ସମସ୍ୟା ସୃଷ୍ଟି କରୁଛି ୧୯୭୧ ମସିହା ବିଦ୍ୟୁତ୍‌ ଖୁଣ୍ଟ, ତାର, ଶଙ୍ଖ

ମହାକାଳପଡ଼ା, ୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ଅବିଭକ୍ତ କଟକ ଜିଲାର ମହାକାଳପଡ଼ା ଅଞ୍ଚଳରେ ୧୯୭୧ରେ ପ୍ରଥମ ଥର ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ବୋର୍ଡ ପକ୍ଷରୁ ଯୋଗାଣ ବ୍ୟବସ୍ଥା ହୋଇଥିଲା। ମାର୍ଶାଘାଇ କେନାଲ ବ୍ରିଜଠାରୁ ମହାକାଳପଡ଼ା-ଛପାଲିକୁ ସଂଯୋଗ କରାଯାଇଥିଲା। ସେ ସମୟରେ ସଂଯୋଗ କରାଯାଇଥିବା ତାର, ଶଙ୍ଖ, ଖୁଣ୍ଟଗୁଡ଼ିକ ପୁରୁଣା ହୋଇଯାଇଛି। ସେ ସମୟରେ ତାର, ଶଙ୍ଖ ଅତ୍ୟଧିକ ଚାହିଦା ପୂରଣ ପାଇଁ ଅଧିକ ଭୋଲ୍‌ଡେଜ ସମ୍ଭାଳିବା କଷ୍ଟକର ହେଉଛି। ବଜ୍ରପାତ, ପବନ ଯୋଗୁ ଅନେକ ସମୟରେ ଖୁଣ୍ଟ ଉପୁଡ଼ୁଥିବା ବେଳେ ତାର ଛିଡ଼ୁଛି ଓ ଶଙ୍ଖ ଭାଙ୍ଗୁଛି। ଫଳରେ ଅନବରତ ବିଦ୍ୟୁତ୍‌ ସରବରାହ ଯୋଗାଣରେ ବ୍ୟାହତ ଯୋଗୁ ମହାକାଳପଡ଼ାର ୨୮ ହଜାର ଉପଭୋକ୍ତା ହନ୍ତସନ୍ତ ହେଉଛନ୍ତି। ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ଯୋଗୁ ଲୋକମାନେ ଗରମ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ବହୁ ଉପଭୋକ୍ତା ସୋମବାର ମାର୍ଶାଘାଇ ବିଦ୍ୟୁତ୍‌ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ହେଲେ ମୂଳ ସମସ୍ୟା ସମ୍ପର୍କରେ ବିଦ୍ୟୁତ୍‌ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଗୁରୁତ୍ୱାରୋପ କରିଥିଲେ ଆଜିକା ଦିନରେ ସମସ୍ୟା ସୃଷ୍ଟି ହୋଇ ନ ଥା’ନ୍ତା ବୋଲି କେତେଜଣ ଗ୍ରାହକ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ ପ୍ରଶାସନିକ, ବିଦ୍ୟୁତ୍‌ ଯୋଗାଣ ବିଭାଗ କମ୍ପାନୀ ଓ ରାଜନେତାଙ୍କ ସମନ୍ବୟ ଅଭାବ ଯୋଗୁ ମହାକାଳପଡ଼ା ଅଞ୍ଚଳର ଗ୍ରାହକ ହଇରାଣ ହେଉଛନ୍ତି। ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ଦୃଷ୍ଟିରୁ ବିଦ୍ୟୁତ୍‌ ଯୋଗାଣ କମ୍ପାନୀର ଉଚ୍ଚ କର୍ତ୍ତୃପକ୍ଷ ଓ ଅଧିକାରୀମାନେ ମଙ୍ଗଳବାର କେନାଲ ବ୍ରିଜଠାରୁ ମହାକାଳପଡ଼ା, ଛପାଲି, କିଆରବାଙ୍କ ବିଦ୍ୟୁତ୍‌ ଗ୍ରିଡ୍‌ ସର୍ବେକ୍ଷଣ କରିଥିଲେ। କିପରି ସମସ୍ୟାର ସମାଧାନ ହେବ ସ୍ଥାନୀୟ ବାସିନ୍ଦାମାନଙ୍କ ସମେତ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ନୂଆ ତାର, ଶଙ୍ଖ, ଖୁଣ୍ଟଗୁଡ଼ିକ ପୁଣି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ପାଇଁ ଆନୁମାନିକ ୪ କୋଟି ଟଙ୍କାର ଆବଶ୍ୟକତା ରହିଛି ବୋଲି ବିଭାଗୀୟ ସୂତ୍ରରୁ କୁହାଯାଇଛି। ଅପରପକ୍ଷରେ ମହାକାଳପଡ଼ା ବାବର ଅଞ୍ଚଳକୁ ବିକଳ୍ପ ଭାବେ ବିଦ୍ୟୁତ ଚାହିଦା ପୂରଣ କରିବାକୁ ପଟ୍ଟାମୁଣ୍ଡାଇ ଗ୍ରିଡ୍‌ରୁ ବିଦ୍ୟୁତ୍‌ ସରବରାହ ୭୦ ରୁ ୮୦% କାର୍ଯ୍ୟ ସରିଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। କିଛି ସ୍ଥାନରେ ଜମି ଅଧିଗ୍ରହଣ ସମସ୍ୟା ରହିଛି। ଏହାର ସମାଧାନ କରିବାକୁ ୩ରୁ ୪ ମାସ ସମୟ ଲାଗିବ। ବର୍ଷା ଦିନ ଯୋଗୁ ନିର୍ମାଣ କାର୍ଯ୍ୟରେ ଅଧିକ ସମସ୍ୟା ସୃଷ୍ଟି ହେଉଛି। ମହାକାଳପଡ଼ାବାସୀଙ୍କ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ପାରାଦୀପ ବିଦ୍ୟୁତ୍‌ ସର୍କଲସ୍ଥିତ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶିବ ପ୍ରସାଦ ସ୍ବାଇଁ, ମାର୍ଶାଘାଇ ଡିଭିଜନ ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ଦାଶ, ମହାକାଳପଡ଼ା ସହକାରୀ ଯନ୍ତ୍ରୀ ବାବୁଲାଲ ହାତୀ, ଟିପିସିଓଡିଲ ଏନ୍‌ଇଜି ଟିମର ଅଭିଜିତ ବିଶ୍ୱାସ, ଏସ୍‌ଟିଏସ୍‌ ପାରାଦୀପ ବିଦ୍ୟୁତ୍‌ ସର୍କଲ ବିମଳେନ୍ଦୁ ମହାନ୍ତି, ମାର୍ଶାଘାଇ ଟିଏଲ୍‌ ପ୍ରୋଜେକ୍ଟ ଅଧିକାରୀ ଦୀପକ କୁମାର ସାହୁ, ମାର୍ଶାଘାଇ ଡିଭିଜନ ସଂଯୋଜକ ଅଭିଜିତ ମହାନ୍ତି ଓ କନିଷ୍ଠ ଯନ୍ତ୍ରୀ ରାହୁଲ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସମସ୍ୟାକୁ ନେଇ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ଲୋକମାନେ ଅଭିଯୋଗ କରିଥିଲେ। ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ସମସ୍ୟା ସମାଧାନ ପାଇଁ ବିଦ୍ୟୁତ ଯୋଗାଣ ସଂସ୍ଥା କର୍ମକର୍ତ୍ତାଙ୍କ ସହ ବିଧାୟକ ଆଲୋଚନା କରିଥିଲେ। ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ମହାକାଳପଡ଼ା ଅଞ୍ଚଳରେ ଯନ୍ତ୍ରୀ ଓ ଅଧିକାରୀମାନେ ପହଞ୍ଚତ୍ ସର୍ବେକ୍ଷଣ କରିଛନ୍ତି। ଏ ସଂକ୍ରାନ୍ତରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକଙ୍କୁ ପଚାରିବାରେ ଜିଲାସ୍ତରୀୟ ବିଦ୍ୟୁତ୍‌ ଯୋଗାଣ ବୈଠକରେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇଛି। ସମ୍ଭାବ୍ୟ ମୌସୁମୀ ବର୍ଷା ପୂର୍ବରୁ ମହାକାଳପଡ଼ାବାସୀଙ୍କୁ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦା କରାଯାଇଛି ବୋଲି ସେ କହିଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଦେବଙ୍କ କୃପା ଦୃଷ୍ଟି ପାଇଁ…

ଧାର୍ମିକ ଶାସ୍ତ୍ର ଅନୁଯାୟୀ, କର୍ମ, ନ୍ୟାୟ ଓ ଦଣ୍ଡର ଅଧିପତି ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ କେଉଁ ଜିନିଷ ଦାନ କଲେ ଶନିଦୋଷ...

କଙ୍ଗାରୁ କୋର୍ଟରେ ପୁଣି ଦିଆଗଲା ବଳଦ ଦଣ୍ଡ, ଗୋଟିଏ ବଂଶରେ ବାହାହେଲେ ବୋଲି…

ଭୁବନେଶ୍ୱର,୧୩ା୭: ରାୟଗଡ଼ା ଜିଲାର ଲକ୍ଷ୍ମୀପୁର ବ୍ଲକର ନାରାୟଣପାଟଣା ଅଞ୍ଚଳର ପେଦା ଇଟିଗି ଗାଁରେ ପୁଣି ଏକ କଙ୍ଗାରୁ କୋର୍ଟ ଘଟଣା ସାମ୍ନାକୁ ଆସିଛି। ଗାଁ ଦାଣ୍ଡରେ...

ପୁଣି ଆସୁଛି ଯୋଡ଼ା ଲଘୁଚାପ: ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩ା୭: ବଙ୍ଗୋପସାଗରରେ ପୁଣି ଏକ ଯୋଡ଼ା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଆଗାମୀ ୨୪ ଘଣ୍ଟା...

ବାଲେଶ୍ୱରରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ: ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲା ମମତାଙ୍କ ପାର୍ଟି

ବାଲେଶ୍ୱର,୧୩ା୭: ବାଲେଶ୍ୱର ଜିଲାର ଫକୀର ମୋହନ (ସ୍ୱୟଂଶାସିତ) କଲେଜରେ ଏକ ଦ୍ୱିତୀୟ ବର୍ଷର ଇଣ୍ଟିଗ୍ରେଟେଡ୍ ବି.ଏଡ୍ ଛାତ୍ରୀ ଶନିବାର ନିଜ ଉପରେ କିରୋସିନ ଢାଳି ନିଆଁ...

ପାରମ୍ପରିକ ଖାଦ୍ୟ ପ୍ରତି କମୁଛି ଯୁବପିଢ଼ିଙ୍କ ଆଗ୍ରହ, ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଚାଲିଛି ପ୍ରତିଯୋଗିତା

ଭଞ୍ଜନଗର,୧୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମଳାସପଦର ମା’ ଅମ୍ବିକା ଏସ୍‌ଏଚ୍‌ଜି ରାଜ୍ୟ ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି। ଯାହାକୁ...

ସବୁଠି FM ତାତି: ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ବିଜେଡି

ଭୁବନେଶ୍ୱର,୧୩ା୭: ରବିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଛି ଘେରିଛି ଛାତ୍ର ଓ ଯୁବ ବିଜେଡି। ବାଲେଶ୍ବର ଫକୀର ମୋହନ(FM) କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ପ୍ରତିବାଦରେ ଏହି...

ସରକାରଙ୍କୁ ପିସିସି ସଭାପତିଙ୍କ କଡ଼ା ଟାର୍ଗେଟ୍‌, କହିଲେ ଛାତ୍ରୀଙ୍କ ଅଭିଯୋଗକୁ ହାଲୁକା ଭାବେ ନିଆଯାଇ…

ଭୁବନେଶ୍ୱର,୧୩ା୭: ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ନେଇ ସରକାରଙ୍କୁ ପିସିସି ସଭାପତି ଭକ୍ତ ଦାସ କଡ଼ା ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି,...

ଭୟଙ୍କର ଦୁର୍ଘଟଣା: ୧୦ ଫୁଟ ଉପରକୁ ଉଡ଼ି JCB ଉପରେ ଝୁଲିଲା କାର

ମୟୂରଭଞ୍ଜ: ୧୩।୭: ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣାରେ ୧୦ ଫୁଟ ଉପରକୁ ଉଡିଲା କାର। ଯାଇଁ ସିଧା ଲାଗିଲା ଜେଶିବିରେ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri