Posted inଫୁରସତ

ମାଲିକଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ ହାତୀ, ଭିଡିଓ ଦେଖିଲେ…

ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର। ପଶୁମାନେ କଦାପି ପ୍ରତାରଣା କରନ୍ତି ନାହିଁ। ଥରେ ସେମାନେ ପ୍ରେମରେ ପଡ଼ିଲେ, ସେମାନେ ସେହି ବ୍ୟକ୍ତିଙ୍କୁ କେବେ ବି ଛାଡ଼ି ପାରନ୍ତି ନାହିଁ। ଏହାର ପ୍ରମାଣ ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓରେ ହାତୀ ଏବଂ କେୟାରଟେକର୍‌ଙ୍କୁ ଦେଖିବାକୁ ମିଳିଛି। ଏଥିରେ ଦେଖାଯାଇଛି, ହାତୀ ତା’ର ମାଲିକଙ୍କୁ ଆଲିଙ୍ଗନ କରୁଛି ଏବଂ ତାଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ।

ନିକଟରେ ଆଇଆରଏଏସ୍‌ ଅଧିକାରୀ ଅନନ୍ତ ରୁପାନାଗୁଡ଼ି ତାଙ୍କ ଟୁଇଟର୍‌ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯାହା ଭାଇରାଲ ହେଉଛି। ଏହି ଭିଡିଓରେ ଏକ ହାତୀ ଦେଖାଯାଉଛି। ଯିଏ ତାଙ୍କ ମାଲିକଙ୍କୁ ତା’ଠାରୁ ଯିବାକୁ ଦେଉନାହିଁ। ହାତୀର ଭଲପାଇବା ଦେଖିବା ପରେ ଆପଣ ଭାବପ୍ରବଣ ହୋଇଯିବେ। ଭିଡିଓ ପୋଷ୍ଟ କରି ଅନନ୍ତ କ୍ୟାପଶନ ଲେଖିଛନ୍ତି, ହାତୀ ଏବଂ ମାଲିକଙ୍କ ମଧ୍ୟରେ ପ୍ରେମ।

ଭିଡିଓରେ ଦେଖିବେ ହାତୀର ମାଲିକ ଜଣେ ବ୍ୟକ୍ତିଙ୍କ ସହ ସ୍କୁଟରରେ ବସିଛନ୍ତି। କିନ୍ତୁ ହାତୀଟି ବାରମ୍ବାର ତା’ ଶୁଣ୍ଢରେ ଟାଣିଆଣୁଛି। ସେ ମାଲିକଙ୍କୁ ଆଲିଙ୍ଗନ କରୁଛି ଏବଂ ତା’ପରେ ତାଙ୍କୁ ଯିବାକୁ ଦେଉନି। ମାଲିକ ନିଜକୁ ହାତୀର କବଳରୁ ମୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ହାତୀ ତାଙ୍କୁ ଛାଡୁନାହିଁ। ମାଲିକ କିଛି ସମୟ ପାଇଁ ହାତୀକୁ ଦୂରେଇ ଦିଅନ୍ତି କିନ୍ତୁ ହାତୀ ମାଲିକଙ୍କ ପାଖକୁ ଫେରିଆସୁଛି।

ଏହି ଭିଡିଓକୁ ୪୦ ହଜାରରୁ ଅଧିକ ଭ୍ୟୁ ମିଳିଥିବା ବେଳେ ଅନେକ ଲୋକ  ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଦୁହିଁଙ୍କ ମଧ୍ୟରେ ବହୁତ ଭଲ ବନ୍ଧନ ଅଛି। ଅନ୍ୟ ଜଣେ କହିଛନ୍ତି, ସେ ମଧ୍ୟ ତାଙ୍କ ଘରେ ସେମିତି ଏକ ହାତୀ ଚାହୁଁଛନ୍ତି। ଆଉ ଜଣେ ୟୁଜର କହିଛନ୍ତି, ହାତୀ ମାଲିକଙ୍କୁ ଅତି ଯତ୍ନର ସହ ଧରୁଥିଲା। କୌଣସି ବଳ ପ୍ରୟୋଗ କରୁ ନ ଥିଲା। କାରଣ ହାତୀ ଜାଣିଛି ସେ ନିଜେ କେତେ ଶକ୍ତିଶାଳୀ। ଯଦି ବଳ ପ୍ରୟୋଗ କରେ ତେବେ ତା’ର ମାଲିକଙ୍କୁ ଆଘାତ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତୋଷପୁରରେ ଭାଜପାର ମିଶ୍ରଣ ପର୍ବ, ୫୦ରୁ ଅଧିକ ମହିଳା ଓ ପୁରୁଷ …

ଛତ୍ରପୁର/ଗଞ୍ଜାମ,୨୩।୬( ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକର ସନ୍ତୋଷପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ର ଏକ ମିଶ୍ରଣ…

ବିଦ୍ୟାଳୟ ଅଛି ହେଲେ ଛାତ ନାହିଁ, ଶିକ୍ଷକ ଅଛନ୍ତି ହେଲେ ପାଠପଢ଼ା ନାହିଁ: ନୂତନ ଗୃହ ନିର୍ମାଣରେ ମଧ୍ୟ ବ୍ୟାପକ ଅନିୟମିତତା

ଥୁଆମୂଳ ରାମପୁର, ୨୩।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତ ଅଧୀନ ତୁମୋନୀଖୋଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ…

ଭାରତୀୟ ଦଳରେ ସ୍ଥାନ ପାଇଲେ ଏହି ଉଦୀୟମାନ ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୬: ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ଆଘାତପ୍ରାପ୍ତ ଅଲରାଉଣ୍ଡର ନୀତିଶ ରେଡ୍ଡୀଙ୍କ ସ୍ଥାନରେ ଉଦୀୟମାନ ଖେଳାଳି ସୂର୍ଯ୍ୟାଂଶ ଶେଡ୍‌ଗେଙ୍କୁ ଭାରତୀୟ…

ଗଞ୍ଜାମ ଗ୍ରାସିମ୍‌କୁ ‘କଳିଙ୍ଗ ସିଏସଆର ଏବଂ ଇଏସଜି ଉତ୍କର୍ଷ ଜାତୀୟ ପୁରସ୍କାର-୨୦୨୫’

ଗଞ୍ଜାମ, ୨୩।୬ (ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଅବସ୍ଥିତ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍‌କୁ ସାମାଜିକ ଦାୟିତ୍ୱବୋଧ ଏବଂ ପରିବେଶ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ…

ମୃତ୍ୟୁ ପରେ ସାରା ଜୀବନ ପାଇଁ ଅମର ହୋଇଗଲେ ହରେକୃଷ୍ଣ ରାଉତ

ରାଜନଗର, ୨୨।୬( ଭାସ୍କର ରାଉତରାୟ) : ରାଜନଗର ବ୍ଲକ ଅନ୍ତର୍ଗତ ବାଲିସାହି ପାଟଣା ପଞ୍ଚାୟତର ଧାନଦିଆ ଗ୍ରାମର ବାସିନ୍ଦା ହରେକୃଷ୍ଣ ରାଉତ ଏକ ଅଟୋ ଧକ୍କାରେ ଗୁରୁତର…

କେସିଙ୍ଗା ଏନ୍‌ଏସିର ୧- ୨ ନମ୍ବର ୱାର୍ଡରେ ଜବରଦଖଲ ଉଚ୍ଛେଦ; ପ୍ରଥମେ ନିଜ ଘର ଭାଙ୍ଗିଲେ ନଗରପାଳ, କାର୍ଯ୍ୟକୁ ପ୍ରଶଂସା କଲେ…

କେସିଙ୍ଗା, ୨୩.୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ୧୯୬୫ ମସିହାରେ ଗଠିତ ହୋଇଥିଲା। କେସିଙ୍ଗା ଏନ୍‌ଏସି ଅନ୍ତର୍ଗତ ବଗାଡ଼ ଅଞ୍ଚଳର…

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ଏଣିକି ଲମ୍ୱା ଲାଇନରୁ ମିଳିବ ମୁକ୍ତି, ଏଟିଏମ କାର୍ଡରେ ମିଳିବ……

ନୂଆଦିଲ୍‌ଲୀ,୨୩।୬: ସମଗ୍ର ଦେଶରେ ରାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ନିକଟରେ ସରକାର କିଛି ଏମିତି ସୁବିଧା ଲାଗୁ…

ହାତ ମିଳାଇଲେ ଚାଇନା-ବାଂଲାଦେଶ; ବର୍ଡରରେ ବଢିଲା ଭାରତର ଚିନ୍ତା!

ନୂଆଦିଲ୍‌ଲୀ,୨୩।୬: ଦକ୍ଷିଣ ଏସିଆର ପ୍ରତିରକ୍ଷା ବଜାର (ଡିଫେନ୍ସ ମାର୍କେଟ)ରେ ଏବେ ଜୋରଦାର ହଲଚଲ ଦେଖିବାକୁ ମିଳିଛି। ପାକିସ୍ତାନକୁ ଅନୁସରଣ କରି ଏବେ ବାଂଲାଦେଶ ମଧ୍ୟ ଚାଇନାର ଲଢ଼ୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri