ତାତିରେ ଡହଳବିକଳ ହାତୀ

ଢେଙ୍କାନାଳ ଅଫିସ, ୨୪।୪: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଡହଳବିକଳ ହେଉଛି ସାରା ଓଡ଼ିଶା। ଝାଞ୍ଜି ସାଙ୍ଗକୁ ତତଲା ପବନ ଅଣନିଃଶ୍ୱାସୀ କରୁଛି। ରାଜ୍ୟରେ ପାରଦ ୪୫ ଟପିଲାଣି। ଆଗକୁ ଏହା ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଗଲାଣି। ଏଭଳିସ୍ଥିତିରେ କେବଳ ମଣିଷ ନୁହନ୍ତି, ହାତୀ ଭଳି ବିଶାଳକାୟ ପ୍ରାଣୀ ମଧ୍ୟ ଅହସ୍ୟ ରୌଦ୍ରତାପରେ କଲବଲ ହେଉଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ସେମାନେ କରୁଛନ୍ତି କାଦୁଅ ସ୍ନାନ। ହାତୀ ପାଇଁ ପ୍ରସିଦ୍ଧ ଢେଙ୍କାନାଳ ଜିଲାରୁ ଆସିଛି ଏଭଳି ଚିତ୍ର। ହିନ୍ଦୋଳ ରେଞ୍ଜ୍‌ କନ୍ଧରା ସଂରକ୍ଷିତ ଜଙ୍ଗଲରେ ହାତୀପଲ କାଦୁଅରେ ଗଡ଼ି ଲଟପଟ ହେଉଥିବାର ଦୃଶ୍ୟ ବନ ବିଭାଗର ଟ୍ରାପ୍‌ କ୍ୟାମେରାରେ କଏଦ ହୋଇଛି।
ଏପିଲ୍‌ ପ୍ରଥମ ସପ୍ତାହରୁ ଢେଙ୍କାନାଳ ଜିଲାରେ ପ୍ରବଳ ଗରମ ଅନୁଭୂତ ହେଉଛି। ଏହାର ପ୍ରଭାବରେ ପ୍ରଭାବିତ ହୋଇଛି ବନ୍ୟଜୀବନ। ସଂରକ୍ଷିତ ଜଙ୍ଗଲରେ ରହୁଥିବା ହାତୀମାନେ ଝାଞ୍ଜିରେ କଲବଲ ହେଉଛନ୍ତି। ଶରୀରକୁ ଶୀତଳ ରଖିବା ପାଇଁ ସେମାନେ ଜଳକ୍ରୀଡ଼ା କରିବା ପରେ କାଦୁଅରେ ଗଡୁଛନ୍ତି। କନ୍ଧରା ସଂରକ୍ଷିତ ଜଙ୍ଗଲରେ ଏକ ପଲରେ ୫ରୁ ଊର୍ଦ୍ଧ୍ୱ ହାତୀ କାଦୁଅରେ କ୍ରୀଡ଼ାରତ ଥିବା ଦୃଶ୍ୟ ବନ ବିଭାଗ ପକ୍ଷରୁ ଖଞ୍ଜାଯାଇଥିବା କ୍ୟାମେରାରେ କଏଦ୍‌ ହୋଇଛି। ଡିଏଫ୍‌ଓ ଡା. ପ୍ରକାଶ ଚାନ୍ଦ ଗୋଗିନେନି ଉକ୍ତ ଫଟୋକୁ ଟୁଇଟ୍‌ କରିଛନ୍ତି। ସୋସିଆଲ ମିଡିଆରେ ଶେୟାର ହେବା ପରେ ଏହାକୁ ୟୁଜର୍ସ ବେଶ୍‌ ପସନ୍ଦ କରିଛନ୍ତି।
ଏ ସଂକ୍ରାନ୍ତରେ ଡିଏଫ୍‌ଓ କୁହନ୍ତି, ମଣିଷ ଭଳି ହାତୀ ମଧ୍ୟ ଅତ୍ୟଧିକ ଗରମ ସହ୍ୟ କରିପାରନ୍ତି ନାହିଁ। ଶରୀରକୁ ଥଣ୍ଡା ରଖିବା ପାଇଁ ଜଳକ୍ରୀଡ଼ା ପରେ ସେମାନେ କାଦୁଅରେ ଗଡ଼ିବାକୁ ଭଲପାଇଥାଆନ୍ତି।

୪୧.୫ ଡିଗ୍ରୀ ଛୁଇଁଲା ପାରଦ

ଢେଙ୍କାନାଳ ଜିଲାରେ ଶନିବାର ତାପମାତ୍ରା ୪୧.୫ ଡିଗ୍ରୀ ରେକର୍ଡ କରାଯାଇଛି। ଗରମ ପବନ ସହରବାସୀଙ୍କୁ ଅତିଷ୍ଠ କରିପକାଇଛି। ଖରାର ପ୍ରକୋପ ପାଇଁ ପୂର୍ବାହ୍ନ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ସନ୍ଧ୍ୟା ୬ଟା ଯାଏ ତାତି ଅନୁଭୂତ ହେଉଛି। ତେବେ ଏଭଳି ସମୟରେ ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ଯନ୍ତ୍ରଣାକୁ ଆହୁରି ବଢ଼ାଇ ଦେଉଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଅପରପକ୍ଷେ ଗ୍ରୀଷ୍ମପ୍ରବାହରେ ପୌରସଂସ୍ଥା ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଖୋଲାଯାଇଥିବା ଜଳଛତ୍ର, ଦହିସରବତ ବଣ୍ଟନ କରାଯାଉଥିବା ସ୍ଥାନରେ ଭିଡ଼ ଜମୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁରବିବିହୀନ ମହାବିରୋଡ ରେଞ୍ଜ

ପରଜଙ୍ଗ, ୧୮।୫(ଡି.ଏନ୍‌.ଏ.) – ସ୍ଥାୟୀ ରେଞ୍ଜ୍‌ ଅଧିକାରୀ ନ ଥିବାରୁ ମୁରବିବିହୀନ ହୋଇପଡ଼ିଛି ଢେଙ୍କାନାଳ ଜିଲା ମହାବିରୋଡ ରେଞ୍ଜ୍‌। ମୁକୁଳା ଜଙ୍ଗଲରେ କାଠ ମାଫିଆଙ୍କ ପତିଆରା...

ଢେଙ୍କାନାଳ ଜିଲା କୋଭିଡ ହେଲ୍‌ଥ୍‌ ସେଣ୍ଟର ପରିଦର୍ଶନ କଲେ ୫ଟି ସଚିବ

ଢୋଙ୍କାନାଳ ଅଫିସ, ୧୭।୪: କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲାରେ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ ନିର୍ମାଣ କରାଯାଉଛି। ଏହି କ୍ରମରେ ଢେଙ୍କାନାଳ...

‘ଅର୍ଥ ଥାଇ ଉନ୍ନତି ହେଉନି’

ଢେଙ୍କାନାଳ ଅଫିସ, ୩୦।୯ – ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ଅର୍ଥ ଥାଇ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ହେଉନାହିଁ। ଏଥିପାଇଁ ପ୍ରଶାସନିକ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ଏମ୍‌ପି...

ପରଜଙ୍ଗରେ ଥମୁନି ହାତୀ ଆତଙ୍କ; ଯୁବକଙ୍କୁ ଦାନ୍ତରେ ଭୁସିଦେଲା ଦନ୍ତା

ପରଜଙ୍ଗ, ୧୧।୧୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ ହାତୀ ଆତଙ୍କ ଚରମସୀମାରେ ପହଞ୍ଚତ୍ଛି। ଜନବସତିରେ ହାତୀପଲର ଉପଦ୍ରବ ଏବଂ ଆକ୍ରମଣରେ ବ୍ୟାପକ ଧନଜୀବନ ହାନି ହେଉଛି। ରବିବାର...

ସରପଞ୍ଚଙ୍କୁ କରାଗଲା ସଚେତନ

ବନ୍ତଳା, ୨୦ା୪(ଡି.ଏନ.ଏ.) ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଅଧିକ କ୍ଷମତା ଦେବା ପରେ ରବିବାର ଅପରାହ୍ନରେ ବନ୍ତଳା ଥାନା ଅଞ୍ଚଳର ସମସ୍ତ ସରପଞ୍ଚଙ୍କୁ ଡକାଇ ଥାନା ଦାୟିତ୍ୱରେ ଥିବା...

ଢେଙ୍କାନାଳରେ ଜଳସମ୍ପଦ ମନ୍ତ୍ରୀ:ଅଧିକ ଜମିକୁ ଜଳ ସେଚନ ନିର୍ଦ୍ଦେଶ

ଢେଙ୍କାନାଳ ଅଫିସ, ୨୮।୯ ଜଳସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଶୁକ୍ରବାର ଢେଙ୍କାନାଳ ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସ୍‌ରେ ବିଭାଗୀୟ...

ମଞ୍ଚମୁହାଁ କଳାକାର

ଭୁବନ, ୬।୨(ଡି.ଏନ.ଏ.) ଖୋଲିଲାଣି ଆଖଡ଼ା ଶାଳା। ସଂଳାପରେ କମ୍ପୁଛି ପରିବେଶ। କଟକଣା କୋହଳ ପରେ ମଞ୍ଚମୁହାଁ କଳାକାର। ଯାତ୍ରାଜଗତ ପାଇଁ ନୂତନ ବର୍ଷ ନୂଆ ଆଶା...

ପଞ୍ଚାୟତସ୍ତରରୁ କାର୍ଯ୍ୟକରିବ ନିୟନ୍ତ୍ରଣ କକ୍ଷ

ଢେଙ୍କାନାଳ ଅଫିସ, ୧।୩ – ଚଳିତବର୍ଷ ରେକର୍ଡ ଭାଙ୍ଗିବ ଗ୍ରୀଷ୍ମ ପ୍ରବାହ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପରି ସୂଚନା ଦିଆଯିବା ପରେ ତାତିର ମୁକାବିଲା...

Advertisement
Archives

Model This Week