ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଖୁଣ୍ଟ, ସ୍ଥାନାନ୍ତର କରିବା ପାଇଁ ଅଞ୍ଚଳବାସୀଙ୍କ ଅନୁରୋଧ

ମୋହନା,୧୪।୫( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ କାର୍ଯ୍ୟାଳୟ ଠାରୁ ଅନ୍ତରବା ଗ୍ରାମକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯିବା ଛକଠାରେ ବିପଦସଙ୍କୁଳ ଅବସ୍ଥାରେ ରହିଛି ବିଦ୍ୟୁତ୍‌ ଖୁଣ୍ଟ। ନୂତନ ଭାବେ ରାସ୍ତା ଉପରେ ପିଚୁ ପଡ଼ୁଥିବା ବେଳେ ବିଭାଗୀୟ ଅଧିକାରୀ ରାସ୍ତା ଉପରୁ ବିଦ୍ୟୁତ ଖୁଣ୍ଟକୁ ସ୍ଥାନାନ୍ତର କରିନାହାଁନ୍ତି। ରାତି ପାହିଲେ ଏହି ରାସ୍ତା ଦେଇ ବିଭିନ୍ନ ଗ୍ରାମରୁ ଓ ମୋହନା ଅଞ୍ଚଳରୁ ଶହ ଶହ ବାଇକ, ଅଟୋ, ବସ, ଟ୍ରକ ଆଦି ଚଳାଚଳ କରୁଛି । କେତେବେଳେ ଏହି ରାସ୍ତା ଉପରେ ରହିଥିବା ବିଦ୍ୟୁତ ଖୁଣ୍ଟ ଲୋକଙ୍କ ପାଇଁ ଦୁର୍ଘଟଣାର କାଳ ହେବ ଏଥିପାଇଁ ଦାୟୀ କିଏ ରହିବେ ବୋଲି ପ୍ରଶ୍‌ନ ଉଠୁଛି। ଏଣୁ ଧନ ଜୀବନ ନଷ୍ଟ ହେବା ପୂର୍ବରୁ ଏହାକୁ ସ୍ଥାନାନ୍ତର କରିବା ପାଇଁ ଅଞ୍ଚଳବାସୀ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି । ଏ ସଂପର୍କରେ ଟିପିଏସଓଡ଼ିଏଲ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ନାୟକଙ୍କୁ ପଚ଼ାରିବାରୁ ସେ କହିଛନ୍ତି ବିଭାଗ ପକ୍ଷରୁ ଇଷ୍ଟମେଟ କରି ପିଡବ୍ଲ୍ୟୁଡ଼ି ବିଭାଗକୁ ଦିଆଯାଇଛି । ବିଦ୍ୟୁତ ଖୁଣ୍ଟକୁ ସ୍ଥାନାନ୍ତର କରିବା ସେମାନଙ୍କ କାମ । ଅପରପକ୍ଷେ ପିଡ଼ବ୍ଲ୍ୟୁଡ଼ି ସହକାରୀ ଯନ୍ତ୍ରୀ ପ୍ରଭାକର ସେଠୀ କହିଛନ୍ତି ଯଥା ଶୀଘ୍ର ବିଦ୍ୟୁତ ଖୁଣ୍ଟକୁ ସ୍ଥାନାନ୍ତର କରାଯିବ ।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶହିଦ ମାଧୋ ସିଂଙ୍କ ଉପରେ ଭୁଲତଥ୍ୟ ପ୍ରସଙ୍ଗ: ଏହି ବିଷୟକୁ ଗୁରୁତର ସହ ନେଇ ଏମିତି ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ବରଗଡ଼,୧୪।୫(ପ୍ରେମାନନ୍ଦ ଖମାରୀ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ସପ୍ତମ ଶ୍ରେଣୀର ଓଡ଼ିଆ ପାଠ୍ୟପୁସ୍ତକ ସାହିତ୍ୟ ସୁମନରେ ଶହିଦ ମାଧୋ ସିଂଙ୍କ ଜୀବନୀ ଆଧାରିତ ପାଠରେ…

ମୁମ୍ୱାଇ ଇଣ୍ଡିଆନ୍ସ ଆଗରେ ୨୦୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ଧର୍ମଶାଳା,୧୪ା୫: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିଛନ୍ତି। ଶାର୍ଦ୍ଦୁଳ ଠାକୁରଙ୍କ ୪ ଉଇକେଟ ସଫଳତା ସତ୍ତ୍ୱେ ପଞ୍ଜାବ…

ସପ୍ତମ ଶ୍ରେଣୀ ପାଠ୍ୟପୁସ୍ତକରେ ଶହିଦ ମାଧୋ ସିଂଙ୍କ ଭୁଲ ଇତିହାସ ସ୍ଥାନିତ: ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲେ…

ବଲାଙ୍ଗୀର,୧୪।୫ (ସୁନିଲ କୁମାର ମହାନ୍ତି): କୋସଲାଞ୍ଚଳର ମହାନ ସ୍ବାଧୀନତା ସଂଗ୍ରାମୀ ଶହିଦ ମାଧୋ ସିଂଙ୍କ ଜୀବନୀ ବିଷୟରେ ସ୍କୁଲ ପାଠ୍ୟ ପୁସ୍ତକରେ ଭୁଲ ତଥ୍ୟ ଦିଆଯାଇଥିବା ପ୍ରତିବାଦରେ…

ବୃଦ୍ଧଙ୍କ ମୃତଦେହ ପୋଖରୀରୁ ହେଲା ଉଦ୍ଧାର: ଗାଧୋଇବା ପାଇଁ ଯାଇ ହୋଇଯାଇଥିଲେ ନିଖୋଜ

ଦିଗପହଣ୍ଡି,୧୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମ ପୋଖରୀରେ ବୁଡ଼ିଯାଇ ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ହେଲେ ଗୌତମୀ…

ଆଇନଶୃଙ୍ଖଳାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀଙ୍କୁ ଦେଲେ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୧୪।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ସଂଗଠିତ ଅପରାଧକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବାକୁ ଅଧିକାରୀଙ୍କୁ…

ନୂତନ ଟ୍ରେନ ଚଳାଚଳ ଖୁସିରେ ଚା’ ଖଟିରେ ସାମିଲ ହେଲେ ଏମ୍‌ପି ମାଳବିକା ଦେବୀ, କହିଲେ…

କେସିଙ୍ଗା, ୧୪।୫(ତୁମେଶ୍ୱର ସାହୁ): କେସିଙ୍ଗାରୁ ରାଜଧାନୀ ପାଇଁ ସିଧାସଳଖ ଟ୍ରେନ ଚାଲିବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲା। ତାହା କଳାହାଣ୍ଡି ଏମ୍‌ପି ମାଲବିକା ଦେବୀଙ୍କ…

MI ଅଧିନାୟକ ହେଲେ ଜସପ୍ରିତ ବୁମ୍‌ରା, ଦାୟିତ୍ୱ ମିଳିବା ପରେ ଭାବପ୍ରବଣ ହୋଇ କହିଲେ ଏମିତି…

ନୂଆଦିଲ୍ଲୀ, ୧୪।୫: ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପୁଣିଥରେ ପରିବର୍ତ୍ତନ ହୋଇଛି। ଜସପ୍ରିତ ବୁମରା MI ଦଳର ଅଧିନାୟକତ୍ୱ କରୁଛନ୍ତି, ଏବଂ…

ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ଼: ଜଗିଲା ପୋଲିସ

ପାରାଦୀପରେ,୧୪।୫: ଇରାନ-ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ପାଇଁ ଭାରତ ସମେତ ଅନ୍ୟ କେତେକ ଦେଶରେ ତୈଳ ଓ ରନ୍ଧନ ଗ୍ୟାସ ସଙ୍କଟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri