ତଳେ ଘଣ୍ଟାଏ ଜଗିରହିଲା ଦନ୍ତା: ଗଛରେ ଚଢ଼ି ଜୀବନ ବଞ୍ଚାଇଲେ ବନ କର୍ମଚାରୀ

ଛେଣ୍ଡିପଦା,୨ା୯(ଅଜିତ ଧଳ):ଗଁାରେ ପଶିଥିବା ହାତୀ ଘଉଡ଼ାଇବାକୁ ଯାଇଥିବା ହାତୀ ସ୍କ୍ବାଡ୍‌ଙ୍କୁ ମାରି ଗୋଡ଼ାଇଲା ଦନ୍ତା। ଏପରି କି ଜୀବନ ବଞ୍ଚାଇବାକୁ ସ୍କ୍ବାଡ୍‌ର ଜଣେ ସଦସ୍ୟ ଆମ୍ବ ଗଛ ଉପରକୁ ଚଢ଼ିଯାଇଥିଲେ ହେଁ ହାତୀ ତାଙ୍କୁ ସହଜରେ ଛାଡ଼ି ନ ଥିଲା। ଉତ୍ପାତିଆ ଏକ ଦନ୍ତା ହାତୀ ଗଛ ମୂଳେ ପ୍ରାୟ ଘଣ୍ଟାଏ ଧରି ଜଗି ରହିଥିଲା। ସାଥୀ ହାତୀମାନେ ମଧ୍ୟ ସେଠାରେ ଏକାଠି ହୋଇଥିଲେ। ସମ୍ପୃକ୍ତ ସଦସ୍ୟଙ୍କୁ ଉଦ୍ଧାର ପାଇଁ ଯାଇଥିବା ସ୍କ୍ବାଡ୍‌ର ଅନ୍ୟ ସଦସ୍ୟଙ୍କୁ ବି ହାତୀପଲ ପାଖକୁ ଯିବାକୁ ଦେଇ ନ ଥିଲେ। ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳର ପାଟକମୁଣ୍ଡା ଗଁାରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, କିଛି ଦିନ ହେବ ଛେଣ୍ଡିପଦା ବନାଞ୍ଚଳର ପାଟକମୁଣ୍ଡା ପଞ୍ଚାୟତର ଧାଙ୍ଗୁରୁମୁଣ୍ଡା, ବିଜାପଦା, ପାଟକମୁଣ୍ଡା, ଭାଲୁଖାଇ, ତେବୁଡ଼, ରାମଚନ୍ଦ୍ରପୁର, ସିନ୍ଦୂରପାଳ ଆଦି ଗାଁରେ ହାତୀପଲ ଆତଙ୍କ ଚଳାଇଛନ୍ତି। ଚଳିତବର୍ଷ ଚାଷ ବିଳମ୍ବ ହେଉଥିବାବେଳେ ହାତୀପଲ ଧାନ ବିଲରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଏଥିସହ ଗାଁରେ ପଶି ଘର କାନ୍ଥ ଭାଙ୍ଗି ଧାନ, ଚାଉଳ ଆଦି ଖାଇ ଦେଇଛନ୍ତି। କିଛିଦନ ତଳେ ଏକ ହାତୀ ପଲ ପାଟକମୁଣ୍ଡା ଗଁାରେ ପଶିଥିବା ହାତୀ ସ୍କ୍ବାଡ୍‌କୁ ଖବର ମିଳିଥିଲା। ତୁରନ୍ତ ହାତୀ ସ୍କ୍ବାଡ ସଦସ୍ୟମାନେ ସେଠାରେ ପହଞ୍ଚିଥିଲେ। ହାତୀଙ୍କୁ ଘଉଡ଼ାଇବା ବେଳେ ହଠାତ୍‌ ଏକ ଦନ୍ତା ହାତୀ ସ୍କ୍ବାଡ୍‌ ସଦସ୍ୟଙ୍କୁ ଗୋଡାଇଥିଲା। ଜୀବନ ବିକଳରେ ସ୍କ୍ବାଡ୍‌ ସଦସ୍ୟ ରାକେଶ ସାହୁ ଦୌଡ଼ି ପାଖରେ ଥିବା ଏକ ଆମ୍ବ ଗଛ ଉପରକୁ ଚଢି ଯାଇଥିଲେ। ଏହାଦେଖି ଉକ୍ତ ଦନ୍ତାହାତୀ ସହ ହାତୀପଲ ଗଛ ମୂଳରେ ଦୀର୍ଘ ସମୟ ଧରି ବିକଟାଳ ଶବ୍ଦ କରି ଜଗି ରହିଥିଲେ। ସ୍କ୍ବାଡ୍‌ର ଅନ୍ୟ ସଦସ୍ୟମାନେ ଉଦ୍ଧାର କରିବାକୁ ଆସୁଥିବାବେଳେ ହାତୀ ସେମାନଙ୍କୁ ମଧ୍ୟ ଗୋଡାଇଥିଲେ। ଦୀର୍ଘ ଘଣ୍ଟାଏ ପରିଶ୍ରମ ପରେ ହାତୀପଲ ଜଙ୍ଗଲ ଆଡକୁ ଚାଲିଯିବାରୁ ସ୍କ୍ବାଡ୍‌ ସଦସ୍ୟ ରାକେଶ ତଳକୁ ଓହ୍ଲାଇଥିଲେ। ହାତୀଙ୍କ ଏପରି ଉତ୍ପାତ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିବା ସହିତ ହାତୀପଲକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବା, ଗଁା ଚତୁଃପାର୍ଶରେ ସୋଲାର ଫେନସିଂ, ସୋଲାର ଲାଇଟ, ହାଇମାକ୍ସ ଲାଇଟ ଲଗାଯିବା ଆଦି ପାଇଁ ପୂର୍ବତନ ସମିତି ସଭ୍ୟା କାଶୀନାଥ ସାହୁ, ସରସ୍ବତୀ ବାଘ, ପୁରନ୍ଦର ସାହୁ, ଲମ୍ବୋଦର ପ୍ରଧାନ, ସବିତା ଭୂତିଆ, ସ୍ବର୍ଣ୍ଣଲତା ବାଘ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ହନୁମାନ କହିଛନ୍ତି, ବନବିଭାଗ ପକ୍ଷରୁ ହାତୀପଲଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ଲୋକଙ୍କ ଧନ ଜୀବନ କିପରି ସୁରକ୍ଷିତ ରହିବ, ସେ ନେଇ ବନ କର୍ମଚାରୀମାନେ ତତ୍ପର ଅଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ-ଡିଜେଲ ଭରିବା ହେବ ମହଙ୍ଗା! ଏବେ ଲାଗିବ ଅତିରିକ୍ତ ଚାର୍ଜ, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: UPI ପେମେଣ୍ଟକୁ ନେଇ ବଡ଼ ପରିବର୍ତ୍ତନ ଆସିଛି। ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଘୋଷଣା କରିଥିବା ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ (MDR)…

ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

ଲାଞ୍ଜିଗଡ଼,୧୬ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୨୦୧୫ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ…

ହଇଚଇ ସୃଷ୍ଟି କଲା ଅଭିଜିତ ଦୀପକେଙ୍କ ନୂଆ ପୋଷ୍ଟ, କହିଲେ- ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାରେ…

ନୂଆଦିଲ୍ଲୀ,୧୬।୯: ଉତ୍ତରପ୍ରଦେଶର ୧୪,୪୨୯ଟି ପରିଷଦୀୟ ପ୍ରାଥମିକ ବିଦ୍ୟାଳୟକୁ ‘ସ୍ମାର୍ଟ ସ୍କୁଲ’ ଭାବେ ବିକଶିତ କରାଯିବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି…

ମକର ରାଶିରେ ରାହୁଙ୍କ ପ୍ରବେଶ: ୨୦୨୮ ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ ପ୍ରଚୁର ଟଙ୍କା, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିକୁ କର୍ମ, ଅଧିକାର ଓ ସଂଘର୍ଷ ପରେ ସଫଳତାର ପ୍ରତୀକ ଭାବେ ଦେଖାଯାଏ। ଶନିଙ୍କ ଅଧିପତ୍ୟ ଥିବା ଏହି ରାଶିରେ…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?