ମହିଳାଙ୍କୁ ଦଳିଦେଲା ହାତୀ

ରୁପ୍ରାରୋଡ଼,୨୦।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ଥାନା ଅଧୀନ ବାଗପୁର ଗ୍ରାମରେ ଏକ ଅଘଟଣ ଘଟିଛି। ଏକ ଦନ୍ତାହାତୀ ଜଣେ ମହିଳାଙ୍କୁ ଦଳି ଦେଇଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଚମ୍ପା ଗଉଡ଼(୫୨)।
ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଚମ୍ପା ନିଜ କ୍ଷେତକୁ କପା ତୋଳିବା ପାଇଁ ଯାଉଥିଲେ। ସେତିକିବେଳେ ଏକ ହାତୀ ଚାଲିଆସି ତାଙ୍କୁ ଆକ୍ରମଣ କରି ଦଳି ଦେଇଥିଲା। ଖବର ପାଇ ପୋଲିସ ଏବଂ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ଭବାନୀପାଟଣା-ଭୁବନେଶ୍ୱର
ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏପରିକି ମୃତ ମହିଳା ଜଣକ ଗରିବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ପରିବାର ଲୋକଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଦିନ ଝଡ଼ତୋଫାନ

ଭୁବନେଶ୍ୱର,୨୩।୫(ବ୍ୟୁରୋ) : ତାତିରୁ ଆଶ୍ୱସ୍ତି ଦେଇଛି କାଳବୈଶାଖୀ ବର୍ଷା। ଶନିବାରଠାରୁ ରବିବାର ସକାଳ ଯାଏ ରାଜ୍ୟର ବିଭିନ୍ନ ଜିଲାରେ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ଭୁବନେଶ୍ୱର...

ବେଆଇନଭାବେ ରାସ୍ତା ପାର୍ଶ୍ୱରେ ଗାଡି ପାର୍କିଂକୁ ବିରୋଧ

ଯାଜପୁର ରୋଡ଼,୧୭।୧୦(ନି.ପ୍ର.): ଯାଜପୁର-କେନ୍ଦୁଝର ରୋଡ ଆର୍‌ପିଏଫ୍‌ ପକ୍ଷରୁ ଟ୍ରାଫିକ୍‌ ଜାମ୍‌ ନେଇ ବିଭିନ୍ନ ସ୍ଥାନରୁ ଜବର ଦଖଲ ଉଚ୍ଛେଦ କରାଯାଉଛି। ଏହି କ୍ରମରେ କିଛିଦିନ ତଳେ...

ଜୀବିକା ଚିନ୍ତାରେ ବାଉଁଶ କାରିଗର

ଖୋର୍ଦ୍ଧା ଅଫିସ,୧୪।୫: ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଲାଗି ଲକ୍‌ଡାଉନ ଜାରିରହିଛି। ଏଥିଯୋଗୁ ରାସ୍ତାପାର୍ଶ୍ୱ ବାଉଁଶ କାରିଗରଙ୍କ ବେପାର ମାନ୍ଦା ପଡ଼ିଛି। ବେପାର ହେଉ ନ...

ଗଠନ ହେଲା କମିଶନରେଟ୍‌ ପୋଲିସର ଏସ୍‌ପିଓ ଟିମ୍‌: ପୋଲିସଙ୍କ ଭଳି ମିଳିବ କ୍ଷମତା, ଅଭିଯୁକ୍ତଙ୍କୁ ଗିରଫ କରିପାରିବେ

ଭୁବନେଶ୍ୱର,୨।୧(ବ୍ୟୁରୋ): ଦିନକୁ ଦିନ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା, ଅତ୍ୟାଚାର, ବଳାତ୍କାରକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ମହିଳା ସ୍ପେଶାଲ ପୋଲିସ...

କୋରାପୁଟରେ ରାଜ୍ୟପାଳ ଗଣେଶୀ ଲାଲ୍‌

କୋରାପୁଟ,୧୦।୯(ସ୍ବ.ପ୍ର.): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଶନିବାର ୨ ଦିନିଆ ଗସ୍ତରେ ଆସି କୋରାପୁଟରେ ପହଞ୍ଚିଛନ୍ତି। ରାଜ୍ୟପାଳ ଶନିବାର ସକାଳ ୯ଟାରେ ହୀରାଖଣ୍ଡ ଟ୍ରେନର ଏକ...

ମହିଳା ମାଓବାଦୀଙ୍କ ଆମତ୍ସମର୍ପଣ

ମାଲକାନଗିରି, ୨୧।୧(ଡି.ଏନ.ଏ)-ମାଲକାନଗିରି ଜିଲା ପୋଲିସ କାର୍ଯ୍ୟାଳୟଠାରେ ଆରକ୍ଷୀ ଅଧୀକ୍ଷକ ରିଷିକେଶ ଡି. ଖିଲାରୀଙ୍କ ନିକଟରେ ମଙ୍ଗଳବାର ଜଣେ ମହିଳା ମାଓବାଦୀ ଆମତ୍ସମର୍ପଣ କରିଛି। ସେ ହେଲେ...

ଜୋର ଜବରଦସ୍ତ ଘର ଭାଙ୍ଗିବା ଘଟଣା : ଅସନ୍ତୋଷ ପ୍ରକାଶ କଲେ କନ୍ଧ ଶତପଥୀ

ଗଞ୍ଜାମ,୨୩।୨(ଡି.ଏନ୍‌.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରେ ଦୀର୍ଘ ସତୁରୀ ବର୍ଷରୁ ଊର୍ଦ୍ଧ୍ୱ ହେବ ରହି ଆସୁଥିବା କନ୍ଧ ଶତପଥୀଙ୍କ ଘରକୁ ଗତ ୯ ତାରିଖରେ...

ମହାଗୌରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା

ନିରାକାରପୁର,୬।୧୦(ଡି.ଏନ.ଏ.)- ଖୋର୍ଦ୍ଧା ଜିଲା ନୂଆଗଡ଼ ପଞ୍ଚାୟତ ଅନ୍ତର୍ଗତ ମୂଳିଝର ନିକଟସ୍ଥ ହାତୀଆଶୁଣି ପାହାଡ଼ ପାଦଦେଶରେ ବିଜେ ମା’ ଉଗ୍ରତାରାଙ୍କ ଶାକ୍ତପୀଠରେ ଶନିବାର ଅଷ୍ଟମୀ ଜନ୍ମତିଥି ଅବସରରେ...

Advertisement
Archives

Model This Week