ତଳେ ଘଣ୍ଟାଏ ଜଗିରହିଲା ଦନ୍ତା: ଗଛରେ ଚଢ଼ି ଜୀବନ ବଞ୍ଚାଇଲେ ବନ କର୍ମଚାରୀ

ଛେଣ୍ଡିପଦା,୨ା୯(ଅଜିତ ଧଳ):ଗଁାରେ ପଶିଥିବା ହାତୀ ଘଉଡ଼ାଇବାକୁ ଯାଇଥିବା ହାତୀ ସ୍କ୍ବାଡ୍‌ଙ୍କୁ ମାରି ଗୋଡ଼ାଇଲା ଦନ୍ତା। ଏପରି କି ଜୀବନ ବଞ୍ଚାଇବାକୁ ସ୍କ୍ବାଡ୍‌ର ଜଣେ ସଦସ୍ୟ ଆମ୍ବ ଗଛ ଉପରକୁ ଚଢ଼ିଯାଇଥିଲେ ହେଁ ହାତୀ ତାଙ୍କୁ ସହଜରେ ଛାଡ଼ି ନ ଥିଲା। ଉତ୍ପାତିଆ ଏକ ଦନ୍ତା ହାତୀ ଗଛ ମୂଳେ ପ୍ରାୟ ଘଣ୍ଟାଏ ଧରି ଜଗି ରହିଥିଲା। ସାଥୀ ହାତୀମାନେ ମଧ୍ୟ ସେଠାରେ ଏକାଠି ହୋଇଥିଲେ। ସମ୍ପୃକ୍ତ ସଦସ୍ୟଙ୍କୁ ଉଦ୍ଧାର ପାଇଁ ଯାଇଥିବା ସ୍କ୍ବାଡ୍‌ର ଅନ୍ୟ ସଦସ୍ୟଙ୍କୁ ବି ହାତୀପଲ ପାଖକୁ ଯିବାକୁ ଦେଇ ନ ଥିଲେ। ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳର ପାଟକମୁଣ୍ଡା ଗଁାରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, କିଛି ଦିନ ହେବ ଛେଣ୍ଡିପଦା ବନାଞ୍ଚଳର ପାଟକମୁଣ୍ଡା ପଞ୍ଚାୟତର ଧାଙ୍ଗୁରୁମୁଣ୍ଡା, ବିଜାପଦା, ପାଟକମୁଣ୍ଡା, ଭାଲୁଖାଇ, ତେବୁଡ଼, ରାମଚନ୍ଦ୍ରପୁର, ସିନ୍ଦୂରପାଳ ଆଦି ଗାଁରେ ହାତୀପଲ ଆତଙ୍କ ଚଳାଇଛନ୍ତି। ଚଳିତବର୍ଷ ଚାଷ ବିଳମ୍ବ ହେଉଥିବାବେଳେ ହାତୀପଲ ଧାନ ବିଲରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଏଥିସହ ଗାଁରେ ପଶି ଘର କାନ୍ଥ ଭାଙ୍ଗି ଧାନ, ଚାଉଳ ଆଦି ଖାଇ ଦେଇଛନ୍ତି। କିଛିଦନ ତଳେ ଏକ ହାତୀ ପଲ ପାଟକମୁଣ୍ଡା ଗଁାରେ ପଶିଥିବା ହାତୀ ସ୍କ୍ବାଡ୍‌କୁ ଖବର ମିଳିଥିଲା। ତୁରନ୍ତ ହାତୀ ସ୍କ୍ବାଡ ସଦସ୍ୟମାନେ ସେଠାରେ ପହଞ୍ଚିଥିଲେ। ହାତୀଙ୍କୁ ଘଉଡ଼ାଇବା ବେଳେ ହଠାତ୍‌ ଏକ ଦନ୍ତା ହାତୀ ସ୍କ୍ବାଡ୍‌ ସଦସ୍ୟଙ୍କୁ ଗୋଡାଇଥିଲା। ଜୀବନ ବିକଳରେ ସ୍କ୍ବାଡ୍‌ ସଦସ୍ୟ ରାକେଶ ସାହୁ ଦୌଡ଼ି ପାଖରେ ଥିବା ଏକ ଆମ୍ବ ଗଛ ଉପରକୁ ଚଢି ଯାଇଥିଲେ। ଏହାଦେଖି ଉକ୍ତ ଦନ୍ତାହାତୀ ସହ ହାତୀପଲ ଗଛ ମୂଳରେ ଦୀର୍ଘ ସମୟ ଧରି ବିକଟାଳ ଶବ୍ଦ କରି ଜଗି ରହିଥିଲେ। ସ୍କ୍ବାଡ୍‌ର ଅନ୍ୟ ସଦସ୍ୟମାନେ ଉଦ୍ଧାର କରିବାକୁ ଆସୁଥିବାବେଳେ ହାତୀ ସେମାନଙ୍କୁ ମଧ୍ୟ ଗୋଡାଇଥିଲେ। ଦୀର୍ଘ ଘଣ୍ଟାଏ ପରିଶ୍ରମ ପରେ ହାତୀପଲ ଜଙ୍ଗଲ ଆଡକୁ ଚାଲିଯିବାରୁ ସ୍କ୍ବାଡ୍‌ ସଦସ୍ୟ ରାକେଶ ତଳକୁ ଓହ୍ଲାଇଥିଲେ। ହାତୀଙ୍କ ଏପରି ଉତ୍ପାତ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିବା ସହିତ ହାତୀପଲକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବା, ଗଁା ଚତୁଃପାର୍ଶରେ ସୋଲାର ଫେନସିଂ, ସୋଲାର ଲାଇଟ, ହାଇମାକ୍ସ ଲାଇଟ ଲଗାଯିବା ଆଦି ପାଇଁ ପୂର୍ବତନ ସମିତି ସଭ୍ୟା କାଶୀନାଥ ସାହୁ, ସରସ୍ବତୀ ବାଘ, ପୁରନ୍ଦର ସାହୁ, ଲମ୍ବୋଦର ପ୍ରଧାନ, ସବିତା ଭୂତିଆ, ସ୍ବର୍ଣ୍ଣଲତା ବାଘ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ହନୁମାନ କହିଛନ୍ତି, ବନବିଭାଗ ପକ୍ଷରୁ ହାତୀପଲଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ଲୋକଙ୍କ ଧନ ଜୀବନ କିପରି ସୁରକ୍ଷିତ ରହିବ, ସେ ନେଇ ବନ କର୍ମଚାରୀମାନେ ତତ୍ପର ଅଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?