ସୁରକ୍ଷା ଖୋଜୁଛି ଗଜରାଜ

ଭୁବନେଶ୍ୱର,୧୨ା୮(ଅସମାପିକା ସାହୁ):ଅଗଷ୍ଟ ୧୨ ସୋମବାର ହେଉଛି ବିଶ୍ୱ ହସ୍ତୀ ଦିବସ। ହାତୀଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କ ସଂରକ୍ଷଣ ଦିଗରେ ସଚେତନତା କରିବା ପାଇଁ ଏହି ଦିବସ ପାଳନ କରାଯାଉଛି। କିନ୍ତୁ ବାସ୍ତବରେ ଏମାନଙ୍କ ସୁରକ୍ଷାରେ ଅବହେଳା ଓ ହାତୀ-ମଣିଷ ଲଢ଼େଇ ଯୋଗୁ ଏବେ ଏହି ଐତିହ୍ୟ ପ୍ରାଣୀ ବିପଦରେ। ରାଜ୍ୟରେ ହାତୀ ସଂଖ୍ୟା ବଢ଼ୁଥିଲେ ମଧ୍ୟ ମୃତ୍ୟୁ ଓ ଶିକାର ବଢ଼ୁଥିବାରୁ ଚିନ୍ତା ବଢ଼ିଛି। ପରିବେଶ ଓ ଜଙ୍ଗଲକୁ ସୁରକ୍ଷା ଦେଉଥିବା ଗଜରାଜ ଆଜି ନିଜେ ବିପଦରେ। ତେଣୁ ଏହି ଐତିହ୍ୟ ପ୍ରାଣୀର ସୁରକ୍ଷା ଏବେ ଅଧିକ ଗୁରୁତ୍ୱ ବହନ କରୁଛି। ହାତୀ-ମଣିଷ ଲଢ଼େଇରେ ହାତୀଙ୍କ ସହ ମଣିଷର ମୃତ୍ୟୁ ଘଟୁଥିବାରୁ ଏହାକୁ ରୋକିବା ବନ ବିଭାଗ ପାଇଁ ଆହ୍ବାନ ହୋଇଛି।
ରାଜ୍ୟରେ ହାତୀ ସଂଖ୍ୟା ବଢ଼ିଛି
ହାତୀ ଗଣନା ରିପୋର୍ଟ ୨୦୨୪ ଅନୁସାରେ, ଗତ ୭ ବର୍ଷରେ ୧୨୨ ହାତୀ ବଢ଼ିଛନ୍ତି। ୨୦୧୭ରେ ରାଜ୍ୟରେ ୧,୯୭୬ ହାତୀ ଥିବା ବେଳେ ଏବେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ୨,୦୯୮ ହାତୀ ରହିଛନ୍ତି। ଏହି ଗଣନାରେ ୩୮ଟି ବନଖଣ୍ଡ ସାମିଲ ହୋଇଥିଲା। ୧୩ଟି ବନଖଣ୍ଡରେ ଆଦୌ ହାତୀ ନ ଥିବା ଦେଖାଯାଇଛି। ଠାବ ହୋଇଥିବା ହାତୀଙ୍କ ମଧ୍ୟରେ ୩୧୩ଟି ପ୍ରାପ୍ତବୟସ୍କ ଦନ୍ତା ଥିବା ବେଳେ ୧୩ଟି ପ୍ରାପ୍ତବୟସ୍କ ମାଖନା ଓ ୭୪୮ଟି ପ୍ରାପ୍ତବୟସ୍କ ମାଈ ହାତୀ ରହିଛନ୍ତି। ଅନୁଗୋଳ, ଆଠଗଡ଼, ଢେଙ୍କାନାଳ, ବାରିପଦା, ଚନ୍ଦକା, ଖୋର୍ଦ୍ଧା, ବଣାଇ ଏବଂ କେନ୍ଦୁଝରରେ ହାତୀଙ୍କ ସଂଖ୍ୟା ଅଧିକ ବୃଦ୍ଧି ପାଇଛି। କିନ୍ତୁ ଶିମିଳିପାଳ ଉତ୍ତର, ଶିମିଳିପାଳ ଦକ୍ଷିଣ, ବାଲେଶ୍ୱର ବନ୍ୟପ୍ରାଣୀ, ରାଇରଙ୍ଗପୁର, ବଲାଙ୍ଗୀର, ପାରଳାଖେମୁଣ୍ଡି ଆଦି ବନଖଣ୍ଡରେ ହାତୀଙ୍କ ସଂଖ୍ୟା କମିଥିବା ଦେଖାଯାଇଛି। ଗତ ୫ ବର୍ଷରେ ରାଜ୍ୟରେ ୪୦୩ ହାତୀଙ୍କ ମୃତ୍ୟୁ ହୋଇଛି।
