ବଢ଼ିପାରେ ବିଦ୍ୟୁତ୍‌ ଶୁଳ୍କ

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଶୁଳ୍କ ବୃଦ୍ଧି ନେଇ ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥା ଓଏଚ୍‌ପିସି, ଓପିଟିସିଏଲ୍‌, ଏସ୍‌ଏଲ୍‌ଡିସି, ଗ୍ରୀଡ୍‌କୋର ଶୁଣାଣି ବୁଧବାର ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି)ରେ ଶେଷ ହୋଇଛି। ଆସନ୍ତା ୨୪ରୁ ୨୮ ତାରିଖ ମଧ୍ୟରେ ବିଦ୍ୟୁତ୍‌ ବଣ୍ଟନକାରୀ କମ୍ପାନୀଗୁଡ଼ିକର ଶୁଣାଣି ହେବ। ମାର୍ଚ୍ଚ ତୃତୀୟ ସପ୍ତାହରେ କମିଶନ ରାୟ ଶୁଣାଇବେ। ଚଳିତ ବର୍ଷ ବିଦ୍ୟୁତ୍‌ ଶୁଳ୍କ ବଢ଼ିବା ନେଇ ସୂଚନା ମିଳୁଛି। ଆସନ୍ତା ବର୍ଷ ନିର୍ବାଚନ ଥିବାରୁ ଶୁଳ୍କ ବୃଦ୍ଧି ନେଇ ଓଇଆରସି କି ନିଷ୍ପତ୍ତି ନେଇଛନ୍ତି ତାହା ଉପରେ ନଜର ରହିଛି।

ଓଡ଼ିଶା ଜଳବିଦ୍ୟୁତ୍‌ ନିଗମ (ଓଏଚ୍‌ପିସି)ର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆନୁଆଲ ରେଭିନ୍ୟୁ ରିକ୍ୱାରମେଣ୍ଟ (ଏଆରଆର) ୫୦୧.୩୧ କୋଟି ଏବଂ ପ୍ରତି ୟୁନିଟ୍‌କୁ ୮୯.୪୮ ପଇସାରେ ବିକ୍ରି କରିବାକୁ ଓଇଆରସି ଅନୁମତି ଦେଇଛି। ଆସନ୍ତା ଆର୍ଥିକ ବର୍ଷ ପାଇଁ ୫୬୦୨.୬୦ ନିୟୁତ ୟୁନିଟ ଶକ୍ତି ବିକ୍ରି କରିବ। ଏଆରଆର ବାବଦରେ ୫୬୮.୧୨୭ କୋଟି ଏବଂ ୟୁନିଟ ପିଛା ୧୦୧.୪୦ ପଇସାରେ ବିକ୍ରି କରିବାକୁ ପ୍ରସ୍ତାବ ଦେଇଛି। ସେହିପରି ଓପିଜିସି ଆସନ୍ତା ଆର୍ଥିକ ବର୍ଷ ପାଇଁ ବାର୍ଷିକ ନିର୍ଦ୍ଧାରିତ ମୂଲ୍ୟ ୨୯୨.୫୮ କୋଟି ଏବଂ ପ୍ରତି

ୟୁନିଟକୁ ୧୭୮.୮୫ ପଇସା ମୂଲ୍ୟରେ ଗ୍ରୀଡ୍‌କୋକୁ ବିକ୍ରି କରିବାକୁ ପ୍ରସ୍ତାବ ଦେଇଛି। ଅନୁରୂପ ଭାବେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଓପିିଟିସିଏଲ୍‌ ୩୪,୨୩୬ ନିୟୁତ ୟୁନିଟ ଉତ୍ପାଦନ ବାବଦରେ ୧,୧୦୨ କୋଟି ଖର୍ଚ୍ଚ କରିବାକୁ ଥିବାବେଳେ ପ୍ରତି ୟୁନିଟକୁ ୩୨.୧୯ ପଇସା ବିକ୍ରି କରିବାକୁ ପ୍ରସ୍ତାବ ଦେଇଛି। ବୁଧବାର ଗ୍ରୀଡ୍‌କୋର ଶୁଣାଣି ପରେ ରାୟ ସଂରକ୍ଷିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର ବ୍ଲକରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି: ବିଡିଓଙ୍କ ବିରୋଧରେ ଉଠିଥିବା ଅଭିଯୋଗକୁ…

ବଞ୍ଚୋ, ୧।୭ (ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ବ୍ଲକ ପରିସରରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ହାତାହାତି ଘଟଣାକୁ ନେଇ ବ୍ଲକ ବିକାଶ ଅଧିକାରୀ (ବିଡିଓ)ଙ୍କ ବିରୋଧରେ…

ଅଲାରନାଥ ମନ୍ଦିରରେ ଭକ୍ତଙ୍କ ଭିଢ଼, କାହିଁକି ବର୍ଷକରେ…

ବ୍ରହ୍ମଗିରି,୧ା୭: ସ୍ନାନପୂର୍ଣ୍ଣିମାରେ ସୋମବାର ଦାରୁଦିଅଁ ୧୦୮ କଳସୀ ଜଳରେ ମହାସ୍ନାନ କରି ଏବେ ଅଣସରପିଣ୍ଡିରେ ଗୁପ୍ତସେବା ପାଉଛନ୍ତି। ଏପଟେ ପୁରୀ ଜିଲାର ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ମହାପ୍ରଭୁ…

୩ରେ ଆସି ୫ରେ ଫେରିବେ ଶାହା: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧ା୭(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୩ ତାରିଖ ସା ୮ଟା ୪୦ରେ ଝାରସୁଗୁଡ଼ା ଠାରେ ପହଞ୍ଚିବେ। ଏହାପରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ।…

ବଙ୍ଗୋପସାଗରରେ ହଲଚଲ! ଓଡ଼ିଶା ମୁହାଁ ମାଡ଼ି ଆସୁଛି…

ଭୁବନେଶ୍ୱର,୧।୭: ଉତ୍ତରବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ବାୟୁମଣ୍ଡଳର ଦେଢ଼ରୁ ୫.୮ କିଲୋମିଟିର ଉଚ୍ଚତା ଯାଏଁ ସକ୍ରିୟ ରହିଛି ଲଘୁଚାପ। ପ୍ରଭାବରେ…

ଭାଜପାରେ ଚାଲିଛି ପତିଆରା ଲଢେଇ: ନିଗମ ପାଇଁ ଚତୁର ଗୋଟିଚାଳନା

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାଜପା ଶାସନକୁ ଆସିବାର ୨ ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳନ ହୋଇସାରିଛି। ରାଜ୍ୟର ଅନେକ ଜିଲାରେ ଏବେ ମଧ୍ୟ ସରକାରୀ ସ୍ତରରେ…

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

ତାମିଲନାଡୁଗ୍ୟାସ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୧।୭: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri