ଆନ୍ତଃରାଜ୍ୟ ସଞ୍ଚାରଣ ଶୁଳ୍କ ହ୍ରାସ ହେଲେ ବିଦ୍ୟୁତ ଦର କମିବ

ଭୁବନେଶ୍ୱର,୩୦।୪(ବ୍ୟୁରୋ): କେନ୍ଦ୍ରୀୟ ସଂସ୍ଥାଗୁଡ଼ିକରୁ ବିଦ୍ୟୁତ ସଞ୍ଚାରଣ ପାଇଁ ଲାଗୁ କରାଯାଇଥିବା ପରିବହନ ଶୁଳ୍କ ହ୍ରାସ କରିବାକୁ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦାବି କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକରୁ ପିଜିସିଆଇଏଲ୍‌ର ବିଦ୍ୟୁତ ସଞ୍ଚାରଣ ନେଟୱାର୍କ ମାଧ୍ୟମରେ ଉକ୍ତ ବିଦ୍ୟୁତ ସଞ୍ଚାରିତ ହୋଇଥାଏ। ଗତ ଏକ ଦଶନ୍ଧିରେ କରାଯାଇଥିବା ଆକଳନ ଅନୁଯାୟୀ, ୨୦୧୧-୧୨ ଆର୍ଥିକ ବର୍ଷରେ ଆଇସିଟିଏସ ଶୁଳ୍କ ୟୁନିଟ୍‌ ପିଛା ୨୪ ପଇସା ଥିବାବେଳେ ୨୦୧୯-୨୦ ବେଳକୁ ତାହା ବୃଦ୍ଧି ପାଇ ପ୍ରାୟ ୧ ଟଙ୍କା ହୋଇଛି। କେନ୍ଦ୍ରମନ୍ତ୍ରୀ ରାଜକୁମାର ସିଂହଙ୍କୁ ପତ୍ର ଲେଖି ପିଜିସିଆଇଏଲ୍‌ର ଏହି ବିଦ୍ୟୁତ ସଞ୍ଚାରଣ ଶୁଳ୍କର ପୁନଃବିଚାର ନିମନ୍ତେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି। ଆନ୍ତଃରାଜ୍ୟ ବିଦ୍ୟୁତ ସଂଚାରଣ ଦେୟ ଓଡ଼ିଶା ପାଇଁ ୨୦୧୧-୧୨ରେ ୧୭୯ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ ବେଳକୁ ତାହା ବୃଦ୍ଧି ପାଇ ୭୩୪ କୋଟି ଟଙ୍କାରେ ପହଞ୍ଚତ୍ଛି। ଏହି ଆଶାତୀତ ଦର ବୃଦ୍ଧି ସମସ୍ୟାର ସମାଧାନର ଉପାୟ ଉପରେ ମନ୍ତ୍ରୀ ମିଶ୍ର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରି ଅବ୍ୟବହୃତ ଭିତ୍ତିଭୂମିର ଖର୍ଚ୍ଚକୁ ଉପଭୋକ୍ତାଙ୍କ ଉପରେ ଲଦି ନ ଦେବାକୁ କହିଛନ୍ତି। ଏହାସହ ଶକ୍ତି ବ୍ୟବସ୍ଥା ବିକାଶ ପାଣ୍ଠି ଭଳି ସରକାରୀ ପାଣ୍ଠିରୁ ଭରଣା କରିବାକୁ ପରାମର୍ଶ ଦେଇଛନ୍ତି। ସେ ମଧ୍ୟ ବିଦ୍ୟୁତ ଆକ୍ଟ-୨୦୦୩ର ଧାରା ୧୦୭ ପ୍ରକାରେ କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗକୁ ଏ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରି ବିଦ୍ୟୁତ ପରିବହନ ଦେୟକୁ ଜାତୀୟ ବିଦ୍ୟୁତ ନିୟମ ୨୦୦୩ ଓ ଟାରିଫ ପଲିସି ଆଧାରରେ ସ୍ଥିର କରିବାକୁ ଅନୁରୋଧ କରିଛନ୍ତି। ଅନ୍ତଃରାଜ୍ୟ ସଞ୍ଚାରଣ ଶୁଳ୍କ କମ୍‌ କଲେ ବିଦ୍ୟୁତ ଦର ମଧ୍ୟ କମା ଯାଇପାରିବ ବୋଲି ମନ୍ତ୍ରୀ ମିଶ୍ର ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri