ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ନଷ୍ଟକଲେ ଫସଲ

ଦେବଗଡ଼, ୧୭ା୧୨ (ଡି.ଏନ.ଏ)-ମଙ୍ଗଳବାର ରାତ୍ରିରେ ୨୨ଟି ହାତୀ ବାରକୋଟ ଫରେଷ୍ଟ ରେଞ୍ଜ ଓ ବଳମ ଫରେଷ୍ଟ ସେକ୍ସନ ଅଞ୍ଚଳରେ ଉପଦ୍ରବ କରିଛନ୍ତି। ଏହି ସେକ୍ସନର ବଡଛାପଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘଘର ଗ୍ରାମରେ ପଶି ୨ଟି ଘର ଭାଙ୍ଗି ଧାନ, ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଖାଇଦେବା ସହ ମାଡିଦଳି ବହୁ କ୍ଷୟକ୍ଷତି ଘଟାଇଥିବା ଜଣାପଡିଛି। ଘଘର ଗ୍ରାମରେ ପଶି ମକା ଭୋଇଙ୍କ ଘରର ଏକ କାନ୍ଥ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଦେବା ସହ ଘରେ ଥିବା ଧାନ ଓ ଚାଉଳ ସମେତ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଆଦି ଖାଇଦେବା ସହ ମାଡିଦଳି ନଷ୍ଟ କରିଥିଲେ ା ଏପରିକି ତାମ୍ବି, ଡେକଚି, କଡେଇ, କଂସା ବାସନ ଓ ସାଇକେଲ ଆଦି ମାଡି ଭାଙ୍ଗିଦେଇଥିଲେ। ହାତୀ ଭୟରେ ପରିବାର ସହ ବାହାରକୁ ଧାଇଁଯାଇ ମକା ନିଜର ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। ସେହିପରି ଉକ୍ତ ଗ୍ରାମର ବୁଧୁ ପ୍ରଧାନଙ୍କ ଘରର ଝରକା ଓ ଆଜବେଷ୍ଟସ ଛାତ ଭାଙ୍ଗି ଘର ଭିତରେ ଥିବା ଧାନ ଓ ଚାଉଳ ଆଦି ଖାଇଦେଇଥିଲେ ା ଉକ୍ତ ହାତୀଦଳ ନିକଟରେ ଥିବା ପ୍ରେମାନନ୍ଦ ନାୟକଙ୍କର ବଗିଚାରେ ପଶି ବିସ୍ତୀର୍ଣ୍ଣ ଅଞ୍ଚଳରେ ହୋଇଥିବା କାକୁଡି, ଝୁଡଙ୍ଗ ଓ ଆଳୁ ଫସଲ ନଷ୍ଟ କରିଦେଇଥିଲେ। ଏହା ପରେ ଗ୍ରାମବାସୀ ମିଳିତ ଭାବେ ଉକ୍ତ ହାତୀଦଳକୁ ଘଉଡାଇବାରୁ ହାତୀଦଳ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ। ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଗ୍ରାମବାସୀ ଏ ସମ୍ପର୍କରେ ବାରକୋଟ ଫରେଷ୍ଟ ରେଞ୍ଜ ଅଫିସର ଜୟଶ୍ରୀ ମୁର୍ମୁଙ୍କୁ ଅଭିଯୋଗ କରିବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟଗାର୍ଡ ଗୀତାଞ୍ଜଳୀ ବିଶ୍ୱାଳ ଉକ୍ତ ଗ୍ରାମକୁ ଯାଇ କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ବଡଛାପଲ ସରପଞ୍ଚ ଅଜିତ ଭୋଇ ଓ ପୂର୍ବତନ ସରପଞ୍ଚ ଠକଲାଲ ଠାକୁର କ୍ଷତିଗ୍ରସ୍ତଙ୍କ ଘରକୁ ଯାଇ ସେମାନଙ୍କର ଦୁଃଖ ବୁଝିଥିଲେ। ଏହି ଅବସରରେ ସରପଞ୍ଚ ଭୋଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ କିଛି ଚାଉଳ ପ୍ରଦାନ କରିବା ସହ ବନ ବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ଜଣାଇଛନ୍ତି। ଅନ୍ୟପକ୍ଷରେ ମୁଣ୍ଡ ଗୁଞ୍ଜିବା ପାଇଁ ବାସଶୂନ୍ୟ ମକା ଭୋଇଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଏକ ଆବାସ ଯୋଗାଇଦେବାକୁ ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ କମାଲ୍‌ କଲେ ଦେବଗଡର ପିୟୁଷ: ଦ୍ୱିତୀୟ ପ୍ରଚେଷ୍ଟାରେ ହାସଲ କଲେ ସଫଳତା

ଦେବଗଡ଼, ୨୭।୫(ଶଶାଙ୍କ ଶେଖର ଝାଙ୍କର): ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓସିଏସ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି । ଦେବଗଡ ସହରର ପିୟୁଷ ସାହୁ ୪୦…

କୋଇଲା ପରିବହନକୁ ବିରୋଧ କରି ରାସ୍ତାରୋକୋ: ବିଧାୟକ-ଗ୍ରାମବାସୀ ଆଲୋଚନା ପରେ…

ରିଆମାଳ,୨୬।୫(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ବୁଢାପାଳ ଓ ପରା ପଞ୍ଚାୟତର ୩ ଗ୍ରାମ ଦେଇ କୋଇଲା ପରିବହନକୁ ବିରୋଧ କରି ତିନି ପଞ୍ଚାୟତର…

ଦେବଗଡରେ କାଳବୈଶାଖୀ ତାଣ୍ଡବ, ଟିଣ ଆଜବେଷ୍ଟ ପଡି କଟିଗଲା ଯୁବକଙ୍କ ହାତ

ଦେବଗଡ,୨୬।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି । ଅନେକ ଲୋକଙ୍କ ଘର ଦ୍ୱାର ଭାଙ୍ଗି ବାସହରା ହୋଇ ପଡିଛନ୍ତି ।…

ନାବାଳିକାଙ୍କୁ ଅପହରଣ କରି ନେଇ ଶାରୀରିକ ସମ୍ପର୍କ ରଖିଲେ ଯୁବକ: ଜଣାପଡ଼ିବା ପରେ…

ଦେବଗଡ,୨୦।୫(ଶଶାଙ୍କ ଶେଖର ଝାଙ୍କର)ନାବାଳିକା ପ୍ରେମିକାଙ୍କୁ ଅପହରଣ ଓ ଶାରିରୀକ ସମ୍ପର୍କ ସ୍ଥାପନ ମାମଲାରେ ରିଆମାଳ ଥାନା ପୋଲିସ ମଙ୍ଗଳବାର ଅଭିଯୁକ୍ତ ପ୍ରେମିକ ଗୁଣ୍ଡିଆପାଲି ଗ୍ରାମର ଲିକୁନ ବଣିଚୂଳ…

ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ: ମିଳୁନି ସରକାରୀ ସହାୟତା

ରିଆମାଳ ୨୦।୫( ବଦ୍ରିନାରାୟଣ ଅଗ୍ରୱାଲା):ଦେବଗଡ଼ ଜିଲା ରିଆମାଳ ବ୍ଲକ ନାଉଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ତେଲିମୁଣ୍ଡା (ଫୁଲସରନାଳୀ) ଗ୍ରାମର ଗିରିଧାରି କିସାନ (୫୦) ଆଜିକୁ ୩ ବର୍ଷ ହେଲା…

ସର୍ବ ଭାରତୀୟ ସ୍ତର କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ବନ୍ଦ ଡାକରା : ୨୦ରେ ବନ୍ଦ ରହିବ ସମସ୍ତ ଔଷଧ ଦୋକାନ

ଦେବଗଡ଼,୧୭।୫ (ଶଶାଙ୍କ ଶେଖର ଝାଙ୍କର): ସର୍ବ ଭାରତୀୟ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଆହ୍ୱାନ କ୍ରମେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଡାକରେ ଦେବଗଡ଼ ଜିଲା…

ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ରଙ୍କ ଜୀବନ, ବିଦ୍ୟାଳୟ ଛାତ ଦେଇଯାଇଛି ୧୧ କେଭି ବିଦ୍ୟୁତ ତାର

ରିଆମାଳ, ୧୬।୫( ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ ପରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲୋହରାକୋଟ ଗ୍ରାମରେ ୧୯୭୨ରେ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ…

ଗାଧୋଇବାକୁ ଯାଇଥିଲେ: ପୋଖରୀରୁ ମିଳିଲା ମୃତହେଦ

ଦେବଗଡ଼,୧୫ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ବଲଣ୍ଡା ପଞ୍ଚାୟତ ଅଧୀନ ଇନ୍ଦ୍ରାଣୀଝରଣ ଗ୍ରାମ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri