ନିର୍ବାଚନ ହୋଇପାରେ, ଫଳାଫଳ ପ୍ରକାଶ ହେବନି: ହାଇକୋର୍ଟ

ହାଟଡିହୀ,୨ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩୧ଟି ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ସେଥିମଧ୍ୟରୁ ୨୮ଟି ପଞ୍ଚାୟତରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ଶଢ଼ା, ମରୈଗାଁ ପଞ୍ଚାୟତରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। କିନ୍ତୁ ହାବଳେଶ୍ୱର ପଞ୍ଚାୟତ ଅଧୀନ ୧୭ଟି ଓ୍ବାର୍ଟ ମଧ୍ୟରୁ ୧୬ଟିରେ ଓ୍ବାର୍ଡମେମ୍ବର ନିର୍ବାଚନ ହୋଇଥିଲା। ସଂରକ୍ଷଣ ଦୃଷ୍ଟିକୋଣରୁ ଗୋଟିଏ ଓ୍ବାର୍ଡରେ କେହି ପ୍ରାର୍ଥୀ ନ ଥିବାରୁ ଓ୍ବାର୍ଡମେମ୍ବର ନିର୍ବାଚନ ହୋଇ ନ ଥିଲା। କେବଳ ମାତ୍ର ଚାନ୍ଦ ମୁଣ୍ଡା ନାଏବ ସରପଞ୍ଚ ଭାବେ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ଏବଂ ୧୦ ଜଣ ଓ୍ବାର୍ଡମେମ୍ବର ପ୍ରୋସିଡିଂ ରେଜିଷ୍ଟରରେ ଦସ୍ତଖତ କରିଥିଲେ। ଫଳରେ ଚାନ୍ଦ ମୁଣ୍ଡା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ପ୍ରିଜାଇଡିଂ ଅଫିସର ଭାବେ ଉପସ୍ଥିତ ଥିବା ଶିକ୍ଷକ ଶିଶିର ନାୟକ ପ୍ରୋସିଡିଂ ରେଜିଷ୍ଟରରେ ଉଲ୍ଲେଖ କରିବା ସହ ଘୋଷଣା କରିଥିଲେ।

ଅପରପକ୍ଷେ ଏହି ପଞ୍ଚାୟତରେ କୋରମ ଅଭାବ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁ ନାଏବ ସରପଞ୍ଚ ନିର୍ବାଚନ ସ୍ଥଗିତ ରହିବା ନେଇ ବ୍ଲକ ପକ୍ଷରୁ ଚିଠି ନଂ ୯୫୫/୧୧.୩.୨୨ରେ ନୋଟିସ ଜାରି ହୋଇଥିଲା। ପୁନଶ୍ଚ ଚିଠି ନଂ ୧୧୪୯/୩୧.୩.୨୦୨୨ ଅନୁସାରେ ୨.୦୪.୨୦୨୨ରେ ନାଏବ ସରପଞ୍ଚ ନିର୍ବାଚନ ହେବା ପାଇଁ ଆଦେଶନାମା ଜାରି ହୋଇଥିଲା। ପ୍ରିଜାଇଡିଂ ଅଫିସର ଭାବେ ପିଇଓ ନରହରି ନାୟକଙ୍କୁ ବ୍ଲକ ପକ୍ଷରୁ ନିଯୁକ୍ତ କରାଯାଇଥିଲା। ମାତ୍ର କୌଣସି ଓ୍ବାର୍ଡମେମ୍ବର ନିର୍ବାଚନରେ ସାମିଲ ହୋଇ ନ ଥିଲେ କି ଆସିଲେ ନାହିଁ । ଅପର ପକ୍ଷେ ଏପରି ଆଦେଶନାମା ବିରୋଧରେ ଚାନ୍ଦ ମୁଣ୍ଡା ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କେସ୍‌ ନଂ ଡବ୍ଲ୍ୟୁପିସି ୭୮୩୫/୨୦୨୨ ଅଟେ। ଏଥିରେ କେନ୍ଦୁଝର ଜିଲାପାଳ,ଆନନ୍ଦପୁର ଉପଜିଲାପାଳ,ଜିଲା ପଞ୍ଚାୟତ ଅଧିକାରୀ,ହାଟଡିହୀ ବିଡିଓଙ୍କୁ ପକ୍ଷଭୁକ୍ତ କରି ନୋଟିସ ଜାରି କରିଛନ୍ତି। ଏଥିସହ ନାଏବ ସରପଞ୍ଚ ନିର୍ବାଚନ ହୋଇପାରେ କିନ୍ତୁ ଫଳାଫଳ ପ୍ରକାଶ ହେବନି ବୋଲି ମାନ୍ୟବର ଓଡ଼ିଶା ହାଇକୋର୍ଟ ୨୯.୩.୨୦୨୨ରେ ଆଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିବ ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିବ ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କାଲିଠୁ ଭାଜପାର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଅପରାହ୍ଣ ସାଢ଼େ...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪: ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ ଜନସାଧାରଣଙ୍କୁ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri