Posted inଜାତୀୟ

କଶ୍ମୀର ଫାଇଲ ସହିତ ଜମ୍ମୁ-କଶ୍ମୀରରେ ନିର୍ବାଚନ ଯୋଜନା…

ନୂଆଦିଲ୍ଲୀ, ୧୬।୩ : ଦେଶରେ ” ଦ କାଶ୍ମୀର ଫାଇଲ୍ସ” ର ତୀବ୍ର ପ୍ରସଙ୍ଗ ମଧ୍ୟରେ ପରିସିମନ୍‌ ଆୟୋଗ ଜମ୍ମୁ-କଶ୍ମୀର ପାଇଁ ଲୋକ ସଭା ଏବଂ ବିଧାନ ସଭା ଆସନ ପାଇଁ ଏକ ପ୍ରସ୍ତାବ ଦେଇଛନ୍ତି। ଲୋକ ସଭା ଏବଂ ବିଧାନସଭା ପ୍ରସ୍ତାବ ଉପରେ ଆୟୋଗ ଆପତ୍ତି ଏବଂ ପରାମର୍ଶ ଲୋଡିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଆସନ୍ତା କିଛି ଦିନ ମଧ୍ୟରେ ଜମ୍ମୁ-କଶ୍ମୀରରେ ନିର୍ବାଚନ ହେବ।

ଦ କାଶ୍ମୀର ଫାଇଲ ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଥିବା କଶ୍ମୀରୀ ପଣ୍ଡିତଙ୍କ ରାଜ୍ୟ ଛାଡିବା ପ୍ରସଙ୍ଗ ନେଇ ଦେଶ ତଥା ସାରା ବିଶ୍ୱରେ ଏକ ବଡ଼ ପ୍ରସଙ୍ଗ ହୋଇ ଯାଇଛି। ରାଜନୈତିକ ବିଶ୍ଳେଷକମାନେ କୁହନ୍ତି ଯେ ପରିସିମନ୍‌ ଆୟୋଗର ଏହି ପ୍ରସ୍ତାବିତ ଡ୍ରାଫ୍ଟ କୌଣସି ସିନେମା ଦ୍ୱାରା ପ୍ରଭାବିତ ନୁହେଁ। କିନ୍ତୁ ନିିର୍ବାଚନ ହେବା ନିଶ୍ଚିତ ଭାବେ ଜମ୍ମୁ-କଶ୍ମୀର ପାଇଁ ଏକ ବଡ଼ ପ୍ରସଙ୍ଗ। ମାର୍ଚ୍ଚ ୨୧ ପୂର୍ବରୁ ପରାମର୍ଶ ଲୋଡା ଯାଇଛି।

ଦୁଇ ଦିନ ପୂର୍ବେ ଜମ୍ମୁ-କଶ୍ମୀରରେ ଲୋକ ସଭା ନିବାଚନ ଏବଂ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତାବ ପାରିତ ହୋଇଛି। ଏହି ରିଜୋଲୂ୍ୟଶନ ଅନୁଯାୟୀ ଜମ୍ମୁ-କଶ୍ମୀରର ୟୁନିଅନ ଟେରିଟୋରୀକୁ ଆବଣ୍ଟିତ ହେବାକୁ ଥିବା ଲୋକ ସଭାରେ ସିଟ ସଂଖ୍ୟା ପାଞ୍ଚଟି ଅଞ୍ଚଳରେ ସ୍ଥିର କରାଯାଇଛି। ବର୍ତ୍ତମାନ ପାଞ୍ଚଟି ସିଟ ମଧ୍ୟରୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ କୌଣସି ସିଟ ସଂରକ୍ଷିତ କରାଯାଇ ନାହିଁ।

ଏହା ବ୍ୟତୀତ ଅର୍ଡର ନମ୍ବର ତିନି ଅନୁଯାୟୀ ଜମ୍ମୁ-କଶ୍ମୀର ଅଞ୍ଚଳର ବିଧାନସଭା ଆସନକୁ ୯୦ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଭକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବ ଅନୁଯାୟୀ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ଯଥାକ୍ରମେ ସାତ ଓ ନଅଟି ସିଟ ପ୍ରସ୍ତାବ ଦିଆଯାଇଛି।

ପ୍ରସ୍ତାବିତ ଆଦେଶ ଅନୁଯାୟୀ, ଯଦି ଏହି ପ୍ରସ୍ତାବଗୁଡ଼ିକ ଉପରେ କାହାର କିଛି ଆପତ୍ତି ଏବଂ ପରାମର୍ଶ ଥାଏ, ତେବେ ସେଗୁଡିକ ମାର୍ଚ୍ଚ ୨୧ ପୂର୍ବରୁ ଦିଆଯାଇପାରେ। ଯାହା ଦ୍ୱାରା ଏହାକୁ ବିଚାର କରାଯାଇପାରିବ।

ରାଜନୈତିକ ସମୀକ୍ଷକ ଏ.କେ ଯାଦବ କହିଛନ୍ତି ଯେ କଶ୍ମୀରୀ ପଣ୍ଡିତ ଏବଂ ବିସ୍ଥାପିତଙ୍କ ପାଇଁ କରାଯାଇଥିବା ପ୍ରୟାସ ନିର୍ବାଚନ ସମୟରେ ନିଶ୍ଚିତ ଭାବରେ ଏକ ବଡ ପ୍ରଭାବ ପକାଇବ। ଯାଦବ କହିଛନ୍ତି ଯେ ଜମ୍ମୁ-କଶ୍ମୀର ପ୍ରଶାସନ କଶ୍ମୀର ପଣ୍ଡିତଙ୍କ ସମାଧାନ ପାଇଁମୌଳିକ ପଦକ୍ଷେପ ନେଇଛି, ଏହାର ପ୍ରଭାବ ନିଶ୍ଚିତ ରୂପେ ଅନୁଭୁତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ନିଶାଦ୍ରବ୍ୟ କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ, ଏଥିରୁ ମୁକୁଳିବା ପାଇଁ…

ଦିଗପହଣ୍ଡି,୨୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ପାଟପୁର ବିଶ୍ୱାସରାୟ ସାଇନ୍ସ କଲେଜ ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିବା ଏବଂ ନିଶାମୁକ୍ତ…

ଡିଜିଟାଲ ଆରେଷ୍ଟ, ସାଇବର କ୍ରାଇମ୍‌ ନେଇ ସଚେତନ

ପୁରୁଷୋତ୍ତମପୁର,୨୯ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ସବ୍‌ଡିଭିଜିନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଏସ୍‌ଡିପିଓ ସୁଜିତ…

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri