ମାତ୍ର ୫ ଟଙ୍କା ବକେୟା ନାଁରେ ବିଦ୍ୟୁତ୍‌ ଯୋଗାଣ ବିଚ୍ଛିନ୍ନ

ରାୟଗଡ଼ା,୧୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଉପଭୋକ୍ତାଙ୍କ ବିନା କୌଣସି ବକେୟାରେ ଟାଟା ପାୱାର ମନଇଚ୍ଛା ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରୁଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ ଗ୍ରାହକ ସେବା କେନ୍ଦ୍ରକୁ ପଚାରିଲେ ୫ ଟଙ୍କା ୮୬ ପଇସା ବକେୟା ଥିବାରୁ ସ୍ମାର୍ଟ ମିଟର ମାଧ୍ୟମରେ ବିଦ୍ୟୁତ୍‌ କାଟ ହୋଇଥିବା ନେଇ ସୂଚନା ମିଳୁଛି। ଅନ୍ୟପକ୍ଷରେ ବିଭାଗୀୟ ଉପଖଣ୍ଡ ଯନ୍ତ୍ରୀ ଓ ଟାଟା ପାୱାରର ସ୍ମାର୍ଟ ମିଟର ପରିଚାଳନା ଟିମ୍‌କୁ ପଚାରିବା ସମୟରେ ଠିକ୍‌ ତଥ୍ୟ ମିଳୁନାହିଁ। ଏଭଳିକି ବିଦ୍ୟୁତ୍‌ ପୁନଃ ଚାର୍ଜ କରିବା ପାଇଁ ଗ୍ରାହକ ସମ୍ପର୍କ କେନ୍ଦ୍ରକୁ ଅନୁରୋଧ କଲେ ମିଟର ସମ୍ବନ୍ଧିତ ବିଭିନ୍ନ ପ୍ରକାର ଟେକ୍ନିକାଲ ପ୍ରଶ୍ନ ପଚାରି ଉପଭୋକ୍ତାଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି।
ରାୟଗଡ଼ା ସହରର ତେଜସ୍ବୀ ହୋଟେଲ ଛକ ନିକଟସ୍ଥ ଏକ ଆପାର୍ଟମେଣ୍ଟର ଫ୍ଲାଟରେ ଗତ ମଙ୍ଗଳବାର ପୂର୍ବାହ୍ନ ୨ଟାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ରହିଥିଲା। ଅନ୍ୟ ଫ୍ଲାଟରେ କରେଣ୍ଟ ଥିବାରୁ ଉକ୍ତ ଘରେ ଭଡ଼ାରେ ରହୁଥିବା ଜଣେ ବୃଦ୍ଧା ଟାଟା ପାୱାର ଗ୍ରାହକ ସମ୍ପର୍କ କେନ୍ଦ୍ରକୁ ୧୯୧୨ରେ ଅଭିଯୋଗ ପାଇଁ ଯୋଗାଯୋଗ କରିଥିଲେ। ଗ୍ରାହକ ସମ୍ପର୍କ କେନ୍ଦ୍ରର କର୍ମଚାରୀ ଜଣକ ଉପଭୋକ୍ତାଙ୍କୁ କଞ୍ଜ୍ୟୁମର ନମ୍ବର, ମିଟର ନମ୍ବରଠାରୁ ଆରମ୍ଭକରି ବିଭିନ୍ନ ଟେକ୍ନିକାଲ ପ୍ରଶ୍ନ ପଚାରିଥିଲେ। ଏପରିିକି ସ୍ମାର୍ଟ ମିଟରରେ ରିଲେ ଇଣ୍ଡିକେଟର ଲାଗିଛି କି ନାହିଁ ଦେଖି ନ କହିବା ପର୍ଯ୍ୟନ୍ତ ସେମାନେ କୌଣସି ଅଭିଯୋଗ ଦାଖଲ କରାଇପାରିବେ ନାହିଁ ବୋଲି କହିଥିଲେ। ବାଧ୍ୟ ହୋଇ ବୃଦ୍ଧା ଜଣକ ଆପାର୍ଟମେଣ୍ଟରୁ ତଳକୁ ଯାଇ ମିଟରର ସମସ୍ତ ସୂଚନା ଦେଇଥିଲେ। ଏହାପରେ ବକେୟା ଟଙ୍କା ବିଷୟରେ ଉପଖଣ୍ଡ ଯନ୍ତ୍ରୀଙ୍କୁ ପଚାରିବା ସହିତ ଟାଟା ପାୱାର ପୋର୍ଟାଲରେ କଞ୍ଜ୍ୟୁମର ନମ୍ବର ଦେଇ ବିଲ୍‌ ଡାଉନଲୋଡ଼୍‌ ସମୟରେ କୌଣସି ବକେୟା ନ ଥିବା ଦେଖିବାକୁ ପାଇଥିଲେ। ବୃଦ୍ଧାଙ୍କ କହିବା ଅନୁସାରେ, ସେ ସବୁବେଳେ ସମୟସୀମା ମଧ୍ୟରେ ବିଲ୍‌ ପଇଠ କରନ୍ତି। କେଉଁଭଳି ଭାବେ ୫ଟଙ୍କା ୮୬ପଇସା ବିଲ୍‌ ବକେୟା ରହିଛି ସେ ଜାଣିନାହାନ୍ତି। ତେବେ ବିଦ୍ୟୁତ୍‌ ସଂଯୋଗ ପାଇଁ ଉପଖଣ୍ଡ ଯନ୍ତ୍ରୀ ହେମନ୍ତ ସାହୁଙ୍କୁ ପଚାରିବାରୁ ସେ ମିଟର ପରିଚାଳନା ଦାୟିତ୍ୱରେ ଥିବା ଟାଟା ପାୱାର କମର୍ଚାରୀ ଅମନଙ୍କ ଫୋନ୍‌ ନମ୍ବର ଦେଇଥିଲେ। ଅମନଙ୍କୁ ଯୋଗାଯୋଗ କରିବାରୁ ସେ ଅଟୋ ଟ୍ରିପ୍‌ ହୋଇଯାଇଛି ଏବଂ ଶୀଘ୍ର ବିଦ୍ୟୁତ ସଂଯୋଗ ହୋଇଯିବ ବୋଲି କହିଥିଲେ। ତେବେ କେଉଁ କାରଣରୁ ଅଟୋ ଟ୍ରିପ୍‌ ହେଲା ଏବଂ କୌଣସି ସବିଶେଷ ତଥ୍ୟ ଦେଲେ ନାହିଁ ଅମନ୍‌।
ପ୍ରକାଶ ଥାଉକି, କୋରାପୁଟ ଜିଲା ଜୟପୁରରେ ଏହିଭଳି ସ୍ମାର୍ଟ ମିଟର ବସାଇବା ସମୟରେ ଉପଭୋକ୍ତାଙ୍କ ବିରୋଧ କାରଣରୁ ଜୟପୁର ସହରରେ ସ୍ମାର୍ଟ ମିଟର ଲାଗିନାହିଁ। ସ୍ମାର୍ଟ ମିଟରର ଉପକାରିତା ବିଷୟରେ ଜଣେ ଲାଇନମ୍ୟାନଙ୍କୁ ପଚାରିବାରୁ ବିଦ୍ୟୁତ୍‌ ବିଲ୍‌ ବକେୟା ରୋକିବା ପାଇଁ ଟାଟା ପାୱାର ଏଭଳି ପଦକ୍ଷେପ ନେଇଛି ବୋଲି କହିଛନ୍ତି। ତେବେ ଜଣେ ଗ୍ରାହକ ଅନଲାଇନ୍‌ ପେମେଣ୍ଟ କରିବା ସମୟରେ ଡିଜିଟାଲ ରିବେଟ୍‌ ମିଳୁଛି। ହେଲେ ଏହି ଛାଡ଼କୁ ବିଭାଗୀୟ କର୍ମଚାରୀ ଠିକ୍‌ ସମୟରେ ଅପଡେଟ୍‌ କରୁ ନ ଥିବାରୁ ସେମାନଙ୍କ ବିଲ୍‌ ବକେୟା ରହୁଛି ବୋଲି ଜଣେ ଲାଇନମ୍ୟାନ ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ହେଲେ ସ୍ମାର୍ଟ ମିଟର ବସାଇବା ପରେ ଗ୍ରାହକଙ୍କୁ କୌଣସି ସୂଚନା ନ ଦେଇ ଏଭଳି ବିଦ୍ୟୁତ୍‌ ଯୋଗାଣ ବିଚ୍ଛିନ୍ନ କରିବା କେତେ ଦୂର ଯଥାର୍ଥ ବୋଲି ଉପଭୋକ୍ତାମାନେ ପ୍ରଶ୍ନ କରିଛନ୍ତି। ଏବେ ଖରାର ତାତି ପ୍ରଚଣ୍ଡ ହେଉଥିବା ବେଳେ ଉପଭୋକ୍ତାଙ୍କୁ ଏଭଳି ଭାବେ ହଇରାଣ ନ କରିବାକୁ ଜନସାଧାରଣ ଚେତାବନୀ ଦେଇଛନ୍ତି। ଯଦି ଆଗାମୀ ଦିନରେ ଏହିଭଳି ସମସ୍ୟା ଉପୁଜେ ତେବେ ଉପଭୋକ୍ତା ଆଇନର ଆଶ୍ରୟ ନେବେ ବୋଲି ମଧ୍ୟ କହିଛନ୍ତି। ତେବେ ଏହି ଘଟଣାକୁ ନେଇ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ନାରାୟଣ ନାୟକଙ୍କୁ ଯୋଗାଯୋଗ କରିଥିଲେ ହେଁ ସମ୍ଭବପର ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?