‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ ହାତୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଛି। ନରସିଂହଗଡ଼ ଗ୍ରାମ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ଦିଗପହଣ୍ଡି ବନ ବିଭାଗ ପକ୍ଷରୁ ମିଳିତ ଭାବେ ହାତୀ ସୁରକ୍ଷା ସତେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଟୁକୁନା ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ଦିଗପହଣ୍ଡି ବନବିଭାଗ ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ଯୋଗଦେଇ ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା, ଜଙ୍ଗଲ ସୃଷ୍ଟି କରିବା ସହ ପରିବେଶ ସୁରକ୍ଷା ଅସମ୍ଭବ। ଜୀବଜନ୍ତୁ କୀଟ, ପତଙ୍ଗ ଓ ପରିବେଶ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିିଥିଲେ। ସମ୍ମାନିତ ଅତିଥି ଭାବେ ସିଆରସିସି ଆର. ଦେବହରି ରଣା, ପାଟପୁର ବିଦ୍ୟୁତ ବିଭାଗ ଅଧିକାରୀ ଇଂ.ଦୀପକ ବାଳିଆରସିଂ, ପାଟପୁର ଫରେଷ୍ଟର ସନ୍ତୋଷ ସାହୁ, ସରପଞ୍ଚ ପ୍ରତିନିଧି ମିଥୁନ ସେଠୀ ଉପସ୍ଥିତ ରହି ଜୀବଜନ୍ତୁଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ନ ଦେଲେ ସମାଜରେ ମଣିଷ ବଞ୍ଚିବା କଷ୍ଟସାଧ୍ୟ ହେବ ବୋଲି ମତ ପ୍ରକାଶ କରିଥିଲେ। ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ବନ୍ୟପ୍ରାଣୀଙ୍କଠାରୁ ସତର୍କ ରହିବାକୁ ବନବିଭାଗ ଅଧିକାରୀ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ନାରାୟଣ ଦୋରା ପରିଚାଳନା କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଞ୍ଜନ ମଲ୍ଲିକ, ସୋମନାଥ ପ୍ରଧାନ, ହିମାଂଶୁ ତ୍ରିପାଠୀ, ବିକ୍ରମ କେଶରୀ ସ୍ବାଇଁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ହୋଇଥିଲେ ୧୬ ବର୍ଷିୟା ନାବାଳିକା: ପାରଳାଖେମୁଣ୍ଡିରୁ ମହିଳାଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ

ପାରଳାଖେମୁଣ୍ଡି,୧୧।୮(ଗିରିଧାରୀ ପରିଛା): ନାବାଳିକା ଅପହରଣ ମାମଲାରେ ଗଜପତି ଜିଲା ପାରଳାଖେମୁଣ୍ଡି ସହରର ବିଶ୍ୱନାଥ ନଗରରେ ଏକ ଭଡ଼ା ଘରେ ରହୁଥିବା ଝୁନି ଜେନା ନାମକ ଜଣେ ମହିଳାଙ୍କୁ…

ବିନା ଆନ୍ଦୋଳନରେ କାମ କରୁନି ପ୍ରଶାସନ: ଜାତୀୟ ରାଜପଥ ଅବରୋଧ ପରେ ମରାମତି କାର୍ଯ୍ୟ ଆରମ୍ଭ

କୁଆଁରମୁଣ୍ଡା,୧୧।୮(ମହେନ୍ଦ୍ର କୁମାର ସାହୁ): ଏବେ ବିନା ଆନ୍ଦୋଳନ କିମ୍ବା ଧର୍ମଘଟରେ ଆଉ କୌଣସି କାର୍ଯ୍ୟ ହେଉନାହିଁ। ପ୍ରଶାସନ କେବଳ ପୂର୍ବରୁ ସବୁ ଦେଖି ଚୁପ୍ ବସୁଛି ଏବଂ…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଦିଗପହଣ୍ଡି ପେଟ୍ରୋଲ ପମ୍ପରେ ଠକେଇ ଅଭିଯୋଗ: ତାତିଲେ ଲୋକେ, ପୋଲିସ ହସ୍ତକ୍ଷେପ ପରେ…

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥ ପିତାମ୍ବରପୁର ଗ୍ରାମ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ମଙ୍ଗଳବାର ଜଣେ ଗ୍ରାହକଙ୍କ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

ରାସ୍ତା ନା କାଦୁଅ ବିଲ…ଥୁଆମୂଳ ରାମପୁରରେ ବିପର୍ଯ୍ୟସ୍ତ ରାସ୍ତା; ଆମ୍ବୁଲାନ୍ସ ଯିବା ବି କଷ୍ଟକର

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ପାଡେପଦର ଗ୍ରାମପଞ୍ଚାୟତର ଦୁରେଶପଦର ଶିବମନ୍ଦିର ଛକଠାରୁ ଡୁମୁଲି ନାଳ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାଟି…

ହାତୀ-ମଣିଷ ସଂଘର୍ଷ ହ୍ରାସ ପାଇଁ ଉଦ୍ୟମ: ୭ଟି ବନଖଣ୍ଡରେ ଚାଲିଛି କଦଳୀ ଚାରା ରୋପଣ

ଭଞ୍ଜନଗର,୧୧।୮(ବାବୁଲା ପ୍ରଧାନ): ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଉପଲବ୍ଧ ନହେବାରୁ ହାତୀପଲ ସମେତ ବିଭିନ୍ନ ବନ୍ୟପ୍ରାଣୀ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି। ଫଳରେ ଜଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri