏସବୁ କଥାର କିଛି ଗୁରୁତ୍ୱ ନାହିଁ l ଆସ, ମୋ ସହିତ ଯୁଦ୍ଧ କର l ଯୁଦ୍ଧରେ ଯେ ହାରିବ ସେ ହିଁ ଅନ୍ୟକୁ ବାଟ ଛାଡିବ l

ଏଥିରେ ହତାଶ ନ ହୋଇ ଧର୍ମ ପୁଣି ବୁଝାଇବାକୁ ଚେଷ୍ଟା କଲେ – ହେ ଅଧର୍ମ ! ମୋର ସ୍ବରୂପ ସ୍ବର୍ଗ, ମର୍ତ୍ତ୍ୟ ଓ ପାତାଳ ସବୁ ଆଡ଼େ ବ୍ୟାପ୍ତ l ଅନନ୍ତ ଗୁଣରେ ମୁଁ ବିଭୂଷିତ l ମୋର ଶକ୍ତି ମଧ୍ୟ ଅସୀମ l ତେଣୁ ଯୁଦ୍ଧରେ ମୋତେ ତୁମେ ହରାଇ ପାରିବ ବୋଲି କିପରି ଚିନ୍ତା କରିପାରୁଛ?

ଅଧର୍ମ ନିଜର ଯୁକ୍ତିକୁ ଶାଣିତ କରିବାକୁ ଯାଇ ଲୁହା ଏବଂ ସୁନା ଉଦାହରଣ ଦେଇ କହିଲା ଶୁଣ, ଉତ୍ତପ୍ତ ତରଳ ଲୁହାରେ ସୁନାକୁ ପକାଇଲେ ସୁନା ତରଳି ଯାଏ କିନ୍ତୁ ଉତ୍ତପ୍ତ ତରଳ ସୁନାରେ ଲୁହା ଖଣ୍ଡେ ପକାଇଲେ ତା’ର କିଛି କ୍ଷତି ହୁଏନା l ତେଣୁ ଆଜି ଅଧର୍ମ ଧର୍ମ କୁ ପରାଜିତ କରିବ ହିଁ କରିବ l

ଏବେ ସହଜ ଭାବରେ ଧର୍ମ କହିଲେ, ଯାହାର ଯୁଦ୍ଧ କରିବାର ଇଚ୍ଛା ଅଛି, ତା’ ପାଇଁ ଜ୍ୟେଷ୍ଠ କ’ଣ, ଗୁରୁଗୁରୁଜନ କ’ଣ ଏହାର କିଛି ଅର୍ଥ ନାହିଁ l ତେଣୁ ଅପ୍ରିୟ ହେବା ଅପେକ୍ଷା ମୁଁ ତୁମକୁ ବାଟ ଛାଡିଦେଉଛି ଏବଂ ତୁମର ସବୁ କଥାକୁ ମଧ୍ୟ କ୍ଷମା କରିଦେଉଛି l ତୁମେ ଏଣିକି ଯାଇ ପାର l

ଶେଷକୁ ଧର୍ମ ରାସ୍ତା ଛାଡ଼ିଦେଲେ l -ତେଲେଙ୍ଗାପେଣ୍ଠ, କଟକ
ମୋ: ୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri