ଆପଣାନ୍ତୁ ପାଞ୍ଚଟି କଥା

ଖୁସିର ମାହୋଲ ଭିତରେ ରହିବାକୁ କିଏ ବା ନ ଚାହେଁ ? ହେଲେ ସବୁବେଳେ ଏହା ସମ୍ଭବ ହୋଇ ନ ଥାଏ। ତେବେ ଯଦି ଆମେ ପାଞ୍ଚଟି କଥାକୁ ଗୁରୁତ୍ୱ ଦେବା ତା’ହେଲେ ନିଜକୁ କେତେକାଂଶରେ ସୁସ୍ଥ ରଖିପାରିବା। ପ୍ରଥମ କଥା ହେଲା ରୁଟିନଯୁକ୍ତ ଜୀବନଶୈଳୀ। ଏଭଳି ଜୀବନଶୈଳୀ ଆପଣେଇ ପାରିଲେ ଆପଣଙ୍କର ମାନସିକତା ଅଧିକାଂଶ ସମୟ ସକାରାତ୍ମକ ରହିବ। ଏହାଦ୍ୱାରା ପ୍ରତିଟି କାମକୁ ଆପଣ ସୁଚାରୁ ରୂପେ ତୁଲାଇପାରିବେ। ଦ୍ୱିତୀୟ କଥା ହେଲା ବ୍ୟାୟାମ। ପ୍ରତିଦିନ ସକାଳୁ କିଛି ସମୟ ବ୍ୟାୟାମ କରନ୍ତୁ। ଅତିକମ୍‌ରେ ୨୦-୩୦ ମିନିଟ୍‌ ଚାଲନ୍ତୁ। ତୃତୀୟ କଥା ହେଲା ଆଚାର ବ୍ୟବହାର। ନିଜର ଆଚାର ବ୍ୟବହାର ମାର୍ଜିତ ହେବା ନିହାତି ଦରକାର। କାରଣ ଏହା ନିଜ ବ୍ୟକ୍ତିତ୍ୱକୁ ଆହୁରି ପ୍ରଶଂସନୀୟ କରିଥାଏ। ଚତୁର୍ଥ ଜିନିଷ ହେଉଛି ବିଚାରଧାରା। ନିଜର ବିଚାରଧାରା ଉପରେ ହିଁ ଆପଣଙ୍କ ଜୀନବଶୈଳୀ ନିର୍ଭର କରିଥାଏ। କ’ଣ କରିବେ, କ’ଣ ନ କରିବେ, ନିଜ କାମକୁ କିପରି ଠିକ୍‌ ଭାବରେ ସମ୍ପାଦନ କରିବେ ଏଥିପାଇଁ ଥଣ୍ଡା ମନରେ ଚିନ୍ତା କରନ୍ତୁ। ପଞ୍ଚମ କଥାଟି ହେଉଛି ସ୍ବାସ୍ଥ୍ୟ ପରୀକ୍ଷା। ଏବେ ଆମେ ନିଜ ସ୍ବାସ୍ଥ୍ୟ ପ୍ରତି ଯେତେ ସଚେତନ ରହିବା ତାହା ସେତେ ଭଲ। କାରଣ କରୋନା ମହାମାରୀ ଆମକୁ ଏକ ଶିକ୍ଷା ଦେଇଛି କହିଲେ ଭୁଲ୍‌ ହେବ ନାହିଁ। ତେଣୁ ନିଜ ସ୍ବାସ୍ଥ୍ୟ ପ୍ରତି ସବୁବେଳେ ସଚେତନ ରୁହନ୍ତୁ। ଯେତେ ବ୍ୟସ୍ତ ରହିଲେ ମଧ୍ୟ ଡାକ୍ତରଙ୍କ ନିକଟରେ ନିଜ ଶରୀରର ରୁଟିନ୍‌ ଚେକଅପ କରାଇ ନିଅନ୍ତୁ। ବିଶେଷ ଭାବରେ ବୟସ୍କ ବ୍ୟକ୍ତି ଏଥିପ୍ରତି ସତର୍କ ରହିବା ନିହାତି ଦରକାର। ଉପରୋକ୍ତ ପାଞ୍ଚଟି କଥାକୁ ଯଦି ଆମେ ଆପଣେଇ ପାରିବା ତେବେ ନିଜକୁ ଅନେକାଂଶରେ ସୁସ୍ଥ ରଖିପାରିବା।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କୁ ମହଙ୍ଗା ପଡ଼ିଲା ଥାଲାପତିଙ୍କ ସହ ଇନଷ୍ଟା ରିଲ ଶେୟାର କରିବା

ନୂଆଦିଲ୍ଲୀ,୧୧।୫: ତାମିଲନାଡୁରେ ବିଜୟ ଥାଲାପତିଙ୍କ ଶପଥ ଗ୍ରହଣ ସମାରୋହ ସମୟରେ, ଟିଭିକେ ମୁଖ୍ୟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ମଞ୍ଚ ଉପରେ ଏକ ରିଲ…

ସ୍ତ୍ରୀଙ୍କ ହାତ ଗୋଡ଼ ବାନ୍ଧି ମାରିବା ପାଇଁ ସ୍ବାମୀଙ୍କ ଉଦ୍ୟମ, ଜ୍ୱାଇଁଙ୍କୁ ମାଡ଼ ମାରି ଶ୍ୱଶୁର ଘର ଲୋକେ…

ମହାକାଳପଡ଼ା,୧୧ା୫ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ସ୍ଥାନୀୟ ଖରିନାଶୀ ଗ୍ରାମର ମନୋରଞ୍ଜନ ଗିରି ୧୪ ବର୍ଷ ପୂର୍ବେ…

ଦେବାଳିଆ ମଧ୍ୟସ୍ଥ

ପାକିସ୍ତାନକୁ ଆଉ ସାହା ହେଉନାହାନ୍ତି ଆତଙ୍କବାଦୀ କି ଆମେରିକା। ଦେବାଳିଆ ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଦେଶବାସୀଙ୍କୁ ଦୁଇଓଳି ଖାଇବା ଯୋଗାଇବାକୁ ପାକିସ୍ତାନ ପାଖରେ ସମ୍ବଳ ନାହିଁ।…

ଦୀର୍ଘସୂତ୍ରୀର ବିନାଶ ଘଟେ

ସମସ୍ତଙ୍କର ଏକ ସାଧାରଣ ଅଭିଯୋଗ ‘ସମୟ ନାହିଁ’ା ବାସ୍ତବରେ ସମୟ ଅଛି, ଆମେ ଠିକ୍‌ ସମୟରେ କାର୍ଯ୍ୟଟି କରିବାକୁ ନିଜେ ସୁଲଭ ନାହୁଁ। ସମୟ ପାଖରେ ଆମେ…

ବିଜୟ ପରେ ବିଳମ୍ବ

ତାମିଲାଗା ଭେଟ୍ରି କାଜାଗାମ (ଟିଭିକେ) ନେତା ତଥା ଅଭିନେତାରୁ ରାଜନେତା ପାଲଟିଥିବା ଯୋଶେଫ୍‌ ବିଜୟ ଚନ୍ଦ୍ରଶେଖର ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ୧୦ ମେ’ରେ ଶପଥ ନେଇଛନ୍ତି।…

ଇରାନ ଉପରେ ପୁଣି ଖପ୍ପା ହେଲେଣି ଡୋନାଲ୍ଡ ଟ୍ରମ୍ପ, କହିଲେ ୪୭ ବର୍ଷ ହେଲା…

ଓ୍ବାଶିଂଟନ,୧୧।୫: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଦେଖାଦେଇଥିବା ଭୟଙ୍କର ସଂଘର୍ଷକୁ ବନ୍ଦ କରିବା ପାଇଁ ପ୍ରୟାସକୁ ଏକ ବଡ଼ ଝଟକା ଲାଗିଛି। ରବିବାର (୧୦ ମଇ) ଦିନ, ଆମେରିକାର ରାଷ୍ଟ୍ରପତି…

ପ୍ରବଳ ଝଡ଼ତୋଫାନ ସହ ବର୍ଷା: ଭାଙ୍ଗିଲା ଯାତ୍ରା ତୋରଣ,ବ୍ୟାପକ କ୍ଷୟକ୍ଷତି

ଭଞ୍ଜନଗର,୧୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ରବିବାର ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରବଳ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ଏହାର କିଛି ସମୟ ପରେ…

ଅବତରଣ ସମୟରେ ବିମାନର ଟାୟାରରେ ଲାଗିଲା ନିଆଁ; ଥିଲେ ୨୭୮ ଜଣ ଯାତ୍ରୀ

କାଠମାଣ୍ଡୁ,୧୧।୫: ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ସମୟରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ବିମାନର ଟାୟାରରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ପୋଲିସ ନିଶ୍ଚିତ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri