ଶିକ୍ଷା ବିଭାଗ କର୍ମଚାରୀଙ୍କୁ କଂସଙ୍କ ଡାକରା

ଚନ୍ଦାହାଣ୍ଡି,୧୬।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସଦର ମହକୁମାରେ ଚାଲିଥିବା ବାଲିଯାତ୍ରାର ଅଷ୍ଟମ ରଜନୀରେ ଅଷ୍ଟମଲ୍ଲ ସଖା ବଧ ମଞ୍ଚସ୍ଥ ହୋଇଛି। ମହାରାଜ କଂସଙ୍କୁ ଚନ୍ଦାହାଣ୍ଡି ଗ୍ରାମବାସୀ ଏକ ସୁସଜ୍ଜିତ ରଥରେ ଗୋପପୁରରୁ ବାଜାବାଜଣା ଓ ହୁଳହୁଳି ଦେଇ ମଥୁରା ନଗରୀକୁ ପାଛୋଟି ଆଣିଥିଲେ। ମହାରାଜ କଂସଙ୍କ ଦରବାରରେ ଏବିଓ ବିଜୟାନନ୍ଦ ସୋରି, ଏବିଓ ପ୍ରେମଚାନ୍ଦ ସିଂ ଧୁରୁଆ, ଏବିଓ ନୀଳକଣ୍ଠ ଦାଶ, ଯାଦବ ମାଝି ବାଳିକା ଉଚ୍ଚ ବିଦ୍ୟାଳୟ ମୋହରା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନଜରାନା ପରବୀନ, ଓଡିଶା ଆଦର୍ଶ ବିଦ୍ୟାଳୟ ଫଟକି କାହ୍ନୁଚରଣ ଗାଙ୍ଗି ପ୍ରମୁଖ ହାଜର ହୋଇଥିଲେ। ଏହି ଅବସରରେ ଚନ୍ଦାହାଣ୍ଡି ଅଞ୍ଚଳର କେତେକ ବିଦ୍ୟାଳୟର ଭିତିଭୂମି, ଏମ୍‌ଡିଏମ୍‌ ଏବଂ ଅନ୍ୟ ସମସ୍ୟା ସମ୍ପର୍କରେ କଂସ ମହାରାଜଙ୍କ ସହ ଆଲୋଚନା ହୋଇଥିଲେ। କଂସ ମହାରାଜ ସମସ୍ତ ଶିକ୍ଷା ବିଭାଗ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ସ୍କୁଲ ପରିବେଶ ସଫା ରଖିବା, ନିଜ ଦାୟିତ୍ୱ ଠିକ୍‌ଭାବେ ସମ୍ପାଦନା କରି ଛାତ୍ରୀ ଛାତ୍ରଙ୍କୁ ଉତ୍ତମ ଶିକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଚନ୍ଦାହାଣ୍ଡି ଭଳି ଉପାନ୍ତ ଅଞ୍ଚଳରେ ଏଭଳି ଏକ ପୌରାଣିକ ନାଟକ ଆୟୋଜନ କରି ଅଞ୍ଚଳବାସୀଙ୍କୁ ପୁରାଣ ସମ୍ପର୍କରେ ଭାବାଦର୍ଶ କରାଇଥିବାରୁ ସମସ୍ତ ନେତୃମଣ୍ଡଳୀ ଧନୁଯାତ୍ରା କମିଟି ତଥା ଆୟୋଯକଙ୍କୁ ସାଧୁବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମକୁ ଦୁର୍ଯ୍ୟୋଧନ ପୁଜାରୀ, ନଳିନୀ ଦାସ, କମଳ ପୁଜାରୀ, ରତ୍ନାକର ପୁଜାରୀ, ବାସୁଦେବ ସୁନା, ବବି ବିଶୋଇ, ମୁରଲି ସାଗର, ଜଗଦୀଶ ରାଉତ, କୈଳାସ ବେହେରା ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆବାସ ଘର ଅପେକ୍ଷାରେ ୩ ଶହ ପରିବାର

ନବରଙ୍ଗପୁର,୨୫ା୫(ବି.ପ୍ର.): ନବରଙ୍ଗପୁର ସହରର ବିଭିନ୍ନ ପୋଖରୀ ହୁଡ଼ାରେ ଲୋକେ ଭୂମିହୀନ ଭାବେ ଝୁମ୍ପୁଡି କରି ରହିଛନ୍ତି। ଏହା ସମେତ ଅନେକ ଗରିବ ପରିବାର ଚାଳଚପର ଓ...

ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

ନବରଙ୍ଗପୁର,୫-୨(ବି.ପ୍ର.):ଏକ ବଳାତ୍କାର ମାମଲାର ବିଚାର କରି ନବରଙ୍ଗପୁର ସ୍ପେଶାଲ ଟ୍ରାକ କୋର୍ଟ ଜଜ୍‌ ମନୋରଞ୍ଜନ ଦାଶ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ...

ଧୁଙ୍ଗିଆପାଣି ଗାଁ ରାସ୍ତା ଭୁଲିଯାଇଛି ବିକାଶ

ଉମରକୋଟ, ୯।୨(ସ୍ବ.ପ୍ର.): ଉମରକୋଟ ବ୍ଲକ ତହୋରା ପଞ୍ଚାୟତର ଧୁଙ୍ଗିଆପାଣି ଗ୍ରାମ। ଏହି ଗ୍ରାମକୁ ବିକାଶ ଯେମିତି ବାଟ ଭୁଲିଯାଇଛି। ପାହାଡ଼ିଆ ଅଙ୍କାବଙ୍କା ମାଟି ରାସ୍ତା ଦେଇ ସତେ...

୨୪ ଶିକ୍ଷକ ବହିଷ୍କୃତ, ଜଣେ ଛାଡିଲେ ଚାକିରି

ନବରଙ୍ଗପୁର,୩୧।୧୨(ବି.ପ୍ର.): ନବରଙ୍ଗପୁର ଜିଲାରେ ଲମ୍ବା ଛୁଟିରେ ଥିବା ଶିକ୍ଷକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଜିଲା ପ୍ରଶାସନ। ଲମ୍ବା ଛୁଟରେ ଥିବା ୩୧ଜଣ ଶିକ୍ଷକଙ୍କ ମଧ୍ୟରୁ...

ରେଗୁଲାର କରା ନ ଗଲେ ଆନ୍ଦୋଳନ ଚେତାବନୀ

ପାପଡାହାଣ୍ଡି,୧୩।୬ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ଶହୀଦ ମିନାରରେ ରବିବାର ଜିଲାର ରେଗୁଲାରରୁ ବଞ୍ଚତ୍ତ ଗଣଶିକ୍ଷକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଉପଦେଷ୍ଟା ଉମେଶ ପାତ୍ରଙ୍କ...

ମହିଳାଙ୍କୁ କମେଣ୍ଟ ମାରି ୨ ଯୁବକ ଗିରଫ

ନବରଙ୍ଗପୁର,୩୦।୫(ବି.ପ୍ର.): କମେଣ୍ଟ ମାରିବା ଓ ଅଶ୍ଲୀଳ ଇଙ୍ଗିତ କରିବା ଘଟଣାରେ ନବରଙ୍ଗପୁର ପୋଲିସ ୨ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ...

ରିଲିଫ ପାଣ୍ଠିକୁ ୩ ମାସର ଦରମା ଦେଲେ ଜିଲା ପରିଷଦ ଅଧ୍ୟକ୍ଷା

ପାପଡ଼ାହାଣ୍ଡି,୪।୪(ଡି.ଏନ୍.ଏ.): କରୋନା ମୁକାବିଲା ଲାଗି ସହାୟତାର ହାତ ବଢ଼ାଇଛନ୍ତି ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷା ଭଗବତି ଭତରା। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସେ ନିଜର ତିନି...

ବାରଣ୍ଡାରେ ଶୋଇଥିଲା ଶିଶୁ, ଭୁଶୁଡ଼ିଲା କାନ୍ଥ

ଉମରକୋଟ,୨୦।୮(ସ୍ବ.ପ୍ର.): ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିପଡ଼ିଲା କାନ୍ଥ। କାନ୍ଥ ତଳେ ଚାପିହୋଇ ୬ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି...

Advertisement
Archives

Model This Week