ପିକଅପ୍‌ ଭ୍ୟାନ୍‌ ଧକ୍କାରେ ହାତୀ ଆହତ: ବନ ବିଭାଗ ଦ୍ୱାରା କରାଯାଉଛି ଚିକିତ୍ସା

କେନ୍ଦୁଝର,୨୪।୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜର ନରଣପୁର ସେକ୍ସନ ଅନ୍ତର୍ଗତ ବଡ଼ପଷି, ଗୋପୀନାଥପୁର ଗ୍ରାମ ନିକଟରେ ଆଜି ସକାଳେ ଏକ ୧୫ ବର୍ଷ ଅଣ୍ଡିରା ହାତୀକୁ ଏକ ପିକ-ଅପ ଗାଡ଼ି ଧକ୍କା ଦେବା ଫଳରେ ଆହତ ହୋଇଛି। ସେ ସାମାନ୍ୟ ଆହତ ହୋଇଥିବା ବନ ବିଭାଗ କହୁଥିବା ବେଳେ ତାହାର ପିଠିରେ ଏକ ଆଘାତ ଲାଗିଥିବାରୁ ବନ ବିଭାଗ ଚିକିତ୍ସା କରିବା ପାଇଁ ଉଦ୍ୟମ ଜାରି ରଖିଛି। ପ୍ରକାଶ ଯେ ଉକ୍ତ ଅଞ୍ଚଳରେ ୬ଟି ହାତୀଙ୍କ ଏକ ପଲ ବୁଲୁଛନ୍ତି। ସୂଚନା ପାଇବା ମାତ୍ରେ ବନ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ପିକଅପ୍‌ ଗାଡ଼ିର ସାମ୍ନା ବମ୍ପର ରାସ୍ତା ଉପରେ ପଡ଼ିଥିବା ଦେଖିଥିଲେ । ତେବେ ଧକ୍କା ଯୋଗୁ ସାମାନ୍ୟ ଆହତ ହୋଇଥିବାରୁ ଠିକ୍‌ ଭାବରେ ଚାଲି ପାରୁନାହିଁ। ସକାଳ ପ୍ରାୟ ୪ଟାରେ ଡିଏଫଓ ଧନରାଜ ଏଚଡିଙ୍କ ନେତୃତ୍ୱରେ ପଶୁ ଚିକିତ୍ସକ ଦଳ, ବାୟୋଲଜିଷ୍ଟ, ସହକାରୀ ବନ ସଂରକ୍ଷକ (ଏସିଏଫ) ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଲୋକଙ୍କ ଭିଡ଼ ଏବଂ ଯାନବାହନ ଚଳାଚଳକୁ ସୁଚାରୁ ଭାବେ ନିୟନ୍ତ୍ରଣ କରାଯାଇଛି। ଏହାସହ ସକାଳ ୬ଟାରେ ଡାର୍ଟ ମାଧ୍ୟମରେ ହାତୀକୁ ଦୁଇ ଡୋଜ ବେଦନାନାଶକ ଔଷଧ ପ୍ରଦାନ କରାଯାଇଛି।
ବର୍ତ୍ତମାନ ହାତୀଟି ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ରହିଛି ଏବଂ ଦ୍ରୁତ ସୁସ୍ଥ ହେଉଛି। ଏହି ଘଟଣାରେ ଓୟୁଏଟି (OUAT) ଏବଂ ନନ୍ଦନକାନନର ବିଶେଷଜ୍ଞ ପଶୁ ଚିକିତ୍ସକମାନଙ୍କ ସହ ପରାମର୍ଶ କରାଯାଉଛି। ବର୍ତ୍ତମାନ ହାତୀଟି ଜାତୀୟ ରାଜପଥ-୨୦ ଠାରୁ ପ୍ରାୟ ୧୦୦ ମିଟର ଦୂରରେ ଜଙ୍ଗଲ ଭିତରକୁ ଚାଲିଯାଇଛି। ଆଶା କରାଯାଉଛି ଯେ ଆସନ୍ତା ୨୩ ଦିନ ମଧ୍ୟରେ ହାତୀଟି ସ୍ବାଭାବିକ ଭାବରେ ସୁସ୍ଥ ହୋଇଯିବ ଏବଂ କୌଣସି ଅତିରିକ୍ତ ଚିକିତ୍ସାଗତ ହସ୍ତକ୍ଷେପର ଆବଶ୍ୟକତା ପଡ଼ିବ ନାହିଁ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ଥାୟୀ ସେତୁ ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ: ଭରା ନଦୀ ଘେରରେ ୧୩୦ ପରିବାର, ୧୭୨୧ ଜୀବନ

ରାଜକନିକା, ୭।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଆଳି ନିର୍ବାଚନମଣ୍ଡଳୀ ଅଧୀନ ରାଜକନିକା ବ୍ଲକର ତ୍ରୈଲୋକ୍ୟପୁର ପଞ୍ଚାୟତ ଅନ୍ତର୍ଗତ ଦ୍ୱୀପାଞ୍ଚଳ ଗାଁ ଭାବେ ପରିଚିତ ଗଙ୍ଗାଧର…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ୱ ଅଧିକାରୀ, ଏକକାଳୀନ ୩ସ୍ଥାନରେ ଚଢ଼ାଉ

ପିପିଲି,୭।୯: ଲାଞ୍ଚ କାରବାର ବିରୋଧରେ ଓଡ଼ିଶା ଭିଜିଲାନ୍ସ ଟିମ୍ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁରୀ ଜିଲା ପିପିଲି ତହସିଲ ଅଧୀନ ସିଉଳା ଆରଆଇ ସର୍କଲର…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଭଞ୍ଜନଗରରେ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି: ୧୮୮ ଅଭିଯୋଗର ଶୁଣାଣି, ୧୦ର ତୁରନ୍ତ ସମାଧାନ

ଭଞ୍ଜନଗର, ୭।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

କୁମ୍ଭ-ବିଛା ସମେତ ୪ ରାଶି ପାଇଁ ଭାଗ୍ୟଶାଳୀ ଏହି ସପ୍ତାହ: ଚାକିରିରେ ପ୍ରମୋସନ ସହ ବଢ଼ିବ ଦରମା!

ଭୁବନେଶ୍ୱର: ନୂଆ ସପ୍ତାହର ଆରମ୍ଭ ବୁଧଙ୍କ ଗୋଚର ସହ ହେଉଛି। ଜ୍ୟୋତିଷ ଗଣନା ଅନୁସାରେ, ଏହି ସପ୍ତାହ କୁମ୍ଭ, ମିଥୁନ, ବିଛା ଓ ମୀନ ରାଶିର ଲୋକଙ୍କ…

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri