ହାତୀ କରିଡର: ବିଜ୍ଞପ୍ତି ଜାରି କରୁନି ବନ ବିଭାଗ

ଭୁବନେଶ୍ୱର, ୨୧।୨: ରାଜ୍ୟରେ ୧୪ଟି ହାତୀ ଚଲାପଥ ବା ହାତୀ କରିଡର ରହିଥିବା ୨୦୧୦ରେ ବନ ବିଭାଗ କହିଥିଲା। ୨୦୧୨ରେ କେନ୍ଦ୍ର ସରକାରଙ୍କୁ ଡ୍ରାଫ୍ଟ ନୋଟିସ୍‌ ପଠାଇବା ପାଇଁ ବିଭାଗ ପ୍ରସ୍ତୁତ କରିଥିଲା। ହେଲେ ଏଯାଏ ବିଧିବଦ୍ଧ ଭାବେ ବନବିଭାଗ ତରଫରୁ ସରକାରୀ ନୋଟିଫିକେଶନ ବା ବିଜ୍ଞପ୍ତି ଜାରି କରାଯାଇନାହିଁ। ଖାଲି ସେତିକି ନୁହେଁ, ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଆଦେଶକୁ ମଧ୍ୟ ରାଜ୍ୟ ବନ ବିଭାଗ ଅବମାନନା କରିଚାଲିଛି। ୨୦୨୧ ଅଗଷ୍ଟରେ ଏନ୍‌ଜିଟି ତାଙ୍କ ରାୟରେ ଓଡ଼ିଶାରେ ହାତୀ କରିଡର ପାଇଁ ସରକାରୀ ବିଜ୍ଞପ୍ତି ଜାରି କରିବା ପାଇଁ ରାୟ ଦେଇଥିଲେ। ଏଥିସହିତ ଏହି କାମକୁ ୨ ମାସ ଭିତରେ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନ୍‌ଜିଟିଙ୍କ ରାୟ ଅନୁସାରେ ୨୦୨୧ ଅକ୍ଟୋବର ସୁଦ୍ଧା ବନବିଭାଗ ଓଡ଼ିଶାରେ ହାତୀ କରିଡର ସମ୍ପର୍କରେ ନୋଟିଫିକେଶନ ଜାରି କରିବା କଥା। ହେଲେ ଇତିମଧ୍ୟରେ ୬ ମାସ ବିତି ଯାଇଥିଲେ ମଧ୍ୟ ବନ ବିଭାଗ ଚୁପ ହୋଇ ବସିପଡ଼ିଛି।
ରାଜ୍ୟରେ ହାତୀ-ମଣିଷ ଦ୍ୱନ୍ଦ୍ୱ ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରୀ ଆକଳନ ଅନୁସାରେ, ଗତ ୧୦ ବର୍ଷ ଭିତରେ ରାଜ୍ୟରେ ୭୭୧ ହାତୀ ମରିଥିବା ବେଳେ ହାତୀ ଆକ୍ରମଣରେ ୮୮୧ଜଣ ମଣିଷଙ୍କ ମୃତ୍ୟୁ ହୋଇଛି। ତେବେ ହାତୀର ବାସସ୍ଥାନ ସେମିତି କିଛି ନିର୍ଦ୍ଦିଷ୍ଟ ନ ଥାଏ। ସେମାନେ ଦିନକୁ ପ୍ରାୟ ୨୫ କିଲୋମିଟର ବାଟ ଚାଲିଥାନ୍ତି। ପ୍ରତିଦିନ ପ୍ରାୟ ୧୫୦ କିଲୋଗ୍ରାମ ଓଜନର ଡାଳ, ପତ୍ର ଆଦି ଖାଇବା ସହ ପ୍ରାୟ ୧୦୦ ଲିଟର ପାଣି ମଧ୍ୟ ପିଇଥାନ୍ତି। ଗୋଟିଏ ପ୍ରାପ୍ତ ବୟସ୍କ ହାତୀ ୫ ମିନିଟରେ ୨୦୦ ଲିଟର ଯାଏ ପାଣି ପିଇପାରେ। ତେଣୁ ହାତୀ ଖାଦ୍ୟ ଓ ପାନୀୟ ସଂଗ୍ରହ କରିବା ପାଇଁ ଚାରିଆଡ଼େ ବୁଲନ୍ତି। ହାତୀମାନେ ବୁଲିବା ପାଇଁ କିଛି ନିର୍ଦ୍ଦିଷ୍ଟ ବାଟ ଦେଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାନ୍ତି। ଏହି ବାଟକୁ ସେମାନେ ଅନେକ ଶହ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିଥାନ୍ତି। ଏହି ଚଲାପଥକୁ ହାତୀ କରିଡର ନାମ ଦିଆଯାଇଛି। ସାଧାରଣରେ ହାତୀ ତା’ର ଚଲାପଥର ଉଭୟ ପାର୍ଶ୍ୱରେ କ୍ୱଚିତ ଦୂରକୁ ଯାଇଥାଏ।
ବନବିଭାଗର ତଥ୍ୟାନୁସାରେ, ରାଜ୍ୟରେ ଥିବା ୧୪ଟି ହାତୀ କରିଡର ମଧ୍ୟରୁ ୪ଟି ଆନ୍ତଃରାଜ୍ୟ କରିଡର ଥିବା ବେଳେ ବାକି ସବୁ ଆନ୍ତଃଜିଲା କରିଡର। ଆନ୍ତଃରାଜ୍ୟ ମଧ୍ୟରେ ଥିବା କରିଡର ନାମ ହେଉଛି ‘ବାଦାମପାହାଡ଼(ମୟୂରଭଞ୍ଜ)-ଧୋବାଧୋବଣୀ(ଝାଡ଼ଖଣ୍ଡ)’, ‘ବାଦାମପାହାଡ଼(ମୟୂରଭଞ୍ଜ)-କରିଡ଼ା(ଝାଡ଼ଖଣ୍ଡ)’, ‘ପଶ୍ଚିମବଙ୍ଗ-ଦେଉଳୀ- ଶୂଳିଆପଦା’ ଏବଂ ‘କାରୋ(କେନ୍ଦୁଝର)-କରମପଡ଼ା(ଝାଡ଼ଖଣ୍ଡ)’। ସେହିପରି ଆନ୍ତଃଜିଲା କରିଡରଗୁଡ଼ିକ ହେଲା ‘ଶିମିଳିପାଳ-ହଦଗଡ଼-କୁଲଡିହା’, ‘ତେଲକୋଇ-ପାଲଲହଡ଼ା’, ‘ମୟୂରଭଞ୍ଜ ଜିରିଡାମାଲି-ଅନନ୍ତପୁର’, ‘କହ୍ନେଇଜେନା- ଅନନ୍ତପୁର’, ‘ବୁଗୁଡ଼ା-ସେଣ୍ଟ୍ରାଲ ଆର୍‌ଏଫ୍‌(ନୟାଗଡ଼ ଡିଭିଜନ), ‘ନୂଆଗାଁ-ବାରୁଣୀ’, ‘ତାଳ-ଖୋଲଗଡ଼’, ‘ବାରପାହାଡ଼-ତରଭା-କଣ୍ଟାମାଳ’, ‘କୋଟଗଡ଼-ଚନ୍ଦ୍ରପୁର’ ଏବଂ ‘କର୍ଲାପାଟ-ଉର୍ଲଡନୀ’। ତେବେ ଏ ସମସ୍ତ କରିଡର ୮୭୦.୬୧ବର୍ଗକିମି ହୋଇଥିବା ବେଳେ ଦୈର୍ଘ୍ୟ ୪୨୦.୮କିମି।
ରାଜ୍ୟର ବିକାଶ ପାଇଁ ଖଣିଜ ପଦାର୍ଥ ସହିତ କଳକାରଖାନା ଯେତିକି ଆବଶ୍ୟକ, ତା’ଠାରୁ ବନ୍ୟପ୍ରାଣୀ ଏବଂ ପରିବେଶ ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ବନ୍ୟପ୍ରାଣୀ ଓ ପରିବେଶ ନ ବଞ୍ଚତ୍ବ, ତେବେ ମଣିଷ ମଧ୍ୟ ବଞ୍ଚତ୍ପାରିବ ନାହିଁ। ଉଲ୍ଲେଖଯୋଗ୍ୟ, ପରିବେଶ ସୁରକ୍ଷିତ ରହିବାରେ ହାତୀର ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ଏହି ପରିବେଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କ୍ଷେତ୍ର ବିଶେଷରେ ବନ ଅଧିକାରୀଙ୍କ ପ୍ରାଥମିକତା ବଦଳି ଯାଉଛି। କେବଳ ବିକାଶ ନାମରେ ବିଭାଗ ପୁଞ୍ଜିପତି ଓ ଶିଳ୍ପପତିଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହୁଛନ୍ତି। ହାତୀ କରିଡର ବିଜ୍ଞପ୍ତି ଥରେ ଜାରି ହେଲେ, ସେହି ଅଞ୍ଚଳରେ ଖଣି ଉତ୍ତୋଳନ ବା କଳକାରଖାନା ସ୍ଥାପନ ଏକପ୍ରକାର ଅସମ୍ଭବ ହୋଇଯିବ। ତେଣୁ ଏନ୍‌ଜିଟିଙ୍କ ରାୟକୁ ବନବିଭାଗ ନାଲି ଫିତା ତଳେ ଚାପି ଦେଇଛି। ଗତ ସପ୍ତାହରେ ସୁନ୍ଦରଗଡ଼ ଜିଲାର ବଣାଇ ବନଖଣ୍ଡରେ ଦୁଇଟି ଜଙ୍ଗଲ ଜମିରେ ଖଣିଜ ପଦାର୍ଥ ଉତ୍ତୋଳନ ପାଇଁ ବନବିଭାଗ ତରଫରୁ ପ୍ରାକ୍‌ ସର୍ଭେ ନିମନ୍ତେ କିଛି ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ ପାଇଥିଲା। ବନବିଭାଗ ଖଣି ଉତ୍ତୋଳନ ପାଇଁ ଯେତିକି ତତ୍ପରତା ଦେଖାଉଛି, ହାତୀ କରିଡର ନୋଟିଫିକେଶନ ଏବଂ ସର୍ବୋପରି ଏନ୍‌ଜିଟିଙ୍କ ରାୟ ପାଳନ କିପରି ହେବ ସେ ନେଇ ଆଦୌ ଚିନ୍ତିତ ଥିବା ଭଳି ଲାଗୁନାହିଁ। ବରଂ ହାତୀ କରିଡର ନୋଟିଫିକେଶନ ଶୀତଳଭଣ୍ଡାରକୁ ଠେଲି ହେଇଗଲା ଭଳି ଲାଗୁଛି। ଏ ନେଇ ପିସିସିଏଫ୍‌(ବନ୍ୟପ୍ରାଣୀ) ଶଶୀ ପଲ୍‌ କହିଛନ୍ତି, ରାଜ୍ୟରେ ୧୪ଟି ହାତୀ କରିଡର ଚିହ୍ନଟ ହୋଇଛି। ଏଯାଏ ନୋଟିଫିକେଶନ ଜାରି ହୋଇ ନାହିଁ। ଏହି ମାମଲା ଏବେ ମାନ୍ୟବର ଏନ୍‌ଜିଟିଙ୍କ ନିକଟରେ ବିଚାରାଧୀନ ରହିଛି। ପିସିସିଏଫ୍‌ଙ୍କ ଅଜାଣତରେ ଏହି ମାମଲାର ରାୟ ୨୦୨୧ ଅଗଷ୍ଟ ୧୭ ତାରିଖରେ ପ୍ରକାଶ ପାଇସାରିଲାଣି।
ଏ ସମ୍ପର୍କରେ ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ଓଡ଼ିଶା ବନ୍ୟପ୍ରାଣୀ ସମିତି ସମ୍ପାଦକ ବିଶ୍ୱଜିତ ମହାନ୍ତି କହିଛନ୍ତି, ଏନ୍‌ଜିଟି ଗତବର୍ଷ ଅଗଷ୍ଟରୁ ଏହି ମାମଲାର ରାୟ ଦେବା ସହିତ ମାମଲାର ଅନ୍ତ କରିଥିଲେ। କିନ୍ତୁ ବିଭାଗର ଅପାରଗତା ଯୋଗୁ ରାଜ୍ୟରେ ଏବେ ବନ୍ୟପ୍ରାଣୀ ଅସୁରକ୍ଷିତ। ଖଣି ମାଫିଆଙ୍କ ଚାପରେ ବନ ବିଭାଗ ହାତୀ କରିଡର କଥା ଭୁଲି ଯାଉଛି। ହାତୀ କରିଡର ନୋଟିଫିକେଶନ ଜାରି ହେଲେ ସେହି ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଯଥା ଖଣି ବା କଳକାରଖାନା ସ୍ଥାପନ ପାଇଁ କଟକଣା ଲାଗିଯିବ। ଖାସ୍‌ ଏହି କାରଣରୁ ବନ ବିଭାଗ ଏନ୍‌ଜିଟି ରାୟ ଦେବା ପରେ ମଧ୍ୟ ହାତୀ କରିଡର ନୋଟିଫିକେଶନ ଜାରି କରିବାରେ ସମୟ ଗଡ଼େଇ ଚାଲିଛି ବୋଲି ବିଶ୍ୱଜିତ କହିଛନ୍ତି।
ସେପଟେ ହାତୀ କରିଡର ଚିହ୍ନଟ କରିବା ଏବଂ ହାତୀ କରିଡର ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ନାଁ ରେ କିଛି ଏନ୍‌ଜିଓଙ୍କ ମାଧ୍ୟମରେ ଉଚ୍ଚ ପଦବୀରେ ଥିବା ବନ ଅଧିକାରୀମାନେ ଅନେକ ଟଙ୍କା ଖର୍ଚ୍ଚ କରିଦେଲେ। ଏଠି ପ୍ରଶ୍ନ ଉଠୁଛି, ଯଦି ହାତୀ କରିଡର ନୋଟିଫିକେଶନ ଜାରି କରିବାର ଉଦ୍ଦେଶ୍ୟ ନ ଥିଲା, ତେବେ ହାତୀ କରିଡର ନାଁରେ ବନ ବିଭାଗ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କାହିଁକି କରିଲା।

ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri