ନିର୍ବାଚନ ନିୟନ୍ତ୍ରକ

ରାଜ୍ୟ ବିଧାନସଭା, ପାର୍ଲାମେଣ୍ଟ ଏବଂ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପରିଚାଳନା କରିବା ସକାଶେ ସମ୍ବିଧାନର ୩୨୪ ଧାରାରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ କ୍ଷମତା ଦିଆଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିଥାଆନ୍ତି। କେବଳ ସୁପ୍ରିମକୋର୍ଟ ବିଚାରପତିଙ୍କ ଭଳି ମୁଖ୍ୟ ନିର୍ବାଚନ କମିଶନର ବହିଷ୍କୃତ ହେବାର ବ୍ୟବସ୍ଥା ରହିଛି। ବିଶ୍ୱର ଦ୍ୱିତୀୟ ବୃହତ୍‌ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତରେ ନିର୍ବାଚନ ପରିଚାଳନା ଏକ କଠିନ ବ୍ୟାପାର ରହିଆସିଛି। ସେଥିପାଇଁ ନିର୍ବାଚନ ନିୟନ୍ତ୍ରକ ବା ମୁଖ୍ୟ ଜଣେ ଦକ୍ଷ ଓ ଦୂରଦର୍ଶୀସମ୍ପନ୍ନ ବ୍ୟକ୍ତି ହୋଇଥିଲେ, ଏହି ଗଣତାନ୍ତ୍ରିକ ପ୍ରକ୍ରିୟା ସମ୍ପନ୍ନ କରିବା ସୁଗମ ହୋଇଥାଏ। ଇତିମଧ୍ୟରେ ତାମିଲନାଡୁ, କେରଳ, ଆସାମ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଭୋଟ ଗ୍ରହଣ ଶେଷ ହୋଇଛି। ପଶ୍ଚିମବଙ୍ଗରେ ୫ ପର୍ଯ୍ୟାୟ ମତଦାନ ୧୭ ଏପ୍ରିଲରେ ଶେଷ ହୋଇଛି। ଏହାର ୩ ଦିନ ପୂର୍ବରୁ ୧୪ ଏପ୍ରିଲରେ ସୁଶୀଲ ଚନ୍ଦ୍ରା ଦେଶର ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୪ ମେ ୨୦୨୨ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ। ଏହି ସମୟ ମଧ୍ୟରେ ଗୋଆ, ମଣିପୁର, ଉତ୍ତରାଖଣ୍ଡ, ପଞ୍ଜାବ ଓ ଦେଶର ସର୍ବବୃହତ୍‌ ରାଜ୍ୟ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ସୁଶୀଲ କେତେ ନିରପେକ୍ଷତା ଅବଲମ୍ବନ କରି ନିର୍ବାଚନ କମିଶନ (ଇସି) ଭଳି ଏକ ବୈଧାନିକ ସଂସ୍ଥାର ମର୍ଯ୍ୟାଦା ରକ୍ଷା କରିବେ, ତାହା ତାଙ୍କ ଦକ୍ଷତାର ପ୍ରମାଣ ଦେବ ବୋଲି କୁହାଯାଇପାରେ। ଅବଶ୍ୟ କାର୍ଯ୍ୟରେ ଯୋଗ ଦେବା ପରେ ସେ ତତ୍‌କ୍ଷଣାତ୍‌ କେତୋଟି ନିଷ୍ପତ୍ତି ନେଇ ସମସ୍ତଙ୍କ ନଜରକୁ ଆସିଛନ୍ତି। ପଶ୍ଚିମବଙ୍ଗ ଭାଜପା ରାଜ୍ୟ ସଭାପତି ଦିଲିପ ଘୋଷଙ୍କ ସମେତ କେତେ ଜଣ ଭାଜପା ନେତା ଦେଇଥିବା ମନ୍ତବ୍ୟକୁ ଅନୁଧ୍ୟାନ କରିବା ପରେ ସେମାନଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଭୋଟଗ୍ରହଣ ଲାଗି ବାକି ଥିବା ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହିତ ନର୍ବାଚନ ପ୍ରଚାରକୁ ମତଦାନର ୭୨ ଘଣ୍ଟା ପୂର୍ବରୁ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହା ୪୮ ଘଣ୍ଟା ଥିଲା।
୧୫ ଏପ୍ରିଲ ୧୯୫୭ରେ ସୁଶୀଲ ଜନ୍ମଗ୍ରହଣ କରିଥିଲେ। ରୁର୍‌କି ବିଶ୍ୱବିଦ୍ୟାଳୟରୁ ସେ ବି.ଟେକ୍‌ ଏବଂ ଡେରାଡୁନ୍‌ ଡିଏଭି କଲେଜରୁ ଆଇନରେ ସ୍ନାତକ କରିଥିଲେ। ୧୯୮୦ରେ ଭାରତୀୟ ରାଜସ୍ବ ସେବାରେ ଯୋଗଦେବା ପୂର୍ବରୁ ସେ ଭାରତୀୟ ଇଞ୍ଜିନିୟରିଂ ସେବାରେ କାର୍ଯ୍ୟରତ ଥିଲେ। ସେ ୩୮ ବର୍ଷ ରାଜସ୍ବ ସେବାରେ କଟାଇଛନ୍ତି। ନଭେମ୍ବର ୨୦୧୬ରୁ ଫେବୃୟାରୀ ୨୦୧୯ ଯାଏ ସେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ଥିଲେ। କୁହାଯାଏ କେନ୍ଦ୍ର ସରକାରଙ୍କ କଳାଧନ ବିରୋଧୀ ଅଭିଯାନରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ରାଜସ୍ବ ସେବାରେ ଥିବା ବେଳେ ସୁଶୀଲ ଉତ୍ତରପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଗୁଜରାଟ ଏବଂ ମୁମ୍ବାଇରେ କାର୍ଯ୍ୟ କରିଥିଲେ। ଅନ୍ତର୍ଜାତୀୟ ଟିକସ ବ୍ୟବସ୍ଥା ଉପରେ ତାଙ୍କର ଦଖଲ ରହିଛି। ଦିଲ୍ଲୀଠାରେ ସେ ଅନ୍ତର୍ଜାତୀୟ ଟିକସ ଆୟକର (ଆବେଦନ)ର କମିଶନର ମଧ୍ୟ ଥିଲେ।
ନିର୍ବାଚନ କମିଶନର ଭାବେ ଯୋଗଦେବା ପରେ ସେ ଇସିରେ ଅନେକ ନୂଆ ପଦକ୍ଷେପ ନେଇଛନ୍ତି। ନାମାଙ୍କନପତ୍ର ଅନ୍‌ଲାଇନ୍‌ରେ ପୂରଣ କରିବା, ପୋଷ୍ଟାଲ ବାଲାଟ ସୁବିଧା ଓ ଭୋଟର କାର୍ଡର ଡାଉନ୍‌ଲୋଡ୍‌ ଭର୍ସନ ଆଦି ପ୍ରଯୁକ୍ତି ସମ୍ବନ୍ଧୀୟ ବ୍ୟବସ୍ଥା ବିକଶିତ କରି ନିର୍ବାଚନ ପ୍ରକ୍ରିୟାକୁ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ନିର୍ବାଚନ ସତ୍ୟପାଠ ଫର୍ମାଟ୍‌କୁ ସେ ବ୍ୟବସ୍ଥିତ କରିଥିବାରୁ ପ୍ରାର୍ଥୀମାନେ ସମ୍ପତ୍ତି ବିଷୟରେ ଉଲ୍ଲେଖ କଲା ବେଳେ ଠିକ୍‌ ତଥ୍ୟ ଦେବା ସୁନିଶ୍ଚିତ ହୋଇପାରିଛି।
ସାଧାରଣରେ ଅଭିଯୋଗ ହୋଇଥାଏ, କେନ୍ଦ୍ରରେ ଶାସନ କରୁଥିବା ରାଜନୈତିକ ଦଳ ଇସି ଉପରେ ପ୍ରଭାବ ପକାଇ ଫାଇଦା ନେଇଥାଆନ୍ତି। ସେଥିପାଇଁ ପ୍ରତ୍ୟେକ ନିର୍ବାଚନ ସମୟରେ ଶାସକ ଦଳକୁ ବିରୋଧୀ ଟାର୍ଗେଟ କରିଥାଆନ୍ତି। କିନ୍ତୁ ଇସିରେ ନିରପେକ୍ଷତା ରହିଲେ କେହି ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ସାହସ ପାଆନ୍ତେ ନାହିଁ। ଦାୟିତ୍ୱ ଗ୍ରହଣ ଆରମ୍ଭରୁ ସୁଶୀଲ ଯେଭଳି କ୍ଷିପ୍ର ପଦକ୍ଷେପ ନେଇ ଚର୍ଚ୍ଚାକୁ ଆସିଛନ୍ତି, ଆଗକୁ ତାହା ବଜାୟ ରହିଲେ ଗଣତାନ୍ତ୍ରିକ ବ୍ୟବସ୍ଥାର ଆଧାରଶୀଳା ନିର୍ବାଚନ ବ୍ୟବସ୍ଥା ନିର୍ମଳ ହେବାକୁ ବଳ ପାଆନ୍ତା। ସେତେବେଳେ ନିରପେକ୍ଷତାର ଏହି ବ୍ୟକ୍ତିଙ୍କୁ ଯୁବପିଢ଼ି ନିଜର ଆଦର୍ଶ ମାନିବାକୁ ବାଧ୍ୟ ହୁଅନ୍ତେ।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri