ରୁଷିଆ ଛାଡ଼ିଲେ ଏଲେନା ମିଲାଶିନା

ମସ୍କୋ,୫ା୨: ପୁରସ୍କାର ବିଜୟିନୀ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ନାଲିଷ୍ଟ ଏଲେନା ମିଲାଶିନା ଚେଚନ୍ୟାରୁ ହତ୍ୟା ଧମକ ପାଇବା ପରେ ଶୁକ୍ରବାର ସାମୟିକ ଭାବେ ରୁଷିଆ ଛାଡ଼ିଛନ୍ତି। ଚେଚନ୍ୟାରେ ମାନବାଧିକାର ଉଲ୍ଲଂଘନ ସମ୍ପର୍କରେ ସେ ରୁଷିଆର ପ୍ରମୁଖ ସ୍ବାଧୀନ ଖବରକାଗଜ ‘ନୋଭାୟା ଗେଜେଟା’ରେ ଦୀର୍ଘ ସମୟ ଧରି ନିର୍ଭୀକତା ସହ ଲେଖୁଥିଲେ। ନିଜ ରିପୋର୍ଟକୁ ନେଇ ସେ ଅନେକ ଅନ୍ତର୍ଜାତୀୟ ପୁରସ୍କାର ଲାଭ କରିଛନ୍ତି। ରୁଷିଆର ଦକ୍ଷିଣାଞ୍ଚଳ ଚେଚନ୍ୟାର ବରିଷ୍ଠ ନେତାମାନେ ନିକଟରେ ତାଙ୍କୁ ବାରମ୍ବାର ହତ୍ୟା ଧମକ ଦେଇଆସୁଥିଲେ। ତେଣୁ ସମ୍ପାଦନା ମଣ୍ଡଳୀ ଏଲେନାଙ୍କୁ ରୁଷିଆ ବାହାରକୁ ଏକ ବିଜ୍‌ନେସ୍‌ ଟ୍ରିପ୍‌ରେ ପଠାଇବାକୁ ନିଷ୍ପତ୍ତି ନେଇଥିବା ଉକ୍ତ ଖବରକାଗଜରେ ପ୍ରକାଶ ପାଇଛି। ତେବେ ୪୪ ବର୍ଷୀୟା ଏଲେନା ଚେଚନ୍ୟାର ମାନବାଧିକାର ଉଲ୍ଲଂଘନ, ରାଜନୀତି ଆଦି ପ୍ରସଙ୍ଗରେ ଲେଖା ଜାରି ରଖିବେ ବୋଲି ଏଥିରେ କୁହାଯାଇଛି।
‘ନୋଭାୟା ଗେଜେଟା’ ସମ୍ପାଦକ ଡିମିଟ୍ରି ମୁରାଟୋଭ୍‌ ଗତବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ୨୦୦୦ ମସିହା ପରଠାରୁ ତାଙ୍କର ୬ ଜଣ ଖବରଦାତାଙ୍କୁ ହତ୍ୟା କରାଯାଇଛି, ଯାହାଙ୍କ ମଧ୍ୟରେ ଇନ୍‌ଭେଷ୍ଟିଗେଟିଭ୍‌ ରିପୋର୍ଟର ଆନ୍ନା ପୋଲିଟ୍‌କୋଭ୍ସକାୟା ଅନ୍ୟତମ। ଚେଚନ୍ୟାରେ କ୍ରେମ୍‌ଲିନ୍‌ ନୀତିର ଘୋର ସମାଲୋଚିକା ପୋଲିଟ୍‌କୋଭ୍ସକାୟାଙ୍କୁ ୨୦୦୬ ଅକ୍ଟୋବର ୭ରେ ଗୁଳିକରି ହତ୍ୟା କରାଯାଇଥିଲା। ଏଲେନା ତାଙ୍କ ପଦାଙ୍କ ଅନୁସରଣ କରି ମାନବାଧିକାର ଉଲ୍ଲଂଘନ ଉପରେ ଅନେକ ରିପୋର୍ଟ ପ୍ରସ୍ତୁତ କରିଥିଲେ।
ଚେଚନ୍ୟାରେ ୧୯୯୦ ଏବଂ ୨୦୦୦ ଦଶକରେ କ୍ରେମ୍‌ଲିନ୍‌ ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ ଏକ ବଡ଼ ଯୁଦ୍ଧ ଲଢ଼ିଥିଲା। ଏହି ଯୁଦ୍ଧ ପରେ ସ୍ଥାନୀୟ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ରମଜାନ୍‌ କାଡିରୋଭ୍‌ ସେଠାକାର ନେତା ଭାବେ ଉଭା ହୋଇଥିଲେ। ସେ ରାଷ୍ଟ୍ରପତି ହେବା ପରଠାରୁ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ବଢ଼ିବାରେ ଲାଗିଛି। କାଡିରୋଭ୍‌ ଗତ ଜାନୁୟାରୀରେ ଖବରଦାତା ଏଲେନା ଏବଂ ମାନବାଧିକାର କର୍ମୀ ଇଗୋର କାଲ୍‌ୟାପିନ୍‌ଙ୍କୁ ‘ଆତଙ୍କବାଦୀ’ ଆଖ୍ୟା ଦେଇ ଉଭୟଙ୍କୁ ଗିରଫ କରିବା ପାଇଁ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ସପ୍ତାହରେ ଚେଚନ୍ୟାର ଅଧିକାରୀମାନେ ଗ୍ରୋଞ୍ଜି ସହରରେ ଏଲେନାଙ୍କ ବିରୋଧରେ ୪ ଲକ୍ଷ ପୁରୁଷଙ୍କୁ ନେଇ ଏକ ଶୋଭାଯାତ୍ରା କରିଥିଲେ। ଏହି ରାଲି ପରେ ଏଲେନାଙ୍କୁ ବିଦେଶକୁ ପଠାଇଦେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସମ୍ପାଦକ ମୁରାଟୋଭ୍‌ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଲେନା ମଧ୍ୟ ନିଜ ସୁରକ୍ଷାକୁ ନେଇ ଚିନ୍ତିତ ଥିବା କହିଛନ୍ତି। ଚେଚନ୍ୟାରେ ମାନବାଧିକାର କର୍ମୀମାନଙ୍କୁ ଅପହରଣ, ଗିରଫ ଓ ହତ୍ୟା ଧମକ ଦିଆଯାଉଥିବାରୁ ସେମାନଙ୍କ ଜୀବନ ବିପନ୍ନ ହେବାରେ ଲାଗିଛି। ନିକଟରେ ଆଇନପ୍ରଣେତା ଆଡାମ୍‌ ଡେଲିମ୍‌ଖାନୋଭ୍‌ ଜଣେ କଡ଼ା ମିଜାଜର ବିଚାରପତି ଓ ତାଙ୍କର ପରିବାର ସଦସ୍ୟମାନଙ୍କ ମୁଣ୍ଡକାଟ୍‌ ପାଇଁ ସୋସିଆଲ ମିଡିଆରେ ଧମକ ଦେଇଥିଲେ। ଚେଚନ୍ୟା ନେତା ରମଜାନ୍‌ କାଡିରୋଭ୍‌ ବୁଧବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ କ୍ରେମଲିନ୍‌ରେ ଭେଟି ଆଲୋଚନା କରିଥିଲେ। ତେବେ ଚେଚନ୍ୟା ସ୍ଥିତି ଅଣାୟତ୍ତ ହୋଇଥିବା ପ୍ରସଙ୍ଗକୁ କ୍ରେମଲିନ୍‌ର ଜଣେ ମୁଖପାତ୍ର ଖଣ୍ଡନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri