ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ଘଟଣା: ବନ୍ଧା ହେଲେ ୨ ଶିକାରି, ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ ତାର…

ଅମରପାଲି,୪।୧୨(ପୀତାମ୍ବର ସାହୁ): ଦନ୍ତାହାତୀର ମୃତ୍ୟୁକୁ ନେଇ ପର୍ଦ୍ଦାଫାସ ହୋଇଛି। ଶିକାରୀମାନେ ଜନ୍ତୁ ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ଲାଗି ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ସ୍ପଷ୍ଟ କରିଛି। ଏନେଇ ବୀରମହାରାଜପୁର ଏସିଏଫ ତଥା ଅତିରିକ୍ତ ରେଞ୍ଜ ଦାୟିତ୍ୱରେ ଥିବା ରେଞ୍ଜ ଅଧିକାରୀ ଅବିନାଶ ବରିହା ପ୍ରକାଶ କରିଛନ୍ତି।

ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ବୀରମହାରାଜପୁର ରେଞ୍ଜ ଦୁର୍ଜନତୈଲା ପଞ୍ଚାୟତର ବରଘାଟ ଦାଦର ଓ ବ୍ରାହ୍ମଣୀପାଲି ଗ୍ରାମର ମଝିରେ ଥିବା ଜଙ୍ଗଲରେ ସୋମବାର ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଥିଲା। ତଦନ୍ତ ପରେ ବିଦ୍ୟୁତ ତାର ଲାଗି ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଘଟଣାରେ ବନବିଭାଗ ଦୁଇ ଜଣ ଶିକାରିଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ବୀରମହାରାଜପୁର ଥାନା ଠେଙ୍ଗୋ ଡ୍ୟାମ ଫାଣ୍ଡି ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତ ବ୍ରାହ୍ମଣୀପାଲି ଗ୍ରାମର ପ୍ରହଲ୍ଲାଦ କମ୍ପ(୫୦) ଓ ଅନ୍ୟଜଣେ ବହଳପଦର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଲ ( ପର୍ଡିଆପାଲି) ଗ୍ରାମର ସନ୍ତୋଷ ମହାକୁର(୪୦) ବୋଲି ଜଣାପଡିଛି। ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହା ସହିତ ଉଭୟଙ୍କ ଠାରୁ ଏକ ଦେଶୀ ବନ୍ଧୁକ ଓ ଦନ୍ତା ହାତୀ ଲାଗି ମରିଥିବା ବିଦ୍ୟୁତ ତାରକୁ ବନ ବିଭାଗ ଜବତ କରିଛି। ବୀରମହାରାଜପୁର ରେଞ୍ଜ ସହକାରୀ ବନ ସଂରକ୍ଷକ ତଥା ଅତିରିକ୍ତ ରେଞ୍ଜ ଦାୟିତ୍ୱରେ ଥିବା ରେଞ୍ଜ ଅଧିକାରୀ ଅବିନାଶ ବରିହାଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ଉଭୟ ଶିକାରି ପୂର୍ବରୁ ମଧ୍ୟ ବିଦ୍ୟୁତ ତାର ଲଗାଇ ଓ ବନ୍ଧୁକ ସାହାଯ୍ୟରେ ଜନ୍ତୁ ଶିକାର କରୁଥିଲେ। ନିକଟରେ ଯାଇଥିବା ୧୧କେଭି ବିଦ୍ୟୁତରୁ ତାର ସଂଯୋଗ କରି ବିଛାଇଥିଲେ। ସେହି ବିଦ୍ୟୁତ ତାରରେ ଲାଗି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସେ ପ୍ରକାଶ କରିଛନ୍ତି। ଏହି ଘଟଣାରେ ଆଉ କେତେଜଣ ସଂପୃକ୍ତ ଅଛନ୍ତି ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା କରି ଅଧିକ ତଥ୍ୟ ଦେବାକୁ ବନ ବିଭାଗ ମନା କରିଛି।

ସୂଚନା ଅନୁସାରେ, ସୋମବାର ସକାଳୁ ହାତିଲିମୁଣ୍ଡା ଫରେଷ୍ଟ ବିଟର ବରଘାଟ ଦାଦର ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ସ୍ଥାନୀୟ ଲୋକେ ଦାନ୍ତ ପାଇଁ ହାତୀକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ମାତ୍ର ଧରିତ୍ରୀରେ ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାରରେ ଲାଗି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଖବର ପ୍ରକାଶ ପାଇବା ପରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କଲେ ଶରଣକୁଳ ନିଲମ୍ବିତ IIC

ଭୁବନେଶ୍ୱର,୪।୮: ଶରଣକୁଳ ନିଲମ୍ବିତ IIC ସୁଜିତ ଦାସ ମଙ୍ଗଳବାର କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କ୍ରାଇମବ୍ରାଞ୍ଚରେ ହାଜର ହୋଇ ଆତ୍ମସମର୍ପଣ କରିଥିବା…

ବ୍ଲକ ଅଫିସରେ ପିସି କାରବାର, ଭିଡିଓ ଭାଇରାଲ

ଖଡ଼ିଆଳ,୪ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

ପାକିସ୍ତାନରେ ପୁଣି ପଲଟିବ ସତ୍ତା! ସିଲ୍‌ ହେଲା ଇସଲାମାବାଦ, ସେନାବେସ୍‌ରେ ବଡ଼ ହଲଚଲ

ଇସଲାମାବାଦ,୪।୮: ପାକିସ୍ତାନରେ ପୁଣି ଥରେ ବଡ଼ ରାଜନୈତିକ ଓଲଟପାଲଟ ଏବଂ ସାମରିକ ବିପ୍ଳବ (ସାମରିକ କୁ) ଆଶଙ୍କାରେ ହଲଚଲ ବୃଦ୍ଧି ପାଇଛି। ରାଜଧାନୀ ଇସ୍‌ଲାମାବାଦକୁ ବିଭିନ୍ନ ସ୍ଥାନରେ…

ବଢିଲା ଅଭିଜିତ ଦୀପକେଙ୍କ ଅଡୁଆ: ରୁଜୁ ହେଲା ମାମଲା, ଜାଣନ୍ତୁ କାହିଁକିି…

ନୂଆଦିଲ୍ଲୀ,୪।୮: କକରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜିତ ଦୀପକେଙ୍କ ଅଡୁଆ ବଢ଼ୁଥିବା ନଜର ଆସୁଛି। ପଶ୍ଚିମବଙ୍ଗରେ ଆଇନଜୀବୀ ରିଙ୍କି ଚଟାର୍ଜୀ ସିଂହ ସିଲିଗୁଡ଼ି ସାଇବର କ୍ରାଇମ…

ତାତିଲେ ଛାତ୍ରୀଛାତ୍ର: ପ୍ରଧାନଶିକ୍ଷକଙ୍କୁ ବହିଷ୍କାର ଦାବିରେ ଚାଲି ଚାଲି ଗଲେ ବିଡ଼ିଓଙ୍କ ନିକଟକୁ, ତା’ପରେ…

ମୋରଡା,୪।୮(ସ୍ମାରକ ମାଜୀ): ବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ତଥା ପୋକଯୁକ୍ତଖାଦ୍ୟ, ଛାତ୍ରୀଙ୍କୁ ଆଶାଳୀନ ବ୍ୟବହାର, ବିଦ୍ୟାଳୟରୁ ଜିନିଷ ନେଇ ନେବା ଆଦି ବିଭିନ୍ନ ଅଭିଯୋଗ ନେଇ ପ୍ରଧାନଶିକ୍ଷକଙ୍କ ବହିଷ୍କାର…

ଅଟୋ ସେକ୍ଟର ହେବ ମାଲାମାଲ! ସରକାର ୪,୦୦୦ କୋଟି ଯୋଜନା…

ନୂଆଦିଲ୍ଲୀ,୪।୮: ଭାରତୀୟ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ଏକ ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଏବଂ ସାଂରଚନିକ ପରିବର୍ତ୍ତନ ଦେଇ ଗତି କରୁଛି। ବୈଦ୍ୟୁତିକ ଯାନ (EVs) ପାଇଁ ବର୍ଦ୍ଧିତ ଚାହିଦା…

Ramayan ର ୭୮ଟି ଏପିସୋଡ୍‌ରୁ ଦୂରଦର୍ଶନ କମାଇଥିଲା ୩୧,୨୦,୦୦,୦୦୦ କୋଟି ଟଙ୍କା! ଜାଣନ୍ତୁ ଗୋଟିଏ ଦିନର କେତେ ଥିଲା ବଜେଟ୍‌…

ନୂଆଦିଲ୍ଲୀ,୪।୮: ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ‘ରାମାୟଣ’ ଆଜି ବି ଲୋକଙ୍କ ହୃଦୟରେ ରାଜ୍ କରୁଛି। ଏପରି ସ୍ଥିତିରେ ଆସନ୍ତୁ ଏହା ସହ ଜଡ଼ିତ କିଛି ଖାସ୍…

LPG ସବସିଡି ଚେକ୍‌ କରିବାକୁ ଯାଇଥିଲେ ବ୍ୟାଙ୍କ, ଖାତାରେ ଏତେ କୋଟି ଦେଖି ଉଡିଗଲା ହୋସ୍‌!

ନୂଆଦିଲ୍ଲୀ,୪।୮: ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହଠାତ୍‌ ୧୦୦ କୋଟି ଟଙ୍କା ଆସିଯାଏ, ତେବେ ବୋଧହୁଏ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ପଶ୍ଚିମବଙ୍ଗର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri