ଖାଦ୍ୟ ଖାଉନି ଦନ୍ତା, ବିଗୁଡୁଛି ଅବସ୍ଥା

ସମ୍ବଲପୁର,୧୯।୬(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜ ଅଧୀନ ସାପଲହରା ଗ୍ରାମର ଏକ ପୋଖରୀରେ ୪ ଦିନ ହେଲା ଏକ ଆହତ ଦନ୍ତାହାତୀ ମୃତ୍ୟୁ ସହ ସଂଗ୍ରାମ କରୁଛି। ରବିବାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି। ପୋଖରୀ ଭିତରୁ ବାହାରିବାକୁ ଆଉ ଚେଷ୍ଟା କରିପାରୁନାହିଁ । ପଙ୍କ ଓ ପାଣିରେ ଶୋଇ ପଡ଼ିଛି । ଯେତେ ଖାଦ୍ୟ ଦେଲେ ଆଉ ଖାଇ ପାରୁନାହିଁ । ଏଭଳି ସ୍ଥିତିରେ ଭୁବନେଶ୍ୱରରୁ ଏକ ଡାକ୍ତରୀ ଟିମ୍‌ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି । ହାତୀକୁ ସାଲାଇନ ଏବଂ ଆବଶ୍ୟକ ଔଷଧ ଦେଇ ଚିକିତ୍ସା କରାଯାଉଛି । ଅନ୍ୟପକ୍ଷେ ହାତୀକୁ ପ୍ରବଳ ଜ୍ୱର ହେଉଥିବା ବେଳେ କ୍ଷତସ୍ଥାନ ପୁଣି ସଂକ୍ରମଣ ହୋଇଥିବା ଡାକ୍ତରୀ ଟିମ୍‌ କହିଛନ୍ତି ।
ଭୁବନେଶ୍ୱର ଓୟୁଏଟି ପ୍ରଫେସର ଇନ୍ଦ୍ରମଣି ନାଥ କହିଛନ୍ତି, ଜୁନ ୨ ତାରିଖରେ ଦନ୍ତାହାତୀକୁ ପ୍ରଥମେ ଚିକିତ୍ସା କରାଯାଇଥିଲା । ଟ୍ରାଙ୍କୁଲାଇଜ କରି ଆବଶ୍ୟକ ଔଷଧ ଦିଆଯାଇଥିଲା। ୩ ଦିନ ପର୍ଯ୍ୟନ୍ତ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ରହିଥିଲା। ରବିବାର କଦଳୀ ଓ ଫଳରେ ଔଷଧ ଦିଆଯାଇଥିଲେ ମଧ୍ୟ ଖାଇ ନ ଥିଲା। ତେଣୁ ଅବସ୍ଥା ଆହୁରି ବିଗିଡି ଯାଇଛି। କ୍ଷତ ପାଇଁ ଚିନ୍ତା ନାହିଁ । ହେଲେ ଗୋଡ଼ ପାଇଁ ଚିନ୍ତା ରହିଛି । ବୋନ ସ୍ପାନ ହୋଇଛି । ଗୋଡ଼ ମୋଡି ହୋଇ ରହିଯାଇଛି, ତେଣୁ ଛିଡା ହୋଇପାରୁନାହିଁ । ଜ୍ୱର ମଧ୍ୟ ରହୁଛି । ତେଣୁ ଦନ୍ତା ପାଣି ଭିତରେ ରହିବାକୁ ପସନ୍ଦ କରୁଛି । ସମସ୍ତ ପ୍ରକାର ଚିକିତ୍ସା କରାଯାଉଛି । ଖୁବ୍‌ଶୀଘ୍ର ହାତୀ ଭଲ ହୋଇଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ସେହିପରି ଡିଏଫ୍‌ଓ ବି. ନିଳାମ୍ବର କହିଛନ୍ତି, ହାତୀକୁ ଯଥାସମ୍ଭବ ଚିକିତ୍ସା କରାଯାଉଛି । ଭଲ ହୋଇଯିବ। ପୋଖରୀ ଭିତରେ ଚିକିତ୍ସା ହେଉଥିବାରୁ ପୋଖରୀ ପାଣି ବ୍ୟବହାର କରିବା ପାଇଁ ଗ୍ରାମବାସୀଙ୍କୁ କିଛି ଦିନ ବାରଣ କରାଯାଇଛି। ପାଣି ବିଶୋଧନ ପରେ ବ୍ୟବହାର କରିବାକୁ କୁହାଯାଇଛି। ଅଞ୍ଚଳବାସୀ ମଧ୍ୟ ବନ ବିଭାଗକୁ ସହଯୋଗ କରୁଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ମେ’ ୨୯ରେ ଆହତ ଦନ୍ତାକୁ ମୁର୍ଗାବାରି ଗ୍ରାମ ଜଙ୍ଗଲରେ ବନ ବିଭାଗ ଠାବ କରିଥିଲା। ଜୁନ୍‌ ୨ରୁ ଚିକିତ୍ସା ଆରମ୍ଭ ହୋଇଛି। ହେଲେ ଚିକିତ୍ସାର ୧୭ ଦିନ ବିତିଯାଇଥିଲେ ମଧ୍ୟ ଦନ୍ତା ସୁସ୍ଥ ହୋଇପାରୁ ନାହିଁ। ଅନ୍ୟପକ୍ଷେ ଅବସ୍ଥା ଦିନିକୁ ଦିନ ବିଗିଡିବାରେ ଲାଗିଛି। ଗୋଡ଼ ଫୁଲି ଯିବା ସହ କ୍ଷତ ପୁଣି ପଚି ଯାଇଛି। ଅନ୍ୟପକ୍ଷେ ପଡ଼ିଆବାହାଲ ରେଞ୍ଜ ତୁରାଙ୍ଗ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଆଉ ଏକ ଦନ୍ତା ଆହତ ଅବସ୍ଥାରେ ବୁଲୁଥିବା ଦେଖିବାକୁ ମିଳିଛି। ଗୋଡ଼ରେ ଗଭୀର ଆଘାତ ଯୋଗୁ ଠିକ୍‌ ଭାବେ ଚାଲିପାରୁ ନ ଥିବା ସୂଚନା ମିଳିଛି। ବନ ବିଭାଗ ଓ ଡାକ୍ତରୀ ଟିମ୍‌ ପହଞ୍ଚି ଦନ୍ତାକୁ ଖୋଜାଖୋଜି କରିଥିଲେ। ହେଲେ ହାତୀକୁ ନ ପାଇବାରୁ ଚିକିତ୍ସା ହୋଇ ପାରି ନ ଥିବା ରେଞ୍ଜର ପବିତ୍ର ମୋହନ ମାଝି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

CJPର ଦିଲ୍ଲୀ ବିକ୍ଷୋଭରେ କାହିଁକି ଯୋଗ ଦେଲେ ନାହଁ ସୋନମ ୱାଙ୍ଗଚୁକ ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୦।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଶନିବାର (୧୦ ଅକ୍ଟୋବର, ୨୦୨୬) ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ବାଚନ…

CJPକୁ ନେଇ ବଡ଼ ବୟାନ ଦେଲେ ଚିରାଗ ପାସୱାନ, କହିଲେ କେହି ଅଟକାଇ ପାରିବେ ନାହିଁ…

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଶୁକ୍ରବାର କହିଛନ୍ତି ଯେ ଟ୍ରେନ ବାତିଲ କରି ଭାରତର ଯୁବପିଢ଼ିଙ୍କୁ ଅଟକାଯାଇ ପାରିବ ନାହିଁ। ସେ ନିର୍ୱାଚନ ଆୟୋଗ ବିରୋଧରେ ବିକ୍ଷୋଭ…

ନିଜ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ତେଜ ପ୍ରତାପ ଯାଦବ, କହିଲେ, ‘ପୂର୍ବତନ ପ୍ରେମିକଙ୍କୁ ଦେଉଥିଲେ…’

ପାଟନା,୧୦।୧୦: ବିହାରର ପୂର୍ବତନ ମନ୍ତ୍ରୀ ତଥା ‘ଜନ ଶକ୍ତି ଜନତା ଦଳ’ (JJD)ର ଜାତୀୟ ସଭାପତି ତେଜ ପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ବିରୁଦ୍ଧରେ…

୨ ଅଧିନାୟକଙ୍କ ସାଇଲେଣ୍ଟ ୱାର୍‌: କ୍ରିକେଟ ମହଲରେ ଚର୍ଚ୍ଚା ଜୋରଦାର

ନୂଆଦିଲ୍ଲୀ,୧୦।୧୦: କ୍ରିକେଟ ପଡ଼ିଆରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସାଧାରଣତଃ ବାକ୍‌ଯୁଦ୍ଧ କିମ୍ବା ସ୍ଲେଜିଂ ଦେଖିବାକୁ ମିଳେନାହିଁ। କିନ୍ତୁ ଚଳିତ ଗସ୍ତକୁ ନେଇ ଦୁଇ ଦଳର ଅଧିନାୟକଙ୍କ…

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?