ହାତୀ ଭୟ: ରାତିରେ ଗଛ ଉପରେ ବିତୁଛି ଜୀବନ

ନୂଆପଡ଼ା,୧୩ା୨(ମକାରୁ ବେମାଲ): ହାତୀ ଭୟ ଯୋଗୁ ରାତି ହେଲେ ଲୋକେ ଗଛ ଉପରେ ଜୀବନ ବିତାଉଛନ୍ତି। ଏଭଳି ଦୃଶ୍ୟ ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ଭିତରେ ବାସ କରୁଥିବା ଦାତୁନାମା ଗାଁରେ ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସୁନାବେଡା ପଞ୍ଚାୟତର ୧୦ ନମ୍ବର ୱାର୍ଡ ଦାତୁନାମା ଗଁାରେ ୭ ପରିବାରର ୪୦ଜଣ ସଦସ୍ୟ ବସବାସ କରନ୍ତି। ସେଥିମଧ୍ୟରେ ୧୪ ଜଣ ଶିଶୁ ରହିଛନ୍ତି। ଆବାସ ଯୋଜନାରେ ସାମିଲ ହୋଇ ନ ଥିବାରୁ ପରିବାର ସଦସ୍ୟ ଚାଳ ଛପର କୁଡିଆରେ ରହିଆସୁଥିଲେ। ଗତ ୩ ତାରିଖ ରାତିରେ ୨୭ ଟିକିଆ ହାତୀପଲ ଗାଁକୁ ଆସି ସବୁ ଘର ଭାଙ୍ଗିଦେବା ସହ ଧାନ, ଚାଉଳ ଖାଇ ଜିନିଷପତ୍ର ନଷ୍ଟ କରି ଦେଇଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଥଇଥାନ ବ୍ୟବସ୍ଥା କରା ନ ଯିବାରୁ ଗାଁ ଲୋକେ ଗଛ ମୂଳେ ଆଶ୍ରୟ ନେଉଛନ୍ତି। ଦିନବେଳା ଗଛ ତଳେ ରହି ରୋଷେଇ କରି ଖାଇବା ସହ ରାତି ହେଲେ ପୁରୁଷମାନେ ଛୋଟ ଛୁଆଙ୍କୁ ସାଙ୍ଗରେ ଧରି ଗଛ ଉପରେ ବସି ରହୁଥିବା ବେଳେ ମହିଳାମାନେ ଗଛ ତଳେ କାଠ ମଞ୍ଚା କରି ବସିରହନ୍ତି। କାଳେ ରାତିରେ ହାତୀ କିମ୍ବା ଅନ୍ୟ ହିଂସ୍ରଜନ୍ତୁ ଆସିଯିବେ ଭାବି ପୁରୁଷ ଲୋକେ ପାଳି କରି ଗାଁ ଚାରି ପାଖରେ ପହରା ଦେଇଥାନ୍ତି। ଗାଁରେ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର, ଜଳ ଯୋଗାଣ ଭଳି ସୁବିଧା ନାହିଁ। ବିଜୁଳି ଆଲୋକ ସାତସପନ। ଫଳରେ ଟାୟାର ଜାଳି ରାତିରେ ପୁରୁଷମାନେ ପହରା ଦେଇଥାନ୍ତି। ଗାଁରେ ୪୦ ଜଣ ସଦସ୍ୟ ରହିଥିବାବେଳେ ସମସ୍ତେ ନିରକ୍ଷର। ହାତୀ ଘର ଭାଙ୍ଗିବା ପରେ ପ୍ରଶାସନ ପକ୍ଷରୁ ତାର୍‌ପୋଲିନ କୁଡିଆ କରି ରହିବା ବ୍ୟବସ୍ଥା କରାଯିବ ବୋଲି କୁହାଯାଇଥିଲା। ହେଲେ ୧୦ଦିନ ବିତିଯାଇଥିଲେ ମଧ୍ୟ କୌଣସି ସୁବିଧା କରାଯାଇନାହିଁ। ଗାଁ ଲୋକଙ୍କ ଜମି କିମ୍ବା ଘରଡିହ ପଟ୍ଟା ନ ଥିବାରୁ କୌଣସି ସରକାରୀ ସୁବିଧା ପାଇବାରୁ ବଞ୍ଚତ୍ତ ଅଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ସୁନାବେଡ଼ା ଅଭୟାରଣ୍ୟ ବନଖଣ୍ଡ ଅଧିକାରୀ ସମୀର ସାହୁଙ୍କୁ ପଚାରିବାରୁ ଦାତୁନାମା ଗାଁକୁ ହାତୀ ଆସି ସବୁ ଘରକୁ ଭାଙ୍ଗି ଧୂଳିସାତ କରିଦେଇଛି। ସେମାନଙ୍କୁ ସୁନାବେଡା ଅଭୟାରଣ୍ୟରୁ ନେଇ ତଳେ କୌଣସି ସ୍ଥାନରେ ଘରଡିହ ପାଇଁ ୪ ଡେସିମିଲ ପଟ୍ଟା ଦେଇ ଆବାସ ଯୋଜନାରେ ସାମିଲ କରାଯାଇ ଥଇଥାନ କରାଯିବ ବୋଲି କହିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri