ଗଞ୍ଜାମରେ ଶାସକ, ବିରୋଧୀଙ୍କ ନିର୍ବାଚନୀ ପ୍ରସ୍ତୁତି

ବ୍ରହ୍ମପୁର,୨ା୧୦(ନରସିଂହ ସାହୁ):ସାଧାରଣ ନିର୍ବାଚନ ପାଇଁ ଏବେଠୁ ଗଞ୍ଜାମ ଜିଲାରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ଶାସକ ବିଜେଡି ସଙ୍ଗଠନକୁ ଆହୁରି ଅଧିକ ଶକ୍ତିଶାଳୀ କରିବା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛି। ବିଜେଡିକୁ ଟକ୍କର ଦେବା ନିମନ୍ତେ ମୁଖ୍ୟ ବିରୋଧୀ ଦଳ ଭାଜପା ମଧ୍ୟ ସଜବାଜ ହେଉଛି। ତେବେ ସର୍ବପୁରାତନ କଂଗ୍ରେସ ଦଳ ଏ କ୍ଷେତ୍ରେରେ ପଛରେ ପଡ଼ିଥିବା ଲକ୍ଷ୍ୟ କରାଯାଇଛି। ଗାନ୍ଧୀ ଜୟନ୍ତୀରୁ ବିଜେଡି ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରିବା ସହ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ଜୋରଦାର କରିବ। ଜିଲାର ସମସ୍ତ ୧୩ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହା ଅନୁଷ୍ଠିତ ହେବ।
ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି, ୨୦୧୯ ନିର୍ବାଚନରେ ଦଳ ଜିଲାର ୧୨ଟି ବିଧାନସଭା ଆସନ ହାତେଇଥିଲା। କେବଳ ସାନଖେମୁଣ୍ଡି ଆସନ ଖସି ଯାଇଥିଲା। ୨୦୨୪ ନିର୍ବାଚନରେ ସେହି ଆସନ ଛଡ଼ାଇ ଆଣିବା ଲକ୍ଷ୍ୟ ରଖାଯାଇଛି। ଜିଲାରେ ଶତ ପ୍ରତିଶତ ସଫଳତା ହାସଲ ପାଇଁ ଏବେଠୁ ପ୍ରୟାସ ଆରମ୍ଭ କରାଯାଇଛି। ଅପରପକ୍ଷରେ ଗୋପାଳପୁର ବିଧାୟକ ଅଢ଼େଇ ବର୍ଷ ତଳୁ ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ସେଠାରେ ନୂଆ ଚେହେରା ପ୍ରାର୍ଥୀ ହେବେ। ସେହିପରି ଦିଗପହଣ୍ଡି ବିଧାୟକଙ୍କ ପରଲୋକ ଯୋଗୁ ସେଠାରେ ମଧ୍ୟ ନୂଆ ପ୍ରାର୍ଥୀ ଲଢ଼ିବେ। ସଭାପତି ତଥା ମୁଖ୍ୟମନ୍ତ୍ରୀ ଯାହାଙ୍କୁ ପ୍ରାର୍ଥୀ କରିବେ ତାଙ୍କ ଜିତାପଟ ଲାଗି ସବୁ କର୍ମୀ ଓ ନେତା ଲାଗିପଡ଼ିବେ। ଆଉ କେତେକ ନିର୍ବାଚନ ମଣ୍ଡଳୀରେ ବିବାଦ ଦେଖାଦେଇଥିବା ସତ୍ତ୍ୱେ ତା’ର ଆଲୋଚନା ଦ୍ୱାରା ସମାଧାନ କରାଯିବ ଏବଂ ବିଜେଡିର ବିଜୟ ସୁନିଶ୍ଚିତ ବୋଲି ଜିଲା ସଭାପତି ଆଶାବାଦୀ ଅଛନ୍ତି।
ଭାଜପା ପକ୍ଷରୁ ମଧ୍ୟ ବିଜେଡିକୁ ମୁକାବିଲା ନିମନ୍ତେ ରଣନୀତି ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ରଚାର ବିଭିନ୍ନ ମଣ୍ଡଳରେ ଚାଲିଛି। ଇତିମଧ୍ୟରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟ ପଦାଧିକାରୀ ଏକାଧିକ ଥର ଜିଲା ଗସ୍ତରେ ଆସି ନେତା ଓ କର୍ମୀଙ୍କୁ ମନ୍ତ୍ର ଫୁଙ୍କିଛନ୍ତି। ସଂଗଠନ ବଢ଼ିଥିବା ଚିକିଟି, ପୋଲସରା ଓ ସୋରଡ଼ାକୁ ଅଧିକ ଫୋକସ କରାଯାଇଛି।
ସୂଚନାଯୋଗ୍ୟ, ଅତୀତରେ ଏହି ଜିଲା କଂଗ୍ରେସର ଦୁର୍ଗ ହୋଇଥିଲା। ଆଞ୍ଚଳିକ ଦଳ ବିଜେଡି ଗଠନ ପରେ କଂଗ୍ରେସର ସ୍ଥିତିର ରସାତଳଗାମୀ ହେବାରେ ଲାଗିଛି। ବିଜେଡି ରାଜନୀତି ଆରମ୍ଭ ପରେ ପ୍ରଥମ ୨୦୦୦ ନିର୍ବାଚନରେ ସୋରଡ଼ା ଓ ଜଗନ୍ନାଥପ୍ରସାଦରୁ କଂଗ୍ରେସ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୦୪ ନିର୍ବାଚନରେ ଗୋପାଳପୁରରୁ କଂଗ୍ରେସ ଜିିତିଥିଲା। ୨୦୦୯ ନିର୍ବାଚନରେ ନୂଆ ନିର୍ବାଚନ ମଣ୍ଡଳୀ ସାନଖେମୁଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ୨୦୧୪ ନିର୍ବାଚନରେ କଂଗ୍ରେସ ୧୩ ନିର୍ବାଚନ ମଣ୍ଡଳୀରେ ପରାଜିତ ହୋଇଥିଲା। ୨୦୧୯ ନିର୍ବାଚନରେ ମଧ୍ୟ ସେହି ସାନଖେମୁଣ୍ଡି କଂଗ୍ରେସ ଦଖଲକୁ ଯାଇଛି। ଆଗାମୀ ନିର୍ବାଚନରେ କଂଗ୍ରେସ ସ୍ଥିତି କଣ ହେବ ସେନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?