ରୁଷିଆ ଛାଡ଼ିଲେ ଏଲେନା ମିଲାଶିନା

ମସ୍କୋ,୫ା୨: ପୁରସ୍କାର ବିଜୟିନୀ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ନାଲିଷ୍ଟ ଏଲେନା ମିଲାଶିନା ଚେଚନ୍ୟାରୁ ହତ୍ୟା ଧମକ ପାଇବା ପରେ ଶୁକ୍ରବାର ସାମୟିକ ଭାବେ ରୁଷିଆ ଛାଡ଼ିଛନ୍ତି। ଚେଚନ୍ୟାରେ ମାନବାଧିକାର ଉଲ୍ଲଂଘନ ସମ୍ପର୍କରେ ସେ ରୁଷିଆର ପ୍ରମୁଖ ସ୍ବାଧୀନ ଖବରକାଗଜ ‘ନୋଭାୟା ଗେଜେଟା’ରେ ଦୀର୍ଘ ସମୟ ଧରି ନିର୍ଭୀକତା ସହ ଲେଖୁଥିଲେ। ନିଜ ରିପୋର୍ଟକୁ ନେଇ ସେ ଅନେକ ଅନ୍ତର୍ଜାତୀୟ ପୁରସ୍କାର ଲାଭ କରିଛନ୍ତି। ରୁଷିଆର ଦକ୍ଷିଣାଞ୍ଚଳ ଚେଚନ୍ୟାର ବରିଷ୍ଠ ନେତାମାନେ ନିକଟରେ ତାଙ୍କୁ ବାରମ୍ବାର ହତ୍ୟା ଧମକ ଦେଇଆସୁଥିଲେ। ତେଣୁ ସମ୍ପାଦନା ମଣ୍ଡଳୀ ଏଲେନାଙ୍କୁ ରୁଷିଆ ବାହାରକୁ ଏକ ବିଜ୍‌ନେସ୍‌ ଟ୍ରିପ୍‌ରେ ପଠାଇବାକୁ ନିଷ୍ପତ୍ତି ନେଇଥିବା ଉକ୍ତ ଖବରକାଗଜରେ ପ୍ରକାଶ ପାଇଛି। ତେବେ ୪୪ ବର୍ଷୀୟା ଏଲେନା ଚେଚନ୍ୟାର ମାନବାଧିକାର ଉଲ୍ଲଂଘନ, ରାଜନୀତି ଆଦି ପ୍ରସଙ୍ଗରେ ଲେଖା ଜାରି ରଖିବେ ବୋଲି ଏଥିରେ କୁହାଯାଇଛି।
‘ନୋଭାୟା ଗେଜେଟା’ ସମ୍ପାଦକ ଡିମିଟ୍ରି ମୁରାଟୋଭ୍‌ ଗତବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ୨୦୦୦ ମସିହା ପରଠାରୁ ତାଙ୍କର ୬ ଜଣ ଖବରଦାତାଙ୍କୁ ହତ୍ୟା କରାଯାଇଛି, ଯାହାଙ୍କ ମଧ୍ୟରେ ଇନ୍‌ଭେଷ୍ଟିଗେଟିଭ୍‌ ରିପୋର୍ଟର ଆନ୍ନା ପୋଲିଟ୍‌କୋଭ୍ସକାୟା ଅନ୍ୟତମ। ଚେଚନ୍ୟାରେ କ୍ରେମ୍‌ଲିନ୍‌ ନୀତିର ଘୋର ସମାଲୋଚିକା ପୋଲିଟ୍‌କୋଭ୍ସକାୟାଙ୍କୁ ୨୦୦୬ ଅକ୍ଟୋବର ୭ରେ ଗୁଳିକରି ହତ୍ୟା କରାଯାଇଥିଲା। ଏଲେନା ତାଙ୍କ ପଦାଙ୍କ ଅନୁସରଣ କରି ମାନବାଧିକାର ଉଲ୍ଲଂଘନ ଉପରେ ଅନେକ ରିପୋର୍ଟ ପ୍ରସ୍ତୁତ କରିଥିଲେ।
ଚେଚନ୍ୟାରେ ୧୯୯୦ ଏବଂ ୨୦୦୦ ଦଶକରେ କ୍ରେମ୍‌ଲିନ୍‌ ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ ଏକ ବଡ଼ ଯୁଦ୍ଧ ଲଢ଼ିଥିଲା। ଏହି ଯୁଦ୍ଧ ପରେ ସ୍ଥାନୀୟ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ରମଜାନ୍‌ କାଡିରୋଭ୍‌ ସେଠାକାର ନେତା ଭାବେ ଉଭା ହୋଇଥିଲେ। ସେ ରାଷ୍ଟ୍ରପତି ହେବା ପରଠାରୁ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ବଢ଼ିବାରେ ଲାଗିଛି। କାଡିରୋଭ୍‌ ଗତ ଜାନୁୟାରୀରେ ଖବରଦାତା ଏଲେନା ଏବଂ ମାନବାଧିକାର କର୍ମୀ ଇଗୋର କାଲ୍‌ୟାପିନ୍‌ଙ୍କୁ ‘ଆତଙ୍କବାଦୀ’ ଆଖ୍ୟା ଦେଇ ଉଭୟଙ୍କୁ ଗିରଫ କରିବା ପାଇଁ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ସପ୍ତାହରେ ଚେଚନ୍ୟାର ଅଧିକାରୀମାନେ ଗ୍ରୋଞ୍ଜି ସହରରେ ଏଲେନାଙ୍କ ବିରୋଧରେ ୪ ଲକ୍ଷ ପୁରୁଷଙ୍କୁ ନେଇ ଏକ ଶୋଭାଯାତ୍ରା କରିଥିଲେ। ଏହି ରାଲି ପରେ ଏଲେନାଙ୍କୁ ବିଦେଶକୁ ପଠାଇଦେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସମ୍ପାଦକ ମୁରାଟୋଭ୍‌ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଲେନା ମଧ୍ୟ ନିଜ ସୁରକ୍ଷାକୁ ନେଇ ଚିନ୍ତିତ ଥିବା କହିଛନ୍ତି। ଚେଚନ୍ୟାରେ ମାନବାଧିକାର କର୍ମୀମାନଙ୍କୁ ଅପହରଣ, ଗିରଫ ଓ ହତ୍ୟା ଧମକ ଦିଆଯାଉଥିବାରୁ ସେମାନଙ୍କ ଜୀବନ ବିପନ୍ନ ହେବାରେ ଲାଗିଛି। ନିକଟରେ ଆଇନପ୍ରଣେତା ଆଡାମ୍‌ ଡେଲିମ୍‌ଖାନୋଭ୍‌ ଜଣେ କଡ଼ା ମିଜାଜର ବିଚାରପତି ଓ ତାଙ୍କର ପରିବାର ସଦସ୍ୟମାନଙ୍କ ମୁଣ୍ଡକାଟ୍‌ ପାଇଁ ସୋସିଆଲ ମିଡିଆରେ ଧମକ ଦେଇଥିଲେ। ଚେଚନ୍ୟା ନେତା ରମଜାନ୍‌ କାଡିରୋଭ୍‌ ବୁଧବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ କ୍ରେମଲିନ୍‌ରେ ଭେଟି ଆଲୋଚନା କରିଥିଲେ। ତେବେ ଚେଚନ୍ୟା ସ୍ଥିତି ଅଣାୟତ୍ତ ହୋଇଥିବା ପ୍ରସଙ୍ଗକୁ କ୍ରେମଲିନ୍‌ର ଜଣେ ମୁଖପାତ୍ର ଖଣ୍ଡନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?