ଚିନ୍ତା ବଢ଼ାଇଛି ଗୋଟିଏ ଦିନରେ ଦୁଇ ରାଜ୍ୟର ନିର୍ବାଚନ, ପ୍ରସ୍ତୁତି ପାଇଁ ଅଧିକାରୀଙ୍କ ଗୁରୁତ୍ୱ

ପଟାଙ୍ଗି,୧୧ା୪(ଶରତ ଧଳ): ଗୋଟିଏ ଦିନରେ ଦୁଇଟି ରାଜ୍ୟର ଦୁଇ ନିର୍ବାଚନ ମଣ୍ଡଳୀରେ ଲୋକ ସଭା, ବିଧାନସଭା ନିର୍ବାଚନ ହେଉଥିବା ତାରିଖକୁ ନେଇ ଦୁଇ ରାଜ୍ୟର ଦୁଇ ଜିଲା ଓ ଦୁଇ ବ୍ଲକ ପ୍ରଶାସନ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଏଥିସହିତ ନିର୍ବାଚନ ପ୍ରସ୍ତୁତିକୁ ମଧ୍ୟ ସୁରୁଖୁରୁରେ ପରିଚାଳନା ପାଇଁ ଗୁରୁତ୍ୱ ଦେଇଛନ୍ତି ରିଟର୍ନିଂ ଅଧିକାରୀ । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତରେ।

ସୂଚନାନୁଯାୟୀ, ମେ’ ୧୩ ତାରିଖରେ ଓଡ଼ିଶାର କୋରାପୁଟ ଲୋକ ସଭା ନିର୍ବାଚନ ହେବାକୁ ଥିବା ବେଳେ ଉକ୍ତ ଦିନରେ ଲୋକ ସଭା ଅଧୀନରେ ରହିଥିବା ୫ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବା ନିମନ୍ତେ ଦିନ ଧାର୍ଯ୍ୟ ହୋଇଛି। ଯାହାକି ଉକ୍ତ ୫ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତକୁ ନେଇ ପ୍ରଶାସନ ଚିନ୍ତାରେ।

ଏହିପରି ସ୍ଥିତିରେ ଉକ୍ତ ତାରିଖରେ ମଧ୍ୟ ପଡ଼ୋଶୀ ଆନ୍ଧ୍ର ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ଉକ୍ତ ରାଜ୍ୟର ସାଲୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ।  ଉକ୍ତ ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଥିବା ୪ଟି ବ୍ଲକ ଯଥା ମାକୁଆ, ସାଲୁର, ମେଣ୍ଡେଡ଼ା ଓ ପାଚିପେଣ୍ଟା ପ୍ରମୁଖ ରହିଛି। ସେଥିମଧ୍ୟରୁ ସାଲୁର ବ୍ଲକ ଅଧୀନରେ ଓଡ଼ିଶାର ଉକ୍ତ ପଞ୍ଚାୟତର ୪ଟି ଗ୍ରାମକୁ ନେଇ ଗଠିତ  ପଞ୍ଚାୟତ ଅଧୀନରେ ୩ଟି ବୁଥ୍‌ସ୍ତରରେ ରହିଥିବା ଭୋଟର୍‌କୁ ନେଇ ଆନ୍ଧ୍ର ରାଜ୍ୟ ସରକାରଙ୍କ ପାର୍ବତୀପୁରମ ମାନ୍ୟାମ ଜିଲା ଏବଂ ସାଲୁର ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଯାହାକି ଉକ୍ତ ରାଜ୍ୟର ତଥା ଜିଲା ଆଇଟିଡିଏପିଓ ତଥା ରିଟର୍ନିଂ ଅଧିକାରୀ ବିଷ୍ଣୁ ଚରଣଙ୍କ ସଭାପତିତ୍ୱରେ ସାଲୁର ତହସିଲ କାର୍ଯ୍ୟାଳୟରେ ନିର୍ବାଚନ ପରିଚାଳନା ନିମନ୍ତେ ଏକ ସମୀକ୍ଷା ବୈଠକ ହୋଇଥିଲା। ଉକ୍ତ ବୈଠକରେ ସାଲୁର ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଥିବା ୨୮୪ ବୁଥ୍‌ରେ ଯେପରି ମତଦାନ କେନ୍ଦ୍ରରେ ଭୋଟର୍‌ ପହଞ୍ଚି ସୁରୁଖୁରୁରେ ନିଜ ମତଦାନ ସାବ୍ୟସ୍ତ କରି ପାରିବେ ସେନେଇ ଉକ୍ତ ସମୀକ୍ଷା ବୈଠକରେ ଉପସ୍ଥିତ ରହିଥିବା ବ୍ଲକ ସମେତ ଅନ୍ୟ ବିଭାଗର ଅଧିକାରୀଙ୍କୁ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେବା ସହ ଓଡ଼ିଶାର କୋଟିଆ ପଞ୍ଚାୟତରେ ରହିଥିବା ୩ଟି ବୁଥ୍‌ରେ ମଧ୍ୟ ଭୋଟର ଯେପରି ପ୍ରଭାବିତ ନ ହୁଅନ୍ତି ସେଥିପ୍ରତି ମଧ୍ୟ କଡ଼ା ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି ରିଟର୍ନିଂ ଅଧିକାରୀ । ଓଡ଼ିଶାର କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ମିଳିବ ବୋଲି ବୁଝାଇ କୋଟିଆ ପଞ୍ଚାୟତର ସ୍ବାସ୍ଥ୍ୟକେନ୍ଦ୍ର ହୋଇ ଉପର ସେମ୍ବି , ଧୁଳିପଦର ଓ ନେରିଡିବାଲସା ଦେଇ ଆନ୍ଧ୍ର ରାଜ୍ୟକୁ ସଂଯୋଗ କରୁଥିବା ରାସ୍ତାରେ ଅନେକ ଚୋରା ମଦ ଚାଲାଣ ହେଉଥିବା ସହ ଅନ୍ୟାନ୍ୟ ସାମଗ୍ରୀ ରାତିଅଧିଆ ସାଲୁର ଅଞ୍ଚଳରେ ପହଞ୍ଚୁ ଥିବାରୁ ଆନ୍ଧ୍ର ସୀମା ଭିତରେ ରହିଥିବା ଦାଣ୍ଡିଗ୍ରାମ ନିକଟରେ ହୋଇଥିବା ଏକ ଚେକ୍‌ପୋଷ୍ଟ ନିକଟରେ ଉକ୍ତ ରିଟର୍ନିଂ ଅଧିକାରୀ ବିଷ୍ଣୁ ଚରଣ ପହଞ୍ଚି ସୁରକ୍ଷା ବ୍ୟବସ୍ଥାକୁ ପରଖି ଚେକ୍‌ ପୋଷ୍ଟରେ ଉପସ୍ଥିତ ପୋଲିସ ଓ ଫ୍ଲାଇଂ ସ୍କ୍ବାଡ୍‌କୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସୂଚନା ଥାଉକି, ଆନ୍ଧ୍ର ରାଜ୍ୟର ସାଲୁର ନିର୍ବାଚନ ମଣ୍ଡଳୀ ଅଧୀନରେ ୨ ଲକ୍ଷ ୨ ହଜାର ଭୋଟର ରହିଥିବା ବେଳେ ସେଥିମଧ୍ୟରୁ ସୀମାନ୍ତ କୋଟିଆ ପଞ୍ଚାୟତରେ ଉକ୍ତ ରାଜ୍ୟର ୩ଟି ବୁଥ୍‌ରେ ୨୫୫୪ ଭୋଟର ରହିଥିବା ଆନ୍ଧ୍ର ରାଜ୍ୟ ସରକାର ନିଜ ସରକାରୀ ତଥ୍ୟରେ ଉପସ୍ଥାପନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରୁ ଛଟେଇ, ଧାରଣାରେ ବସିଲେ

ଛତ୍ରପୁର,୭ା୫(ଦିଲୀପ ସାମଲ): ଛତ୍ରପୁର ବ୍ଲକ ବଡ଼ ମାଧପୁର ପଞ୍ଚାୟତରେ ଏମ୍‌ବିକେ ଭାବେ କାର୍ଯ୍ୟରତ ମଞ୍ଜୁ ବେହେରାଙ୍କୁ କାର୍ଯ୍ୟରୁ ଛଟେଇ କରାଯାଇଛି। ବିନା କାରଣରେ ତାଙ୍କୁ ବହିଷ୍କାର କରାଯାଇଥିବା…

ପୁଣି କୋଟିଆ ବିବାଦ: ଜନଗଣନା କରୁଛନ୍ତି ଓଡ଼ିଶା, ଆନ୍ଧ୍ର

ପଟ୍ଟାଙ୍ଗି,୭।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତକୁ ନେଇ ବିବାଦ ଥମିବାର ନା ଧରୁନାହିଁ। ଅନ୍ୟପକ୍ଷେ ଓଡ଼ିଶାକୁ ଚେକ୍‌ ଦେବାରେ ପଛଘୁଞ୍ଚା…

ବିଜୟଙ୍କ ସମର୍ଥନରେ ବାହାରିଲେ କମଲ ହାସନ

ଚେନ୍ନାଇ,୭।୫: ତାମିଲନାଡୁ ବିଧାନସଭା ନିର୍ବାଚନରେ, ଅଭିନେତା ବିଜୟଙ୍କ ଦଳ, ‘ତାମିଜାଗା ଭେଟ୍ରି କାଝାଗମ’ (ଟିଭିକେ), ଏକକ ବୃହତ ଦଳ ଭାବରେ ଉଭା ହୋଇଛି। ଫଳସ୍ବରୂପ, ରାଜ୍ୟରେ ସରକାର…

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ଗଞ୍ଜାମ,୭ା୫(ବିଦ୍ୟାଧର ସାହୁ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ରାମଗଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି। ଏପରିକି ପଞ୍ଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ…

ସରକାର ଗଠନ ପାଇଁ ବିଜୟଙ୍କ ନୂଆ ପ୍ଲାନ: ଏହି ଦଳଠାରୁ ସମର୍ଥନ ଲୋଡିଲେ, ବିଧାୟକମାନଙ୍କୁ ରିସର୍ଟକୁ ସ୍ଥାନାନ୍ତରିତ

ଚେନ୍ନାଇ,୭।୫: ତାମିଲନାଡୁରେ ସରକାର ଗଠନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଅଭିନେତା ବିଜୟଙ୍କ ଦଳ, ତାମିଜାଗା ଭେଟ୍ରି କାଝାଗମ (TVK), ଏବେ ଜଣେ ଅତିରିକ୍ତ ବିଧାୟକଙ୍କ…

ଶ୍ୱଶୁର ଘରୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା, ଆଉ ତା’ପରେ…

ଥୁଆମୂଳ ରାମପୁର, ୭ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର-ଡୁମେରପଦର ମୁଖ୍ୟ ରାସ୍ତାର ଲାଠିଆଗୁଡ଼ା ଛକ ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ସ୍ୱାମୀଙ୍କ ମୃତ୍ୟୁ…

ବିଜୟ ଥାଲାପତି ସରକାର ଗଠନ ପାଇଁ BJPର ସମର୍ଥନ ଲୋଡିବେ? ଟିଭିକେଙ୍କ ପ୍ରତିକ୍ରିୟାରେ କଂଗ୍ରେସ ଖୁସି ହେବ ନା ନିରାଶ ହେବ?ଜାଣନ୍ତୁ…

ଚେନ୍ନାଇ,୭।୫: ବିଜୟ ଥାଲାପତିଙ୍କ ଦଳ, TVK (ତାମିଜାଗା ଭେଟ୍ଟ୍ରି କାଝାଗମ), ସରକାର ଗଠନ ପାଇଁ ତା’ର ପ୍ରୟାସକୁ ତୀବ୍ର କରିଛି। ଟିଭିକେ ବିଧାନସଭାରେ ୧୦୮ଟି ଆସନ ପାଇଛି,…

ଫଟୋ ଶେୟାର କରି ଖୁସି ଖବର ଦେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୭।୫: ଚଳିତ IPL 2026 ସିଜିନ ମଧ୍ୟରେ ଭାରତୀୟ T20 ଅଧିନାୟକ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଘରେ ଖୁସିର ମାହୋଲ। ସୂର୍ଯ୍ୟକୁମାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri