ଶିକ୍ଷା ବିଭାଗ କର୍ମଚାରୀଙ୍କୁ କଂସଙ୍କ ଡାକରା

ଚନ୍ଦାହାଣ୍ଡି,୧୬।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସଦର ମହକୁମାରେ ଚାଲିଥିବା ବାଲିଯାତ୍ରାର ଅଷ୍ଟମ ରଜନୀରେ ଅଷ୍ଟମଲ୍ଲ ସଖା ବଧ ମଞ୍ଚସ୍ଥ ହୋଇଛି। ମହାରାଜ କଂସଙ୍କୁ ଚନ୍ଦାହାଣ୍ଡି ଗ୍ରାମବାସୀ ଏକ ସୁସଜ୍ଜିତ ରଥରେ ଗୋପପୁରରୁ ବାଜାବାଜଣା ଓ ହୁଳହୁଳି ଦେଇ ମଥୁରା ନଗରୀକୁ ପାଛୋଟି ଆଣିଥିଲେ। ମହାରାଜ କଂସଙ୍କ ଦରବାରରେ ଏବିଓ ବିଜୟାନନ୍ଦ ସୋରି, ଏବିଓ ପ୍ରେମଚାନ୍ଦ ସିଂ ଧୁରୁଆ, ଏବିଓ ନୀଳକଣ୍ଠ ଦାଶ, ଯାଦବ ମାଝି ବାଳିକା ଉଚ୍ଚ ବିଦ୍ୟାଳୟ ମୋହରା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନଜରାନା ପରବୀନ, ଓଡିଶା ଆଦର୍ଶ ବିଦ୍ୟାଳୟ ଫଟକି କାହ୍ନୁଚରଣ ଗାଙ୍ଗି ପ୍ରମୁଖ ହାଜର ହୋଇଥିଲେ। ଏହି ଅବସରରେ ଚନ୍ଦାହାଣ୍ଡି ଅଞ୍ଚଳର କେତେକ ବିଦ୍ୟାଳୟର ଭିତିଭୂମି, ଏମ୍‌ଡିଏମ୍‌ ଏବଂ ଅନ୍ୟ ସମସ୍ୟା ସମ୍ପର୍କରେ କଂସ ମହାରାଜଙ୍କ ସହ ଆଲୋଚନା ହୋଇଥିଲେ। କଂସ ମହାରାଜ ସମସ୍ତ ଶିକ୍ଷା ବିଭାଗ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ସ୍କୁଲ ପରିବେଶ ସଫା ରଖିବା, ନିଜ ଦାୟିତ୍ୱ ଠିକ୍‌ଭାବେ ସମ୍ପାଦନା କରି ଛାତ୍ରୀ ଛାତ୍ରଙ୍କୁ ଉତ୍ତମ ଶିକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଚନ୍ଦାହାଣ୍ଡି ଭଳି ଉପାନ୍ତ ଅଞ୍ଚଳରେ ଏଭଳି ଏକ ପୌରାଣିକ ନାଟକ ଆୟୋଜନ କରି ଅଞ୍ଚଳବାସୀଙ୍କୁ ପୁରାଣ ସମ୍ପର୍କରେ ଭାବାଦର୍ଶ କରାଇଥିବାରୁ ସମସ୍ତ ନେତୃମଣ୍ଡଳୀ ଧନୁଯାତ୍ରା କମିଟି ତଥା ଆୟୋଯକଙ୍କୁ ସାଧୁବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମକୁ ଦୁର୍ଯ୍ୟୋଧନ ପୁଜାରୀ, ନଳିନୀ ଦାସ, କମଳ ପୁଜାରୀ, ରତ୍ନାକର ପୁଜାରୀ, ବାସୁଦେବ ସୁନା, ବବି ବିଶୋଇ, ମୁରଲି ସାଗର, ଜଗଦୀଶ ରାଉତ, କୈଳାସ ବେହେରା ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?