ହାତୀ-ମଣିଷ ଲଢ଼େଇ: ଓଡ଼ିଶାରେ ସର୍ବାଧିକ ଲୋକଙ୍କ ମୃତ୍ୟୁ
ହାତୀ-ମଣିଷ ଲଢ଼େଇ ସାରା ଦେଶ ପାଇଁ ଏକ ଚିନ୍ତାଜନକ ବିଷୟ ପାଲଟିଛି। ଗତ ୩ ବର୍ଷ ହେଲା ପ୍ରତିବର୍ଷ ହାତୀଙ୍କ ଦ୍ୱାରା ମଣିଷ ମୃତ୍ୟୁ ଘଟଣା ଅଧିକ ରହୁଛି। କେନ୍ଦ୍ର ସରକାରଙ୍କ ତଥ୍ୟାନୁସାରେ, ହାତୀ ଆକ୍ରମଣରେ ୨୦୧୯-୨୦ରେ ଦେଶରେ ୫୭୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୨୦-୨୧ରେ ୪୪୪, ୨୦୨୧-୨୨ରେ ୫୨୦, ୨୦୨୨-୨୩ରେ ୫୮୩ ଏବଂ ୨୦୨୩-୨୪ରେ ୬୦୬ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଉଦ୍‌ବେଗଜନକ କଥା ହେଉଛି, ହାତୀ ଆକ୍ରମଣରେ ମଣିଷଙ୍କ ମୃତ୍ୟୁରେ ଓଡ଼ିଶା ଦେଶରେ ଏକ ନମ୍ବରରେ ରହିଛି ଅର୍ଥାତ୍‌ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ପ୍ରତିବର୍ଷ ଦେଶରେ ହାତୀ ଦ୍ୱାରା ମରିଥିବା ଲୋକଙ୍କ ମଧ୍ୟରୁ ୨୦%ରୁ ଊର୍ଦ୍ଧ୍ୱ କେବଳ ଓଡ଼ିଶାର। ଗତବର୍ଷ ଏହି ହାର ପାଖାପାଖି ୨୫ ପ୍ରତିଶତ ରହିଥିଲା। ସୂଚନାନୁସାରେ, ୨୦୧୯-୨୦ରେ ହାତୀ ଆକ୍ରମଣରେ ରାଜ୍ୟରେ ୧୧୭ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏ କ୍ଷେତ୍ରରେ ଓଡ଼ିଶା ଦେଶରେ ୧ନମ୍ବର ସ୍ଥାନରେ ଥିଲା। ୨୦୨୦-୨୧ରେ ମୃତ୍ୟୁସଂଖ୍ୟା ୯୩କୁ ଖସିଯାଇଥିଲେ ମଧ୍ୟ ଏହା ଦେଶରେ ସର୍ବାଧିକ ଥିଲା। ସେହିଭଳି ୨୦୨୧-୨୨ରେ ଏହି ସଂଖ୍ୟା ୧୧୨କୁ ବୃଦ୍ଧି ପାଇବା ସହ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଥିଲା ଓ ୧୩୩ ଜଣଙ୍କ ମୃତ୍ୟୁ ସହ ଝାଡ଼ଖଣ୍ଡ ପ୍ରଥମ ସ୍ଥାନରେ ରହିଥିଲା। ୨୦୨୨-୨୩ରେ ପୁଣି ଦେଶ ସହିତ ଓଡ଼ିଶାରେ ବି ମୃତ୍ୟୁସଂଖ୍ୟା ବଢ଼ିଥିଲା। ହାତୀ ଆକ୍ରମଣରେ ୧୪୮ ଜଣଙ୍କ ମୃତ୍ୟୁ ସହିତ ଓଡ଼ିଶା ପୁଣି ଏକ ନମ୍ବର ସ୍ଥାନରେ ରହିଥିବାବେଳେ ୨୦୨୩-୨୪ରେ ମଧ୍ୟ ରାଜ୍ୟରେ ସର୍ବାଧିକ ୧୫୪ଜଣଙ୍କ ମୃତ୍ୟୁ ଘଟିଥିବା ଉକ୍ତ ରିପୋର୍ଟରୁ ଜଣାପଡିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?